Posted inଖେଳ

ଇଷ୍ଟ ଜୋନ୍‌ ସ୍ନୁକର ଚାମ୍ପିୟନଶିପ୍‌: ଭାଗନେବେ ୭୦ରୁ ଊର୍ଦ୍ଧ୍ୱ ଖେଳାଳି

ଭୁବନେଶ୍ୱର, ୫।୯(ପି.ଟି.)- ଫାଲକନ ଚିଲିକା ଫ୍ରେଶ୍‌ ଆନୁକୂଲ୍ୟରେ ସ୍ଥାନୀୟ ପଟିଆ ସ୍ଥିତ ୬ ପକେଟ୍ସଠାରେ ଗୁରୁବାରଠାରୁ ଆରମ୍ଭ ହେବାକୁ ଯାଉଛି ଇଷ୍ଟ ଜୋନ୍‌ ସ୍ନୁକର ଚାମ୍ପିୟନଶିପ୍‌। ଏହି ପ୍ରତିଯୋଗିତା ୧୪ ତାରିଖରେ ଶେଷ ହେବାର କାର୍ଯ୍ୟକ୍ରମ ରହିଛି। ଏଥିରେ ପଡୋଶୀ ରାଜ୍ୟ ପଶ୍ଚିମ ବଙ୍ଗ, ଝାଡଖଣ୍ଡ, ବିହାର, ଛତିଶଗଡ଼ରୁ ମୋଟ ୭୦ରୁ ଊର୍ଦ୍ଧ୍ୱ ଖେଳାଳି ଅଂଶଗ୍ରହଣ କରିବେ। ଜାତୀୟସ୍ତରରେ ପେଟ୍ରୋଲିୟମ ସ୍ପୋଟର୍‌ସ ପ୍ରମୋଶନ ବୋର୍ଡ (ପିଏସ୍‌ପିବି) ପାଇଁ ପ୍ରତିନିଧିତ୍ୱ କରୁଥିବା ଶାହାବାଜ ଆଦିଲ ଖାଁ ପ୍ରତିଯୋଗିତାର ଟପ୍‌ ସିଡ ମାନ୍ୟତା ପାଇଛନ୍ତି। ସେହିପରି ଜାତୀୟସ୍ତରରେ ରେଲଓ୍ବେ ତରଫରୁ ପ୍ରତିନିଧିତ୍ୱ କରୁଥିବା ପଶ୍ଚିମ ବଙ୍ଗର ଅନ୍ୟତମ ଖେଳାଳି ନୀରଜ କୁମାର ଦ୍ୱିତୀୟ ସିଡ, ଓଡ଼ିଶାର ସୁବ୍ରତ ଦାସ ତୃତୀୟ, ଅନ୍ୟତମ ଓଡ଼ିଆ ଖେଳାଳି ତଥା ଗେଲ୍‌ ତରଫରୁ ପ୍ରତିନିଧିତ୍ୱ କରୁଥିବା ଆଶୁତୋଷ ପାଢ଼ୀ ଚତୁର୍ଥ ସିଡ, ପଶ୍ଚିମ ବଙ୍ଗର ୧ ନମ୍ବର ଖେଳାଳି ମନୀଷ ଜୈନ ପଞ୍ଚମ ଓ ଓଡ଼ିଶାର ଆକାଶ ମହାପାତ୍ର ଷଷ୍ଠ ସିଡ ମାନ୍ୟତା ପାଇଛନ୍ତି। ନକ୍‌ଆଉଟ୍‌ ପଦ୍ଧତିରେ ଖେଳାଯିବାକୁ ଥିବା ଏହି ଟୁର୍ନାମେଣ୍ଟରେ ସିଡେଡ ଖେଳାଳିମାନେ ସିଧାସଳଖ ପ୍ରି- କ୍ୱାର୍ଟର ଫାଇନାଲରୁ ଅଭିଯାନ ଆରମ୍ଭ କରିବେ। ବୁଧବାର ଆୟୋଜିତ ଖବରଦାତା ସମ୍ମିଳନୀରେ ୬ ପକେଟ୍ସର ପ୍ରତିଷ୍ଠାତା ତଥା ମାଲିକ ଜୀତେନ ଷଡଙ୍ଗୀ, ଟୁର୍ନାମେଣ୍ଟ କୋର୍ଡିନେଟର ତଥା ସିନିୟର ଖେଳାଳି ଗୋବିନ୍ଦ ଶର୍ମା, ଟୁର୍ନାମେଣ୍ଟ ଅନ୍ୟତମ ପ୍ରାୟୋଜକ ତଥା ବ୍ଲୁ ଟେକ୍‌ ପ୍ରଡକ୍ଟ ମାଲିକ ମିଶାଲ ସ୍ବାଇଁ ସୂଚନା ଦେଇଥିଲେ। ଏହି ଟୁର୍ନାମେଣ୍ଟ ରାଜ୍ୟରେ ସ୍ନୁକରର ଲୋକପ୍ରିୟତା ବଢ଼ାଇବାରେ ସହାୟକ ହେବ ବୋଲି ଶର୍ମା କହିଥିଲେ।
ଟୁର୍ନାମେଣ୍ଟରେ ମୋଟ ବ୍ୟୟବରାଦ ଏକ ଲକ୍ଷ ଟଙ୍କା ରଖାଯାଇଛି। ଟ୍ରଫି ସହ ଚାମ୍ପିୟନ ଖେଳାଳିଙ୍କୁ ୨୦ ହଜାର ଟଙ୍କା, ରନରଅପ୍‌ଙ୍କୁ ଟ୍ରଫି ସହ ୧୦ ହଜାର ଟଙ୍କା, ସେମିଫାନାଲିଷ୍ଟଙ୍କୁ ୫ ହଜାର ଟଙ୍କା, କ୍ୱାର୍ଟର ଫାନାଲିଷ୍ଟଙ୍କୁ ୨୫୦୦ ଟଙ୍କା, ପ୍ରି- କ୍ୱାର୍ଟର ଫାଇନାଲିଷ୍ଟଙ୍କୁ ୧୨୫୦ ଟଙ୍କା ପୁରସ୍କାର ରାଶି ପ୍ରଦାନ କରାଯିବ। ୭୫ରୁ ଊର୍ଦ୍ଧ୍ୱ ଉଚ୍ଚତମ ବ୍ରେକ୍‌ ପାଇଁ ୫ ହଜାର ଟଙ୍କା ପୁରସ୍କାର ରଖାଯାଇଛି। ଏହାଛଡ଼ା ଅନ୍ୟାନ୍ୟ ଆକର୍ଷଣୀୟ ପୁରସ୍କାର ମଧ୍ୟ ରଖାଯାଇଛି।
୨୦୧୮ ମାର୍ଚ୍ଚ ୪ ତାରିଖରୁ ଜିତେନ ଷଡଙ୍ଗୀଙ୍କ ଦ୍ୱାରା ୬ ପକେଟ୍ସ ଆରମ୍ଭ ହୋଇଥିଲା। ରାଜ୍ୟରେ ସ୍ନୁକର ପ୍ରତିଭାଗୁଡିକର ବିକାଶ ପାଇଁ ଏହା କାର୍ଯ୍ୟ କରିଆସୁଛି ଓ ସୁବିଧାସୁଯୋଗ ପ୍ରଦାନ କରୁଛି। ପୁଣି ଓଡ଼ିଶାରେ ପ୍ରଥମଥର ପାଇଁ ଏହି ଚାମ୍ପିୟନଶିପ୍‌ ଆୟୋଜନ ହେବ। ତେବେ ଗତ ବର୍ଷ ସେପ୍ଟେମ୍ବରରେ ମଧ୍ୟ ୬ ପକେଟ୍ସ ଅଲ୍‌ ଓଡ଼ିଶା ୬ ରେଡ୍‌ ଚାମ୍ପିୟନଶିପ୍‌ ସଫଳତାର ସହ ଆୟୋଜନ କରିଥିଲା। ଚାମ୍ପିୟନଶିପ୍‌ ପାଇଁ ଏକାଧିକ ପ୍ରାୟୋଜକ ରହିଛନ୍ତି। ଫାଲକନ୍‌ ଚିଲିକା ଫ୍ରୋସ ଟୁର୍ନାମେଣ୍ଟର ଟାଇଟଲ ପ୍ରାୟୋଜକ ରହିଛି। ସେହିପରି ଚାମ୍ପିୟନଶିପ୍‌ର ଅନ୍ୟତମ ପ୍ରାୟୋଜକମାନେ ହେଲେ ଏଚ୍‌ଡିଏଫ୍‌ସି ବ୍ୟାଙ୍କ ସ୍ପେଶିଆଲ, ପିଜିଏଲ୍‌ ହୋଣ୍ଡା ଓ ଓଡିଟେକ୍‌ ପ୍ରପର୍ଟିଜ୍‌, ବ୍ଲୁଟେକ୍‌ ପ୍ରଡକ୍ସସ୍‌ ଆଣ୍ଡ ବିହାନ ସୋଲାର। ପ୍ରତିଯୋଗିତାର ବେଭେରେଜ ପାର୍ଟନର ରହିଛି ଇହା, ଫୁଡ ପାର୍ଟନର ରହିଛି ଲିଙ୍ଗରାଜ ବିସ୍କଟ୍ସ ଓ ଭୁଖା, ଟ୍ରାଭେଲ ପାର୍ଟନର ଟ୍ରିପ୍ରୋସେସ, ରେଡିଓ ଓ ମିଡିଆ ପାର୍ଟରନର ରହିଛନ୍ତି ୯୩. ୫ ରେଡ୍‌ ଏଫ୍‌.ଏମ୍‌. ଓ ସିଟି ମିରର। ସେହିପରି ଚାମ୍ପିୟନଶିପ୍‌ର ହସ୍ପିଟାଲିଟି ପାର୍ଟନର ରହିଛି ପିପୁଲ ହୋଟେଲ ଆଣ୍ଡ ରିସର୍ଟ।


Enter your email to get our daily news in your inbox.

All Right Reserved By Dharitri.Com

ବିବାଦ ଭିତରେ ନିର୍ବାଚନ କମିଶନରଙ୍କ ବଡ଼ ବୈଠକ: CEC ଓ ଦୁଇ କମିଶନରଙ୍କ ଉପସ୍ଥିତିରେ ନେଲେ ବଡ଼ ନିଷ୍ପତ୍ତି!

ନୂଆଦିଲ୍‌ଲୀ,୨୬।୯: ଦେଶର ମୁଖ୍ୟ ନିର୍ୱାଚନ କମିଶନର (CEC) ଜ୍ଞାନେଶ କୁମାରଙ୍କୁ ନେଇ ଲାଗିରହିଥିବା ବିବାଦ ମଧ୍ୟରେ ନିର୍ୱାଚନ ଆୟୋଗ ଶନିବାର (୨୬ ସେପ୍ଟେମ୍ୱର, ୨୦୨୬) ଏକ ଗୁରୁତ୍ୱପୂର୍ଣ୍ଣ…

ବ୍ୟାଟେରି ଚୋରି କରି ବନ୍ଧାହେଲେ ଦୁଇ ଅଭିଯୁକ୍ତ

ଛତ୍ରପୁର,୨୬ା୯(ଦିଲ୍ଲୀପ ସାମଲ): ଗଞ୍ଜାମ ଜିଲା ଚମାଖଣ୍ଡି ଥାନା ପୋଲିସ ଶନିବାର ଦୁଇ ଅଭିଯୁକ୍ତଙ୍କୁ ଗିରଫ କରିଛି। ସେମାନେ ହେଲେ ଚମାଖଣ୍ଡି ଥାନା ଅନ୍ତର୍ଗତ କଣମଣା ଗ୍ରାମର ଏସ.…

ମୁଖ୍ୟମନ୍ତ୍ରୀ ମୋହନଙ୍କୁ ହତ୍ୟା ଧମକ

ଇନ୍ଦୋର,୨୬।୯: ମଧ୍ୟପ୍ରଦେଶର ରାଜଧାନୀ ଭୋପାଳରେ ସେତେବେଳେ ଆତଙ୍କ ଖେଳିଗଲା ଯେତେବେଳେ ମୁଖ୍ୟମନ୍ତ୍ରୀ ମୋହନ ଯାଦବଙ୍କୁ ହତ୍ୟା କରିବାର ଧମକ ମିଳିଲା। ଏହି ଘଟଣା ପୋଲିସ ଏବଂ ରାଜନୈତିକ…

ବିଧାୟକଙ୍କ ଗାଡ଼ି ଉପରକୁ ଅଣ୍ଡାମାଡ଼; ଟିଏମସି ନେତା କହିଲେ ଚାଲିଛି ‘ଜଙ୍ଗଲ ରାଜ’

କୋଲକାତା,୨୬।୯: ପଶ୍ଚିମବଙ୍ଗରେ ପୁଣିଥରେ ଜଣେ ଟିଏମସି (TMC) ନେତା ଜନସାଧାରଣଙ୍କ ଆକ୍ରୋଶର ଶିକାର ହୋଇଛନ୍ତି। ଟିଏମସି ବିଧାୟକ କୁନାଲ ଘୋଷ ଅଭିଯୋଗ କରିଛନ୍ତି ଯେ ତାଙ୍କ ଗାଡ଼ି…

କବାଡ଼ିରେ ଭାରତକୁ ଦ୍ୱିତୀୟ ସ୍ବର୍ଣ୍ଣ

ନାଗୋୟା,୨୬।୯: ମହିଳା ପରେ ଭାରତୀୟ ପୁରୁଷ କବାଡ଼ି ଦଳ ୨୦୨୬ ଏସୀୟ କ୍ରୀଡ଼ା ଫାଇନାଲରେ ଇରାନକୁ ପରାସ୍ତ କରି ସ୍ବର୍ଣ୍ଣ ପଦକ ହାସଲ କରିଛି। ଏକ କଡ଼ା…

ଗୋଟିଏ ପରିବାରରେ ୨୮ ଡାକ୍ତର; ୩ IAS-IPS ଓ IRS, CEC ଜ୍ଞାନେଶ କୁମାରଙ୍କ ପରିବାର ବିଷୟରେ ଜାଣିଲେ ତାଜୁବ ହେବେ

ନୂଆଦିଲ୍ଲୀ,୨୬।୯: ଦେଶର ସବୁଠାରୁ ଶିକ୍ଷିତ ତଥା ପ୍ରତିଷ୍ଠିତ ପରିବାରଗୁଡ଼ିକ କଥା ବିଚାର କଲେ ମୁଖ୍ୟ ନିର୍ୱାଚନ କମିଶନର (CEC) ଜ୍ଞାନେଶ କୁମାରଙ୍କ ପରିବାର ଏହି ତାଲିକାର ଶୀର୍ଷରେ…

ମୁରବୀ ବିହୀନ ହୋଇପଡ଼ିଛି କର୍ଲାମୁଣ୍ଡା ବ୍ଲକ ଶିକ୍ଷା ବିଭାଗ, ନିଯୁକ୍ତିର ୪ ମାସ ପରେ ବଦଳି

କର୍ଲାମୁଣ୍ଡା,୨୬ା୯(ପ୍ରଦୀପ କୁମାର ସାହୁ): କଳାହାଣ୍ଡି ଜିଲା କର୍ଲାମୁଣ୍ଡା ବ୍ଲକ ଶିକ୍ଷା ବିଭାଗରେ ବ୍ଲକ ଶିକ୍ଷା ଅଧିକାରୀଙ୍କ ବଦଳି ପରେ ଏବେ ଶିକ୍ଷା ବିଭାଗ ମୁରବୀ ବିହୀନ ହୋଇପଡ଼ିଛି।…

ଶ୍ରୀଜିଉଙ୍କ ସୁନାବେଶ ପାଇଁ ତିଆରି ହେବ ନୂଆ ଅଳଙ୍କାର ସେଟ୍‌

ପୁରୀ, ୨୬।୫: ଶ୍ରୀଜିଉଙ୍କ ସୁନାବେଶ ପାଇଁ ନୂଆ ଅଳଙ୍କାର ସେଟ୍‌ ତିଆରି କରାଯିବ। ଏ ନେଇ ଶ୍ରୀମନ୍ଦିର ପରିଚାଳନା କମିଟିର ଅନୁମୋଦନ ମିଳିଥିବା ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?