Posted inଭଦ୍ରକ

ଉଚ୍ଛେଦ ପରେ ଜବରଦଖଲ

ଭଦ୍ରକ ଅଫିସ,୨୨।୯ – ଭଦ୍ରକ ସହରକୁ ସ୍ମାର୍ଟସିଟି କରାଯିବା ପାଇଁ ମୁଖ୍ୟରାସ୍ତାଗୁଡ଼ିକୁ ଜବରଦଖଲମୁକ୍ତ ଲାଗି ଉଦ୍ୟମ କରାଯାଇଛି। ଗତ ଜୁନ୍‌ ଶେଷ ସପ୍ତାହରେ ମହତାବ ଛକଠାରୁ ଅପର୍ତ୍ତିବିନ୍ଧା ଷ୍ଟେଟ୍‌ବ୍ୟାଙ୍କ ଛକ ପର୍ଯ୍ୟନ୍ତ ରାସ୍ତାର ଉଭୟପାର୍ଶ୍ୱକୁ ପ୍ରଶାସନ ପକ୍ଷରୁ ଜବରଦଖଲ ଉଚ୍ଛେଦ କରାଯାଇଥିଲା। ସେହିପରି ଅପର୍ତ୍ତିବିନ୍ଧା ଷ୍ଟେଟ୍‌ବ୍ୟାଙ୍କ ଛକଠାରୁ ଘୋଷରା ବଜାର ପର୍ଯ୍ୟନ୍ତ ଏକ ପାଖ ମଧ୍ୟ ଜବରଦଖଲ ହଟାଯାଇଥିଲା। ଏତିକିରେ ପ୍ରଶାସନ ଉଚ୍ଛେଦ ପ୍ରକ୍ରିୟା ସାମୟିକ ଭାବେ ବନ୍ଦ କରିଥିଲା। ଉଚ୍ଛେଦ ହେବାର ୩ ମାସ ବିତିଯାଇଥିଲେ ମଧ୍ୟ ଏଯାଏ ଉଭୟପାର୍ଶ୍ୱର ଡ୍ରେନ ନିର୍ମାଣ କାର୍ଯ୍ୟ ସରିନାହିଁ। ଅନ୍ୟପକ୍ଷେ ଉଚ୍ଛେଦ ପରେ ଜବରଦଖଲ କରି ଷ୍ଟେଟବ୍ୟାଙ୍କ ଛକ ସମ୍ମୁଖରେ ୨୧ ଡିସିମିଲ ସରକାରୀ ଜାଗାରେ କେତେକ ମୁଷ୍ଟିମେୟ ବ୍ୟକ୍ତି ବେଆଇନ ଭାବେ ମାର୍କେଟ୍‌ କମ୍ପ୍ଲେକ୍ସ ରାତାରାତି ନିର୍ମାଣ କରୁଥିଲେ। ପ୍ରଶାସନ ଏହାକୁ ଜାଣି ଅଜଣା ଭଳି ପରୋକ୍ଷରେ ସମର୍ଥନ କରାଯାଉଥିବା ଅଭିଯୋଗ ହୋଇଥିଲା। କଳା ପାଲ ଟାଙ୍ଗି ନିର୍ମାଣ କାର୍ଯ୍ୟ ଚାଲୁଥିଲେ ମଧ୍ୟ କୌଣସି ପ୍ରଶାସନିକ ଅଧିକାରୀ କିଭଳି ଦେଖିପାରିଲେ ନାହିଁ ତାହା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଥିଲା। ଚଳିତ ମାସରେ ଉଚ୍ଛେଦ ଦୋକାନୀମାନଙ୍କ ମଧ୍ୟରୁ କେତେକ ଏ ସମ୍ପର୍କରେ ହାଇକୋର୍ଟରେ ଜନସ୍ବାର୍ଥ ମାମଲା ରୁଜୁ କରିଥିଲେ। ନିକଟରେ ଉକ୍ତ ସରକାରୀ ଜାଗାରେ ନିର୍ମାଣାଧୀନ ମାର୍କେଟ୍‌ କମ୍ପ୍ଲେକ୍ସ ବନ୍ଦ କରିବା ପାଇଁ କୋର୍ଟ ଆଦେଶନାମା ଜାରି କରିଛନ୍ତି। ଏହି ମାମଲାରେ ଜିଲାପାଳ ତୁରନ୍ତ ପଦକ୍ଷେପ ନିଅନ୍ତୁ ବୋଲି କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ଶୁକ୍ରବାର ଭଦ୍ରକ ତହସିଲଦାର ଉକ୍ତ ସ୍ଥାନରେ ଏକ ସୂଚନା ଫଳକ ଲଗାଇ କାର୍ଯ୍ୟ ବନ୍ଦ କରିଛନ୍ତି। ଏଥିସହ ସରକାରୀ ଖାତାକୁ ଉକ୍ତ ଜାଗା ନିଆଗଲା ବୋଲି ସର୍ବସାଧାରଣକୁ ଅବଗତ କରାଇଛନ୍ତି।
ଶନିବାର କୋର୍ଟଙ୍କ କପି ସରକାରୀ ଭାବେ ଜିଲା ପ୍ରଶାସନ ନିକଟରେ ପହଞ୍ଚିଛି। ଏତେଦିନ ଧରି ପ୍ରଶାସନ କିଭଳି ଚୁପ୍‌ ରହିଥିଲା ବୋଲି ଏଠାରେ ଦୀର୍ଘବର୍ଷ ଧରି ଦୋକାନ କରି ଦାନା ପାଉଥିବା ବ୍ୟବସାୟୀ ଓ ଶ୍ରମିକ ସଙ୍ଗଠନ ନେତା ଦିବ୍ୟସିଂହ ନାୟକ ସମାଲୋଚନା କରି କହିଛନ୍ତି। ସହର ସମ୍ପ୍ରସାରଣ ଏବଂ ରାସ୍ତାଘାଟ ଚଉଡ଼ା ଆଳରେ ପ୍ରଶାସନ ଗରିବ ବ୍ୟବସାୟୀଙ୍କ ଦୋକାନ ଘର ଭାଙ୍ଗି ସେମାନଙ୍କୁ ବେସାହାରା କରିଦେଇଛନ୍ତି। ଏପରିସ୍ଥଳେ ଜବରଦଖଲ ଉଚ୍ଛେଦ ସ୍ଥାନରେ ଏତେ ବଡ ମାର୍କେଟ୍‌ କମ୍ପ୍ଲେକ୍ସ କରିବା ପାଇଁ କିଭଳି ସୁଯୋଗ ଦିଆଗଲା ବୋଲି ବ୍ୟବସାୟୀ ଅରୁଣ ବାରିକ କହିଛନ୍ତି। ଉଲ୍ଲେଖନୀୟ ଯେ, ଉଚ୍ଛେଦ ବ୍ୟବସାୟୀଙ୍କ ମଧ୍ୟରୁ ଜଣେ ହେଲେ କାହାରିକୁ ଜିଲା ପ୍ରଶାସନ ଥଇଥାନ କରିପାରି ନାହିଁ।


Enter your email to get our daily news in your inbox.

All Right Reserved By Dharitri.Com

ପୌର ନିର୍ବାଚନରେ ହିଂସା

ଭୁବନେଶ୍ୱର,(ବ୍ୟୁରୋ)/ଧାମନଗର / କଟକ/ ଭଦ୍ରକ/ ପୁରୀ/ ବଲାଙ୍ଗୀର/ ଚିକିଟି ୨୫।୩ (ଡି.ଏନ୍‌.ଏ.): ଗତ କିଛି ବର୍ଷ ହେବ ନିର୍ବାଚନ ସମୟରେ ହିଂସାତ୍ମକ ଆଚରଣ ବୃଦ୍ଧି ପାଉଥିବା...

ରାଜରାଜେଶ୍ୱରୀ ବେଶରେ ପୂଜା ପାଇଲେ ମା’ ଭଦ୍ରକାଳୀ

ଭଦ୍ରକ ଅଫିସ,୨୯ା୧୦: ଜଗଜ୍ଜନନୀ ବିଷ୍ଣୁମାତା ମା’ ଭଦ୍ରକାଳୀ ସପ୍ତମାତୃକା ବେଶରେ ମଙ୍ଗଳବାର ତୃତୀୟ ଦିନରେ ରାଜରାଜେଶ୍ୱରୀ ବେଶରେ ଭକ୍ତଙ୍କୁ ଦର୍ଶନ ଦେଇଛନ୍ତି । ମା’ଙ୍କର ଏହି...

ମାଟିତଳୁ ଦେଢ଼ମାସ ଶିଶୁର ମୃତଦେହ ଜବତ କଲା ପୋଲିସ

ଭଦ୍ରକ ଅଫିସ,୯।୯ : ସୋମବାର ସକାଳୁ ଭଦ୍ରକ ଜିଲା ଗ୍ରାମାଞ୍ଚଳ ଥାନା ପୋଲିସ ଗେଲଟୁଆ ନୂଆସାହିରୁ ଦେଢ଼ମାସର ଶିଶୁପୁତ୍ରର ଗଳିତ ମୃତଦେହକୁ ସାଇଣ୍ଟିଫିକ୍‌ ଟିମ୍‌ ଓ...

ଅମାନବୀୟ ଘଟଣା: ଯୁବକଙ୍କୁ ଅଧା ଲଣ୍ଡାକରି ଗାଁରେ ବୁଲାଇଲେ, ପାଣି ମାଗିବାରୁ ପରିସ୍ରା ପିଆଇଲେ

ଭଦ୍ରକ ଅଫିସ, ୪।୮: ଭଦ୍ରକ ଜିଲା ତିହିଡି ଥାନା ଅନ୍ତର୍ଗତ ବାଉଁଶବାଗ ଗ୍ରାମରେ ଏକ ଅମାନବୀୟ କାଣ୍ଡ ଘଟିଛି। ବିବାହିତାଙ୍କ ସହ ସମ୍ପର୍କ ରଖିବାକୁ ନେଇ...

୨ ପଞ୍ଚାୟତରୁ ଉଠିଲା କଣ୍ଟେନ୍‌ମେଣ୍ଟ୍‌ କଟକଣା

ଭଦ୍ରକ ଅଫିସ,୪ା୫: ଭଣ୍ଡାରିପୋଖରୀ ବ୍ଲକର ଦୁଇଟି ପଞ୍ଚାୟତକୁ କଣ୍ଟେନମେଣ୍ଟ୍‌ ଜୋନ୍‌ ଘୋଷଣା ପ୍ରତ୍ୟାହୃତ କରିଛି ପ୍ରଶାସନ। ଏହି ଦୁଇ ପଞ୍ଚାୟତରୁ ଦୁଇଟି ପଜିଟିଭ୍‌ ବାହାରିଥିବାରୁ ତେସିଙ୍ଗା...

ବଜ୍ରପାତ ନେଲା ୭ ଜୀବନ

ବାଲେଶ୍ୱର ଅଫିସ/ ରେମୁଣା/ସଜନାଗଡ/ ଚାନ୍ଦବାଲି/ଭଦ୍ରକ ଅଫିସ/କେନ୍ଦୁଝର, ୪। ୮(ଡି.ଏନ.ଏ./ସ୍ବ.ପ୍ର.) ଉତ୍ତର ଓଡ଼ିଶାର ବିଭିନ୍ନ ସ୍ଥାନରେ ସୋମବାର ଅପରାହ୍ନରେ ବଜ୍ରପାତ ହୋଇ ଅକାଳରେ ୭ଜଣଙ୍କ ଜୀବନ ଯାଇଛି।...

ସହରରେ ଡ୍ରେନେଜ୍‌ ବ୍ୟବସ୍ଥା ବିପର୍ଯ୍ୟସ୍ତ

ବାସୁଦେବପୁର, ୧୫।୮ (ଡି.ଏନ.ଏ.)- ଭଦ୍ରକ ଜିଲା ବାସୁଦେବପୁର ସହରରେ ଡ୍ରେନେଜ ବ୍ୟବସ୍ଥା ବିପର୍ଯ୍ୟସ୍ତ ହୋଇପଡ଼ିଛି। ସହର ଓ ଏହା ସଂଲଗ୍ନ ଅଞ୍ଚଳର ବର୍ଷାପାଣି ନିଷ୍କାସନ ହୋଇପାରୁ...

ଋଣ କରାଇଦେବା ନଁ। ରେ ଠକେଇ: ତଦନ୍ତ ନିର୍ଦ୍ଦେଶ ଦେଲେ ଜିଲାପାଳ

ଭଦ୍ରକ ଅଫିସ, ୧୨।୧୦- ନାବାର୍ଡ ଭଳି ସରକାରୀ ସଂସ୍ଥାରୁ ଋଣ କରାଇଦେବେ ବୋଲି କହି ବିଭିନ୍ନ ମହିଳା ସଂଘଠାରୁ ଲକ୍ଷାଧିକ ଟଙ୍କା ଠକି ନେଇଛନ୍ତି ଏକ...

Advertisement
Archives

Model This Week