ଏଇ ଭାରତରେ

ବିହାରରେ ଜଣେ ଚାଷୀଙ୍କ ପୁଅଙ୍କୁ ଉଲ୍ଲେଖନୀୟ ସାମାଜିକ କାର୍ଯ୍ୟ ପାଇଁ ସମ୍ମାନଜନକ ଗ୍ରେନେଲ୍‌ ପୁରସ୍କାର ପ୍ରଦାନ କରାଯିବାକୁ ନିଷ୍ପତ୍ତି ନିଆଯାଇଛି। ଗୟା ଜିଲାର ହମ୍‌ଜାପୁର ଗାଁର ଶଫିକୁର ରହମନଙ୍କୁ ପୁରସ୍କାର ସ୍ବରୂପ ୭୦ଲକ୍ଷ ଟଙ୍କା ପ୍ରଦାନ କରାଯିବ। ମହିଳାଙ୍କ ଅଧିକାର ଲାଗି ଉଲ୍ଲେଖନୀୟ କାର୍ଯ୍ୟ କରୁଥିବା ବ୍ୟକ୍ତିବିଶେଷଙ୍କୁ ଏହି ପୁରସ୍କାର ପ୍ରଦାନ କରାଯାଇଥାଏ। ଉକ୍ତ ପୁରସ୍କାର ପାଇବାରେ ସେ ହେଉଛନ୍ତି ପ୍ରଥମ ଭାରତୀୟ। ସେ ୧୫ବର୍ଷ ବୟସରୁ ସାମାଜିକ କାର୍ଯ୍ୟ କରିଆସୁଛନ୍ତି। ବର୍ତ୍ତମାନ ସେ ହରିୟାଣା, ରାଜସ୍ଥାନ, ପଞ୍ଜାବ, ଉତ୍ତରପ୍ରଦେଶ, ପଶ୍ଚିମବଙ୍ଗ, ଝାଡ଼ଖଣ୍ଡ, ବିହାର ଆଦି ରାଜ୍ୟରେ ନିଜର ସାମାଜିକ କାର୍ଯ୍ୟ ଜାରି ରଖିଛନ୍ତି। ଦେଶରେ ତାଙ୍କର ୭୦ଟି ଟିମ୍‌ ସାମାଜିକ କାର୍ଯ୍ୟରେ ଜଡ଼ିତ ରହିଛନ୍ତି। ୨୦୦୪ରେ ସେ ଦିଲ୍ଲୀରେ ଗୋତି ଶ୍ରମିକ ବିରୋଧୀ ଆନ୍ଦୋଳନରେ ଅଂଶଗ୍ରହଣ କରିଥିଲେ। ୨୦୦୬ରେ ସେ ‘ଏମ୍ପ୍‌ପାଓ୍ବାର୍ଡ ପିପଲ’ ନାମକ ଏକ ସ୍ବେଚ୍ଛାସେବୀ ସଂସ୍ଥା ଗଠନ କରିଥିଲେ। ସେହିପରି କନ୍ୟାଭ୍ରୂଣ ହତ୍ୟାକୁ ବିରୋଧ କରି ସେ ୩ଶହ କିଲୋମିଟର ପଦଯାତ୍ରା କରିଛନ୍ତି। ଇତିମଧ୍ୟରେ ଶଫିକୁର ୫ହଜାରରୁ ଅଧିକ ମହିଳାଙ୍କୁ ଆତ୍ମନିର୍ଭରଶୀଳ କରାଇ ସାରିଲେଣି। ଶଫିକୁରଙ୍କ ଏଭଳି ଜନହିତକର କାର୍ଯ୍ୟ ଅନ୍ୟମାନଙ୍କ ପାଇଁ ପ୍ରେରଣାପ୍ରଦ ନିଶ୍ଚୟ।


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ଯାନବାହନ ଚଳାଚଳ, ଶିଳ୍ପ ବିକାଶ ସହ ଆମ ଅବ୍ୟବସ୍ଥିତ ଜୀବନଶୈଳୀ ଯୋଗୁ ଅଧିକ ଧୂଆଁ ଓ ସବୁଜଗୃହ ବାଷ୍ପ ନିର୍ଗମନ ବୃଦ୍ଧିପାଉଛି । ଫଳରେ ବାୟୁମଣ୍ଡଳ...

ଏଇ ଭାରତରେ

ଭବିଷ୍ୟତରେ ଜଳ ସଙ୍କଟ ଦେଖାଦେବ। ଏଥିତ୍ପାଇଁ ଏବେଠାରୁ ଏହାର ବିକଳ୍ପ ଖୋଜିବାରେ ଲାଗିଛନ୍ତି ଅନେକ ବ୍ୟକ୍ତି, ଯେଉଁମାନଙ୍କ ମଧ୍ୟରେ ସାମିଲ ହୋଇଛନ୍ତି ବେଙ୍ଗାଲୁରୁର ବିକାଶ ବ୍ରହ୍ମବର।...

ଭାଷଣସର୍ବସ୍ବ ସରକାର

ଆକାର ପଟେଲ ପ୍ରଧାନମନ୍ତ୍ରୀ ଅଯୋଧ୍ୟାରେ ନୂତନ ରାମ ମନ୍ଦିର ପାଇଁ ଭିତ୍ତି ପ୍ରସ୍ତର ସ୍ଥାପନ କରିବେ। ଆମ ପ୍ରଧାନମନ୍ତ୍ରୀଙ୍କ ସହ ଜଡିତ ଅନ୍ୟାନ୍ୟ ଉତ୍ସବ ପରି...

ଏଇ ଭାରତରେ

ଆଇନ ଆଖିରେ ସମସ୍ତେ ସମାନ। ମଣିଷ କଥା ଛାଡ଼ନ୍ତୁ, ପଶୁ ବି ଏହି ନିୟମରୁ ବାଦ୍‌ ପଡୁନାହାନ୍ତି। ଅନେକ ଜାଗାରେ ପଶୁ ଗିରଫ ହୋଇ ଥାନାକୁ...

ଏଇ ଭାରତରେ

ବର୍ଷକରେ ୫ଦିନ ସ୍ତ୍ରୀ-ସ୍ବାମୀ ହସିବାକୁ ବାରଣ କରାଯାଇଥାଏ। ବାରାଣସୀର ମଣିକର୍ଣ୍ଣିକା ଘାଟ ଅଞ୍ଚଳରେ ଥିବା ପିଡି ଗାଁରେ କାହିଁ କେଉଁ କାଳରୁ ଚଳିଆସୁଛି ଏହି ନିଆରା...

ବିବେକାନନ୍ଦଙ୍କ ଦୃଷ୍ଟିରେ ସନ୍ନ୍ୟାସ

ଡ. ଛାୟାକାନ୍ତ ଷଡ଼ଙ୍ଗୀ ଭାରତୀୟ ପରମ୍ପରାରେ ମଣିଷ ଜୀବନର ଲକ୍ଷ୍ୟ ହେଉଛି ଚତୁର୍ବର୍ଗ (ଧର୍ମ, ଅର୍ଥ, କାମ, ମୋକ୍ଷ) ପ୍ରାପ୍ତି। ସେ ତା’ ଜୀବନର ଚାରୋଟି...

ଜିଡିପିରେ କରୋନା ଭାଇରସ୍‌

ସହଦେବ ସାହୁ ଉହାନ୍‌ ନାମକ ପ୍ରଦେଶ କରୋନା ଭାଇରସ୍‌-୨୦୧୯ (2019-nCoV)ର ଉପତ୍ତ୍ତିସ୍ଥଳ ହୋଇଥିବାରୁ ଚାଇନା ସେ ପ୍ରଦେଶଟିକୁ ପୂରାପୂରି ଘେରବନ୍ଦୀ କରିରଖିଛି, ଅନ୍ୟ ଅଞ୍ଚଳ ସହ...

ଏଇ ଭାରତରେ

ଶିକ୍ଷାଦାନ ସହ ପିଲାମାନଙ୍କୁ ହ୍ବାଟ୍ସଆପ୍‌ ମାଧ୍ୟମରେ କୃଷି ସମ୍ପର୍କରେ ପ୍ରଶିକ୍ଷଣ ଦେଉଛନ୍ତି କେରଳର ଶିକ୍ଷକ ସରିତା ବିଜୟ କୁମାର। ତାଙ୍କୁ ବର୍ତ୍ତମାନ ବୟସ ୪୪। ପିଲାମାନେ...

Advertisement
Archives

Model This Week