ଏଇ ଭାରତରେ

ପରିବାରକୁ ପିଲାଟିଏ ଆସିଲେ ସମସ୍ତେ ଯେମିତି ଖୁସି ହୁଅନ୍ତି ସେମିତି ତା’ର ଜନ୍ମଦିନକୁ ଜାକଜମକରେ ପାଳନ କରି ଶୁଭେଚ୍ଛା ଅଜାଡି ଦିଅନ୍ତି। ମଙ୍ଗଳ କାମନା କରି ପୂଜାପାଠ କରନ୍ତି। ଭୋଜିଭାତର ଆସର ବି ଜମିଯାଏ। କିନ୍ତୁ ଜଣେ କିଶୋରଙ୍କ ଜନ୍ମଦିନକୁ ଗୁଜରାଟର ଏକ ପରିବାର ଯେଉଁ ଢଙ୍ଗରେ ପାଳନ କରିଛି ତାହା ଜାଣିଲେ ତାଙ୍କର ଦେଶଭକ୍ତି ଭାବନାକୁ ଶ୍ରେୟ ନ ଦେଇ ରହିପାରିବେନି। ଗୁଜରାଟ ମୋର୍‌ବି ଜିଲାର ସ୍ବାପର ଗାଁରେ ରହନ୍ତି ମେରଜା ପରିବାର। ଏହି ପରିବାର ୧୯ ବର୍ଷୀୟ ପୁତ୍ର ଦୀପର ଜନ୍ମଦିନକୁ ନିଆରା ଢଙ୍ଗରେ ପାଳନ କରିଛି। ଦୀପଙ୍କ ପିତା ପରେଶଭାଇ ମେରଜା ଜନ୍ମଦିନ ଅବସରରେ ଗାଁ ରାସ୍ତା ମରାମତି କରିବାକୁ ନିଷ୍ପତ୍ତି ନେଇ ଏକ ନୂଆ ବାର୍ତ୍ତା ଦେଇଛନ୍ତି। ପୂରା ପରିବାର ଦୁଇଟି ଟ୍ରାକ୍ଟର ଓ ଏକ ଲୋଡର ନେଇ ଗାଁ ରାସ୍ତା ମରାମତି କରିବାକୁ ବାହାରି ଯାଇ ୧୦୦ ମିଟର ରାସ୍ତାକୁ ଘଣ୍ଟାଏ ଭିତରେ ମରାମତି କରିଦେଇଛନ୍ତି। ଗାଁରୁ ମୁଖ୍ୟ ରାସ୍ତାକୁ ଯୋଡୁଥିବା ରାସ୍ତା ଏତେ ଖରାପ ଥିଲା ଯେ, ସେଥିରେ ଯିବାଆସିବା କରିବା କଷ୍ଟକର ହୋଇପଡୁଥିଲା। ମେରଜା ପରିବାର ସଦସ୍ୟମାନେ ରାସ୍ତା ମରାମତି କରିବା ଦେଖି ଗାଁ ଲୋକେ ମଧ୍ୟ ତାଙ୍କ ସହ କାମରେ ଲାଗିଯାଇଥିଲେ। ସବୁ କଥାରେ ସରକାର କରିବେ କହିବା ଠିକ୍‌ ନୁହେଁ। ଗାଁ ରାସ୍ତାର ଦାୟିତ୍ୱ ମଧ୍ୟ ଆମ ସମସ୍ତଙ୍କର ବୋଲି କହିଛନ୍ତି ମେରଜା ପରିବାରର ମୁଖ୍ୟ ତଥା ଦୀପଙ୍କ ପିତା ପରେଶଭାଇ ମେରଜା।


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ଆଇଏଏସ୍‌ ଅଧିକାରୀ ଆର୍ମଷ୍ଟ୍ରଙ୍ଗ ପାମେ ମଣିପୁର ତାମେଙ୍ଗଲଙ୍ଗ ଜିଲାର ତୌସେମ୍‌ରେ ସବ୍‌ଡିଭିଜନାଲ ମାଜିଷ୍ଟ୍ରେଟ୍‌ ଭାବେ ୨୦୧୨ରେ ଯୋଗଦେବା ପରେ ନିଜେ ପାଣ୍ଠି ଯୋଗାଡ଼ କରି ଏକ ରାସ୍ତା…

ସିଭିଲ୍‌ ସର୍ଭିସ୍‌ କା ବିନାଶ

ସରକାର ଚଳାଉଥିବା ଭାଜପାର ନାରା ହେଉଛି – ସବ୍‌କା ସାଥ୍‌ ସବ୍‌କା ବିକାଶ୍‌, ସବ୍‌କା ବିଶ୍ୱାସ୍‌ ଔର ସବ୍‌କା ପ୍ରୟାସ୍‌। ଏବେକାର ପ୍ରମୁଖ ବିରୋଧୀ ଦଳ କଂଗ୍ରେସ…

ଓଡ଼ିଶାରେ ଆଳୁ ପିଆଜ

ପିଲାଦିନରୁ ଯେବେଠାରୁ ମୋର ହେତୁ ପାଇଲା ସେବେଠାରୁ ମୁଁ ଗୋଟିଏ କଥା ଶୁଣି ଆସୁଛି ଯେ ଓଡ଼ିଶା ସର୍ବଦା ଆଳୁ ପିଆଜ ପାଇଁ ବାହାର ରାଜ୍ୟ ଉପରେ…

ଘରେ ଷଣ୍ଢ, ପଦାରେ ଛେଳି

ବିଶ୍ୱ ମାନଚିତ୍ରରେ ମହାଦେଶଗୁଡ଼ିକର ଆପେକ୍ଷିକ ଆକାରରେ ଥିବା ବିଭିନ୍ନ ତ୍ରୁଟିକୁ ସୁଧାରିବା ଉଦ୍ଦେଶ୍ୟରେ ମିଳିତ ଜାତିସଂଘ ସାଧାରଣ ସଭା(ୟୁଏନ୍‌ଜିଏ) ପକ୍ଷରୁ ୪ ସେପ୍ଟେମ୍ବରରେ ଏକ ସଂକଳ୍ପ ଅଣାଯାଇଥିଲା।…

ଏଇ ଭାରତରେ

ରବିବାର ଭୋର ୪ଟା ହୋଇଗଲେ ମୁମ୍ବାଇର ପୂଜା ଓ ଦୀପେଶ ଡେଢ଼ିହାଙ୍କ ଘରେ ରୋଷେଇ ଆରମ୍ଭ ହୋଇଯାଏ । ଯେ କେହି ଭାବିବେ, ଏହି ଦମ୍ପତି ଏତେ…

ବୁଢ଼ା ଡଙ୍ଗରର ଆତ୍ମକାହାଣୀ

ମୁଁ ବୁଢ଼ା ଡଙ୍ଗର। ମୋର ଜନ୍ମ ଇତିହାସ କେତେ ନିୟୁତ ବର୍ଷର ପୁରୁଣା। ମୋର ପରିଚୟ କାହାରିକୁ ଜଣାନାହିଁ। ତଥାପି ମୁଁ ଗୋଟିଏ ଭୂଖଣ୍ଡର ପରିଚୟ ହୋଇ…

ସବୁଠୁ ନିଜର

ଏକ ସମୟ ଥିଲା, ଯେତେବେଳେ ମଣିଷ ନିଜର ସୁଖ-ଦୁଃଖ ବାଣ୍ଟିବା ପାଇଁ ପରିବାର, ସାଙ୍ଗସାଥୀ ଓ ପଡ଼ୋଶୀଙ୍କୁ ଖୋଜୁଥିଲା। କିନ୍ତୁ ଆଜି ସକାଳୁ ଆଖି ଖୋଲିବାଠାରୁ ରାତିରେ…

ଅନୁଦାନ ଅନୁକମ୍ପା ନୁହେଁ, ଅଧିକାର

ଶିକ୍ଷାର ବିକାଶ ନିମନ୍ତେ ଶିକ୍ଷାନୁଷ୍ଠାନ ଖୋଲିବା ସରକାରଙ୍କ ଦାୟିତ୍ୱ। ମାତ୍ର ଛାତ୍ରୀଛାତ୍ରଙ୍କ ଆବଶ୍ୟକତା ଦୃଷ୍ଟିରୁ ସ୍ବାଧୀନତାର କେଇ ଦଶନ୍ଧି ପର୍ଯ୍ୟନ୍ତ ପର୍ଯ୍ୟାପ୍ତ ନ ଥିଲା ଓଡ଼ିଶାର ଶିକ୍ଷାନୁଷ୍ଠାନ।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri