ଏଇ ଭାରତରେ

‘ଈଶ୍ୱରଙ୍କ ସଂସାରରେ କୌଣସି ଜିନିଷର ଅଭାବ ନାହିଁ, ଖୋଜିଲେ କୋହିନୂର ମଧ୍ୟ ମିଳିଯାଏ। ନିଜ ଲକ୍ଷ୍ୟ ପଥରେ ପହଞ୍ଚିବା ପାଇଁ ଅନ୍ଧାରରେ ଚାଲୁଥିବା ବ୍ୟକ୍ତିଙ୍କୁ ବି ଈଶ୍ୱର ଆଲୋକର ବାଟ ଦେଖାଇ ଦିଅନ୍ତି।’ ଏହି ଉକ୍ତିକୁ ସାକାର କରିଛନ୍ତି ଛତିଶଗଡ଼ର ରାୟପୁରସ୍ଥିତ ପ୍ରାଥମିକ ସ୍କୁଲର ଜଣେ ଶିକ୍ଷୟିତ୍ରୀ ନନ୍ଦା ଦେଶମୁନ୍‌। ଯେଉଁ ପିଲାମାନେ ପାଠଠାରୁ ଦୂରକୁ ଚାଲି ଯାଉଛନ୍ତି ସେମାନଙ୍କୁ ସେ ଖୋଜି ଆଣି ପଢାଉଛନ୍ତି। ଭିକ୍ଷାବୃତ୍ତି କିମ୍ବା ଅନ୍ୟ କାର୍ଯ୍ୟରେ ଲିପ୍ତ ପିଲାମାନଙ୍କୁ ନନ୍ଦା ଶିକ୍ଷାଦାନ କରୁଛନ୍ତି। ରାୟପୁରର ସପେରା ବସ୍ତିରେ ରହୁଥିବା ଏଭଳି ପିଲାମାନଙ୍କ ପାଇଁ ସେ ପାଲଟିଯାଇଛନ୍ତି ଶିକ୍ଷାର ବର୍ତ୍ତିକା। ଏହି ବସ୍ତିର ଲୋକମାନେ ସାପ ଖେଳ ପ୍ରଦର୍ଶନ କରିଥାନ୍ତି। ପିଲାମାନେ ନ ପଢି ଭିକ୍ଷାବୃତ୍ତି କରନ୍ତି। ଏହାସହ ସେମାନେ ନିଶାସେବନ ମଧ୍ୟ କରନ୍ତି। ମାତା-ପିତା ପିଲାମାନଙ୍କ ନାମ ସ୍କୁଲରେ ଲେଖାଇଦିଅନ୍ତି ସତ, କିନ୍ତୁ ସେମାନେ ସ୍କୁଲ ଯିବାର ନାଁ ଧରନ୍ତି ନାହିଁ କି ଅଭିଭାବକମାନେ ଏଥିପ୍ରତି ଗୁରୁତ୍ୱ ଦିଅନ୍ତିନି। ପ୍ରଥମେ ନନ୍ଦା ସ୍କୁଲ୍‌ରେ ଯୋଗଦେବା ପରେ ପିଲାମାନେ ସ୍କୁଲ୍‌ ଆସୁ ନ ଥିବାର ଦେଖି ସେମାନଙ୍କୁ ଖୋଜି ସ୍କୁଲ୍‌କୁ ଆଣିବା ପାଇଁ ସକ୍ଷମ ହୋଇଛନ୍ତି। ପିଲାମାନେ ସ୍କୁଲରୁ ଯିବାପରେ ମଧ୍ୟ ନନ୍ଦା ସେମାନଙ୍କ ଘରେ ପହଞ୍ଚି ପୁଣି ସେମାନଙ୍କୁ ପଢ଼ାଉଛନ୍ତି। ପିଲାମାନଙ୍କୁ ଶିକ୍ଷିତ କରାଇବା ସହ ସେମାନଙ୍କ ଅଭିଭାବକଙ୍କୁ ମଧ୍ୟ ସାକ୍ଷର କରାଉଛନ୍ତି। ତାଙ୍କର ଏପରି ଉଦ୍ୟମ ଯୋଗୁ ବସ୍ତିର ପ୍ରାୟ ୯୦ ପ୍ରତିଶତ ପିଲା ଏବେ ଭିକ୍ଷାବୃତ୍ତିରୁ ମୁକ୍ତ ହୋଇପାରିଛନ୍ତି। ଯେଉଁ ପିଲାମାନେ ନିଶାସେବନରେ ଲିପ୍ତ ରହୁଥିଲେ ସେମାନେ ତା’ଠାରୁ ଦୂରେଇ ଯାଇଛନ୍ତି। ଯେଉଁ ଅଭିଭାବକମାନେ ପିଲାଙ୍କୁ ପଢ଼ାଇବା ପାଇଁ ନାରାଜ ହେଉଥିଲେ ସେମାନେ ପିଲାମାନଙ୍କୁ ଏବେ ସ୍କୁଲ୍‌କୁ ପଠାଉଛନ୍ତି। ପୂରା ବସ୍ତିର ଲୋକମାନଙ୍କ ସହ ପିଲାମାନଙ୍କୁ ସ୍ବଚ୍ଛତା ସମ୍ବନ୍ଧରେ ଅବଗତ କରୁଛନ୍ତି ନନ୍ଦା। ଏବେ ପିଲାମାନେ ପୂରା ସଫାସୁତୁରା ହୋଇ ସ୍କୁଲ ଆସୁଛନ୍ତି। ନନ୍ଦାଙ୍କର ଏପରି କାର୍ଯ୍ୟକୁ ସବୁଆଡ଼େ ପ୍ରଶଂସା କରାଯାଉଛି।


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ଭୂତଳ ଜଳ ସ୍ତର ନିମ୍ନଗାମୀ ହେଉଥିବାରୁ ବୋରଓ୍ବେଲ ଓ ପୋଖରୀଗୁଡ଼ିକ ଶୁଖିଯାଉଛି। ଫଳରେ ଲୋକେ ପାନୀୟ ଜଳ ପାଉନାହାନ୍ତି ଓ କୃଷିରେ ମଧ୍ୟ ବାଧା ଉପୁଜୁଛି। ତେବେ…

ସେ ଅସୁରର ମୃତ୍ୟୁ ନାହିଁ

ସମୁଦ୍ର ମନ୍ଥନରୁ ମିଳିଥିବା ଅମୃତ ଖାଇ ଦେବତାମାନେ ଅମର। ମନ୍ଥନ କାର୍ଯ୍ୟରେ ଅସୁରମାନେ ଭାଗ ନେଇଥିଲେ ବି ସେମାନଙ୍କୁ ତାହା ମିଳି ନ ଥିଲା। ଦେବତାମାନେ ସବୁ…

ସମବାୟ ବିକାଶ ଲକ୍ଷ୍ୟ

ଓଡ଼ିଶାର ସାମାଜିକ, ଅର୍ଥନୈତିକ ବିକାଶ କ୍ଷେତ୍ରରେ କୃଷିଋଣ ପ୍ରଦାନ, ଋଣ ଆଦାୟ, କୃଷିଜାତ ପଦାର୍ଥର ବିପଣନ ଏବଂ ଲୋକଙ୍କ ଗ୍ରାମୀଣ ଜୀବିକା ନିର୍ବାହ କ୍ଷେତ୍ରରେ ସମବାୟ ଆନ୍ଦୋଳନ…

ହିଂସାରୁ ହିଂସା

ପଶ୍ଚିମବଙ୍ଗ ନିର୍ବାଚନ ଫଳାଫଳ ପ୍ରକାଶ ପାଇବାର ମାତ୍ର ୨୬ ଦିନ ପରେ ସୋନାରପୁରଠାରେ ତୃଣମୂଳ କଂଗ୍ରେସ(ଟିଏମ୍‌ସି)ର ନଂ.୨ କୁହାଯାଉଥିବା ୩ ଥରର ଏମ୍‌ପି ତଥା ମମତା ବାନାର୍ଜୀଙ୍କ…

ଏଇ ଭାରତରେ

ନାଗପୁର ନିବାସୀ ଅଶୋକ ତେଭାନି ଅଦରକାରୀ ଓ୍ବେଡିଂ କାର୍ଡରୁ ଘରଚଟିଆଙ୍କ ପାଇଁ ବସା ତିଆରି କରୁଛନ୍ତି। ତାଙ୍କୁ ବୟସ ଏବେ ୭୪। ସେ ବ୍ୟାଙ୍କ ଚାକିରିରୁ ଅବସର…

୯ କିଲୋମିଟରର ଅକୁହା କାହାଣୀ

ଖର ରୌଦ୍ରତାପ। ପାଦ ପୋଡ଼ିଯାଉଛି, ଓଠ ଶୁଖିଯାଉଛି। ତା’ରି ଭିତରେ ଜଣେ ମହିଳା ନିଜର ୯୦ ବର୍ଷୀୟା ବୃଦ୍ଧା ଶାଶୁଙ୍କୁ ପିଠିରେ ବୋହି ପାହାଡ଼ିଆ ରାସ୍ତା, ପଥୁରିଆ…

ପ୍ରାଥମିକ ବିଦ୍ୟାଳୟରେ ଲେସନ ପ୍ଲାନ୍‌

ଦି କୌଣସି ଶିକ୍ଷା ଅଧିକାରୀ ବିଦ୍ୟାଳୟ ପରିଦର୍ଶନ ସମୟରେ ଲେସନ ପ୍ଲାନ ଦେଖିବା ପାଇଁ ଚାହାନ୍ତି ଏବଂ ଲେସନ ପ୍ଲାନକୁ ଆଧାରି କରି ଶ୍ରେଣୀଗୃହକୁ ସମୀକ୍ଷା କରିବାକୁ…

ଦ୍ୱନ୍ଦ୍ୱ ଦୂର ହେଉ

ଗାଈକୁ ଜାତୀୟ ପ୍ରାଣୀ ଘୋଷଣା କରିବା ସହ ସାରା ଭାରତରେ ଏହାର ହତ୍ୟା ନିଷେଧ ପାଇଁ ପ୍ରମୁଖ ମୁସଲିମ୍‌ ବ୍ୟକ୍ତିବିଶେଷ ପ୍ରଧାନମନ୍ତ୍ରୀଙ୍କୁ ଅନୁରୋଧ କରିଛନ୍ତି। ସର୍ବବୃହତ୍‌ ମୌଲବୀ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri