ଏଇ ଭାରତରେ

ଛୋଟ ପିଲାଙ୍କ ମନ ଓ ହୃଦୟ ଅଲେଖା ସ୍ଲେଟ୍‌ ପରି ନିର୍ମଳ। ସେମାନଙ୍କ ମଧ୍ୟରେ କୌଣସି ଧର୍ମ, ଜାତି, ସମ୍ପ୍ରଦାୟ ଜ୍ଞାନ ନ ଥାଏ। ଛତିଶଗଡ଼ ରାୟପୁରରେ ଏଭଳି ଏକ ନିଆରା ଘଟଣା ଦେଖିବାକୁ ମିଳିଛି। ଏଠାରେ ବାସ କରୁଥିବା ରମ୍‌ଜାନ ଓ ମୁବାରକ ଘରୁ ଲୁଚି ସ୍ଥାନୀୟ ରେଲ୍‌ଓ୍ବେ ଫାଟକଠାରେ ପ୍ରଭୁ ଶ୍ରୀଗଣେଶଙ୍କ ପୂଜାର୍ଚ୍ଚନା କରିଛନ୍ତି। ରମଜାନ୍‌ ସ୍ବପ୍ନରେ ଗଣେଶଙ୍କୁ ଦେଖିଥିବା କଥା ତାଙ୍କ ସାଙ୍ଗ ମୁବାରକଙ୍କୁ କହିଥିଲେ। ଏହାପରେ ଦୁଇ ସାଙ୍ଗ ଗଣେଶ ପୂଜା କରିବା ପାଇଁ ଘରୁ ଲୁଚି ପଳାଇଥିଲେ। ସ୍ଥାନୀୟ ଶାରଦା ବିହାର କଲୋନୀରେ ଗଣେଶ ପୂଜା ଲାଗି ସେମାନେ ଘର ଘର ବୁଲି ଚାନ୍ଦା ସଂଗ୍ରହ କରିଥିଲେ। ରେଲଓ୍ବେ ଫାଟକ ନିକଟରେ ବାଉଁଶ ତାଟିରେ ଛୋଟ ପେଣ୍ଡାଲ ତିଆରି କରି ସେଠାରେ ଗଣେଶଙ୍କ ମୂର୍ତ୍ତି ସ୍ଥାପନ କରିଥିଲେ। ଲୋକେ ପେଣ୍ଡାଲ ଦେଖି ସେଠାରେ ପୂଜା କରିବାକୁ ଆସିଥିଲେ। ଦୁଇ ନାବାଳକଙ୍କୁ ସ୍ଥାନୀୟ ଲୋକେ ଖାଇବାକୁ ମଧ୍ୟ ଦେଇଥିଲେ। ତେବେ ଦୁଇଦିନ ଧରି ଘରୁ ରମଜାନ୍‌ ଏବଂ ମୁବାରକ ନିଖୋଜ ହେବା ପରେ ପରିବାର ସଦସ୍ୟ ପୋଲିସ ଥାନାରେ ଖବର ଦେଇଥିଲେ। ପୋଲିସ ସହରସାରା ଦୁଇ ନାବାଳକଙ୍କୁ ଖୋଜିବା ପରେ ରେଲଓ୍ବେ ଫାଟକ ପାଖରୁ ସେମାନଙ୍କୁ ଉଦ୍ଧାର କରିଥିଲେ। ପଚରାଉଚରା ପରେ ଦୁଇ ନାବାଳକ ସତକଥା ପ୍ରକାଶ କରିଥିଲେ। ତେବେ ଦୁଇଜଣଙ୍କ ଉତ୍ତର ସମସ୍ତଙ୍କୁ ଯେତିକି ଖୁସି କରିଥିଲା ସେତିକି ବିସ୍ମିତ କରିଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ଗ୍ରୀନ୍‌ ବାବୁ

ଦିଲ୍ଲୀକା ବାବୁ/ ଦିଲୀପ ଚେରିଏନ୍‌ ଅଧିକରୁ ଅଧିକ ଲୋକେ ଟି.ଏନ୍‌. ଶେଷାନ୍‌ଙ୍କୁ ଜଣେ ବିଶାଳ ବ୍ୟକ୍ତିତ୍ୱ ଭାବେ ମନେରଖିଛନ୍ତି। ସେ ନିର୍ବାଚନ କମିଶନକୁ ଏକ ଶକ୍ତିଶାଳୀ...

ଅନ୍ୟ ପନ୍ଥା ନାହିଁ

ଆକାର ପଟେଲ ମୋର ବୟସ ୫୦ ହେଲାଣି ଏବଂ ବର୍ତ୍ତମାନ ଚାଲିଥିବା ସିଏଏ, ଏନ୍‌ଆର୍‌ସି ଓ ଏନ୍‌ପିଆର୍‌ ବିରୋଧୀ ଆନ୍ଦୋଳନ ପରି ଗଣଆନ୍ଦୋଳନ ଦେଖିନାହିଁ। ଜରୁରିକାଳୀନ...

ଛଦ୍ମ ଜାତୀୟତା

ଆକାର ପଟେଲ ଚାଇନାର ଅନୁପ୍ରବେଶ ପ୍ରସଙ୍ଗରେ ପ୍ରଧାନମନ୍ତ୍ରୀଙ୍କ ଆଭିମୁଖ୍ୟକୁ ନେଇ ସମସ୍ତେ ବିସ୍ମିତ ହୋଇଛନ୍ତି। ମୋଦି ନିଜକୁ ଜଣେ ଜାତୀୟତାବାଦୀ ବୋଲି ବିଜ୍ଞାପିତ କରିଆସିଛନ୍ତି। ତେଣୁ...

ଏବେ ଭଲରେ ଅଛୁ

ପ୍ରକାଶ ତ୍ରିପାଠୀ ଗତ ଦଶହରା ଛୁଟି ସମୟରେ କିଛିଦିନ କାଟିଥିଲି ମୋ ଗାଁରେ। ମହାଷ୍ଟମୀରେ ଗାଁ ଠାକୁରାଣୀଙ୍କ ପୀଠରେ ଜନ୍ତାଳ ଓ ଦଶହରାରୁ କୁମାରପୂର୍ଣ୍ଣମୀ ପର୍ଯ୍ୟନ୍ତ...

ଏଇ ଭାରତରେ

ଜେଲରେ ରହନ୍ତି ଜଣେ ମାତ୍ର କଏଦୀ। କଥାଟା ଆଶ୍ଚର୍ଯ୍ୟ ଲାଗିଲେ ବି ସତ। ଗୁଜରାଟ ନିକଟବର୍ତ୍ତୀ ଆରବ ସାଗରର ଡିଉ ଆଇଲାଣ୍ଡରେ ଥିବା ଡିଉ ଫୋର୍ଟରେ...

ଇଏ କ’ଣ ସତରେ ଗପ

ସୁଧାକର ଦାସ ଏବେ ଦିନେ ସକାଳୁ ଇଚ୍ଛା ହେଲା, ଘରେ ଚା’ ନ ପିଇ ଛକ ଦୋକାନରେ ଚା’ ପିଇବାକୁ। ଏମିତିରେ ଶୀତୁଆ ସକାଳର କଅଁଳ...

ଗୋଗୋଇଙ୍କ ଉତ୍ତରାଧିକାରୀ

ବ୍ୟକ୍ତିତ୍ୱ/ଜିତେନ୍ଦ୍ର କୁମାର ନାୟକ ଭାରତର ସୁପ୍ରିମକୋର୍ଟରେ ୧,୫୮,୬୬୯ ମାମଲା ବିଚାର ଲାଗି ପଡ଼ିରହିଛି। ୨୭ ଜୁନ୍‌ ୨୦୧୯ରେ ପ୍ରକାଶିତ ଏକ ରିପୋର୍ଟରୁ ଏହା ଜଣାପଡ଼ିଛି। ମାମଲାଗୁଡ଼ିକର...

ଏଇ ଭାରତରେ

ବନବାସୀମାନଙ୍କ ଜୀବନଶୈଳୀକୁ ପ୍ଲାଷ୍ଟିକ ମୁକ୍ତ କରିବାରେ ଲାଗିଛନ୍ତି ପଶ୍ଚିମବଙ୍ଗର ସିଦ୍ଧାର୍ଥ ବ୍ଲୋନେ ଓ ସ୍ବେତା ପ୍ରଧାନ। ଏହି ଦମ୍ପତିଙ୍କ ବୟସ ପାଖାପାଖି ୪୦ ହେବ। ପଶ୍ଚିମବଙ୍ଗ...

Coronavirus Update


Archives

Model This Week

Why Dharitri