ଋଣଯନ୍ତାରୁ ମୁକ୍ତିର ଉପାୟ

ଅନନ୍ତ ଚରଣ ସ୍ବାଇଁ

ଋଣ ଯନ୍ତା ଏକ ପ୍ରକାର ଆର୍ଥିକ ସ୍ଥିତିକୁ ଇଙ୍ଗିତ କରିଥାଏ। ଏହା ହେଉଛି ଏକ ପରିସ୍ଥିତି, ଯେଉଁଠାରେ ଜଣେ ବ୍ୟକ୍ତି କିମ୍ବା କମ୍ପାନୀ ନିଜର ଋଣ ପରିଶୋଧ କରିବାକୁ ଅସମର୍ଥ ହୋଇଥାଆନ୍ତି। ଫଳରେ ପୁରୁଣା ଋଣ ପରିଶୋଧ କରିବା ପାଇଁ ବାଧ୍ୟ ହୋଇ ଅଧିକ ସୁଧରେ ଆଉ ଏକ ଋଣ କରିଥାଆନ୍ତି। ଏହି ପ୍ରକ୍ରିୟା କ୍ରମାଗତ ଲାଗିରହେ। ଋଣ ପରିଚାଳନା ନିଜ ନିୟନ୍ତ୍ରଣରୁ ବାହାରକୁ ଚାଲିଯାଏ। ଋଣ ଭାରରୁ ମୁକ୍ତି ମିଳେ ନାହିଁ। ସାରା ଜୀବନ ଋଣର ଚକ୍ରବୂ୍ୟହ ଭିତରେ ରହି ହନ୍ତସନ୍ତ ହେବାକୁ ପଡେ। ସୁବିଧାରେ ମିଳୁଥିବା ଋଣ, ଏହାର ଦୁରୁପଯୋଗ, ଖର୍ଚ୍ଚ ନିୟନ୍ତ୍ରଣରେ ବିଫଳତା, କ୍ରେଡିଟ କାର୍ଡର ମନମୁଖି ବ୍ୟବହାର ଋଣ ଯନ୍ତାରେ ପଡ଼ିବାର ପଥ ପରିଷ୍କାର କରିଥାଏ।
ମୂଷାମାନଙ୍କ ଉପଦ୍ରବରୁ ରକ୍ଷା ପାଇବା ପାଇଁ ଯନ୍ତାର ବ୍ୟବହାର ବିଷୟରେ ସମସ୍ତେ ଅଳ୍ପବହୁତେ ଅବଗତ। ମୂଷା ଆପେ ଆପେ ଯନ୍ତା ଭିତରେ ପଡ଼ି ନ ଥାଏ। ମୁଷାଙ୍କୁ ଆକୃଷ୍ଟ କରିବା ପାଇଁ ଯନ୍ତା ଭିତରେ ସାଦିଷ୍ଟ ଖାଦ୍ୟଦ୍ରବ୍ୟ ରଖାଯାଏ। ଏହି ଖାଦ୍ୟ ଖାଇବା ପାଇଁ ମୂଷା ଯନ୍ତା ଭିତରକୁ ଯାଇ ଆଉ ବାହାରକୁ ବାହାରିପାରେ ନାହିଁ। ଶେଷରେ ମୃତ୍ୟୁମୁଖରେ ପଡ଼ିଥାଏ। ଠିକ୍‌ ସେହିପରି ଋଣ ଯନ୍ତାରେ କେହି ଆପେ ଆପେ ପଡ଼ି ନ ଥାଏ। ବିଭିନ୍ନ ପ୍ରକାର ସୁବିଧା ସୁଯୋଗର ଦୃଷ୍ଟାନ୍ତ ଦେଇ ଗ୍ରାହକଙ୍କୁ ଆକୃଷ୍ଟ କରି ଋଣ ଦିଆଯାଏ। ଋଣଟି ମୁଖ୍ୟତଃ ପୁରୁଣା ଋଣର ପରିଶୋଧ କିମ୍ବା ଅନ୍ୟ ଦରକାରୀ ବା ଅଦରକାରୀ ଖର୍ଚ୍ଚରେ ଲାଗିଥାଏ। ସହଜରେ ମିଳୁଥିବା ଏହି ଋଣର ପରିଶୋଧ ପାଇଁ ମାସିକ କିସ୍ତି ପ୍ରଥମେ ଗ୍ରାହକୁ ବୋଝ ପରି ଲାଗେ ନାହିଁ। ପରେ ଏପରି ଏକ ସମୟ ଆସେ ଉଭୟ ଋଣ ରାଶି ଓ ଋଣ ପରିଶୋଧ ପାଇଁ ମାସିକ କିସ୍ତି କ୍ରମେ ବଢ଼ି ଚାଲେ। ଗୋଟିଏ ଋଣ ପରିଶୋଧ ପାଇଁ ଅନ୍ୟ ଏକ ଋଣ କରିବାକୁ ପଡ଼େ। ଯେତେ ଶୁଝିଲେବି ଋଣ ସରେ ନାହିଁ। ଏପରି ସ୍ଥିତିକୁ ଋଣ ଯନ୍ତା କୁହାଯାଏ। ଥରେ ଋଣ ଯନ୍ତାରେ ପଡ଼ିଗଲେ, ସେଠାରୁ ବାହାରିବା କଷ୍ଟକର।
ଏବେ ଋଣଟିଏ ସହଜରେ ମିଳିପାରୁଛି। ଫଳରେ ଏହାର ବ୍ୟବହାର ଓ ଅପବ୍ୟବହାର ଅନେକ ଗୁଣ ବଢ଼ିଯାଇଛି। କ୍ରେଡିଟ କାର୍ଡର ବହୁଳ ବ୍ୟବହାର ଏବଂ ଏହାର ଜଟିଳ ସର୍ତ୍ତାବଳୀକୁ ଠିକ୍‌ କରି ନ ବୁଝିବା ହେତୁ ଅନେକ ବ୍ୟକ୍ତି ଋଣ ଯନ୍ତାରେ ପଡ଼ିଯାଆନ୍ତି। କ୍ରେଡିଟ କାର୍ଡ ହେଉଛି ଋଣ ନେବାର ଏକ ମାଧ୍ୟମ। କାର୍ଡଧାରୀମାନେ ପୂର୍ବ ନିର୍ଦ୍ଧାରିତ ସୀମା ରାଶି ମଧ୍ୟରେ ଏହା ବ୍ୟବହାର କରିପାରିବେ। ଯେତେବେଳେ ପାଖରେ ଟଙ୍କା ନଥାଏ ବା ଟଙ୍କାର ଅଭାବ ଥାଏ ସେତେବେଳେ ଜରୁରୀ ଖର୍ଚ୍ଚ ଭରଣା ପାଇଁ କ୍ରେଡିଟ କାର୍ଡ କାମରେ ଆସେ। କ୍ରେଡିଟ କାର୍ଡରେ ବ୍ୟବହୃତ କ୍ରୟ ରାଶି ଆମ ନିଜର ନୁହେଁ। ଏହା ଏକ ବନ୍ଧକ ବିହୀନ ଋଣ। ଏହାକୁ ଏକ ନିର୍ଦ୍ଦିଷ୍ଟ ସମୟସୀମା ମଧ୍ୟରେ ପରିଶୋଧ ନ କଲେ କାର୍ଡ ପ୍ରଦାନକାରୀ ସଂସ୍ଥା ବିଳମ୍ବ ଶୁଳ୍କ ଓ ଅଧିକ ଉଚ୍ଚ ହାରରେ (୨୪% ରୁ ୫୪%)ସୁଧ ନେଇଥାଆନ୍ତି। ଫଳରେ ଉପଭୋକ୍ତା ସୁଧ ଦେଇ ଦେଇ ନୟାନ୍ତ ହୋଇଯାଏ ଏବଂ ଋଣ ଚକ୍ରବୂ୍ୟହ ଭିତରେ ଫସିଯାଏ। ଏପରି ଋଣ ଯନ୍ତାରୁ ମୁକ୍ତି ପାଇବା ଅନେକ କଷ୍ଟସାଧ୍ୟ।
ସମାଜରେ ଅନେକ ବ୍ୟକ୍ତି ଋଣ ଯନ୍ତାରେ ଘାଣ୍ଟି ହେବାର ଦୃଷ୍ଟାନ୍ତ ରହିଛି। ଆର୍ଥିକ କାରବାର ଲକ୍ଷଣରୁ ହିଁ ଋଣ ଯନ୍ତାରେ ପଡ଼ିବାର ସୂଚନା ମିଳିଥାଏ। ଏସବୁ ଲକ୍ଷଣ ଦେଖାଦେବା ମାତ୍ରକେ ସେଥିପ୍ରତି ସତର୍କ ଓ ସାବଧାନ ରହିବା ବୁଦ୍ଧିମତ୍ତାର ପରିଚୟ॥
(୧) ଋଣ ପରିଶୋଧର ମାସିକ କିସ୍ତି ନିଜ ମାସିକ ଆୟର ୫୦ ପ୍ରତିଶତରୁ ଅଧିକ ହେବା ଏକ ଗୁରୁତ୍ୱପୂର୍ଣ୍ଣ ସୂଚନା। ଏପରି ସ୍ଥିତି ଲାଗିରହିଲେ ଖୁବ୍‌ ଶୀଘ୍ର ଋଣ ଜାଲରେ ଛନ୍ଦି ହେବାର ସମ୍ଭାବନା ଅଧିକ।
(୨) ମାସିକ ସ୍ଥିର ଖର୍ଚ୍ଚ ବା ବାଧ୍ୟତାମୂଳକ ଖର୍ଚ୍ଚ ( ଘରଭଡ଼ା, ବିଦ୍ୟାଳୟ ଶୁଳ୍କ, ବିଦ୍ୟୁତ ଓ ପାଣି ବିଲ୍‌, ଖାଦ୍ୟ ଇତ୍ୟାଦି), ଯେଉଁ ଖର୍ଚ୍ଚକୁ କମାଇ ହେବ ନାହିଁ, ତାହା ନିଜ ଆୟର ୫୦% ଭିତରେ ସୀମିତ ରହିବା ଆବଶ୍ୟକ। ଏହି ଖର୍ଚ୍ଚ ଆୟର ୭୦% ଅତିକ୍ରମ କଲେ ଋଣ ଜାଲରେ ପଡ଼ିଯିବାର ଏହା ଚେତାବନୀ।
(୩) କ୍ରେଡିଟ କାର୍ଡର ସୀମା ବାରମ୍ବାର ଶେଷ ହେବା, କ୍ରେଡିଟ କାର୍ଡର ସମ୍ପୂର୍ଣ୍ଣ ଦେୟ ନ ଦେଇ ପାରିବା; ଅନେକ ଋଣ କରିବା ହେଉଛି ଋଣ ଜାଲରେ ପଡ଼ିବାର ଲକ୍ଷଣ।
(୪) କ୍ରମାଗତ ସଞ୍ଚୟ ପାଇଁ ଟଙ୍କାର ଅଭାବ ଋଣ ଯନ୍ତାରେ ପଡ଼ିବାର ସମ୍ଭାବନା ସୃଷ୍ଟି କରେ।
(୫) ପ୍ରେରଣା କ୍ରୟର ମାନସିକତା ଦ୍ୱାରା ଅନାବଶ୍ୟକ ବସ୍ତୁ କିଣିବାରେ ଅନେକ ଅର୍ଥ ଲାଗିଥାଏ। ପୂର୍ବପ୍ରସ୍ତୁତି ନ ଥାଇ ହଠାତ କୌଣସି ଜିନିଷ ପ୍ରତି ଆକର୍ଷିତ ହେବା ଓ ଏହାର ବ୍ୟବହାରିକ ଦିଗକୁ ଦୃଷ୍ଟି ନ ଦେଇ ଏହାକୁ କିଣିବା ହେଉଛି ପ୍ରେରଣା କ୍ରୟ। ଏପରି ଖର୍ଚ୍ଚର ଭରଣା ପାଇଁ ଅଧିକରୁ ଅଧିକ ଋଣ କରିବାକୁ ପଡ଼େ। ଶେଷରେ ଏପରି ପରିସ୍ଥିତି ଆସେ ଯେ, ଋଣ ପରିଶୋଧ କରିବା ସମ୍ଭବ ହୋଇ ନ ଥାଏ ଏବଂ ଋଣ ଜାଲରେ ବ୍ୟକ୍ତି ଛନ୍ଦି ହୋଇଯାଏ।
(୬) ଋଣ ଓ ସମ୍ପତ୍ତିର ଅନୁପାତ । ଋଣ ଓ ସମ୍ପତ୍ତିର ଅନୁପାତରୁ ବ୍ୟକ୍ତିର ଆର୍ଥିକ ସ୍ଥିତି ବିଷୟରେ ଜଣାପଡ଼ିଥାଏ। ମନେକର ଜଣଙ୍କର ମୋଟ ଋଣ ୩୦ ଲକ୍ଷ ଟଙ୍କା ଏବଂ ତାଙ୍କର ଟ୧୫ ଲକ୍ଷର ସମ୍ପତ୍ତି ଅଛି। ତେବେ ଋଣ ଓ ସମ୍ପତ୍ତିର ଅନୁପାତ ହେଉଛି : ୩୦/୧୫= ୨ /୦। ବିଶେଷଜ୍ଞମାନଙ୍କ ମତରେ ଏହି ଅନୁପାତ ୦/୫ ରୁ କମ୍‌ ହେବା ଦରକାର। ଅର୍ଥାତ ସମ୍ପତ୍ତିର ମୁଖ୍ୟ ଋଣର ଦୁଇଗୁଣରୁ ଅଧିକ ହେବା ଦରକାର , ନ ହେଲେ ବ୍ୟକ୍ତି ଋଣ ଯନ୍ତାରେ ପଡ଼ିବାର ସମ୍ଭାବନା ଅଧିକ।
ଋଣ ଯନ୍ତାରେ ପଡ଼ିଥିଲେ କିମ୍ବା ପଡ଼ିବାକୁ ଯାଉଥିଲେ ସେଥିରୁ ରକ୍ଷା ପାଇବାର ଉପାୟ ବାହାର କରିବା ବୁଦ୍ଧିମତ୍ତାର ପରିଚୟ। ଆୟଠାରୁ ବ୍ୟୟ ଅଧିକ ହେଲେ ଚଳିବା ପାଇଁ ଋଣ କରିବାକୁ ପଡ଼େ। ଯେହେତୁ ଋଣ ପରିଶୋଧ କରିବା ପାଇଁ ଆବଶ୍ୟକ ସମ୍ବଳ ପାଖରେ ନ ଥାଏ, ଦିନକୁ ଦିନ ଏହି ଋଣ ବଢ଼ି ଚାଲେ ଓ ବ୍ୟକ୍ତି ଋଣ ଯନ୍ତାରେ ଆବଦ୍ଧ ହୋଇଯାଏ। ଏଣୁ ଖର୍ଚ୍ଚକୁ ନିଜ ଆୟ ମଧ୍ୟରେ ସୀମିତ ରଖିପାରିଲେ ଋଣ ଜାଲରେ ପଡ଼ିବାର ସମ୍ଭାବନା ନ ଥାଏ।
ଅଧିକା ଋଣ ନେବା ବନ୍ଦ କରିବା ସହ ଅନେକ ଋଣ ଥିଲେ, ପ୍ରଥମେ ଅଧିକ ସୁଧ ଲାଗୁଥିବା ଋଣ (କ୍ରେଡିଟ କାର୍ଡ ଦେୟ)ଗୁଡ଼ିକ ପରିଶୋଧ କରିଦେଲେ, ଋଣ ବୋଝ କିଛି ମାତ୍ରାରେ ଊଣା ହେବ ଏବଂ ଧୀରେ ଧୀରେ ଆର୍ଥିକ ସୁଧାର ଆସିବ।
ଜୀବନଶୈଳୀରେ ପରିବର୍ତ୍ତନ, ଅନାବଶ୍ୟକ ଦ୍ରବ୍ୟ ପ୍ରତି ଅନାସକ୍ତ, କ୍ରେଡିଟ କାର୍ଡ ଖର୍ଚ୍ଚ ଉପରେ ନିୟନ୍ତ୍ରଣ, ଖର୍ଚ୍ଚର ପ୍ରାଥମିକତା ଓ ବିଶ୍ଳେଷଣ,ଋଣ ଉପରେ କମ୍‌ ନିର୍ଭରଶୀଳ ଓ ଅଯଥା ଖର୍ଚ୍ଚରେ ମନ ନ ଦେଲେ ଋଣ ଯନ୍ତାରୁ ନିଜକୁ ଦୂରେଇ ରଖିହେବ।
ମୋ:୭୩୮୧୩୬୬୭୭୭


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ଚାଇନା ବିଶ୍ୱରେ ଏକ ପ୍ରମୁଖ କାଗଜ ଉତ୍ପାଦନ କେନ୍ଦ୍ର ହେବାର ବହୁ ପୂର୍ବରୁ ଭାରତର ଏକ ଛୋଟ ଗାଁର ହାତତିଆରି କାଗଜର ଆଦୃତି ରହିଥିଲା ଏବଂ ପୂର୍ବ…

ଶେୟାର ବଜାରରେ ଯୁବପିଢ଼ି

ଭାରତୀୟ ଶେୟାର ବଜାର କେବଳ ଏକ ଆର୍ଥିକ ପ୍ରତିଷ୍ଠାନ ନୁହେଁ, ଏହା ଦେଶର ବିକାଶ, ଶିଳ୍ପାୟନ ଏବଂ ସମୃଦ୍ଧିର ଏକ ପ୍ରମୁଖ ଇଞ୍ଜିନ। ଏହା ହେଉଛି ଏପରି…

ସାଧୁ ଓ ଲେଖକ

ଭାଗବତ ବାଣୀ ଅଛି – ‘ସାଧୁ ଯେ ମଳୟ ପବନ, କାଷ୍ଠକୁ କରଇ ଚନ୍ଦନ’। ସାଧୁ ଶବ୍ଦଟି ଅତ୍ୟନ୍ତ ପୂତ ପବିତ୍ର। ସାଧୁ ସତ୍‌ ପୁରୁଷ। ସାଧୁ…

ଇସ୍ରାଏଲ ପାଇଁ ସମସ୍ୟା

ଆମେରିକା ଏବଂ ଇରାନ ମଧ୍ୟରେ ପ୍ରାରମ୍ଭିକ ଚୁକ୍ତି ସ୍ବାକ୍ଷରିତ ହୋଇଛି। ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ନିଜେ ସୃଷ୍ଟି କରିଥିବା ସଙ୍କଟରୁ ମୁକୁଳିବା ପାଇଁ କେତେ ବ୍ୟାକୁଳ…

ଦୁଇ ସମ୍ପ୍ରଦାୟର ସ୍ଥିତି

ଭାରତରେ ଜୈନ ଏବଂ ୟୁରୋପର ଇହୁଦୀ ସମ୍ପ୍ରଦାୟ ମଧ୍ୟରେ ତୁଳନା କଲେ ଜଣାଯାଏ ଯେ ଏହି ଦୁଇ ସଂଖ୍ୟାଲଘୁ ସମ୍ପ୍ରଦାୟ ନିଜ ଜନସଂଖ୍ୟା ତୁଳନାରେ ଅର୍ଥନୈତିକ କ୍ଷେତ୍ରରେ…

ଜନସଂଖ୍ୟା ଓ ଜଳବାୟୁ

ପୃଥିବୀରେ ମଣିଷ ବଞ୍ଚିବା ନିମନ୍ତେ ସୁସ୍ଥ ଜଳବାୟୁର ଭୂମିକା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। ପ୍ରକୃତି ରାଣୀର ବରଦାନ ଅନୁସାରେ ମଣିଷ ଏହି ପୃଥିବୀରେ ନିଜର ଜୀବନ ଅତିବାହିତ କରିପାରୁଛି।…

ଏଇ ଭାରତରେ

ଭାରତର ବିଭିନ୍ନ ସହର ଅଧୀନ ବସ୍ତିରେ ରହୁଥିବା ପିଲାମାନେ ଶିକ୍ଷାରୁ ବଞ୍ଚତ୍ତ ହେଉଛନ୍ତି। ସେମାନେ ପ୍ରାୟତଃ ଶ୍ରମିକ ଶ୍ରେଣୀ ପରିବାରର ହୋଇଥିବାରୁ ସେମାନଙ୍କ ଶିକ୍ଷା ଉପରେ ମାତାପିତା…

ରାଜନୈତିକ ପ୍ରତାରଣା

ବିଭିନ୍ନ ସମୟରେ ରାଜନୈତିକ ଦଳ ଜନତାଙ୍କୁ ଅନେକ ପ୍ରତିଶ୍ରୁତି ଦେଇଥାନ୍ତି। ନିର୍ବାଚନୀ ଇସ୍ତାହାର ଜରିଆରେ ଓ ପରବର୍ତ୍ତୀ ସମୟରେ କ୍ଷମତାସୀନ ଦଳ ଭାବେ ପ୍ରତିଶ୍ରୁତି ଦିଅନ୍ତି। କିନ୍ତୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri