Posted inଖେଳ

ଉମର ଅକ୍‌ମଲ ୩ ବର୍ଷ ବାସନ୍ଦ

କରାଚୀ, ୨୮ା୪ (ପି.ଟି.)-ପାକିସ୍ତାନ କ୍ରିକେଟ ବୋର୍ଡ (ପିସିବି) ବ୍ୟାଟ୍ସମ୍ୟାନ ଉମର ଅକମଲଙ୍କୁ ୩ବର୍ଷ ପାଇଁ ବାସନ୍ଦ କରିଛି। ଦେଶର ପ୍ରମୁଖ ଟି୨୦ ଟୁର୍ନାମେଣ୍ଟ ପାକିସ୍ତାନ ସୁପର ଲିଗ୍‌ (ପିଏସ୍‌ଏଲ୍‌) ପୂର୍ବରୁ ଫିକ୍ସିଂ ପାଇଁ ତାଙ୍କୁ ପ୍ରଲୋଭିତ କରାଯାଇଥିବା ବିଷୟକୁ ସମ୍ପୃକ୍ତ କର୍ତ୍ତୃପକ୍ଷଙ୍କୁ ସେ ଜଣାଇ ନଥିଲେ। ୨୯ ବର୍ଷୀୟ ଏହି କ୍ରିକେଟର ଜଣକ ଦୁର୍ନୀତି ନିରୋଧୀ ଆଚରଣ ବିଧି ଧାରା ୨.୪.୪ ଅନ୍ତର୍ଗତ ଦୁଇଟି ନିୟମ ଉଲ୍ଲଂଘନ କରିଥିଲେ। ଫେବୃୟାରୀରେ ପିସିବିର ଡିସିପ୍ଲିନାରୀ ପ୍ୟାନେଲ ଦ୍ୱାରା ତଦନ୍ତ ଆରମ୍ଭ ହେବା ମାତ୍ରେ ଉମରଙ୍କୁ ତୁରନ୍ତ ସସ୍‌ପେଣ୍ଡ କରାଯାଇଥିଲା। ଅବସରପ୍ରାପ୍ତ ବିଚାରପତି ଫଜଲ -ଇ-ମିରାନ ଚୌହାନଙ୍କ ଅଧ୍ୟକ୍ଷତାରେ ଗଠିତ ଡିସିପ୍ଲିନାରୀ ପ୍ୟାନେଲ ଉମର ଅକମଲଙ୍କୁ କ୍ରିକେଟର ସମସ୍ତ ପ୍ରକାର କାର୍ଯ୍ୟକଳାପରୁ ୩ ବର୍ଷ ପାଇଁ ବାସନ୍ଦ କରିଛି। ଉମର ହେଉଛନ୍ତି ପୂର୍ବତନ ଉଇକେଟକିପର ବ୍ୟାଟ୍ସମ୍ୟାନ କମରାନ ଅକମଲଙ୍କ ସାନ ଭାଇ। ସେ ଦେଶ ତରଫରୁ ୫୩ ଟେଷ୍ଟ, ୫୮ ଟି୨୦ ଏବଂ ୧୫୭ ଅନ୍ତର୍ଜାତୀୟ ଦିନିକିଆ ମ୍ୟାଚ ଖେଳିଛନ୍ତି। ବର୍ତ୍ତମାନର ଅଧିନାୟକ ବାବର ଆଜାମଙ୍କର ସେ ହେଉଛନ୍ତି ଜଣେ ସମ୍ପର୍କୀୟ ଭାଇ।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

କରୋନା ଆକ୍ରାନ୍ତଙ୍କୁ ସାହାଯ୍ୟ କରିବାକୁ ଆଗେଇ ଆସିଲେ ବିରାଟ-ଅନୁଷ୍କା

ଭାରତରେ କରୋନା ମହାମାରୀର ଦ୍ୱିତୀୟ ଲହର ଜାରିରହିଛି। ଗୋଟିଏ ପଟେ କରୋନା ସଂକ୍ରମିତଙ୍କ ସଂଖ୍ୟା ଦିନକୁ ଦିନ ବଢ଼ିଚାଲିଥିବା ବେଳେ ମୃତକଙ୍କ ସଂଖ୍ୟା ମଧ୍ୟ ବଢ଼ିବାରେ...

ସମୁଦ୍ର କୂଳରେ ବଂଶୀ ବଜାଉଛନ୍ତି ଧାଓ୍ବନ

ନୂଆଦିଲ୍ଲୀ, ୩।୯: ଓ୍ବେଷ୍ଟଇଣ୍ଡିଜ୍‌ ବିପକ୍ଷରେ ଏକଦିବସୀୟ ସିରିଜ୍‌ ଶେଷ ହେବା ପରେ ଭାରତ ଫେରିଛନ୍ତି ଓପନର୍‌ ଶିଖର ଧାଓ୍ବନ୍‌। ଏବେ ସେ ନିଜ ପରିବାର ସହ...

କନ୍ଧମାଳ, ଢେଙ୍କାନାଳ, ଖୋର୍ଦ୍ଧା, କଳାହାଣ୍ଡି ବିଜୟୀ

ଭୁବନେଶ୍ୱର, ୫ା୫(ସ୍ପୋଟର୍‌ସ ବ୍ୟୁରୋ): ୬୨ତମ ପୁରୁଷ ସିନିୟର ଆନ୍ତଃଜିଲା ଫୁଟ୍‌ବଲ ଚାମ୍ପିୟନଶିପ୍‌ ସାହାଣୀ କପ୍‌ରେ ଗୁରୁବାର ଖେଳାଯାଇଥିବା ମ୍ୟାଚଗୁଡ଼ିକରେ କନ୍ଧମାଳ, ଢେଙ୍କାନାଳ, ଖୋର୍ଦ୍ଧା ଓ କଳାହାଣ୍ଡି...

ସେକ୍ସ ପାଇଁ ଟିମ୍‌ ଇଣ୍ଡିଆର ଖେଳାଳିଙ୍କୁ କୁହାଯାଇଥିଲା

ନୂଆଦିଲ୍ଲୀ,୨।୭: ୨୦୧୧ ବିଶ୍ୱକପ୍‌ ମ୍ୟାଚ୍‌ ପୂର୍ବରୁ ଭାରତୀୟ ଖେଳାଳିଙ୍କୁ ସେକ୍ସ କରିବାକୁ ଦିଆଯାଇଥିଲା ପରାମର୍ଶ। ସେତେବେଳର ଟିମ୍‌ ଇଣ୍ଡିଆର ମେଣ୍ଟାଲ କଣ୍ଡିସନିଂ କୋଚ୍‌ ପାଡି ଅପଟନ...

ବିନା ହିଜାବରେ ଚେସ୍‌ ଖେଳିଲେ

ଅଲ୍‌ମାଟି,୨୯ା୧୨: ଏଫ୍‌ଆଇଡିଇ ଓ୍ବାଲର୍‌ଡ ରାପିଡ୍‌ ଆଣ୍ଡ୍‌ ବ୍ଲିଜ୍‌ ଚାମ୍ପିୟନ୍‌ଶିପ୍‌ କାଜାଖାସ୍ତାନର ଅଲ୍‌ମାଟିରେ ଆୟୋଜିତ ହୋଇଛି। ଏଥିରେ ଇରାନର ଚେସ୍‌ ଖେଳାଳି ସାରା ଖାଦେମ୍‌ ଭାଗନେଇଥିଲେ। ଇରାନ...

ଯୋଡ଼ିହେବେ ୨.୫ କୋଟି ପିଲା

ଢେଙ୍କାନାଳ ଅଫିସ,୪।୧୧: ଏବେକାର ପିଲା ଇଣ୍ଟରନେଟ୍‌ ଓ ଟେଲିଭିଜନ ମଧ୍ୟରେ ଅଟକିଯାଉଛନ୍ତି। ସେମାନଙ୍କୁ ପଡ଼ିଆକୁ ଆଣିବା ଏବଂ ବିଭିନ୍ନ ଖେଳରେ ସାମିଲ କରିବାକୁ ପ୍ରୟାସ ଆରମ୍ଭ...

ଡୁ’ପ୍ଲେସି ଚଳିତ ବର୍ଷର ଶ୍ରେଷ୍ଠ ଦକ୍ଷିଣ ଆଫ୍ରିକାନ କ୍ରିକେଟର

ପ୍ରିଟୋରିଆ,୫ା୮- ଚଳିତ ବର୍ଷ ଚମତ୍କାର ପ୍ରଦର୍ଶନ ଲାଗି ଦକ୍ଷିଣ ଆଫ୍ରିକା ଦଳର ଅଧିନାୟକ ଫାଫ ଡୁ’ପ୍ଲେସିଙ୍କୁ ପୁରସ୍କୃତ କରାଯାଇଛି। ପ୍ରିଟୋରିଆଠାରେ ଆୟୋଜିତ ବାର୍ଷିକ ଉତ୍ସବରେ କ୍ରିକେଟ...

ଆଇପିଏଲ୍‌ ଖେଳୁ ନ ଥିବାରୁ ଅବସୋସ ନାହିଁ: ଷ୍ଟାର୍କ

ମେଲବୋର୍ନ,୪।୮(ପି.ଟି.): ଚଳିତ ବର୍ଷ ୟୁନାଟେଡ ଆରବ ଏମିରେଟ୍ସ (ୟୁଏଇ)ରେ ଆୟୋଜନ ହେବାକୁ ଥିବା ଇଣ୍ଡିଆନ ପ୍ରିମିୟର ଲିଗ୍‌ (ଆଇପିଏଲ୍‌)ରେ ଅଷ୍ଟ୍ରେଲୀୟ ବାମହାତୀ ଦ୍ରୁତ ବୋଲର ମିଚେଲ...

Advertisement
Archives

Model This Week