Posted inଜାତୀୟ

ଉତ୍ତରାଖଣ୍ଡ ସରକାରୀ ହସ୍ପିଟାଲକୁ ଯିବାକୁ ଡରିଲେଣି ରୋଗୀ

ହଲଦଓ୍ବାନି,୨୮।୭: ଉତ୍ତରାଖଣ୍ଡର ସରକାରୀ ହସ୍ପିଟାଲରେ ଗତ ୯ ବର୍ଷ ମଧ୍ୟରେ ପ୍ରାୟ ୧୩ହଜାର ୧୮୭ ରୋଗୀଙ୍କ ମୃତ୍ୟୁ ହୋଇଥିବା ଏକ ରିପୋର୍ଟରୁ ଜଣାପଡିଛି। ଆର୍‌ଟିଆଇ କର୍ମୀ ହେମନ୍ତ ଗୌନିଆଙ୍କ ପ୍ରଶ୍ନରେ ମେଡିକାଲ ପକ୍ଷରୁ ଏହି ରିପୋର୍ଟ ପ୍ରଦାନ କରାଯାଇଛି। ଏବେ ଲୋକେ ଉତ୍ତରାଖଣ୍ଡର ସରକାରୀ ହସ୍ପିଟାଲକୁ ଯିବାକୁ ଭୟ କରୁଛନ୍ତି ବୋଲି କୁହାଯାଉଛି। ସରକାର ଏହି ହସ୍ପିଟାଲକୁ ୧୩ କୋଟି ଟଙ୍କା ପ୍ରଦାନ କରିଥିବା ବେଳେ ଏହା ଠିକ୍‌ ଭାବେ ଖର୍ଚ୍ଚ ନ ହେବାରୁ ଏତେ ସଂଖ୍ୟକ ରୋଗୀଙ୍କ ମୃତ୍ୟୁ ହୋଇଥିବା ଗୌନିଆ କହିଛନ୍ତି। ଏଠାରେ ୨୦୧୫ରେ ସର୍ବାଧିକ ୧୭୮୪ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୨୦୧୦ରେ ସର୍ବନିମ୍ନ ୮୧୫ ଜଣଙ୍କ ମୃତ୍ୟୁ ହୋଇଥିଲା। ୨୦୧୯ ଏପ୍ରିଲ ସୁଦ୍ଧା ଏଠାରେ ୪୯୦ ଜଣଙ୍କ ମୃତ୍ୟୁ ହୋଇ ସାରିଲାଣି। ଏଏନ୍‌ଆଇର ରିପୋର୍ଟ ଅନୁଯାୟୀ, ସେଠାରେ ଥିବା ଜଣେ ଡାକ୍ତର କହିଛନ୍ତି ଯେତେବେଳେ ଜଣେ ରୋଗୀ ଅତ୍ୟଧିକ ଅସୁସ୍ଥ ହେଉଛନ୍ତି ସେତେବେଳେ ଅନ୍ୟ ସରକାରୀ ଓ ଘରୋଇ ହସ୍ପିଟାଲ ତାଙ୍କୁ ଏଠାକୁ ପଠାଇ ଦେଉଥିବାରୁ ସେମାନଙ୍କର ମୃତ୍ୟୁ ହେଉଛି।


Enter your email to get our daily news in your inbox.

All Right Reserved By Dharitri.Com

ଏଠାରେ ବିନା ଶୁଣ୍ଢରେ ପୂଜା ପାଆନ୍ତି ଗଣେଶ

ଭାରତ ବର୍ଷରେ ପ୍ରଭୁ ଗଣେଶଙ୍କ ବହୁ ମନ୍ଦିର ରହିଛି। ପ୍ରତ୍ୟେକ ମନ୍ଦିରର କିଛି ନା କିଛି ବିଶେଷତ୍ୱ ରହିଛି। ତେବେ ଶୁଣ୍ଢ ଭଗବାନ ଗଜାନନଙ୍କ ପରିଚୟ...

୫୫ ପ୍ରତିଶତ ପରିବାରଙ୍କୁ ମିଳୁଛି ଦୁଇବେଳା ଖାଦ୍ୟ

ନୂଆଦିଲ୍ଲୀ, ୨୦।୭: କରୋନା ସଂକ୍ରମଣ ଯୋଗୁ ଦେଶରେ ଆତଙ୍କ ଜାରି ରହିଛି। ଏପରିସ୍ଥଳେ ସୁରକ୍ଷା ଦୃଷ୍ଟିରୁ ସରକାରଙ୍କ ପକ୍ଷରୁ ଲକ୍‌ଡାଉନ୍‌ ଘୋଷଣା କରାଯାଇଛି। ଇତିମଧ୍ୟରେ ଅନ୍‌ଲକ୍‌ର...

ଡେଲ୍ଟା ଭାରିଆଣ୍ଟ୍‌ ଅଧିକ ଭୟଙ୍କର: ଏହା ଯୋଗୁ କମୁଛି ଶ୍ରବଣ ଶକ୍ତି, ବଢୁଛି ଅବସାଦ…

ଚେନ୍ନାଇ,୮।୬: ଦେଶରେ କରୋନା ମହାମାରୀ ସଂକ୍ରମଣର ଦ୍ୱିତୀୟ ଲହର ଯୋଗୁ ଆତଙ୍କ ସୃଷ୍ଟି ହୋଇଛି। ଭାରତରେ ଦେଖାଦେଇଥିବା ଡେଲ୍ଟା ଭାରିଆଣ୍ଟ୍‌ ଇତିମଧ୍ୟରେ ପୃଥିବୀର ୬୦ ଦେଶକୁ...

୨୦୨୪ ନିର୍ବାଚନକୁ ନେଇ ଭବିଷ୍ୟବାଣୀ କଲେ ମୋଦିଙ୍କ ପୂଜାରୀ

ନୂଆଦିଲ୍ଲୀ,୨୬।୫: ମଦୁରାଇ ଉଧିନମର ୨୯୩ତମ ପ୍ରଧାନ ପୂଜାରୀଙ୍କ ପକ୍ଷରୁ ୨୮ ମେ’ରେ ନୂଆ ସଂସଦ ଭବନର ଉଦଘାଟନ ସମୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ରାଜଦଣ୍ଡ‘ସେଂଗୋଲ’ ଭେଟି...

୫ ଭାରତୀୟ ଯୁବକଙ୍କୁ ବନ୍ଧକ ରଖିଛି ଚାଇନା

ନୂଆଦିଲ୍ଲୀ, ୫।୯: ଚାଇନା ଭାରତ ମଧ୍ୟରେ ଉତ୍ତେଜନା ବଢ଼ିବାରେ ଲାଗିଛି। ଅରୁଣାଚଳ ପ୍ରଦେଶର ୫ ଯୁବକଙ୍କୁ ଚାଇନା ସୈନ୍ୟ ଉଠାଇନେଇଛନ୍ତି। ଏସମ୍ପର୍କରେ କଂଗ୍ରେସ ବିଧାୟକ ନନୋଙ୍ଗ୍‌...

ପୁଣି ରେକର୍ଡ ଭାଙ୍ଗିଲା କରୋନା: ଗୋଟିଏ ଦିନରେ ୮୩ ହଜାରରୁ ଅଧିକ ନୂଆ ଆକ୍ରାନ୍ତ, ୧୦୯୬ ମୃତ

ନୂଆଦିଲ୍ଲୀ,୪।୯: ଦେଶରେ ମହାମାରୀ କରୋନା ସଙ୍କଟ ଜାରି ରହିଛି। ଗତ ୨୪ ଘଣ୍ଟାରେ ଦେଶରେ ରେକର୍ଡ ୮୩ ହଜାର ୩୪୧ ଜଣ ନୂଆ ଆକ୍ରାନ୍ତ ଚିହ୍ନଟ...

ଝାଡ଼ଖଣ୍ଡ ତୃତୀୟ ପର୍ଯ୍ୟାୟ ନିର୍ବାଚନ: ମତଦାନ ଆରମ୍ଭ; ୮ ଜିଲାର ୧୭ ଆସନରେ ୩୦୯ ପ୍ରାର୍ଥୀ

ରାଞ୍ଚି,୧୨।୧୨: ଗୁରୁବାର ଝାଡ଼ଖଣ୍ଡ ବିଧାନସଭାର ତୃତୀୟ ପର୍ଯ୍ୟାୟ ନିର୍ବାଚନ ପାଇଁ ମତଦାନ ସକାଳ ୭ଟାଠାରୁ ଆରମ୍ଭ ହୋଇଛି। କଡ଼ା ସୁରକ୍ଷା ବ୍ୟବସ୍ଥା ମଧ୍ୟରେ ମତଦାନ ଜାରି...

ସହଯୋଗରେ ସମ୍ପର୍କ ହେବ ମଜଭୁତ

ନୂଆଦିଲ୍ଲୀ,୨୧।୧: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ନେପାଳ ପ୍ରଧାନମନ୍ତ୍ରୀ କେପି ଶର୍ମା ଓଲି ମଙ୍ଗଳବାର ମିଳିତ ଭାବେ ଯୋଗବାନି-ବିରାଟନଗରରେ ଦ୍ୱିତୀୟ ଇଣ୍ଟିଗ୍ରେଟେଡ ଚେକ୍‌ପୋଷ୍ଟର ଉଦ୍‌ଘାଟନ କରିଛନ୍ତି।...

Advertisement
Archives

Model This Week