ଗଣେଶପୂଜା: ସେଦିନ ଓ ଆଜ

ଡ. ଭାଗ୍ୟଲିପି ମଲ୍ଲ

ଆମ ସାମାଜିକ ଓ ସାଂସ୍କୃତିକ ଜୀବନରେ ଭାଦ୍ରବ ମାସର ଶୁକ୍ଳ ଚତୁର୍ଥୀ ସ୍ବତନ୍ତ୍ର। ସେହି ଦିନଟିକୁ ଆମେ କହୁ ଗଣେଶ ଚତୁର୍ଥୀ। ଦିନଟି ଗୁରୁତ୍ୱପୂର୍ଣ୍ଣ ହେବାର କାରଣ ଦୁଇଟି। ଆମେ ଏକ ବିଶେଷ ସତ୍ତା ଭିତରେ ଦୁଇଟି ଭାବକୁ ପୂଜାକରୁ। ସେହି ଭାବର ଦେବତା ଆମକୁ ସୁରକ୍ଷା ଦିଅନ୍ତି, ବିଦ୍ୟା ବି ଦିଅନ୍ତି। ଘର ବା ସମାଜର ଯେକୌଣସି ମାଙ୍ଗଳିକ କାର୍ଯ୍ୟରେ ସର୍ବପୂଜ୍ୟ ଓ ଅଗ୍ରପୂଜ୍ୟ ଦେବତା ସେ ଏବଂ ସକଳ ବିଦ୍ୟାର ଅଧିକାରୀ ମଧ୍ୟ ସେ। ସବୁଠାରୁ ବଡ଼କଥା, ଏହି ଦିନ ଗଣେଶଙ୍କ ଜନ୍ମଦିନ। ତେଣୁ ଚାରିଆଡ଼ ଉତ୍ସବମୁଖର ହୋଇଉଠେ ଏହି ଦେବତାଙ୍କ ପାଇଁ।
ପୂଜାଦିନ ଆସିଲେ ସ୍କୁଲ୍‌ ଓ ଗଁା ଘର ଲିପାପୋଛା ହୁଏ, କାନ୍ଥ-ଚଟାଣରେ ଝୋଟି ପଡ଼େ। କଇଁଫୁଲ ଓ ଆମ୍ବଡାଳର ତୋରଣରେ ହସିଉଠେ ପରିମଣ୍ଡଳ। ସକାଳୁ ସକାଳୁ ମାଟିରେ ତିଆରି ହୋଇଥିବା ଗଣେଶଙ୍କୁ ସୁବେଶ କରିଦିଆଯାଏ। କନିଅର, ଟଗର, କଇଁଫୁଲର ମାଳା ବେକରେ ଲମ୍ବେଇ ଦିଆଯାଏ। ପିଲାଙ୍କ ଗହଣରେ ପରିବେଶ ମୁଖରିତ ହୋଇଉଠୁଥାଏ। ନୂଆଚାଟ ଖଡ଼ି ଛୁଏଁ। ପାଖରେ ଗୁରୁ। ଛୋଟ ପିଲାଟିର ହାତରେ ନୂଆ ସିଲଟ ଓ ଖଡ଼ି। ଗୁରୁଙ୍କ ହାତମୁଠାରେ ପିଲାଟିର ଖଡ଼ିଧରା ମୁଠା। ପାଠର ଆରମ୍ଭ ‘ସିଦ୍ଧିରସ୍ତୁ’। ତା’ପରେ ତିନୋଟି ଛୋଟଛୋଟ ମୁଣ୍ଡୁଳା- ବ୍ରହ୍ମା, ବିଷ୍ଣୁ, ମହେଶ୍ୱର।
କାଇଁଚ ପାଛିଆରେ ପିଲାଟି ତା’ ପ୍ରିୟ ଗଣେଶଙ୍କ ପାଇଁ ଆଣିଥାଏ ଉଖୁଡ଼ା, ନଡ଼ିଆ, କଦଳୀ ଓ ଖସାଲଡୁ। ପୂଜା ଶେଷହୁଏ ପୁଷ୍ପାଞ୍ଜଳିରେ। ‘ଖର୍ବଂ ସ୍ଥୂଳତନୁଂ ଗଜେନ୍ଦ୍ରବଦନଂ ଲମ୍ବୋଦରଂ ସୁନ୍ଦରମ୍‌’- ଏ ଶ୍ଳୋକଟି କେବେ ଜନ୍ମ ନେଇଥିଲା ଆମେ ଜାଣିନୁ, ମାତ୍ର ସବୁଦିନ ପାଇଁ ଲେଖା ହୋଇଯାଏ ତା’ ଚେତନାରେ।
ସେଦିନ ବଦଳିଗଲାଣି। ଏବେ ଗଣେଶଙ୍କ ଦୁଇ ହାତ ବଦଳରେ ହାତର ସଂଖ୍ୟା ବଢ଼ି ବଢ଼ି ଚାଲିଛି। ତାଙ୍କ ହାତରେ କେବଳ ଆଉ ଲଡୁ ବା ପୋଥି ନାହିଁ, କେତେ କେତେ ଆୟୁଧ। ହାତରେ ଅଭୟମୁଦ୍ରା ବି ଅଛି। କେଉଁଠି ନାଚୁଛନ୍ତି, କେଉଁଠି ବଇଁଶୀ ବା ମୃଦଙ୍ଗ ବଜାଉଛନ୍ତି ତ କେଉଁଠି ରଣ ପାଇଁ ପ୍ରସ୍ତୁତ।
ସବୁଠୁ ବଡ଼ କଥା, ସେ କାଳେ ସୁନ୍ଦର ଅନ୍ୟ ସକଳ ଦେବତାଙ୍କଠାରୁ। ହାତୀପରି ମୁଣ୍ଡ, ଥନ୍ତଲପେଟ, ଗଭୀର ନାଭି, ମୋଟାମୋଟା ଜଂଘ, ବଡ଼ବଡ଼ ପାଦ, ପ୍ରସାରିତ ପାପୁଲି, ଛାତିରେ ପଇତା, ଦେହସାରା ଅଳଙ୍କାର, ମଥାରେ ଚନ୍ଦନ। ଏପରିକି ବାପାଙ୍କ ପ୍ରିୟ ସାପ ବି ତାଙ୍କର ଅଳଙ୍କାର। ଏତେବଡ଼ ପୃଥୁଳକାୟ ଦେବତାଙ୍କର ବାହନ ପୁଣି ଛୋଟିଆ ମୂଷାଟିଏ। କାହିଁକି? ତାଙ୍କୁ କ’ଣ ଆଉ କୌଣସି ଜୀବ ମିଳିଲେନି? ପୁଣି ଏପରି ଏକ ବିଚିତ୍ର ଦେବତା ସୁନ୍ଦରତମ ହେଲେ କେମିତି?
ଗଣେଶ କ’ଣ କହି ଦେଉଛନ୍ତି କି, ସୁନ୍ଦରତା ଦେହର ଗଢ଼ଣରେ ନାହିଁ, ବିଦ୍ୟା ହିଁ ସୁନ୍ଦର? ବିଦ୍ୟାବନ୍ତ ସକଳ ରୂପର ଯେପରି ଏକ ଅପରୂପ ଉଦ୍‌ଭାସ। ଥରେ ବିଦ୍ୟାରେ ଜଣେ ପରିସ୍ନାତ ହୋଇପାରିଲେ ସେ ସମସ୍ତଙ୍କୁ ଆକର୍ଷଣ କରେ। ପୁଣି ମୂଷା ନାମକ ଜୀବଟି କ’ଣ ଆମକୁ କହି ଦିଏ କି, ମୁଁ ସବୁକିଛି ବନ୍ଧୁରତା, କଠୋରତାକୁ ମୋର କୁନିକୁନି ଦାନ୍ତରେ ଭାରି ସହଜରେ ଭେଦି ଯାଇପାରେ। ଯାଇପାରେ ଗଭୀରରୁ ଗଭୀରତମକୁ। ସବୁ ସମ୍ପଦକୁ ନିଜ ଘର ଭିତରେ ସମ୍ପାଦି ଦେଇପାରେ। ଏପରିକି ତୁମ ସଞ୍ଚିତ ସମ୍ପଦକୁ ଓ ଚୁଟିକୁ ବି। ତୁମେ ସତର୍କ ନ ହେଲେ ନିଜକୁ ନିରାପତ୍ତା ଦେଇପାରିବ ନାହିଁ। ମୁଁ ତୁମର ସତର୍କ ଘଣ୍ଟି। ତୁମେ ଅବଶ୍ୟ ମୋତେ ଶତ୍ରୁ ମଣ। ବିଭିନ୍ନ ଉପାୟରେ ମୋ ଜୀବନକୁ ନିଅ, ମାତ୍ର ନେଇ ପାର କି? ମୋତେ ଆବିଷ୍କାର କର, ମୁଁ ତଥାପି ବଞ୍ଚିଛି, ଏକ ପ୍ରଚଣ୍ଡ ପ୍ରତିପତ୍ତିଶାଳୀ ବିଦ୍ୟା-ବିଭବରେ ଅପରାଜେୟ ବ୍ୟକ୍ତିତ୍ୱ ଗଣେଶଙ୍କ ପାଦତଳେ ଏବଂ ତାଙ୍କୁ ବୋହି ଚାଲିଛି। ଯିଏ ବିଦ୍ୟାର ବହନକାରୀ, ସେ ଅମର।
ଆମ ଭାରତୀୟ ସଂସ୍କୃତିରେ ଏହି ବିଦ୍ୟାର ଦେବତା କାଳେ ମହାମାୟା ପାର୍ବତୀଙ୍କ ମାନସ-ସନ୍ତାନ, ଯିଏ ବାଳୁତ କାଳରୁ ମହାଯୋଗୀ ଶିବଙ୍କ ସହିତ ମଧ୍ୟ ଯୁଦ୍ଧ କରିବାକୁ ଆହ୍ବାନ ଦେଇପାରେ ଏବଂ ଯିଏ କହିଦେଇପାରେ, ତା’ କାନ୍ଧରୁ ମୁଣ୍ଡକୁ ବିଯୁକ୍ତ କରି ଦେଇଥିବା ଅସ୍ତିତ୍ୱକୁ- ହେ ଈଶ୍ୱର! ତୁମେ ମୋତେ ଶେଷ କରିପାରିବ ନାହିଁ, ବିଦ୍ୟାର ଶେଷ ନାହିଁ, ବୀରତ୍ୱର ଶେଷ ନାହିଁ। ସାଧନା, ଉତ୍ସାହର ବି ଶେଷ ନାହିଁ। ଅନ୍ୟର ନିରାପତ୍ତା ପାଇଁ ସମର୍ପିତ ଏକ ପ୍ରତିଶ୍ରୁତିବଦ୍ଧ ଅସ୍ତିତ୍ୱର ଶେଷ ନାହିଁ, ସେ ବଞ୍ଚତ୍ବ ଯାବତ୍‌ ଚନ୍ଦ୍ରାର୍କ। ଈଶ୍ୱର ଆଶ୍ଚର୍ଯ୍ୟ ହୁଅନ୍ତି- ଏକ ମହାପରାକ୍ରମଶାଳୀ ଅସ୍ତିତ୍ୱର କାନ୍ଧରେ ଯୋଡ଼ିଦିଅନ୍ତି ହାତୀର ମୁଣ୍ଡଟିଏ। ସେହି ଆଶ୍ଚର୍ଯ୍ୟ ଦେବତା ଆମ ଗଣେଶ, ଭାରତୀୟ ସଂସ୍କୃତିର ଆଦିପୂଜ୍ୟ ଏବଂ ସକଳ ବିଦ୍ୟାର ପ୍ରତୀକ। ଜନ୍ମ ବୈଦିକ କାଳରୁ।
ସେହି ବୈଦିକ ଦେବତାଙ୍କ ନିରାଜନା ଏବେ ଭିନ୍ନ ମୋଡ଼ ନେଇଛି। ଗଁା, ସହର, ସାହି, ବସ୍ତି- ସବୁଠି ଗଣେଶ ବର୍ତ୍ତମାନ। ଭିନ୍ନ ଭିନ୍ନ ଦଳଙ୍କର ଚାନ୍ଦା ଆଦାୟରେ ଏବେ ଆମ ଗଣେଶ ଅତିଷ୍ଠ। କେତେ ରୂପରେ ତାଙ୍କ ଅବତାରଣାରେ ତାଙ୍କ କଣ୍ଠ ବାଷ୍ପରୁଦ୍ଧ। ପୁଣି ବିସର୍ଜନରେ ତାଙ୍କ ଅବସ୍ଥା ଆହୁରି ବାରଣ୍ଡା ଦି’କଡ଼ା। ଡିଜେ ବାଜାର ଶବ୍ଦରେ ଉଚ୍ଚାଙ୍ଗ ନୃତ୍ୟଗୀତର ଉଚ୍ଚାଟ ପଦପାତ ତାଙ୍କୁ କେମିତି ଲାଗୁଥିବ କେଜାଣି?
ବିଦ୍ୟା ସବୁବେଳେ ନିର୍ମଳତାର ପ୍ରତୀକ। ମନ ହେଉ, ଦେହ ହେଉ ଅଥବା ପରିବେଶ, ଆମ ଗଣେଶଙ୍କୁ ବିସର୍ଜନରେ ଡିଜେ ବଜାଇ, ଉଚ୍ଚାଙ୍ଗ ନୃତ୍ୟଗୀତରେ ନଈ ବା ପୋଖରୀରେ ଭସେଇ ଦେଉଥିବା ବେଳେ, ଗଣେଶ ଶ୍ୱାସରୁଦ୍ଧ ହେବା ସ୍ବାଭାବିକ କଥା। ତେଣୁ ଏବେ ତାଙ୍କ ମୃଣ୍ମୟ ଅବୟବକୁ ସ୍ବତନ୍ତ୍ର ସ୍ଥାନରେ ବିସର୍ଜନ କରାଯିବା ଲାଗି ନିଆଯାଉଥିବା ପଦକ୍ଷେପ ସ୍ବାଗତଯୋଗ୍ୟ। ଏତେସବୁ ବାଜା, ରୋଶଣୀ, ଆଲୋକର ସାଜସଜ୍ଜା ଭିତରେ କାହିଁକି କେଜାଣି ଗଣେଶ ପୂଜା ଦିନ ଗଁାର ସେ ପଛଦିନ ମନେପଡ଼େ!
ମୋ-୯୪୩୯୨୮୧୫୬୧


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ଜଳବାୟୁ ପରିବର୍ତ୍ତନ ସଙ୍କଟ ଗମ୍ଭୀର ହେବାରେ ଲାଗିଛି। ପ୍ରାକୃତିକ ବିପର୍ଯ୍ୟୟର ତୀବ୍ରତା ବୃଦ୍ଧି ପାଉଥିବାବେଳେ କୃଷି ଓ ଜୀବନ ଜୀବିକା ପ୍ରଭାବିତ ହେଉଛି। ଏହାକୁ ନେଇ ଜାତୀୟ…

ଶେଷ ଧାଡ଼ିର ସ୍ବର

ଜଣେ ସରଳ, ଆଦିବାସୀ ମଣିଷର ବ୍ୟାଙ୍କକୁ ‘ଗୁହାରି’ ସାରା ବିଶ୍ୱକୁ ଚକିତ କଲା। ନିଜ ମୃତ ଭଉଣୀର ଖାତାରେ ଥିବା ଟଙ୍କା ଉଠାଣ ପାଇଁ କେତେଥର ବ୍ୟାଙ୍କକୁ…

ପରା ଓ ଅପରା ବିଦ୍ୟା

ବିଦ୍ୟା ୟା ବିମୁକ୍ତୟେ’ ଏମନ୍ତ ଆପ୍ତ ବାକ୍ୟ ସହିତ ସମସ୍ତେ ଊଣା ଅଧିକେ ଅବଗତ। ବିଷ୍ଣୁ ପୁରାଣରେ ଉଲ୍ଲିଖିତ ଏହି କଥାଟି ଏକ ଅବିସମ୍ବାଦିତ ସତ୍ୟ ଭାବରେ…

୩ ବର୍ଷ ପରେ ମଣିପୁର

ମଣିପୁରରେ ୨୦୨୩ ମେ’ ୩ରେ ଘଟିଥିବା ଜାତିଆଣ ହିଂସାକୁ ଏବେ ୩ ବର୍ଷ ପୂରିଛି। ଏହି ସମୟ ମଧ୍ୟରେ ନିର୍ବାଚିତ ମୁଖ୍ୟମନ୍ତ୍ରୀ ଏନ୍‌. ବୀରେନ୍‌ ସିଂ ପଦବୀରୁ…

ଏଇ ଭାରତରେ

ନଡ଼ିଆକତାକୁ ସାମଗ୍ରୀ ତିଆରି କରିବାରେ ଯେତିକି ବ୍ୟବହାର କରାଯାଉଛି ତାହାଠାରୁ ଅଧିକ ବର୍ଜ୍ୟ ଆକାରରେ ପିଙ୍ଗି ଦିଆଯାଉଛି। ତେବେ ଏହି କତା ବର୍ଜ୍ୟକୁ କେରଳର ଅର୍ଦ୍ରା ନାୟର…

ଯୋଗ ଦିବାରାତ୍ରି

ଭାରତ ନେତୃତ୍ୱରେ ସାରା ବିଶ୍ୱରେ ପାଳିତ ଯୋଗଦିବସରେ ଶହଶହ ଯୋଗୀ ଓ ଯୋଗିନୀ ବିଭିନ୍ନ ଆସନ, ପ୍ରାଣାୟାମ ଇତ୍ୟାଦି ପତଞ୍ଜଳିକୃତ ଯୋଗମାର୍ଗ ପ୍ରଦର୍ଶନ କରନ୍ତି । ଯୋଗ କଲେ…

ସବୁଜ ଶକ୍ତି ଓ ନିଯୁକ୍ତି ସୁଯୋଗ

ଶ୍ୱତାପନ ଓ ଜଳବାୟୁ ପରିବର୍ତ୍ତନ ପରି ଗମ୍ଭୀର ପରିବେଶ ସମସ୍ୟାର ପ୍ରଚ୍ଛଦରେ ରହିଛି ଶକ୍ତି ଉତ୍ପାଦନର ପ୍ରମୁଖ ଉତ୍ସ କୋଇଲା, ପେଟ୍ରୋଲିୟମ ତୈଳ ଏବଂ ପ୍ରାକୃତିକ ଗ୍ୟାସ…

ପକ୍ଷପାତ ବିଚାର

ଆପଣ ଯଦି ଜଣେ ସାଧାରଣ ବ୍ୟକ୍ତି, ତେବେ ଯେକୌଣସି ଦଳକୁ ସମର୍ଥନ କରିପାରିବେ ଏବଂ ଭୋଟ ଦେଇପାରିବେ। ଡିଏମ୍‌କେ, ଏଡିଏମ୍‌କେ, ଟିଡିପି, ଏନ୍‌ସିପି, ପିଡିପି, ଟିଏମ୍‌ସି, ଆଇଏନ୍‌ସି,…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri