ଇସ୍ରୋ ଗଲେ ନବରଙ୍ଗପୁରର ୨ ଛାତ୍ରୀ

ନବରଙ୍ଗପୁର,୪ା୬(ବି.ପ୍ର.)- ନବରଙ୍ଗପୁର ଜିଲାର ୨ ଜଣ ୧୦ମ ଶ୍ରେଣୀ ଛାତ୍ରୀ ଇସ୍ରୋ ଯିବା ପାଇଁ ମନୋନୀତ ହୋଇ ସୋମବାର ଅହମ୍ମଦାବାଦ ଗସ୍ତ କରିଛନ୍ତି। ଛାତ୍ରୀ ୨ ଜଣ ହେଲେ ଇପସିତା ଦାଶ ଓ ମିତା ହରିଜନ। ଟାଟାଷ୍ଟିଲ ପକ୍ଷରୁ ହୋଇଥିବା ୟଙ୍ଗ ଆଷ୍ଟ୍ରନମର ଟ୍ୟାଲେଣ୍ଟ ସର୍ଚ୍ଚ ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇ ଇସ୍ରୋ ଯିବା ପାଇଁ ସେମାନେ ମନୋନୀତ ହୋଇଥିଲେ। ଆସନ୍ତା ୫,୬,୭ ଓ ୮ ତାରିଖରେ ଇସ୍ରୋଠାରେ ବୈଜ୍ଞାନିକଙ୍କ ସହ ଭାବ ବିନିମୟ କରିବେ । ଏଥି ସହ ଛାତ୍ରୀମାନଙ୍କ କିଛି ପ୍ରଶ୍ନର ଉତ୍ତର ବୈଜ୍ଞାନିକମାନେ ଦେବା ସହ ଭାରତୀୟ ବୈଜ୍ଞାନିକ ପଦ୍ଧତି ବିଷୟରେ ଜାଣିବାର ସୁଯୋଗ ସେମାନେ ପାଇବେ।
ନବରଙ୍ଗପୁର ଜିଲା ନନ୍ଦାହାଣ୍ଡି ବ୍ଲକ ଅଧୀନ ମିରଗାନଗୁଡା ଗାଁର ଦୁର୍ଗା ମାଧବ ଦାଶଙ୍କ ଝିଅ ଇପ୍‌ସିତା ଦାଶ ଏବେ ନବରଙ୍ଗପୁର ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିରରେ ୧୦ମ ଶ୍ରେଣୀରେ ପାଠ ପଢୁଛନ୍ତିି ା ସେହିଭଳି ପାପଡାହାଣ୍ଡି ବ୍ଲକ ବରଦେଇ ଗାଁର ଲଛମନ ହରିଜନଙ୍କ ଝିଅ ମିତା ହରିଜନ ନନ୍ଦାହାଣ୍ଡି ବ୍ଲକ ବି. ମାଳିଗୁଡା ସ୍ଥିତ ଶ୍ରୀ ଅରବିନ୍ଦ ପୂର୍ଣ୍ଣାଙ୍ଗ ଶିକ୍ଷା କେନ୍ଦ୍ରରେ ୧୦ମ ଶ୍ରେଣୀରେ ପଢୁଛନ୍ତି ା ୨୦୧୮ ଅଗଷ୍ଟ ମାସରେ ୟଙ୍ଗ ଆଷ୍ଟ୍ରନମର ଟ୍ୟାଲେଣ୍ଟ ସର୍ଚ୍ଚ ପରୀକ୍ଷାରେ ଆଗାମୀ ୫୦ ବର୍ଷ ମଧ୍ୟରେ ମହାକାଶର ପରିକଳ୍ପନା ବିଷୟବସ୍ତୁ ଉପରେ ପ୍ରବନ୍ଧ ପ୍ରତିଯୋଗିତା ହୋଇଥିଲା ା ସେଥିରେ ସେମାନେ ଭାଗ ନେଇଥିଲେ। ରାଜ୍ୟର ୬୦ ଜଣ ପ୍ରତିଯୋଗୀ କୃତିତ୍ୱ ହାସଲ କରିଥିଲେ। ପରେ ଡିସେମ୍ବର ୨୦୧୮ରେ ଭୁବନେଶ୍ୱର ପଠାଣୀ ସାମନ୍ତ ଅଡିଟୋରିୟମ ଠାରେ ମୌଖିକ ପରୀକ୍ଷା ହୋଇଥିଲା ା ପ୍ରତ୍ୟେକଙ୍କୁ ୫ଟି ଲେଖାଏଁ ପ୍ରଶ୍ନ ପଚରା ଯାଇଥିଲା ା ସେଥିରେ ରାଜ୍ୟର ୨୦ ଜଣ କୃତିତ୍ୱ ହେବା ପରେ ମାନପତ୍ର ସହ କିଛି ବହି ପ୍ରଦାନ କରାଯାଇଥିଲା ା ରାଜ୍ୟର ୨୦ ଜଣଙ୍କ ମଧ୍ୟରେ ଇପ୍‌ସିତା ଓ ମିତା ରହିଥିଲେ। ୨ଛାତ୍ରୀଙ୍କ କୃତିତ୍ୱ ପାଇଁ ବିଦ୍ୟାଳୟର ଶିକ୍ଷୟିତ୍ରୀ ଶିକ୍ଷକ, ଜିଲାବାସୀ ସେମାନଙ୍କୁ ଶୁଭେଚ୍ଛା ଜଣାଇଛନ୍ତି। ଭବିଷ୍ୟତରେ ବୈଜ୍ଞାନିକ ହେବାର ସ୍ବପ୍ନ ରହିଛି ବୋଲି ଇପ୍‌ସିତା ଓ ମିତା କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଖୋଲିଲା ମା’ ମଝିଘରିଆଣୀଙ୍କ ୯ ହୁଣ୍ଡି, ମିଳିଲା ଏତିକି ଟଙ୍କା…

ରାୟଗଡ଼ା,୨୪ା୭(ଆଶିଷ ରଞ୍ଜନ ପଣ୍ଡା): ରାୟଗଡ଼ା ଜିଲାର ଅଧିଷ୍ଠାତ୍ରୀ ଦେବୀ ମା’ ମଝିଘରିଆଣୀଙ୍କ ମନ୍ଦିର ହୁଣ୍ଡି ବୁଧବାର ଖୋଲାଯାଇଛି। ମନ୍ଦିରରେ ଥିବା ୯ଟି ଦାନହୁଣ୍ଡି ହୁଣ୍ଡି ଖୋଲାଯାଇ...

ମା’ ମଝିଘରିଆଣୀଙ୍କ ଦାନ ହୁଣ୍ଡିରୁ ମିଳିଲା ପୁଳାପୁଳା ବିଦେଶୀ ଟଙ୍କା: ଡଲାର, ପାଉଣ୍ଡ ସହ ୩୩ଟି…

ରାୟଗଡ଼ା,୨୪।୭: ରାୟଗଡ଼ାର ଅଧିଷ୍ଠାତ୍ରୀ ମା’ ମଝିଘରିଆଣୀଙ୍କ ଦାନ ହୁଣ୍ଡି ଖୋଲିଛି। ୩ ମାସ ପରେ ହୁଣ୍ଡି ଖୋଲାଯାଇଛି। ଏଥିରୁ ପୁଳାପୁଳା ଟଙ୍କା ବାହାରିଛି। ଏହା ସହ...

ମା’ ମଝିଘରିଆଣୀ ମନ୍ଦିରରେ ଚାଲିଛି ଗଣତି, ବାହାରୁଛି ପୁଳାପୁଳା ଟଙ୍କା

ରାୟଗଡ଼ା,୨୪।୭: ରାୟଗଡ଼ାର ଅଧିଷ୍ଠାତ୍ରୀ ମା’ ମଝିଘରିଆଣୀଙ୍କ ଦାନ ହୁଣ୍ଡି ଖୋଲିଛି । ୩ ମାସ ପରେ ହୁଣ୍ଡି ଖୋଲାଯାଇଛି। ଏଥିରୁ ପୁଳାପୁଳା ଟଙ୍କା ବାହାରିଛି। ଯେତେ...

ହୋଟେଲରୁ ବଡ଼ ଧରଣର ଚୋରି

ରାୟଗଡ଼ା,୨୩।୭(ଆଶିଷ ରଞ୍ଜନ ପଣ୍ଡା): ଜିଲାପାଳଙ୍କ କାର୍ଯ୍ୟାଳୟଠାରୁ ୧୦୦ ମିଟର ଦୂର ସାଇରାମ ରେଷ୍ଟୁରାଣ୍ଟ ନାମକ ଏକ ହୋଟେଲରୁ ମଙ୍ଗଳବାର ଭୋର ୩ଟାରେ ଏକ ବଡ଼ଧରଣର ଚୋରି...

ଟଙ୍କା ନ ଦେଲେ ହେଉନି ନଳକୂପ ମରାମତି

ରାୟଗଡା,୨୩।୭(ଆଶିଷ ରଞ୍ଜନ ପଣ୍ଡା): ରାୟଗଡ଼ା ଜିଲା ଗଠନ ହେବାର ୩୨ ବର୍ଷ ବିତିଯାଇଥିଲେ ସୁଦ୍ଧା ଜିଲାର ପାନୀୟ ଜଳ ସମସ୍ୟା ଦୂର ହୋଇପାରିନାହିଁ। ପାନୀୟ ଜଳ...

ହଷ୍ଟେଲରୁ ନବମ ଶ୍ରେଣୀ ଛାତ୍ରୀ ନିଖୋଜ: ଥାନାରେ ମାମଲା

ରାୟଗଡା,୧୪।୭(ଆଶିଷ ରଞ୍ଜନ ପଣ୍ଡା): ରାୟଗଡା ଜିଲା ପଦ୍ମପୁର ବ୍ଲକ ଅଧୀନ ଗୋଡ଼ିଆବନ୍ଧ ବସନ୍ତ ଦେବୀ ବିଦ୍ୟାପୀଠ ୧୦୦ଶଯ୍ୟା ଛାତ୍ରୀ ନିବାସରୁ ଜଣେ ନବମ ଶ୍ରେଣୀ ଛାତ୍ରୀ...

ମ୍ୟାଲେରିଆ ଆକ୍ରାନ୍ତରେ ରାୟଗଡ଼ା ଜିଲା ୧ ନମ୍ବର

ରାୟଗଡ଼ା,୧୩ା୭(ଆଶିଷ ରଞ୍ଜନ ପଣ୍ଡା): ମ୍ୟାଲେରିଆ ନିରାକରଣ ପାଇଁ ସରକାରଙ୍କ ପକ୍ଷରୁ ଯେତେ ଯୋଜନା କାର୍ଯ୍ୟକାରୀ କରାଗଲେ ମଧ୍ୟ ରାଜ୍ୟରେ ମ୍ୟାଲେରିଆ ନିୟନ୍ତ୍ରଣ ହୋଇପାରୁନାହିଁ। ବରଂ ଦିନକୁ...

ବିବାହ କାର୍ଯ୍ୟରେ ଫଟୋଶୁଟ୍‌ କରିବାକୁ ଆସି ଆତ୍ମହତ୍ୟା କଲେ ଫଟୋଗ୍ରାଫର

ରାୟଗଡ଼ା,୧୦ା୭(ଆଶିଷ ରଞ୍ଜନ ପଣ୍ଡା): ବିବାହ କାର୍ଯ୍ୟରେ ଫଟୋଶୁଟ୍‌ କରିବାକୁ ଆସି ଆତ୍ମହତ୍ୟା କରିଛନ୍ତି ଜଣେ ଯୁବକ। ଯୁବକ ଜଣକ ହେଉଛନ୍ତି ଭୁବନେଶ୍ୱରର ଡୁମଡୁମା ଅଞ୍ଚଳର ଦେବେନ୍ଦ୍ର...

Advertisement
Mettle Meet 2024

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri