Posted inଖେଳ

ଏଆଇଏଫ୍‌ଏଫ୍‌ ଅଧ୍ୟକ୍ଷ ହେବାକୁ ଭୂତିଆ ଆଗ୍ରହୀ

ନୂଆଦିଲ୍ଲୀ,୧୧।୪(ପି.ଟି.): ଭବିଷ୍ୟତରେ ଦିନେ ଅଲ ଇଣ୍ଡିଆ ଫୁଟବଲ ଫେଡେରେଶନ (ଏଆଇଏଫ୍‌ଏଫ୍‌) ଅଧ୍ୟକ୍ଷ ପଦ ପାଇଁ ନିର୍ବାଚନ ଲଢିବି ବୋଲି ପୂର୍ବତନ ଭାରତୀୟ ଫୁଟବଲ ଅଧିନାୟକ ବାଇଚୁଙ୍ଗ୍‌ ଭୂତିଆ କହିଛନ୍ତି। ଭାରତ ପାଇଁ ଦୀର୍ଘ ଏକ ଦଶନ୍ଧି ଧରି ଫୁଟବଲ ଖେଳିଆସିଥିବା ଓ ଭାରତୀୟ ଫୁଟବଲର ପୋଷ୍ଟର ବଏ ବିବେଚିତ ହୋଇ ଆସୁଥିବା ଭୂତିଆ ୨୦୧୧ରେ ଅବସର ଘୋଷଣା କରିଥିଲେ। ଏକ ପ୍ରଶ୍ନର ଉତ୍ତର ଦେବା ଅବସରରେ ସେ ଭବିଷ୍ୟତରେ ଏହି ପଦ ପାଇଁ ନିର୍ବାଚନରେ ଅବତୀର୍ଣ୍ଣ ହେବେ ବୋଲି କହିଛନ୍ତି। ଏବେ ଦେଶରେ ତୃଣମୂଳ ସ୍ତରରେ କିପରି ଫୁଟବଲର ଉନ୍ନତି ହେବ ସେ ନେଇ ପ୍ରୟାସ ଜାରି ରଖିବି। ବାଇଚୁଙ୍ଗ ଭୂତିଆ ଫୁଟବଲ ସ୍କୁଲ, ୟୁନାଟେଡ ସିକ୍କିମ କ୍ଲବ ଓ ଜିଲାସ୍ତରରେ ତୃଣମୂଳସ୍ତରରେ ଫୁଟବଲ ଉନ୍ନତି ପାଇଁ ଏବେ ଫୋକସ କରୁଛି ବୋଲି ସେ କହିଛନ୍ତି।
ଏବେ ୨୦୦୮ରୁ ପ୍ରଫୁଲ୍ଲ ପଟେଲ ଏଆଇଏଫ୍‌ଏଫ୍‌ ଅଧ୍ୟକ୍ଷ ଭାବେ କାର୍ଯ୍ୟ କରିଆସୁଛନ୍ତି। ପ୍ରିୟରଞ୍ଜନ ଦାସ ମୁନ୍‌ସୀ ଅସୁସ୍ଥ ହେବା ପରେ ସେ ଏହି ଗୁରୁ ଦାୟିତ୍ୱ ବହନ କରି ଆସୁଛନ୍ତି। ସେ ୨୦୧୨ରେ ଓ ପରେ ୨୦୧୬ରେ ଏଆଇଏଫ୍‌ଏଫ୍‌ ଅଧ୍ୟକ୍ଷ ନିର୍ବାଚିତ ହୋଇଥିଲେ। ତେବେ ସେ ଦେଶରେ ଲାଗୁ ହୋଇଥିବା ସ୍ପୋଟର୍‌ସ କୋଡ୍‌ ଯୋଗୁଁ ଚଳିତ ବର୍ଷ ପୁଣି ଥରେ ନିର୍ବାଚନ ନ ଲଢିବା ନିଶ୍ଚିତ ହୋଇଛି।
ଭାରତ ପ୍ରଥମ ଫୁଟବଲ ଭାବେ ୪୩ ବର୍ଷୀୟ ଭୂତିଆ ୧୦୦ ଅନ୍ତର୍ଜାତୀୟ ଫୁଟବଲ ମ୍ୟାଚ୍‌ ଖେଳି ରେକର୍ଡ କରିଥିଲେ। ନିଜର ଗୋଲ ସ୍କୋରିଂ କୌଶଳ ପାଇଁ ଭୂତିଆ ବେଶ୍‌ ଜଣାଶୁଣା ଥିଲେ। ଏବେ ଭାରତୀୟ ଦଳ ତଥା ଏଫ୍‌ସି ଗୋଆ ଖେଳାଳି ବ୍ରାଣ୍ଡନ ଫର୍ନାଣ୍ଡିଜ୍‌ ଦେଶର ଶ୍ରେଷ୍ଠ ମିଡ୍‌ ଫିଲ୍ଡର ବୋଲି ଭୂତିଆ କହିଛନ୍ତି। ଫର୍ନାଣ୍ଡିଜ୍‌ଙ୍କ ଖେଳ ମୋତେ ପ୍ରଭାବିତ କରିଛି। ଗୋଆ ପାଇଁ ସେ ଭଲ ପ୍ରଦର୍ଶନ କରୁଛନ୍ତି। ମିଡ୍‌ଫିଲ୍ଡରେ ସେ ପ୍ରଭାବୀ ପ୍ରଦର୍ଶନ କରି ଦଳକୁ ଏକାଧିକବାର ଜିତାଉଛନ୍ତି ବୋଲି ଭୂତିଆ କହିଛନ୍ତି। ଫୁଟବଲର ଉନ୍ନତି ପାଇଁ ଉତ୍ତରପୂର୍ବାଞ୍ଚଳର ଯୁବ ବ୍ୟବସାୟୀମାନେ ଉଲ୍ଲେଖନୀୟ ଭୂମିକା ଗ୍ରହଣ କରିପାରିବେ ବୋଲି ସେ କହିଛନ୍ତି। କ୍ଲବ୍‌ଗୁଡିକୁ ପ୍ରାୟୋଜକ ମିଳିବା, ଖେଳାଳିମାନଙ୍କୁ ସମର୍ଥନ ଦେବା ସହ କ୍ରୀଡ଼ା ସରଞ୍ଜାମ ଓ ଟ୍ରେନିଂ ଦିଆଗଲେ ଉତ୍ତରପୂର୍ବାଞ୍ଚଳରେ ଫୁଟବଲର ଉନ୍ନତି ଆହୁରି ହୋଇପାରିବ ବୋଲି ସେ ମତ ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ଓସିଏ କର୍ମକର୍ତ୍ତା ନିର୍ବାଚନ: ଚୂଡ଼ାନ୍ତ ପ୍ରାର୍ଥୀ ତାଲିକା ପ୍ରକାଶିତ; ୫ ପଦବୀ ପାଇଁ ୧୦ ପ୍ରାର୍ଥୀ

କଟକ ଅଫିସ,୨୩ା୯-  ଓଡ଼ିଶା କ୍ରିକେଟ ଆସୋସିଏଶନ(ଓସିଏ) ନିର୍ବାଚନ ନିମନ୍ତେ ରବିବାର ଘୋଷଣା ହୋଇଛି ଚୂଡ଼ାନ୍ତ ପ୍ରାର୍ଥୀ ତାଲିକା । ୫ ପଦବୀରେ ଏବେ ସାମ୍ନାସାମ୍ନି ହେବେ...

ଜାତୀୟ ରେକର୍ଡ ସହ ମିରାବାଈଙ୍କୁ ସ୍ବର୍ଣ୍ଣ

କୋଲକାତା, ୪।୨ (ପି.ଟି.)- ଷ୍ଟାର୍‌ ଭାରତୀୟ ମହିଳା ଭାରୋତ୍ତୋଳିକା ତଥା ପୂର୍ବତନ ବିଶ୍ୱ ବିଜୟିନୀ ମିରାବାଈ ଚାଣୁ ନିଜ ନାମରେ ରହିଥିବା ଜାତୀୟ ରେକର୍ଡକୁ ଭଙ୍ଗ...

ପଡ଼ିଲା ରୋହିତଙ୍କ ଉଇକେଟ

ଟ୍ରେଣ୍ଟ ବ୍ରିଜ,୫।୮:ଏଠାରେ ଭାରତ ବିପକ୍ଷରେ ଚାଲିଥିବା ପ୍ରଥମ ଟେଷ୍ଟର ଦ୍ୱିତୀୟ ଦିନରେ ଇଂଲଣ୍ଡ ବୋଲରଙ୍କୁ ମିଳିଛି ପ୍ରଥମ ସଫଳତା। ଭାରତୀୟ ଓପନର ରୋହିତ ଶର୍ମା ୩୬...

ମାନ୍‌ଙ୍କୁ ରୌପ୍ୟ: ଘୋଷାଲ, ଲଭପ୍ରୀତ୍‌, ଗୁରଦୀପ, ତେଜସ୍ବିନଙ୍କୁ ବ୍ରୋଞ୍ଜ

ବର୍ମିଂହାମ, ୪।୮(ପି.ଟି.): ରାଜ୍ୟଗୋଷ୍ଠୀ କ୍ରୀଡ଼ାରେ ବୁଧବାର ରୌପ୍ୟ ପଦକ ଜିତିଛନ୍ତି ଭାରତୀୟ ଜୁଡୋକା ତୁଲିକା ମାନ୍‌। ସେହିପରି ଭାରୋତ୍ତୋଳନରୁ ଲଭପ୍ରୀତ ସିଂ ଓ ଗୁରଦୀପ ସିଂ...

ପୂର୍ବାଞ୍ଚଳ ଟେନିସ କ୍ରିକେଟ: ଓଡ଼ିଶା ଚାମ୍ପିୟନ

ଭୁବନେଶ୍ୱର, ୧୧।୧୧(କ୍ରୀଡ଼ା ପ୍ରତିନିଧି)- ଓଡ଼ିଶା ରାଜ୍ୟ ଟେନିସ କ୍ରିକେଟ ଆସୋସିଏଶନ (ଓଏସଟିସିଏ) ଆନୁକୂଲ୍ୟରେ ପୂର୍ବାଞ୍ଚଳ ଟେନିସ କ୍ରିକେଟ ଚାମ୍ପିୟନଶିପ୍‌ର ୩ୟ ସଂସ୍କରଣ ନହରକଣ୍ଟାସ୍ଥିତ ଶ୍ରୀ ଜୟଦେବ...

ଦୁଲୀପ୍‌ ଟ୍ରଫି: ନାୟାରଙ୍କ ୧୬୬* ଇଣ୍ଡିଆ ବ୍ଲୁ-ଇଣ୍ଡିଆ ରେଡ୍‌ ମ୍ୟାଚ୍‌ ଡ୍ର’

ବେଙ୍ଗାଲୁରୁ, ୨୬।୮ (ପି.ଟି.)- କରୁନ ନାୟାରଙ୍କ ଦମ୍‌ଦାର ଅପରାଜିତ ଶତକ ସତ୍ତ୍ୱେ ଇଣ୍ଡିଆ ବ୍ଲୁ ଓ ଇଣ୍ଡିଆ ରେଡ୍‌ ମଧ୍ୟରେ ଏଠାରେ ଅନୁଷ୍ଠିତ ଦୁଲୀପ୍‌ ଟ୍ରଫି...

ସଚିନଙ୍କୁ ‘କିଚେନ୍‌-୧୦୦’ ର ଚ୍ୟାଲେଞ୍ଜ୍‌ ଦେଲେ ଯୁବରାଜ

ମାଷ୍ଟରବ୍ଲାଷ୍ଟର ସଚିନ ତେନ୍ଦୁଲକର କ୍ରିକେଟ ପଡିଆରେ ଅନେକ ରେକର୍ଡ ହାସଲ କରିଛନ୍ତି। ସଚିନଙ୍କୁ ଚ୍ୟାଲେଞ୍ଜ୍‌ ଦେବା ଅନ୍ୟ କ୍ରିକେଟରଙ୍କ ପାଇଁ କଷ୍ଟକର ବ୍ୟାପାର। କିନ୍ତୁ ପୂର୍ବତନ...

ଓ୍ବେଷ୍ଟଇଣ୍ଡିଜ୍‌ର ବିପଜ୍ଜନକ ଖେଳ ନେଇ ଫିଞ୍ଚ୍‌ ଚିନ୍ତିତ

ନଟିଂହାମ, ୬।୬ (ଏଏଫ୍‌ପି)- ଚଳିତ ବିଶ୍ୱକପ୍‌ରେ ଗୁରୁବାର ଅଷ୍ଟ୍ରେଲିଆ ଓ ଓ୍ବେଷ୍ଟଇଣ୍ଡିଜ ପରସ୍ପରକୁ ଭେଟିବାକୁ ଯାଉଛନ୍ତି। ସ୍ଥାନୀୟ ଟ୍ରେଣ୍ଟ ବ୍ରିଜ୍‌ରେ ଖେଳାଯିବାକୁ ଥିବା ଏହି ମ୍ୟାଚ୍‌...

Advertisement
Archives

Model This Week