Posted inଜାତୀୟ

ଉନ୍ନାଓ ପୀଡିତାଙ୍କ ଦୁର୍ଘଟଣାକୁ ନେଇ ଆରମ୍ଭ ହେଲା ରାଜନୀତି

ରାଏ ବରେଲି,୨୯।୭: ଉନ୍ନାଓ ବଳାତ୍କାର ପୀଡିତା ଓ ତାଙ୍କ ପରିବାର ସଦସ୍ୟଙ୍କ ସମେତ ଜଣେ ଆଇନଜୀବୀ କାର୍‌ରେ ଯାଉଥିବାବେଳେ ଏକ ଦ୍ରୁତଗାମୀ ଟ୍ରକ ଧକ୍କା ଦେବାରୁ ରବିବାର ଜଣଙ୍କ ମୃତ୍ୟୁ ଘଟିଛି। ସମ୍ପୃକ୍ତ ପୀଡିତା ଏବଂ ଅନ୍ୟ ଦୁଇଜଣ ଆହତ ହୋଇ ଚିକିତ୍ସାଧୀନ ଅଛନ୍ତି। ଏବେ ଏହି ଘଟଣାକୁ ନେଇ ଆରମ୍ଭ ହୋଇଛି ରାଜନୀତି। କଂଗ୍ରେସ ମହାସଚିବ ପ୍ରିୟଙ୍କା ଗାନ୍ଧୀ ଭଦ୍ରା ଏହାକୁ ନେଇ ଉତ୍ତର ପ୍ରଦେଶର ଯୋଗୀ ଆଦିତ୍ୟନାଥ ସରକାରଙ୍କ ଆଇନ ଶୃଙ୍ଖଳା ବ୍ୟବସ୍ଥା ଉପରେ ପ୍ରଶ୍ନ କରିଛନ୍ତି। ଅନ୍ୟପଟେ ପୀଡିତାଙ୍କ ମା’ ଏହି ଦୁର୍ଘଟଣା ପଛରେ ଅଭିଯୁକ୍ତ ବିଧାୟକ କୁଲଦୀପ ସେନଗାରଙ୍କ ହାତ ଥିବା କହିଛନ୍ତି। କାରଣ କୁଲଦୀପଙ୍କ କର୍ମୀମାନେ ତାଙ୍କୁ ବାରମ୍ବାର ଧମକ ଦେଉଥିବା ସେ ପ୍ରକାଶ କରିଛନ୍ତି। ଅନ୍ୟପଟେ ସୋମବାର ଏଡିଜି ମହେଶ ସିଂ ଏକ ଖବରଦାତା ସମ୍ମିଳନୀର ଆୟୋଜନ କରି କହିଛନ୍ତି, ଘଟଣାକୁ ନେଇ ଯାଞ୍ଚ ଆରମ୍ଭ ହୋଇଛି। ଏହାସହ ଦୁର୍ଘଟଣା ଘଟାଇଥିବା ଟ୍ରକ୍‌ର ମାଲିକ, ଡ୍ରାଇଭର ଓ ହେଲ୍‌ପରଙ୍କୁ ଅଟକ ରଖାଯାଇ ପଚରା ଉଚରା କରାଯାଉଛି। ଅନ୍ୟପଟେ ଆହତଙ୍କର ସମସ୍ତ ଖର୍ଚ୍ଚ ସରକାର ବହନ କରିବେ ବୋଲି ସୂଚନା ଦିଆଯାଇଛି। ସୂଚନାଯୋଗ୍ୟ, ରବିବାର ବଳାତ୍କାର ପୀଡିତା, ତାଙ୍କର ଖୁଡୀ, ମାଈଁ ଏବଂ ଆଇନଜୀବୀ ରାଏବରେଲି ଜେଲ୍‌ରେ ଥିବା ପୀଡିତାଙ୍କ ସମ୍ପର୍କୀୟଙ୍କୁ ଦେଖିବାକୁ ଯାଉଥିବାବେଳେ ସେମାନେ ଦୁର୍ଘଟଣାରେ ଗୁରୁତର ଆହତ ହୋଇଥିଲେ। ପୀଡିତାଙ୍କ ମାଈଁଙ୍କର ଜିଲା ହସ୍ପିଟାଲରେ ମୃତ୍ୟୁ ହୋଇଥିବାବେଳେ ଅନ୍ୟମାନଙ୍କୁ ଲକ୍ଷ୍ନୌସ୍ଥିତ ଟ୍ରମା ସେଣ୍ଟରକୁ ସ୍ଥାନାନ୍ତର କରାଯିବା ସହିତ ନିରାପତ୍ତା ଯୋଗାଇ ଦିଆଯାଇଥିବା ପୋଲିସ କହିଛି। ପ୍ରତ୍ୟକ୍ଷଦର୍ଶୀଙ୍କ ଉକ୍ତିକୁ ଉଦ୍ଧାର କରି ପୋଲିସ କହିଛି ଏକ ଦ୍ରୁତଗାମୀ ଟ୍ରକ୍‌ ପୀଡ଼ିତା ବସିଥିବା କାର୍‌କୁ ଧକ୍କା ଦେଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ଆନ୍ଦୋଳନ ସ୍ଥଳରେ କୃଷକଙ୍କ ଆତ୍ମହତ୍ୟା

ନୂଆଦିଲ୍ଲୀ,୯।୧: ଦିଲ୍ଲୀ ଉପକଣ୍ଠ ସିଙ୍ଘୁ ସୀମାନ୍ତ ଚାଷୀମାନଙ୍କ ବିକ୍ଷୋଭ ସ୍ଥଳରେ ଶନିବାର ସନ୍ଧ୍ୟାରେ ଜଣେ ଚାଷୀ ବିଷ ଖାଇ ଆତ୍ମହତ୍ୟା କରିଛନ୍ତି। ସେ ହେଲେ ପଞ୍ଜାବ...

ଗୋଟିଏ ପରିବାରକୁ ଭାଙ୍ଗି ନ ଦେବା ପାଇଁ ହାଇକୋର୍ଟଙ୍କ ଏମିତି ନିର୍ଦ୍ଦେଶ

ଗ୍ବାଲିଅର୍‌,୨୭।୨: ଗୋଟିଏ ପରିବାର ଭାଙ୍ଗି ନ ଯିବା ପାଇଁ ଗ୍ବାଲିଅର୍‌ ହାଇକୋର୍ଟ ଏକ ପ୍ରଶଂସନୀୟ ନିଷ୍ପତ୍ତି ଶୁଣାଇଛନ୍ତି। ଅଦାଲତର ଏକକ ବେଞ୍ଚ୍‌ ନିର୍ଦ୍ଦେଶରେ ଏବେ ଜଣେ...

‘ଧର୍ମଘଟରେ ସାମିଲ ଅଧିକାର ସରକାରୀ କର୍ମଚାରୀଙ୍କର ନାହିଁ’

ଥିରୁଭାନନ୍ଥପୁରମ୍‌,୨୯।୩: ଟ୍ରେଡ୍‌ ୟୁନିୟନଗୁଡ଼ିକ ଦ୍ୱାରା ଡାକରା ଦିଆଯାଇଥିବା ୪୮ ଘଣ୍ଟିଆ ଦେଶବ୍ୟାପୀ ବନ୍ଦ ଡାକରାରେ ସରକାରୀ କର୍ମଚାରୀ ଯୋଗ ଦେଇପାରିବେ ନାହିଁ ବୋଲି କେରଳ ହାଇକୋର୍ଟ...

ନିର୍ବାଚନ କମିଶନର ଅଶୋକ ଲାଭାସାଙ୍କ ଇସ୍ତଫା:ଏଡିବି ଉପାଧ୍ୟକ୍ଷ ହେବେ

ନୂଆଦିଲ୍ଲୀ,୧୯ା୮: ନିର୍ବାଚନ କମିଶନର ଅଶୋକ ଲାଭାସା ମଙ୍ଗଳବାର ନିଜ ପଦରୁ ଇସ୍ତଫା ଦେଇଛନ୍ତି। ସେ ଆସନ୍ତା ମାସରେ ଏସିଆନ୍‌ ଡେଭେଲପ୍‌ମେଣ୍ଟ ବ୍ୟାଙ୍କ(ଏଡିବି)ର ଉପାଧ୍ୟକ୍ଷ ଭାବେ ଦାୟିତ୍ୱ...

ଏକାଠି ହେଲେ ଭାରତ-ଆମେରିକା

ନୂଆଦିଲ୍ଲୀ,୨୭ ।୧୦: ଭାରତ ଓ ଆମେରିକା ମଧ୍ୟରେ ତୃତୀୟ ଟୁ ପ୍ଲସ ଟୁ ମନ୍ତ୍ରୀ ସ୍ତରୀୟ ବୈଠକ ନୂଆଦିଲ୍ଲୀର ହାଇଦ୍ରାବାଦ ହାଉସରେ ମଙ୍ଗଳବାର ଆରମ୍ଭ ହୋଇଛି...

ଉତ୍ତରାଖଣ୍ଡ ହିମସ୍ଖଳନ: ମୃତକଙ୍କ ପରିବାରକୁ ମିଳିବ ୪ ଲକ୍ଷ ଟଙ୍କା ଲେଖାଏ ସହାୟତା

ଚମୋଲି,୭।୨: ଉତ୍ତରାଖଣ୍ଡର ଚମୋଲି ଜିଲାରେ ବଡ ହିମସ୍ଖଳନ ହୋଇଛି। ଏଥିରେ ୧୦ଜଣଙ୍କ ଜୀବନ ଯାଇଥିବାବେଳେ ୧୦୦ରୁ ଅଧିକ ଜଣ ଏପର୍ଯ୍ୟନ୍ତ ନିଖୋଜ ଅଛନ୍ତି। ଏହି ଦୁର୍ଘଟଣାରେ...

ଏଲ୍‌ଓସିରେ ଗ୍ରେନେଡ ବିସ୍ଫୋରଣ: ଆର୍ମି କ୍ୟାପ୍ଟେନଙ୍କ ସମେତ ୨ ଶହୀଦ

ଶ୍ରୀନଗର,୧୮।୭: ଜମ୍ମୁ କଶ୍ମୀରର ପୁଞ୍ଚ ଜିଲାର କଣ୍ଟ୍ରୋଲ ଲାଇନ ନିକଟରେ ହଠାତ୍‌ ଗ୍ରେନେଡ ବିସ୍ଫୋରଣ ହୋଇଛି। ଏଥିରେ ଜଣେ ସେନା କ୍ୟାପ୍ଟେନ ଏବଂ ଜଣେ ଜୁନିଅର...

ବିରଳ ଦୁଇ ମୁଣ୍ଡିଆ ସାପ ଜବତ: ଜଣେ ଗିରଫ

ଲକ୍ଷ୍ନୌ,୧୪।୯-ବିରଳ ସାପ ଚୋରାଚାଲାଣ ଅଭିଯୋଗରେ ଉତ୍ତରପ୍ରଦେଶର ଖେରୀ ଜିଲା ମିତୋଲି ଥାନା ପୋଲିସ ସୋମବାର ଜଣେ ଯୁବକଙ୍କୁ ଗିରଫ କରିଛି। ଗିରଫ ଯୁବକ ଜଣକ ହେଲେ...

Advertisement
Archives

Model This Week