ଏଇ ଭାରତରେ

କୁକୁର ବିବାହ କରାଇଲେ ଗ୍ରହ ଦୋଷ ଖଣ୍ଡନ ହୋଇଥାଏ ବୋଲି ଲୋକେ ବିଶ୍ୱାସ କରନ୍ତି। ଯେଉଁ ପରିବାର ଏହି କୁକୁର ବିବାହ କରିଥାଆନ୍ତି ସେମାନଙ୍କ ଘରେ ଯାହାର କୁଣ୍ଡଳୀ ଦୋଷ ଥାଏ ତାହା ମଧ୍ୟ ଖଣ୍ଡନ ହୋଇଥାଏ। ସେହି ଘରେ ଥିବା ଅବିବାହିତ ଯୁବତୀ ଯୁବକଙ୍କ ଶୀଘ୍ର ବିବାହ ହେବା ସହ ସୁଖମୟ ଦାମ୍ପତ୍ୟ ଜୀବନ ଆରମ୍ଭ ହୋଇଥାଏ। କୁକୁର ବାହାଘର କଥା ଶୁଣିଲେ କଥାଟା ଟିକେ ଅଡୁଆ ଲାଗୁଛି ନିଶ୍ଚୟ। ହେଲେ ନିକଟରେ ବାରାଣସୀରେ ଏମିତି ଏକ ବିବାହ ଦେଖିବାକୁ ମିଳିଛି। ଆଲ୍ଲାହାବାଦ ବା ପ୍ରୟାଗରାଜଠାରୁ ୫୦ କିଲୋମିଟର ଦୂର କୋରାଓ ଗାଁରେ ଅନୁଷ୍ଠିତ ହୋଇଛି ଏହି ନିଆରା ବିବାହ। ସ୍ଥାନୀୟ ହିନ୍ଦୁ ସମ୍ପ୍ରଦାୟର ଲୋକେ ବୈଦିକ ରୀତିନୀତି ଅନୁଯାୟୀ ଏକ ଅଣ୍ଡିରା କୁକୁର ସହିତ ଗୋଟିଏ ମାଈ କୁକୁରର ବିବାହ କରିଛନ୍ତି। ତେବେ ଏହି ବିବାହ ପାଇଁ କାର୍ଡ ଛପାଯିବା ସହ ବିବାହ କାର୍ଯ୍ୟକ୍ରମରେ ବନ୍ଧୁବାନ୍ଧବ ଯଥାରୀତି ଯୋଗ ଦେଇଥିଲେ। ଏମିତି କି ବରଯାତ୍ରୀ ପ୍ରସେସନରେ ଯିବା ସହ ଲୋକେ ନାଚିଗାଇ ମଉଜ କରିଥିଲେ। ଏହାପରେ ଭୋଜିଭାତ ଆୟୋଜନ କରାଯାଇଥିଲା। ଠିକ୍‌ ମଣିଷଙ୍କ ଭଳି କୁକୁର ଦୁଇଟିଙ୍କୁ ସଜ କରି ବିବାହ ମଣ୍ଡପକୁ ନିଆଯାଇଥିଲା। ଆଉ ବିବାହ ପରେ ଏମାନଙ୍କୁ ବିଦାୟୀ ମଧ୍ୟ ଦିଆଯାଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ପରୀକ୍ଷାକବଳିତ ଶିକ୍ଷା

ଡ. ସୁବାସ ଚନ୍ଦ୍ର ପାତ୍ର ପ୍ର ଖ୍ୟାତ ଦିବଂଗତ ନାଟ୍ୟକାର ପ୍ରମୋଦ ତ୍ରିପାଠୀଙ୍କ ନାଟକ ‘ଶଁବାଳୁଆ’ରେ ଜଣେ ସ୍କୁଲ ଶିକ୍ଷକ ପ୍ରଧାନ ଶିକ୍ଷକଙ୍କୁ ପ୍ରଦାନ କରିଥିବା...

ଏଇ ଭାରତରେ

ଭାରତର ବିଭିନ୍ନ ଅଞ୍ଚଳରେ ଭିନ୍ନ ଭିନ୍ନ ପରମ୍ପରା ଚଳିଆସୁଛି। ଏସବୁ ପରମ୍ପରା ପଛରେ ଅନେକ କାହାଣୀ ରହିଥାଏ। ଉତ୍ତରପ୍ରଦେଶର ମହାରାଜଗଞ୍ଜ୍‌ ଜିଲା ବେଲଓ୍ବା ଚୌଧ୍‌ରୀ ଗାଁରେ...

ସବୁଥିରେ ପଲିଟିକ୍ସ

ସବ୍ୟସାଚୀ ଅମିତାଭ ଗଣତନ୍ତ୍ର କ୍ଷମତା ଦେଇଛି। ନିଜେ ନିଜର ଶାସନ କରିବାର କଳା ଲୋକଙ୍କୁ ଶିଖାଇଛି। ହେଲେ ବର୍ତ୍ତମାନ ସମୟର ରାଜନୀତି ଗଣତନ୍ତ୍ରକୁ ଧୀରେ ଧୀରେ...

ଏଇ ଭାରତରେ

କରୋନା ମୁକାବିଲା କରିବା ଲାଗି ଭାରତରେ ଲକ୍‌ଡାଉନ ସମୟରେ ଲୋକେ ଗ୍ରସେରୀ ଦୋକାନ ଆଗରେ ଲମ୍ବାଧାଡି ଲଗାଉଥିବାବେଳେ ଅରୁଣାଚଳପ୍ରଦେଶର ଏକ ଦୁର୍ଗମ ଜିଲାରେ ସ୍ବେଚ୍ଛାସେବୀମାନେ ଲୋକମାନଙ୍କ...

ଏଇ ଭାରତରେ

ଈଶ୍ୱର ସର୍ବବ୍ୟାପକ ବୋଲି ଅନୁଭବ କରନ୍ତି ବିହାର ନାଳନ୍ଦା ଜିଲାର ମାଢି ଗ୍ରାମବାସୀମାନେ। ସେମାନେ ମନ୍ଦିର, ମସ୍‌ଜିଦ, ଗିର୍ଜା, ଗୁରୁଦ୍ୱାର ସବୁଠି ଈଶ୍ୱର ସତ୍ତା ଉପଲବ୍ଧିି...

ଇତିହାସରୁ ଶିଖିଲୁ ନାହିଁ

ଆକାର ପଟେଲ ଭାରତରେ ଆଜିକାର ଦିନଗୁଡ଼ିକ ଆମକୁ ବିଭାଜନ ପର୍ଯ୍ୟନ୍ତ ନେଇଯାଇଥିବା ଦିନଗୁଡ଼ିକ କିପରି ଥିଲା ତାହା ଜଣାଇ ଦେଉଛି। ଲୋକମାନେ ଧର୍ମ ଭିତ୍ତିରେ ସେମାନଙ୍କ...

ଏଇ ଭାରତରେ

ବିହାରରେ ଜଣେ ଚାଷୀଙ୍କ ପୁଅଙ୍କୁ ଉଲ୍ଲେଖନୀୟ ସାମାଜିକ କାର୍ଯ୍ୟ ପାଇଁ ସମ୍ମାନଜନକ ଗ୍ରେନେଲ୍‌ ପୁରସ୍କାର ପ୍ରଦାନ କରାଯିବାକୁ ନିଷ୍ପତ୍ତି ନିଆଯାଇଛି। ଗୟା ଜିଲାର ହମ୍‌ଜାପୁର ଗାଁର...

ଏଇ ଭାରତରେ

ସେବା କରିବାରେ ସବୁଠାରୁ ଅଧିକ ଆନନ୍ଦ ମିଳିଥାଏ, ଏ କଥା ହୁଏତ ଅନୁଭବ କରିଛନ୍ତି ସରିତା କାଶ୍ୟପ। ସେ ଚାକିରି ଛାଡି ରାସ୍ତାକଡ଼ରେ ରହୁଥିବା ପିଲା...

Coronavirus Update


Archives

Model This Week

Why Dharitri