ଝିଅକୁ ଏକାଧିକଥର ବଳାତ୍କାର ମାମଲା: ବଳାତ୍କାରୀ ବାପାଙ୍କୁ ଆଜୀବନ କାରାଦଣ୍ଡ

ଭୁବନେଶ୍ୱର,୧୭ା୯(ବ୍ୟୁରୋ): ଝିଅକୁ ଏକାଧିକଥର ବଳାତ୍କାର ମାମଲାରେ ଅଭିଯୁକ୍ତ ବାପାଙ୍କୁ ମଙ୍ଗଳବାର ସଜା ମିଳିଛି। ମାମଲାର ବିଚାର କରି ସ୍ବତନ୍ତ୍ର ପୋକ୍‌ସୋ କୋର୍ଟ ତାଙ୍କୁ ୨୦ହଜାର ଟଙ୍କା ଅର୍ଥ ଦଣ୍ଡ ସହ ଆଜୀବନ କାରାଦଣ୍ଡରେ ଦଣ୍ଡିତ କରିଛନ୍ତି। ୧୩ଜଣ ସାକ୍ଷୀ ଓ ୨୪ ଡକୁମେଣ୍ଟ ଆଧାରରେ ଜଜ୍‌ ସତ୍ୟରଞ୍ଜନ ପ୍ରଧାନ ଏହି ରାୟ ଶୁଣାଇଛନ୍ତି।

ଅଭିଯୁକ୍ତଙ୍କ ଘର କନ୍ଧମାଳ ଜିଲାରେ ହୋଇଥିବାବେଳେ ସେ ପରିବାର ସହ ଭୁବନେଶ୍ୱର ସାଲିଆସାହିରେ ରହୁଥିଲେ। ତାଙ୍କର ୧୧ବର୍ଷର ଝିଅ ଓ ଗୋଟିଏ ପୁଅ (ସାନ) ଅଛନ୍ତି। ୨୦୧୬ରେ ସ୍ତ୍ରୀ କାମଧନ୍ଦା ପାଇଁ ବାହାରକୁ ଚାଲିଯିବା ପରେ ଅଭିଯୁକ୍ତ ବାପା କୋମଳମତୀ ନାବାଳିକା ଝିଅକୁ ଜୋର୍‌ଜବରଦସ୍ତ ବଳାତ୍କାର କରିଥିଲେ। ଏପରି କି ମା’ ଓ ଅନ୍ୟ କାହାଙ୍କୁ ଜଣାଇଲେ ଜୀବନରୁ ମାରିଦେବା ସହ ଘରୁ ବାହାର କରିଦେବାକୁ ମଧ୍ୟ ଧମକ ଦେଇଥିଲେ। ଭୟରେ ଝିଅ କାହାକୁ ଜଣାଇ ନ ଥିଲେ। ଏହାପରେ କାମାଶକ୍ତ ବାପା ଝିଅକୁ ବାରମ୍ବାର ବଳାତ୍କାର କରିଥିଲେ। ବାପାର ଏପରି ଅତ୍ୟାଚାର ଅସହ୍ୟ ହେବା ପରେ ଶେଷରେ ପୀଡିତା ଝିଅ ମା’ଙ୍କୁ ଏ ସମ୍ପର୍କରେ ଜଣାଇଥିଲେ। ମା’ ଏନେଇ ପ୍ରଥମେ ନୟାପଲ୍ଲୀ ଥାନା ଓ ପରେ ଅର୍ଥାତ୍‌ ସେହିବର୍ଷ ମେ’ ୨୦ରେ ମହିଳା ଥାନାରେ ଅଭିଯୋଗ କରିଥିଲେ। ମହିଳା ଥାନାରେ କେସ୍‌ ନଂ.୧୩୨/୨୦୧୬, ଆଇପିସି ଦଫା ୩୭୬(୨)(ଆଇ), ୨୯୪, ୫୦୬ ଓ ପୋକ୍‌ସୋ ଆକ୍ଟ ୬ରେ ମାମଲା ରୁଜୁ କରାଯାଇ ତଦନ୍ତ ଆରମ୍ଭ ହୋଇଥିଲା। ପୋଲିସ ଅଭିଯୁକ୍ତ ବାପାଙ୍କୁ ଗିରଫ କରିବା ସହ ଉଭୟଙ୍କର ଡାକ୍ତରୀ ମାଇନା କରିଥିଲା। ଏଥିସହ ପୀଡିତାଙ୍କ ପୋଷାକ ଓ ଅନ୍ୟ କିଛି ସମାଗ୍ରୀ ମଧ୍ୟ ପରୀକ୍ଷା ପାଇଁ ପଠାଯାଇଥିଲା। ସବୁ ରିପୋର୍ଟରେ ବଳାତ୍କାର ପ୍ରମାଣ ମିଳିଥିଲା। ମାମଲାର ବିଚାରବେଳେ ଏସବୁ ରିପୋର୍ଟ ଉପସ୍ଥାପନ କରାଯାଇଥିଲା। ଏହି ମାମଲାରେ ସରକାରୀ ପିପି ଭାବେ ଚିତ୍ତରଞ୍ଜନ ଦାଶ ମାମଲା ପରିଚାଳନା କରୁଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ବାଟରେ ଅଟକାଇ ମୁଣ୍ଡ ଫଟାଇଲେ, ଟଙ୍କା ଲୁଟିଥିଲେ: ତୃତୀୟ ଅଭିଯୁକ୍ତ ଭୋଳାଙ୍କୁ ଗିରଫ କଲା ପାଟପୁର ପୋଲିସ

ଦାଦା ବଟି ପାଇଁ ହତ୍ୟା ଉଦ୍ୟମ ମାମଲା: ପୁଣି ଜଣେ ଅଭିଯୁକ୍ତ ଗିରଫ, ସଂଖ୍ୟା ୩କୁ ବୃଦ୍ଧି ଦିଗପହଣ୍ଡି,୮।୯(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ପାଟପୁର ଥାନା…

ଆସନ୍ତାକାଲି ପଡୁଛି ୩ ରାଜଯୋଗ; ୫ ରାଶିଙ୍କ ବଦଳିବ ଭାଗ୍ୟ, ମୋଟା ଅଙ୍କର ରୋଜଗାରକୁ ବଡ଼ କମ୍ପାନୀରୁ ଅଫର୍‌

୯ ସେପ୍ଟେମ୍ୱର, ୨୦୨୬ ହେଉଛି ଭାଦ୍ରବ ମାସ କୃଷ୍ଣ ପକ୍ଷର ତ୍ରୟୋଦଶୀ ତିଥି ଏବଂ ବୁଧବାର। ଏହା ସହିତ ଏହି ଦିନଟି ଦ୍ୱିତୀୟ ଚତୁର୍ମାସ୍ୟାର ୧୭ଶ ଦିନ…

ନୂଆଖାଇ ପୂର୍ବରୁ ଭତ୍ତା ଟଙ୍କା ଦିଅ, ନଚେତ୍ ଆନ୍ଦୋଳନ! ରାଜ୍ୟପାଳଙ୍କ ହସ୍ତକ୍ଷେପ ଦାବି କଲା ବିଜେଡି, ସ୍ମାରକପତ୍ର…

ବରଗଡ଼,୮।୯(ପ୍ରେମାନନ୍ଦ ଖମାରୀ): ପଶ୍ଚିମ ଓଡ଼ିଶାର ଗଣପର୍ବ ନୂଆଖାଇ ପୂର୍ବରୁ ସମସ୍ତ ହିତାଧିକାରୀଙ୍କୁ ସାମାଜିକ ନିରାପତ୍ତା ଭତ୍ତା ପ୍ରଦାନ କରିବା ଦାବିରେ ବରଗଡ଼ ଜିଲା ବିଜେଡି ପକ୍ଷରୁ ରାଜ୍ୟପାଳଙ୍କ…

ରାହୁଙ୍କ ମକର ରାଶିରେ ଗୋଚର, ୨୦୨୮ ଯାଏ ୩ ରାଶିରେ ଧନବର୍ଷା, ଚାକିରିରେ ମିଳିବ ପ୍ରମୋଶନ

ଶୁକ୍ର ଗ୍ରହ ୧୧ ସେପ୍ଟେମ୍ୱର ୨୦୨୬ରେ ନକ୍ଷତ୍ର ପରିବର୍ତ୍ତନ କରିବାକୁ ଯାଉଛନ୍ତି। ସେ ଚିତ୍ରା ନକ୍ଷତ୍ରରୁ ବାହାରି ରାହୁଙ୍କ ଅଧୀନରେ ଥିବା ସ୍ୱାତୀ ନକ୍ଷତ୍ରରେ ଗୋଚର କରିବେ।…

ସରକାରୀ କର୍ମଚାରୀଙ୍କ ପାଇଁ ବଡ଼ ଉପହାର, ୨୦% ମିଳିବ ବୋନସ ଆଉ ତା’ ସହ…

ନୂଆଦିଲ୍ଲୀ,୮।୯: କର୍ମଚାରୀମାନଙ୍କ ପାଇଁ ଏକ ଖୁସି ଖବର ସାମ୍ନାକୁ ଆସିଛି। ଏବେ ନୂତନ ଶ୍ରମ କୋଡ (Labour Code) ଅଧୀନରେ କର୍ମଚାରୀମାନଙ୍କୁ ପ୍ରାୟ ୨୦ ପ୍ରତିଶତ ପର୍ଯ୍ୟନ୍ତ…

ଘର ତିଆରି ନାଁରେ ୧୬ ଲକ୍ଷ ଟଙ୍କା ନେଇ ଫେରାର , ବାଉନ୍ସ ହେଲା ଚେକ୍‌: ଅଭିଯୁକ୍ତ ଯୁବକ ଗିରଫ

ପାରଳାଖେମୁଣ୍ଡି,୮ା୯(ଗିରିଧାରୀ ପରିଛା): ୧୬ ଲକ୍ଷ ଟଙ୍କା ଠକେଇ ଓ ଜୀବନରୁ ମାରିଦେବାକୁ ଧମକ ଦେବା ଅଭିଯୋଗରେ ପାରଳାଖେମୁଣ୍ଡି ଥାନା ପୋଲିସ ଆନ୍ଧ୍ରପ୍ରଦେଶର ଜଣେ ଯୁବକଙ୍କୁ ଗିରଫ କରି…

ନିଖୋଜ MKCG ମେଡିକାଲ ଛାତ୍ର ସାଗର ସାହୁ ମୟୂରଭଞ୍ଜରୁ ଉଦ୍ଧାର, ଝାଡ଼ଖଣ୍ଡରୁ ଫେରୁଥିବା ବେଳେ…

ଭୁବନେଶ୍ୱର/ବାରିପଦା, ୮।୯: ଗତ ଅଗଷ୍ଟ ୩୧ ତାରିଖରୁ ନିଖୋଜ ଥିବା ବ୍ରହ୍ମପୁର ମହାରାଜା କୃଷ୍ଣଚନ୍ଦ୍ର ଗଜପତି(MKCG) ମେଡିକାଲ କଲେଜର ଛାତ୍ର ସାଗର ସାହୁ(୨୧) ସୁରକ୍ଷିତ ଭାବେ ଉଦ୍ଧାର…

ଭାରତ-ଆଫଗାନିସ୍ତାନ ଟି୨୦ ସିରିଜ୍‌ ଏହି ଚ୍ୟାନେଲର ହେବ ପ୍ରସାରଣ, ଜାଣନ୍ତୁ…

ନୂଆଦିଲ୍ଲୀ,୮ା୯: ଆସନ୍ତା ୧୩ ତାରିଖରୁ ଭାରତ ଓ ଆଫଗାନିସ୍ତାନ ମଧ୍ୟରେ ଆରମ୍ଭ ହେବାକୁ ଥିବା ଅନ୍ତର୍ଜାତୀୟ ଟି୨୦ ସିରିଜ୍‌ ଲାଗି ସୋନୀ ସ୍ପୋଟର୍‌ସ ନେଟ୍‌ଓ୍ବର୍କ ପ୍ରସାରଣ ଅଧିକାର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri