ଥାନାର ଦ୍ୱାରସ୍ଥ ହୋଇ ନ ଥିବା ଗାଁ

କେନ୍ଦୁଝର, ୨୨ା୯ (ସ୍ବ.ପ୍ର.)-ବର୍ତ୍ତମାନ ସମୟରେ ବୃଦ୍ଧି ପାଉଥିବା ଆଇନ ଶୃଙ୍ଖଳା ପରିସ୍ଥିତି ପାଇଁ ପୋଲିସର ସହାୟତା ସମସ୍ତେ ନେଇଥାନ୍ତି। କିନ୍ତୁ କେନ୍ଦୁଝର ଜିଲାରେ ଏଭଳି ଏକ ଗ୍ରାମ ରହିଛି ଯେଉଁଠି ଏବେ ସୁଦ୍ଧା ପୋଲିସର ସହାୟତା ନେଇନାହାନ୍ତି। କଥାଟା ଏକଦମ୍‌ ସତ। ଏଭଳି ଏକ ଗ୍ରାମ ହେଉଛି ଝୁମ୍ପୁରା ବ୍ଲକର ତେଲିଅର୍ଶଳା ଗ୍ରାମ ା ଜିଲା ମୁଖ୍ୟାଳୟଠାରୁ ପ୍ରାୟ ୨୫ କି.ମି. ଦୂରରେ ଏହି ଗ୍ରାମ ଅବସ୍ଥିତ। ଏହି ଗ୍ରାମରେ ପାଖାପାଖି ୭୦୦ ମାଝି ସଂପ୍ରଦାୟର ଲୋକ ବସବାସ କରନ୍ତି।
ଗ୍ରାମକୁ ପୋଲିସ ଆସିବା ମନା। କୌଣସି ମାମଲାରେ ଯଦି ପୋଲିସ ଆସେ ତେବେ ସେମାନଙ୍କୁ ଗ୍ରାମ ଭିତରକୁ ପ୍ରବେଶ କରାଇଦିଅନ୍ତି ନାହିଁ। ବିଭିନ୍ନ ମାମଲାର ଫଇସଲା ଗ୍ରାମରେ ହୋଇଥାଏ। ସମସ୍ତ ସୁବିଧା ଅସୁବିଧାର ସମାଧାନ ଗ୍ରାମରେ କରାଯାଏ। ଗ୍ରାମର ମୁଖିଆ ହେଉଛନ୍ତି ଧନେଶ୍ୱର ମାଝି। ତାଙ୍କ ନେତୃତ୍ୱରେ ପଞ୍ଚାୟତ ବସି ସମସ୍ତ ପ୍ରକାରର ବିବାଦ, ଗଣ୍ଡଗୋଳର ସମାଧାନ ହୋଇଥାଏ। ଗ୍ରାମର ଡାକୁଆ ଜରିଆରେ ମୁରବିମାନଙ୍କୁ ଡକାଯାଏ। ଅଭିଯୋଗକାରୀ ତଥା ଅଭିଯୁକ୍ତଙ୍କୁ ମଧ୍ୟ ଡକାଯାଏ। ଯାହା ନିଷ୍ପତ୍ତି ହୋଇଥାଏ ତାହା ସମସ୍ତ ମାନିଥାନ୍ତି। ଏହି ଗ୍ରାମରେ ରହିଛି ଏକ ଆଶ୍ରମ ସ୍କୁଲ ା ଥରେ ଏହି ସ୍କୁଲର ଜଣେ ପିଲା କେଉଁ ଆଡେ ଚାଲିଯିବାରୁ ତାଙ୍କ ବାପା ପୋଲିସରେ ଅଭିଯୋଗ କରିଥିଲେ। ପୋଲିସ ଅଭିଯୋଗ ପାଇ ଗ୍ରାମକୁ ଆସିଥିଲା। କିନ୍ତୁ ଗ୍ରାମବାସୀ ପୋଲିସକୁ ଅଟକାଇ ଫେରାଇ ଦେଇଥିଲେ ା ନିଜେ ଗ୍ରାମବାସୀ ଉକ୍ତ ଛାତ୍ରକୁ ଖୋଜିବା ପାଇଁ ସ୍କୁଲ କର୍ତ୍ତୃପକ୍ଷଙ୍କୁ ସହାୟତା କରି ଫେରିପାଇଥିଲେ। ଯେଉଁ ସବୁ କେସ ଅନ୍ୟ ଗ୍ରାମରେ ପୋଲିସ ଥାନା ବା କୋର୍ଟ କଚେରିରେ ହୋଇଥାଏ ସେଭଳି କେସଗୁଡ଼ିକ ଏହି ଗ୍ରାମରେ ହୋଇଥାଏ ବୋଲି ଗ୍ରାମର ଦିନେଶ କୁମାର ଟୁଡୁ କହିଛନ୍ତି। ଏହି ପରମ୍ପରା ଏବେକାର ନୁହେଁ। ବହୁ ଆଗରୁ ଚାଲି ଆସୁଛି ା ଏପରିକି ବିବାହ ବିଚ୍ଛେଦ ମାମଲାଗୁଡିକ ମଧ୍ୟ ଫଇସଲା କରାଯାଇଥାଏ। ସମସ୍ତେ ଭାଇଚାରା ମନୋଭାବ ନେଇ ଖୁସିରେ ରହିଆସୁଛନ୍ତି ବୋଲି ବରିଷ୍ଠ ଗ୍ରାମବାସୀ ସୁରେନ୍ଦ୍ର ମାଝି କହିଛନ୍ତି।
ଏହି ଗ୍ରାମବାସୀ ଗୁଣିଗାରେଡି ଉପରେ ବିଶ୍ୱାସ କରନ୍ତି ନାହିଁ ା ଗ୍ରାମରେ ରହିଛି ଠାକୁରାଣୀ ଶାଳ ସେଠାରେ ପୂଜାପାଠ ସମସ୍ତେ ମିଳିମିଶି କରନ୍ତି। ଗ୍ରାମରେ ଓଷା ବା ଅନ୍ୟାନ୍ୟ ଗଣେଶ, ବିଶ୍ୱକର୍ମା ଆଦି ପୂଜା କରାଯାଏ ନାହିଁ। ବର୍ଷରେ କାଳୀପୂଜା ଓ ହୋଲିକୁ ଧୁମଧାମରେ ପାଳନ କରିଥାନ୍ତି। ଏହି ପର୍ବ ଗ୍ରାମର ସମସ୍ତେ ମିଶି ପାଳନ କରିଥିବାବେଳେ ମିଳିମିଶି ଖର୍ଚ୍ଚ ଉଠାଇଥାନ୍ତି। ମାଦଳ ଓ ନାଗରା ବଜାଇ ପାରମ୍ପରିକ ବେଶଭୂଷାରେ ସଜ୍ଜିତ ହୋଇ ନାଚଗୀତ କରି କଟାନ୍ତି। ଏହି ଗ୍ରାମର ଲୋକମାନେ ଧାନ, ଡାଲିଜାତୀୟ ଫସଲ, ପନିପରିବା ଚାଷବାସ ସହିତ ଗୋପାଳନ କରି ଚଳିଥାନ୍ତି।
ଫଟୋ-
ତେଲିଅର୍ଶଳ ଗ୍ରାମବାସୀ


Enter your email to get our daily news in your inbox.

All Right Reserved By Dharitri.Com

ନବପଞ୍ଚମ ଯୋଗରେ ଆରମ୍ଭ ହେବ ସେପ୍ଟେମ୍ବର: ମେଷ-ମକର ସମେତ ୪ ରାଶିଙ୍କ ପାଇଁ ଏମିତି ରହିବ ପୂରା ମାସ

ଜ୍ୟୋତିଷ ଶାସ୍ତ୍ର ଅନୁସାରେ, ଗୁରୁ ଓ ଶନିଙ୍କ ନବପଞ୍ଚମ ଯୋଗ ୨୦୨୬ରେ ୪ଟି ରାଶି ପାଇଁ ଶୁଭ ସାବ୍ୟସ୍ତ ହୋଇପାରେ। ମାସ ଆରମ୍ଭରେ ଏହି ଯୋଗ ଗଠନ…

ଚିନି ଦରରେ ନିଆଁ: କେନ୍ଦ୍ର ସରକାର ସ୍ପଷ୍ଟ କଲେ ଦରବୃଦ୍ଧିର କାରଣ, କମିଯିବ କି….

ନୂଆଦିଲ୍ଲୀ,୨୪ା୮: ଦେଶରେ ପର୍ବପର୍ବାଣୀ ଋତୁ ଆରମ୍ଭ ହୋଇଥିବା ବେଳେ ଦୈନନ୍ଦିନ ଆବଶ୍ୟକ ସାମଗ୍ରୀ ଚିନିର ଦର ବଢ଼ିବା ନେଇ ଚିନ୍ତା ବଢ଼ିଛି । ଚିନି ମହଙ୍ଗା ହେବା…

ଅନ୍ୟଙ୍କ ରହସ୍ୟ ଜାଣିବାରେ ମାହିର, ନିଜ କଥା ରଖନ୍ତି ଗୁପ୍ତ; ଜାଣନ୍ତୁ ସେହି ୩ ରାଶି କିଏ…

ଆପଣଙ୍କ ଆଖପାଖରେ ଏମିତି କିଛି ଲୋକ ନିଶ୍ଚୟ ଥିବେ, ଯେଉଁମାନେ ଆପଣଙ୍କ ମନର କଥାଠାରୁ ଆରମ୍ଭ କରି ଗଭୀର ରହସ୍ୟ ପର୍ଯ୍ୟନ୍ତ ସହଜରେ ବୁଝିଯାଆନ୍ତି। କିନ୍ତୁ ନିଜ…

‘ରସୁଣ-ପିଆଜ ନପଡ଼ିଲେ ମାଛ ଆମିଷ ନୁହେଁ’, ମନ୍ତ୍ରୀଙ୍କ ଦାବିକୁ ନେଇ ତେଜିଲା ଚର୍ଚ୍ଚା

ଲକ୍ଷ୍ନୌ,୨୪ା୮: ମାଛ ଆମିଷ ନା ନିରାମିଷ? ଏହି ପ୍ରଶ୍ନକୁ ନେଇ ଉତ୍ତରପ୍ରଦେଶରେ ଏବେ ରାଜନୈତିକ ବିବାଦ ଦେଖାଦେଇଛି । ମାଛକୁ ନିରାମିଷ ବୋଲି ମନ୍ତ୍ରୀ ସଞ୍ଜୟ ନିଷାଦଙ୍କ…

‘ପ୍ରଧାନମନ୍ତ୍ରୀ ହେବେ ଥଲାପତି ବିଜୟ’, TVKର ଦାବିରେ କଂଗ୍ରେସର କଟାକ୍ଷ- ‘୨୭୨ ସାଂସଦ…’

ଚେନ୍ନାଇ, ୨୪।୮: ତାମିଲନାଡୁର ରାଜନୀତିରେ ଅଭିନେତାରୁ ନେତା ପାଲଟିଥିବା ସି. ଜୋସେଫ ବିଜୟ ଅର୍ଥାତ୍‌ ଥଲାପତି ବିଜୟଙ୍କୁ ନେଇ ରାଜନୈତିକ ବୟାନବାଜି ତୀବ୍ର ହୋଇଛି। ବିଜୟଙ୍କ ଦଳ…

ମଧ୍ୟବିତ୍ତକୁ ପୁଣି ବଡ଼ ଝଟକା: ଚିନି-ପିଆଜ ପରେ ଏବେ ମହଙ୍ଗା ହେଲା…

ନୂଆଦିଲ୍ଲୀ,୨୪।୮: ଦେଶରେ ଖାଦ୍ୟ ସାମଗ୍ରୀର ଦରବୃଦ୍ଧି ଏବେ ସାଧାରଣ ଲୋକଙ୍କ ଚିନ୍ତା ବଢ଼ାଇଛି। ପିଆଜ ଓ ରୋଷେଇ ତେଲ ପରେ ଏବେ ଡାଲିର ଦର ମଧ୍ୟ ବଢ଼ିବା…

ହସ୍ପିଟାଲରେ ଜନ୍ମ ନେଲା ଅଦ୍ଭୁତ ଶିଶୁ; ସବୁ ଚକିତ, ଦେଖିବାକୁ ହସ୍ପିଟାଲରେ ଭିଡ଼

ଭୋପାଳ,୨୪ା୮: ମଧ୍ୟପ୍ରଦେଶର ଛତରପୁର ଜିଲାରୁ ଏକ ଅତ୍ୟନ୍ତ ବିରଳ ଘଟଣା ସାମ୍ନାକୁ ଆସିଛି । ଲବକୁଶ ନଗର ସ୍ୱାସ୍ଥ୍ୟକେନ୍ଦ୍ରରେ ଜଣେ ମହିଳା ୪ଟି ହାତ ଓ ୪ଟି…

ନିୟମିତ ବ୍ରେକ୍‌ଫାଷ୍ଟ ନ କଲେ…

ବ୍ରେକ୍‌ଫାଷ୍ଟ ହେଉଛି ଦିନର ପ୍ରଥମ ଖାଦ୍ୟ। ବିଶେଷଭାବରେ ଆମେ ବିଛଣା ତ୍ୟାଗ କରିବାର ଦୁଇ ଘଣ୍ଟା ଭିତରେ କିଛି ଖାଇବା ଦରକାର। ନ ହେଲେ ଏହା ଏସିଡିଟି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri