ନୂଆ ଟେକ୍ନୋଲୋଜିର ଫ୍ରିଜ ଆଣିବ ଭୋଲଟାସ୍‌

ଭୁବନେଶ୍ୱର,୨୨-୯: ଟାଟା ଗ୍ରୁପ କମ୍ପାନୀର ଫାର୍ମ ଭୋଲଟାସ ବେକୋ ପକ୍ଷରୁ ଶୀଘ୍ର ନୂଆ ଟେକ୍ନୋଲୋଜିଯୁକ୍ତ ଫ୍ରିଜ୍‌ ଡିସେମ୍ବରରେ ବଜାରକୁ ଆସିବ। ତୁର୍କୀ କମ୍ପାନୀ ଆର୍ସେଲିକ ସହ ମିଳିତ ହୋଇ କମ୍ପାନୀ ଏ ଦିଗରେ କାର୍ଯ୍ୟ କରୁଛି। ଏହା ଦ୍ୱାରା ସଦ୍ୟତମ ଡାଇରେକ୍ଟ କୁଲିଂ ରେଫ୍ରିଜରେଟର ବଜାରରେ କମ୍ପାନୀ ଏହାର ସ୍ଥିତି ଦୃଢ କରିବାକୁ ଲକ୍ଷ୍ୟ ରଖିଛି। ସ୍ଥାନୀୟ ଏକ ହୋଟେଲରେ ଅନୁଷ୍ଠିତ ଡିଲରମିଟ ଅବସରରେ କମ୍ପାନୀର ପୂର୍ବାଞ୍ଚଳ ବାଣିଜ୍ୟ ମୁଖ୍ୟ ସବ୍ୟସାଚୀ ଗୁପ୍ତା କହିଛନ୍ତି ଯେ, ଡାଇରେକ୍ଟ କୁଲ ପ୍ରଡକ୍ଟର ଏକ ବଡ ବଜାର ଦେଶରେ ଥିବା ବେଳେ ଏହି କ୍ଷେତ୍ରରେ ଭଲ କାରବାର ନେଇ ଆଶା ରହିଛି। ଏହି ପ୍ରଡକ୍ଟ ଗ୍ରାହକଙ୍କୁ ଆକର୍ଷଣୀୟ ମୂଲ୍ୟରେ ଯୋଗାଇ ଦିଆଯିବ। ଉକ୍ତ ବର୍ଗରେ ଏକ ଉନ୍ନତ ବଜାର ଅଂଶ ହାସଲ ନେଇ ଲକ୍ଷ୍ୟ ରହିଛି।
ସେ କହିଛନ୍ତି ଯେ, ପାର୍ବଣ ଉପଲକ୍ଷେ ଗ୍ରାହକଙ୍କୁ ନୂଆ ଅଫର ପ୍ରଦାନ କରାଯିବ। କମ୍ପାନୀର ପ୍ରଡକ୍ଟ ଉପରେ ଗ୍ରାହକ ଆକର୍ଷଣୀୟ ଓ୍ବାରେଣ୍ଟି ପାଇପାରିବେ। ଏହାବାଦ ଇଏମ୍‌ଆଇ ଏବଂ କ୍ୟାଶବ୍ୟାକ ସୁବିଧା ପ୍ରଦାନ କରିବାକୁ ଯୋଜନା ରହିଛି। ଗତ ବର୍ଷ ତୁଳନାରେ ଚଳିତ ବର୍ଷ ପାର୍ବଣରେ ଭଲ ବିକ୍ରି ଆଶା ରହିଥିବା ସେ ପ୍ରକାଶ କରିଛନ୍ତି। ଅଫର ଦିପାବଳୀ ଯାଏ ଚାଲିବ। କମ୍ପାନୀ ରେଫ୍ରିଜରେଟର, ଓ୍ବାଶିଂମେଶିନ, ମାଇକ୍ରୋଓ୍ବେଭ ଓଭନ, ଡିସ୍‌ଓ୍ବାଶର ଭଳି ବିଭିନ୍ନ ପ୍ରଡକ୍ଟ ଉପଲବ୍ଧ କରାଉଛି। କାର୍ଯ୍ୟକ୍ରମରେ ଭୋଲଟାସ ଲିମିଟେଡର ଶାଖା ପ୍ରବନ୍ଧକ ମାନସ କୁମାର ମଲ୍ଲିକ, ବିତରକ ପପୁ ହଂସ ଏବଂ ରାକେଶ ନାରଙ୍ଗ ପ୍ରମୁଖ ଉପସ୍ଥିତ ଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

UPI ନେଣଦେଣରେ PPI ଚାର୍ଜ କ’ଣ? କାହାର ଲାଭ-କାହାର କ୍ଷତି ଜାଣନ୍ତୁ…

ନୂଆଦିଲ୍ଲୀ,୨୬।୪: ଆଜିକାଲି ସମୟରେ ୟୁପିଆଇ ନେଣଦେଣ ସାମାନ୍ୟ କଥାରେ ପରିଣତ ହୋଇଗଲାଣି। ରାସ୍ତାକଡ଼ ବୁଲା ବେପାରୀଙ୍କଠାରୁ ଆରମ୍ଭ କରି ବଡ଼ ବଡ଼ ମଲ୍‌ରେ ମଧ୍ୟ ଏହାର...

୧୭ ହଜାର କ୍ରେଡିଟ୍‌ କାର୍ଡକୁ ବ୍ଲକ କଲା ICICI, ପ୍ରଭାବିତ ହୋଇଥିଲେ ଜାଣନ୍ତୁ କାରଣ…

ନୂଆଦିଲ୍ଲୀ,୨୬।୪: ବେସରକାରୀ ବ୍ୟାଙ୍କ ଆଇସିଆଇସିଆଇ ୧୭ ହଜାର କ୍ରେଡିଟ୍‌ କାର୍ଡକୁ ବ୍ଲକ୍‌ କରିଦେଇଛି। ନିକଟରେ କାର୍ଡଗୁଡ଼ିକ ଜାରି କରାଯାଇଥିବା ବେଳେ ଭୁଲ ୟୁଜର୍ସ ଥିବା ମାମଲା...

ଏହି କାରଣ ପାଇଁ ଦୁବେଙ୍କ ବଦଳରେ ହାର୍ଦ୍ଦିକଙ୍କୁ ଟି-୨୦ ବିଶ୍ୱକପ ଦଳରେ ମିଳିବ ସ୍ଥାନ: ରିପୋର୍ଟ

ନୂଆଦିଲ୍ଲୀ,୨୬।୪: ଭାରତ ଷ୍ଟାର ଅଲରାଉଣ୍ଡର ହାର୍ଦ୍ଦିକ ପାଣ୍ଡ୍ୟା ଭଲ ଫର୍ମ ନଥାଇ ପାରନ୍ତି କିନ୍ତୁ ତାଙ୍କର ପୂର୍ବ ପ୍ରଦର୍ଶନ ବଳରେ ବା ତାଙ୍କ ପ୍ରତିବଦଳ ଖେଳାଳି...

ଅନେକ ଦିନର ହ୍ରାସ ପରେ ବଦଳିଲା ଟ୍ରେଣ୍ଡ, ପୁଣି ବୃଦ୍ଧି ପାଇଲା ସୁନା ଏବଂ ରୂପା ମୂଲ୍ୟ

ନୂଆଦିଲ୍ଲୀ,୨୬।୪: ଗତ କିଛି ଦିନ ହେବ ସୁନା ମୂଲ୍ୟରେ ହ୍ରାସ ଘଟିଥିଲା, କିନ୍ତୁ ଶୁକ୍ରବାର ସୁନା ଓ ରୂପା ମୂଲ୍ୟ ବୃଦ୍ଧି ପାଇଛି। ବଜାରରେ ସୁନା...

ଚଳିତ ବର୍ଷ ୬୦୦୦ ଫ୍ରେଶରଙ୍କୁ ନିଯୁକ୍ତି ଦେବ ଟେକ୍ ମହିନ୍ଦ୍ରା

ମୁମ୍ବାଇ,୨୬ା୪: ପ୍ରମୁଖ ଆଇଟି କମ୍ପାନୀ ଟେକ୍ ମହିନ୍ଦ୍ରା, ଏପ୍ରିଲ୍ ୨୫ ରେ ଘୋଷଣା କରିଛି ଯେ ଏହା ୨୦୨୫ ଆର୍ଥିକ ବର୍ଷରେ ୬,୦୦୦ ଫ୍ରେଶର୍ ନିଯୁକ୍ତ...

ଏଚ୍‌ଏମ୍‌ଏସ୍‌ଆଇର ନୂତନ ମାଇଲଖୁଣ୍ଟ

ଭୁବନେଶ୍ୱର,୨୬ା୪: ହୋଣ୍ଡା ମୋଟରସାଇକେଲ ଆଣ୍ଡ ସ୍କୁଟର ଇଣ୍ଡିଆ (ଏଚ୍‌ଏମ୍‌ଏସ୍‌ଆଇ)କୁ ନିକଟରେ ଆଉ ଏକ ସଫଳତା ସହ ପୂର୍ବ ଭାରତ ବଜାରରେ କମ୍ପାନୀ ନୂତନ ମାଇଲଖୁଣ୍ଟ ହାସଲ...

ଅଟୋ ଏଜ୍‌-୨୦୨୪ ସମ୍ମିଳନୀ: ଅଟୋ ଉଦ୍ୟୋଗର ଆବଶ୍ୟକତା ପୂରଣ

ଭୁବନେଶ୍ୱର,୨୬ା୪: ବେଦାନ୍ତ ଆଲୁମିନିୟମର ବହୁ ପ୍ରତୀକ୍ଷିତ ତଥା ଜାତୀୟ ଅଟୋ ଦିବସ ଉପଲକ୍ଷେ ନୂଆଦିଲ୍ଲୀଠାରେ ‘ଅଟୋ ଏଜ୍‌-୨୦୨୪’ ସମ୍ମିଳନୀ ଆୟୋଜିତ ହୋଇଯାଇଛି। ଏଥିରେ ଶିଳ୍ପ ବିଶେଷଜ୍ଞ...

ଆକ୍ସିସ୍‌ ବ୍ୟାଙ୍କର ବାର୍ଷିକ ଫଳାଫଳ

ଭୁବନେଶ୍ୱର,୨୬ା୪: ଆକ୍ସିସ୍‌ ବ୍ୟାଙ୍କର ନିର୍ଦ୍ଦେଶକ ମଣ୍ଡଳୀ ବୈଠକ ନିକଟରେ ଅନୁଷ୍ଠିତ ହୋଇଯାଇଛି। ଉକ୍ତ ବୈଠକରେ ବ୍ୟାଙ୍କର କାରବାର ଓ ଆଗାମୀ କାର୍ଯ୍ୟକଳାପ ସହ ୨୦୨୩-୨୪ ଆର୍ଥତ୍କ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri