ଏଇ ଭାରତରେ

ଉତ୍ତରପ୍ରଦେଶ ବରେଲିର ଇଜ୍ଜତନଗର ଥାନା ଅଞ୍ଚଳରେ ଏପରି ଏକ ଘଟଣା ଘଟିଛି ଯାହା ସମସ୍ତଙ୍କୁ ଚକିତ କଲାଭଳି। ନୁରୁଲ ହାସନ ନାମକ ଜଣେ ରିକ୍ସା ଚାଳକ ଫେସ୍‌ବୁକ୍‌ରେ ନିଜକୁ ଆଇପିଏସ୍‌ ଅଧିକାରୀ ବୋଲି ପରିଚୟ ଦେଇଥିଲେ। ଏହାପରେ ଯୁବତୀମାନେ ତାଙ୍କ ପ୍ରେମରେ ପଡ଼ିଥିଲେ ବୋଲି ସେ କହିଛନ୍ତି। ସୂଚନାଯୋଗ୍ୟ, ନୁରୁଲ ପ୍ରଥମେ ଫେସ୍‌ବୁକ୍‌ରେ ଆକାଉଣ୍ଟ ଖୋଲିବା ପରେ ଆଇପିଏସ୍‌ ବେଶରେ ଏକ ଫଟୋ ପକାଇ ପ୍ରୋଫାଇଲରେ ଆଇପିଏସ୍‌ ବୋଲି ଉଲ୍ଲେଖ କରିଥିଲେ। ଖୁବ୍‌ କମ୍‌ଦିନ ମଧ୍ୟରେ ତାଙ୍କର ପ୍ରାୟ ୫ଶହ ବନ୍ଧୁ ହୋଇ ଯାଇଥିଲେ। ଧୀରେ ଧୀରେ ଏହା ବଢି ୫ ହଜାରରେ ପହଞ୍ଚିଥିଲା। ଆଉ ଏହି ୫ ହଜାର ବନ୍ଧୁଙ୍କ ମଧ୍ୟରୁ ପ୍ରାୟ ସାଢେ ୩ ହଜାର ଥିଲେ ଯୁବତୀ। ଏମାନେ ନୁରୁଲଙ୍କୁ ଆଇପିଏସ୍‌ ଭାବି ତାଙ୍କ ପ୍ରେମରେ ପଡ଼ିଥିବା ସେ କୁହନ୍ତି। ତେବେ ଏହି ଯୁବତୀମାନଙ୍କ ମଧ୍ୟରୁ ଅନେକ ନୁରୁଲଙ୍କୁ ଆଇ ଲଭ୍‌ ୟୁ ମେସେଜ୍‌ ପଠାଇଥିବା ବେଳେ ନୁରୁଲ ମଧ୍ୟ ସେହି ସମାନ ମେସେଜ୍‌ ପୋଷ୍ଟ କରିଥିଲେ। ସେମାନଙ୍କ ମଧ୍ୟରୁ ଅଧିକାଂଶ ହେଉଛନ୍ତି ବରେଲିର। ନୁରୁଲ କୁହନ୍ତି ସେ ହାଇସ୍କୁଲ ପାସ୍‌ କରିନାହାନ୍ତି। କିନ୍ତୁ ଅଳ୍ପକିଛି ଇଂଲିଶ ଜାଣିଛନ୍ତି। ତେବେ ଏ ସମସ୍ତ ଘଟଣା ତାଙ୍କ ସ୍ତ୍ରୀ ଜାଣିବା ପରେ ନୁରୁଲଙ୍କର ପାଖାପାଖି ୫ଟି ମୋବାଇଲ ଭାଙ୍ଗି ଦେଇଥିଲେ। ହେଲେ ଏତିକିରେ ସୁଧୁରି ନ ଥିଲେ ନୁରୁଲ। ଏହାପରେ ମଧ୍ୟ ସେ ଚାଟିଂ ଜାରି ରଖିଥିବାରୁ ତାଙ୍କ ସ୍ତ୍ରୀଙ୍କ ଅଭିଯୋଗ କ୍ରମେ ଏବେ ପୋଲିସ ତାଙ୍କୁ ଗିରଫ କରିଛି।


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ରବିବାର ଭୋର ୪ଟା ହୋଇଗଲେ ମୁମ୍ବାଇର ପୂଜା ଓ ଦୀପେଶ ଡେଢ଼ିହାଙ୍କ ଘରେ ରୋଷେଇ ଆରମ୍ଭ ହୋଇଯାଏ । ଯେ କେହି ଭାବିବେ, ଏହି ଦମ୍ପତି ଏତେ…

ବୁଢ଼ା ଡଙ୍ଗରର ଆତ୍ମକାହାଣୀ

ମୁଁ ବୁଢ଼ା ଡଙ୍ଗର। ମୋର ଜନ୍ମ ଇତିହାସ କେତେ ନିୟୁତ ବର୍ଷର ପୁରୁଣା। ମୋର ପରିଚୟ କାହାରିକୁ ଜଣାନାହିଁ। ତଥାପି ମୁଁ ଗୋଟିଏ ଭୂଖଣ୍ଡର ପରିଚୟ ହୋଇ…

ସବୁଠୁ ନିଜର

ଏକ ସମୟ ଥିଲା, ଯେତେବେଳେ ମଣିଷ ନିଜର ସୁଖ-ଦୁଃଖ ବାଣ୍ଟିବା ପାଇଁ ପରିବାର, ସାଙ୍ଗସାଥୀ ଓ ପଡ଼ୋଶୀଙ୍କୁ ଖୋଜୁଥିଲା। କିନ୍ତୁ ଆଜି ସକାଳୁ ଆଖି ଖୋଲିବାଠାରୁ ରାତିରେ…

ଅନୁଦାନ ଅନୁକମ୍ପା ନୁହେଁ, ଅଧିକାର

ଶିକ୍ଷାର ବିକାଶ ନିମନ୍ତେ ଶିକ୍ଷାନୁଷ୍ଠାନ ଖୋଲିବା ସରକାରଙ୍କ ଦାୟିତ୍ୱ। ମାତ୍ର ଛାତ୍ରୀଛାତ୍ରଙ୍କ ଆବଶ୍ୟକତା ଦୃଷ୍ଟିରୁ ସ୍ବାଧୀନତାର କେଇ ଦଶନ୍ଧି ପର୍ଯ୍ୟନ୍ତ ପର୍ଯ୍ୟାପ୍ତ ନ ଥିଲା ଓଡ଼ିଶାର ଶିକ୍ଷାନୁଷ୍ଠାନ।…

ଇସ୍ରୋ ବିକ୍ରି

ଅନ୍ୟ ଦେଶ ସହିତ ଭାରତର ଘରୋଇ କମ୍ପାନୀଗୁଡ଼ିକର ତୁଳନା କରାଯାଇପାରିବ ନାହିଁ। ଉଦାହରଣ ଦେଖିବାକୁ ଗଲେ ଅନେକ ଅଛି। ଘରୋଇ କମ୍ପାନୀ ଦ୍ୱାରା ନିର୍ମିତ ଏବଂ ପରିଚାଳିତ…

୯/୧୧ ପରବର୍ତ୍ତୀ ଯୁଦ୍ଧ

ଆଉ ଦିନ କେଇଟା ପରେ ସେପ୍ଟେମ୍ୱର ୧୧ ଆକ୍ରମଣକୁ ୨୫ ବର୍ଷ ହୋଇଯିବ। ଆମେରିକୀୟମାନେ ଶୋକ ପ୍ରକାଶ କରିବେ ଏବଂ ଅନ୍ୟ ଏକ ଯୁଦ୍ଧ ଯୋଗୁ ସେମାନଙ୍କ…

କୁଆଡ଼େ ଗଲା ପ୍ରତିଯୋଗିତା

ରତ ଏକ ଉଦାରୀକୃତ ଓ ପ୍ରତିଯୋଗିତାମୂଳକ ଅର୍ଥନୀତି ଦିଗରେ ଆଗକୁ ବଢୁଛି ବୋଲି ଦୀର୍ଘଦିନ ଧରି କୁହାଯାଉଛି। କିନ୍ତୁ ସାମ୍ପ୍ରତିକ ତଥ୍ୟ ଓ ଅଧ୍ୟୟନ ଏହି ଧାରଣା…

ବିକାଶୋନ୍ମୁଖୀ ଭାରତର ଦୁଃଖ

ଉତ୍ତର-ପୂର୍ବାଞ୍ଚଳ ରାଜ୍ୟ ଅରୁଣାଚଳ ପ୍ରଦେଶର ପ୍ରାୟ ୫୦ କିଲୋମିଟର ଅଞ୍ଚଳ ମଧ୍ୟକୁ ଚାଇନା ଅନୁପ୍ରବେଶ କରିସାରିଲାଣି। ଏକଥା କହିଛନ୍ତିି ରାଜ୍ୟର ଭାଜପା ସାଂସଦ ତାପିର ଗାଓ ା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri