ଝିଅକୁ ଏକାଧିକଥର ବଳାତ୍କାର ମାମଲା: ବଳାତ୍କାରୀ ବାପାଙ୍କୁ ଆଜୀବନ କାରାଦଣ୍ଡ

ଭୁବନେଶ୍ୱର,୧୭ା୯(ବ୍ୟୁରୋ): ଝିଅକୁ ଏକାଧିକଥର ବଳାତ୍କାର ମାମଲାରେ ଅଭିଯୁକ୍ତ ବାପାଙ୍କୁ ମଙ୍ଗଳବାର ସଜା ମିଳିଛି। ମାମଲାର ବିଚାର କରି ସ୍ବତନ୍ତ୍ର ପୋକ୍‌ସୋ କୋର୍ଟ ତାଙ୍କୁ ୨୦ହଜାର ଟଙ୍କା ଅର୍ଥ ଦଣ୍ଡ ସହ ଆଜୀବନ କାରାଦଣ୍ଡରେ ଦଣ୍ଡିତ କରିଛନ୍ତି। ୧୩ଜଣ ସାକ୍ଷୀ ଓ ୨୪ ଡକୁମେଣ୍ଟ ଆଧାରରେ ଜଜ୍‌ ସତ୍ୟରଞ୍ଜନ ପ୍ରଧାନ ଏହି ରାୟ ଶୁଣାଇଛନ୍ତି।

ଅଭିଯୁକ୍ତଙ୍କ ଘର କନ୍ଧମାଳ ଜିଲାରେ ହୋଇଥିବାବେଳେ ସେ ପରିବାର ସହ ଭୁବନେଶ୍ୱର ସାଲିଆସାହିରେ ରହୁଥିଲେ। ତାଙ୍କର ୧୧ବର୍ଷର ଝିଅ ଓ ଗୋଟିଏ ପୁଅ (ସାନ) ଅଛନ୍ତି। ୨୦୧୬ରେ ସ୍ତ୍ରୀ କାମଧନ୍ଦା ପାଇଁ ବାହାରକୁ ଚାଲିଯିବା ପରେ ଅଭିଯୁକ୍ତ ବାପା କୋମଳମତୀ ନାବାଳିକା ଝିଅକୁ ଜୋର୍‌ଜବରଦସ୍ତ ବଳାତ୍କାର କରିଥିଲେ। ଏପରି କି ମା’ ଓ ଅନ୍ୟ କାହାଙ୍କୁ ଜଣାଇଲେ ଜୀବନରୁ ମାରିଦେବା ସହ ଘରୁ ବାହାର କରିଦେବାକୁ ମଧ୍ୟ ଧମକ ଦେଇଥିଲେ। ଭୟରେ ଝିଅ କାହାକୁ ଜଣାଇ ନ ଥିଲେ। ଏହାପରେ କାମାଶକ୍ତ ବାପା ଝିଅକୁ ବାରମ୍ବାର ବଳାତ୍କାର କରିଥିଲେ। ବାପାର ଏପରି ଅତ୍ୟାଚାର ଅସହ୍ୟ ହେବା ପରେ ଶେଷରେ ପୀଡିତା ଝିଅ ମା’ଙ୍କୁ ଏ ସମ୍ପର୍କରେ ଜଣାଇଥିଲେ। ମା’ ଏନେଇ ପ୍ରଥମେ ନୟାପଲ୍ଲୀ ଥାନା ଓ ପରେ ଅର୍ଥାତ୍‌ ସେହିବର୍ଷ ମେ’ ୨୦ରେ ମହିଳା ଥାନାରେ ଅଭିଯୋଗ କରିଥିଲେ। ମହିଳା ଥାନାରେ କେସ୍‌ ନଂ.୧୩୨/୨୦୧୬, ଆଇପିସି ଦଫା ୩୭୬(୨)(ଆଇ), ୨୯୪, ୫୦୬ ଓ ପୋକ୍‌ସୋ ଆକ୍ଟ ୬ରେ ମାମଲା ରୁଜୁ କରାଯାଇ ତଦନ୍ତ ଆରମ୍ଭ ହୋଇଥିଲା। ପୋଲିସ ଅଭିଯୁକ୍ତ ବାପାଙ୍କୁ ଗିରଫ କରିବା ସହ ଉଭୟଙ୍କର ଡାକ୍ତରୀ ମାଇନା କରିଥିଲା। ଏଥିସହ ପୀଡିତାଙ୍କ ପୋଷାକ ଓ ଅନ୍ୟ କିଛି ସମାଗ୍ରୀ ମଧ୍ୟ ପରୀକ୍ଷା ପାଇଁ ପଠାଯାଇଥିଲା। ସବୁ ରିପୋର୍ଟରେ ବଳାତ୍କାର ପ୍ରମାଣ ମିଳିଥିଲା। ମାମଲାର ବିଚାରବେଳେ ଏସବୁ ରିପୋର୍ଟ ଉପସ୍ଥାପନ କରାଯାଇଥିଲା। ଏହି ମାମଲାରେ ସରକାରୀ ପିପି ଭାବେ ଚିତ୍ତରଞ୍ଜନ ଦାଶ ମାମଲା ପରିଚାଳନା କରୁଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?