ଏଇ ଭାରତରେ

ପରିବେଶ ସଚେତନତାର ଝଲକ ଦେଖିବାକୁ ମିଳିଛି ଇନ୍ଦୋରସ୍ଥିତ ସେଣ୍ଟ୍‌ ରାଫାୟଲ୍ସ ହାୟର ସେକେଣ୍ଡାରୀ ସ୍କୁଲ୍‌ରେ। ଗାନ୍ଧିଜୀଙ୍କ ୧୫୦ତମ ଜୟନ୍ତୀ ପାଳନ ଅବସରରେ ସ୍କୁଲ୍‌ର ଛାତ୍ରୀମାନେ ‘ପ୍ଲାଷ୍ଟିକ୍‌ମୁକ୍ତ ଭାରତ’ ଅଭିଯାନ ଆରମ୍ଭ କରିଛନ୍ତି ଏକ ନିଆରା ଉପାୟରେ। ଇନ୍ଦୋରକୁ ପ୍ଲାଷ୍ଟିକ୍‌ମୁକ୍ତ କରିବା ପାଇଁ ଦେକାନୀମାନଙ୍କୁ ସେମାନେ ପେପର୍‌ ବ୍ୟାଗ୍‌ ବାଣ୍ଟିଛନ୍ତି। ଇନ୍ଦୋର ନଗର ନିଗମ ଅଧ୍ୟକ୍ଷ ଆଶିଷ ସିଂ ଓ ଅନ୍ୟ କର୍ମଚାରୀମାନଙ୍କ ଉପସ୍ଥିତିରେ ଏହି କାର୍ଯ୍ୟକ୍ରମ ଆରମ୍ଭ କରାଯାଇଛିି। ସ୍କୁଲ୍‌ ପରିସରରେ ୬ଷ୍ଠରୁ ଦ୍ୱାଦଶ ଶ୍ରେଣୀର ଛାତ୍ରୀମାନେ ଉପସ୍ଥିତ ରହି ଇନ୍ଦୋରକୁ ପ୍ଲାଷ୍ଟିକ୍‌ମୁକ୍ତ କରିବା ପାଇଁ ମଧ୍ୟ ଶପଥ ନେଇଛନ୍ତି। ଛାତ୍ରୀମାନେ ୮୦ ହଜାର ପେପର୍‌ ବ୍ୟାଗ ତିଆରି କରି ତାହାକୁ ସହରର ୧୩ଟି ମୁଖ୍ୟ ବଜାରରେ ଦୋକାନୀ ଓ ଫୁଟ୍‌ପାଥ୍‌ ବିକ୍ରେତାଙ୍କୁ ବାଣ୍ଟିଛନ୍ତି। ଏହି ଅଭିଯାନରେ ୧ ହଜାର ଛାତ୍ରୀ ସାମିଲ ହୋଇ ପଲିଥିନ୍‌ ଓ ପା୍ଲଷ୍ଟିକ୍‌ ବ୍ୟାଗ ପରିବର୍ତ୍ତେ ଏହାକୁ ବ୍ୟବହାର କରିବା ପାଇଁ ଲୋକମାନଙ୍କୁ ସଚେତନ କରିଛନ୍ତି। ଛାତ୍ରୀମାନେ ଶିକ୍ଷକଙ୍କ ସହ ଦୁଇଟି ବସ୍‌ରେ ପେପର୍‌ ବ୍ୟାଗଗୁଡିକୁ ନେଇ ବାଣ୍ଟିଥିଲେ। ‘ପ୍ଲାଷ୍ଟିକ୍‌ ଫ୍ରି ଇନ୍ଦୋର’ ସନ୍ଦେଶ ଦେବା ଲାଗି କେତେ ଜଣ ବିଦ୍ୟାର୍ଥୀ ଗାନ୍ଧିଜୀଙ୍କ ବେଶରେ ଏହି କାର୍ଯ୍ୟକ୍ରମରେ ସାମିଲ ହୋଇଥିଲେ। ଇନ୍ଦୋରକୁ ପଲିଥିନମୁକ୍ତ ସହର କରିବା ଲକ୍ଷ୍ୟ ନେଇ ଏହିି କାର୍ଯ୍ୟକ୍ରମ କରାଯାଇଛି ବୋଲି ସ୍କୁଲ୍‌ର ଅଧ୍ୟକ୍ଷ ଜାନ୍‌ସୀ ଜୋଶେଫ୍‌ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ଲକ୍‌ଡାଉନରେ ଗରିବମାନଙ୍କୁ ଖାଦ୍ୟ ଓ ରାଶନ ସାମଗ୍ରୀ ଯୋଗାଇ ଦେଇ ବହୁ ବ୍ୟକ୍ତି କରୋନା ବିରୋଧୀ ଲଢେଇ ଜାରି ରଖିଥିବାବେଳେ ଏ କ୍ଷେତ୍ରରେ ବେଙ୍ଗାଲୁରୁର ଏସ୍‌.ବୀଣାଙ୍କ...

ପ୍ରଶ୍ନବାଚୀରେ ପଞ୍ଜିକା ସ୍ବୀକୃତି

ହରିଶଙ୍କର ମିଶ୍ର ଶ୍ରୀମନ୍ଦିରସ୍ଥ ମୁକ୍ତିମଣ୍ଡପ ପଣ୍ଡିତ ସଭାକୁ ଓଡ଼ିଶାବାସୀ ଧାର୍ମିକ ବିଚାରାଳୟ ଓ ବ୍ୟବସ୍ଥା ସଭା ଭାବେ ଗ୍ରହଣ କରିଥାନ୍ତି। ଜଗଦ୍‌ଗୁରୁ ଶଙ୍କରାଚାର୍ଯ୍ୟଙ୍କ ସ୍ଥାୟୀ ସଭାପତିତ୍ୱରେ...

ଏଇ ଭାରତରେ

ଜଣେ ଚାକିରି ଛାଡ଼ି ଗୋଟିଏ ଗାଁର ୫୦୦ ପରିବାରକୁ ୩୦ ବର୍ଷ ପରେ କୃଷିକୁ ଫେରାଇ ଆଣିବା କିଛି କମ୍‌ କଥା ନୁହେଁ। ଏହି ବ୍ୟକ୍ତି...

ଏଇ ଭାରତରେ

ପରିଣତ ବୟସ ଅଟକାଇ ପାରିନି ଅରୂପ ସେନଗୁପ୍ତାଙ୍କୁ। ସେ କୋଲକାତାରେ ଦେହଜୀବୀ ଓ ସେମାନଙ୍କ ପିଲାମାନଙ୍କୁ ଥଇଥାନ କରିବାରେ ଲାଗିଛନ୍ତି। ୭୦ ବର୍ଷ ବୟସରେ ଅସୁସ୍ଥତା...

ଏଇ ଭାରତରେ

ଖୁବ୍‌ କମ୍‌ ବୟସରେ ନିଷ୍ଠା ଓ ଇଚ୍ଛାଶକ୍ତି ବଳରେ ସଚେତନତା ଧର୍ମୀ କାର୍ଯ୍ୟ କରି ସମାଜକୁ ନୂଆ ବାର୍ତ୍ତା ଦେଇଛନ୍ତି ଚେନ୍ନାଇର ଦୁଇ ଭାଇ ଜୟ...

ମାଆର ଡାକ

ଡ.ନରହରି ବେହେରା ଆମ ଗାଁର ନଟ ଯୋଉଦିନ କେରଳର ଗୋଟେ କମ୍ପାନୀରେ ଚାକିରି ପାଇଲା ସେଦିନ ତା’ ମାଆ କମଳିର ଆନନ୍ଦ କହିଲେ ନ ସରେ।...

ବଡ଼ କରୋନା ଯୋଦ୍ଧା କୃଷକ

ଡ. ପ୍ରମୋଦ କୁମାର ପଣ୍ଡା ମଗ୍ର ବିଶ୍ୱ କରୋନା ମହାମାରୀ ଦ୍ୱାରା ଆକ୍ରାନ୍ତ। ଏହା ୨ କୋଟିରୁ ଊର୍ଦ୍ଧ୍ୱ ଜନତାଙ୍କୁ ଆକ୍ରାନ୍ତ କରି ପାଖାପାଖି ୮...

ଧନୁରାଶିକୁ ବୃହସ୍ପତି ଚଳନ

ଦୋଳଗୋବିନ୍ଦ ପଣ୍ଡା ସାମନ୍ତ ଚନ୍ଦ୍ରଶେଖର ପଞ୍ଜିକା ଅନୁସାରେ ଦେବଗୁରୁ ବୃହସ୍ପତି ତା୩୦ା୦୬ା୨୦୨୦-ମଙ୍ଗଳବାର ପ୍ରାତଃ ଘ୦୫ା୨୧ରେ ବକ୍ରଗତିରେ ମକରରାଶିରୁ ଉତ୍ତରାଷାଢ଼ା ନକ୍ଷତ୍ର ଧନୁରାଶିକୁ ଚଳିବେ। ବୃହସ୍ପତି ଗୋଟିଏ...

Coronavirus Update

Archives

Model This Week

Why Dharitri