ଏଇ ଭାରତରେ

ବିହାରର ମୁଜଫରପୁର ଅଞ୍ଚଳରେ ଭାଇଚାରା ଓ ସାମ୍ପ୍ରଦାୟିକ ସଦ୍‌ଭାବନାର ପରିଚୟ ଦେଇଛନ୍ତି ସେଠାରେ ବାସ କରୁଥିବା ମୁସଲମାନ୍‌ମାନେ। ଶ୍ରାବଣ ମାସ ଶେଷ ସୋମବାରରେ ବକ୍ରିଦ୍‌ର ପ୍ରଥମ ଦିନ ପଡୁଥିବାରୁ ଏହିଦିନ କୁର୍ବାନି କରାଯିବନାହିଁ ବୋଲି ବାବା ଗରିବନାଥ ମନ୍ଦିର ଆଖପାଖରେ ରହୁଥିବା ୩୦-୪୦ଟି ମୁସଲମାନ ପରିବାର ନିଷ୍ପତ୍ତି ନେଇ ଦେଶକୁ ଏକ ନୂଆ ବାର୍ତ୍ତା ଦେଇଛନ୍ତି। ଶ୍ରାବଣ ମାସର ଶେଷ ସୋମବାରରେ ବାବା ଗରିବନାଥ ମନ୍ଦିରରେ ଭଗବାନ ଶିବଙ୍କୁ ଜଳଲାଗି କରିବା ପାଇଁ ଲକ୍ଷାଧିକ କାଉଡିଆଙ୍କ ସମାଗମ ହୁଏ। ଶାନ୍ତିର ସହ କିଭଳି ଜଳାଭିଷେକ ଓ ମେଳା ସମାପନ ହେବ ସେଥିପାଇଁ ମୁସଲମାନମାନଙ୍କ ସହଯୋଗ ଏକ ଉଦାହରଣ ବୋଲି କୁହାଯାଇପାରେ। ସୋମବାର ବକ୍ରିଦ୍‌ର ପ୍ରଥମଦିନ ହେଲେ ବି ମୁସଲମାନ ପରିବାରରେ କୁର୍ବାନି କରାଯିବନାହିଁ ବୋଲି ଛାତା ବଜାର ମସ୍‌ଜିଦ କମିଟିର ସମ୍ପାଦକ କହିଛନ୍ତି। ମନ୍ଦିର ସମ୍ମୁଖରେ ଥିତ୍ବା ଛାତା ବଜାର ମସଜିଦରେ ମୌଲାନା ଶହିଦୁଜ୍ଜମାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ଏହା ଘୋଷଣା କରାଯାଇଛି। ବୈଠକରେ ମସଜିଦ କମିଟିର ସଦସ୍ୟଙ୍କ ସହ ଗରିବନାଥ ମନ୍ଦିର ପକ୍ଷରୁ କେତେକ ବ୍ୟକ୍ତି ଉପସ୍ଥିତ ରହିଥିଲେ। ତିନିଦିନ ବକ୍ରିଦ୍‌ ପାଳନ କରାଯାଉବାରୁ ପ୍ରଥମ ଦିନ ବ୍ୟତୀତ ଆଉ ଦୁଇଦିନ କୁର୍ବାନି କରାଯାଇପାରିବ ବୋଲି କୁହାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ରବିବାର ଭୋର ୪ଟା ହୋଇଗଲେ ମୁମ୍ବାଇର ପୂଜା ଓ ଦୀପେଶ ଡେଢ଼ିହାଙ୍କ ଘରେ ରୋଷେଇ ଆରମ୍ଭ ହୋଇଯାଏ । ଯେ କେହି ଭାବିବେ, ଏହି ଦମ୍ପତି ଏତେ…

ବୁଢ଼ା ଡଙ୍ଗରର ଆତ୍ମକାହାଣୀ

ମୁଁ ବୁଢ଼ା ଡଙ୍ଗର। ମୋର ଜନ୍ମ ଇତିହାସ କେତେ ନିୟୁତ ବର୍ଷର ପୁରୁଣା। ମୋର ପରିଚୟ କାହାରିକୁ ଜଣାନାହିଁ। ତଥାପି ମୁଁ ଗୋଟିଏ ଭୂଖଣ୍ଡର ପରିଚୟ ହୋଇ…

ସବୁଠୁ ନିଜର

ଏକ ସମୟ ଥିଲା, ଯେତେବେଳେ ମଣିଷ ନିଜର ସୁଖ-ଦୁଃଖ ବାଣ୍ଟିବା ପାଇଁ ପରିବାର, ସାଙ୍ଗସାଥୀ ଓ ପଡ଼ୋଶୀଙ୍କୁ ଖୋଜୁଥିଲା। କିନ୍ତୁ ଆଜି ସକାଳୁ ଆଖି ଖୋଲିବାଠାରୁ ରାତିରେ…

ଅନୁଦାନ ଅନୁକମ୍ପା ନୁହେଁ, ଅଧିକାର

ଶିକ୍ଷାର ବିକାଶ ନିମନ୍ତେ ଶିକ୍ଷାନୁଷ୍ଠାନ ଖୋଲିବା ସରକାରଙ୍କ ଦାୟିତ୍ୱ। ମାତ୍ର ଛାତ୍ରୀଛାତ୍ରଙ୍କ ଆବଶ୍ୟକତା ଦୃଷ୍ଟିରୁ ସ୍ବାଧୀନତାର କେଇ ଦଶନ୍ଧି ପର୍ଯ୍ୟନ୍ତ ପର୍ଯ୍ୟାପ୍ତ ନ ଥିଲା ଓଡ଼ିଶାର ଶିକ୍ଷାନୁଷ୍ଠାନ।…

ଇସ୍ରୋ ବିକ୍ରି

ଅନ୍ୟ ଦେଶ ସହିତ ଭାରତର ଘରୋଇ କମ୍ପାନୀଗୁଡ଼ିକର ତୁଳନା କରାଯାଇପାରିବ ନାହିଁ। ଉଦାହରଣ ଦେଖିବାକୁ ଗଲେ ଅନେକ ଅଛି। ଘରୋଇ କମ୍ପାନୀ ଦ୍ୱାରା ନିର୍ମିତ ଏବଂ ପରିଚାଳିତ…

୯/୧୧ ପରବର୍ତ୍ତୀ ଯୁଦ୍ଧ

ଆଉ ଦିନ କେଇଟା ପରେ ସେପ୍ଟେମ୍ୱର ୧୧ ଆକ୍ରମଣକୁ ୨୫ ବର୍ଷ ହୋଇଯିବ। ଆମେରିକୀୟମାନେ ଶୋକ ପ୍ରକାଶ କରିବେ ଏବଂ ଅନ୍ୟ ଏକ ଯୁଦ୍ଧ ଯୋଗୁ ସେମାନଙ୍କ…

କୁଆଡ଼େ ଗଲା ପ୍ରତିଯୋଗିତା

ରତ ଏକ ଉଦାରୀକୃତ ଓ ପ୍ରତିଯୋଗିତାମୂଳକ ଅର୍ଥନୀତି ଦିଗରେ ଆଗକୁ ବଢୁଛି ବୋଲି ଦୀର୍ଘଦିନ ଧରି କୁହାଯାଉଛି। କିନ୍ତୁ ସାମ୍ପ୍ରତିକ ତଥ୍ୟ ଓ ଅଧ୍ୟୟନ ଏହି ଧାରଣା…

ବିକାଶୋନ୍ମୁଖୀ ଭାରତର ଦୁଃଖ

ଉତ୍ତର-ପୂର୍ବାଞ୍ଚଳ ରାଜ୍ୟ ଅରୁଣାଚଳ ପ୍ରଦେଶର ପ୍ରାୟ ୫୦ କିଲୋମିଟର ଅଞ୍ଚଳ ମଧ୍ୟକୁ ଚାଇନା ଅନୁପ୍ରବେଶ କରିସାରିଲାଣି। ଏକଥା କହିଛନ୍ତିି ରାଜ୍ୟର ଭାଜପା ସାଂସଦ ତାପିର ଗାଓ ା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri