Posted inଖେଳ

ଇଣ୍ଡୋ-ପାକ୍‌ ସିରିଜ ପାଇଁ ପ୍ରସ୍ତାବ ଦେଲେ ଅଖତର

ନୂଆଦିଲ୍ଲୀ, ୮ା୪ (ପି.ଟି.): ପାକିସ୍ତାନର ପୂର୍ବତନ ପେସ୍‌ ବୋଲର ଶୋଏବ ଅଖତର ଭାରତ ଓ ପାକିସ୍ତାନ ମଧ୍ୟରେ ୩ ମ୍ୟାଚ ବିଶିଷ୍ଟ ଅନ୍ତର୍ଜାତୀୟ ଦିନିକିଆ କ୍ରିକେଟ ସିରିଜ ପାଇଁ ପ୍ରସ୍ତାବ ଦେଇଛନ୍ତି। ଏଥିରୁ ଉପାର୍ଜିତ ଅର୍ଥ ଦୁଇ ପଡୋଶୀ ଦେଶରେ କୋଭିଡ୍‌-୧୯ ମହାମାରୀ ବିରୋଧରେ ଚାଲିଥିବା ଲଢ଼େଇ କ୍ଷେତ୍ରରେ ବ୍ୟବହାର କରାଯାଇ ପାରିବ ବୋଲି ସେ କହିଛନ୍ତି। ମ୍ୟାଚଗୁଡ଼ିକ ବିନା ଦର୍ଶକରେ ଆୟୋଜିତ ହୋଇ ପାରିବ। ଲୋକେ କେବଳ ଟେଲିଭିଜନ ଜରିଆରେ ଦେଖିପାରିବେ। ଭାରତରେ ପାକିସ୍ତାନର ଏକ ଆତଙ୍କବାଦୀ ସଂଗଠନର ଆକ୍ରମଣ ଘଟଣା ପରେ ୨୦୦୭ରୁ ଦୁଇ ପଡୋଶୀ ଦେଶ ମଧ୍ୟରେ ଗୋଟିଏ ହେଲେ ପୂର୍ଣ୍ଣାଙ୍ଗ ସିରିଜ ଖେଳାଯାଇ ନାହିଁ। ଉଭୟେ କେବଳ ଏସିଆ କପ୍‌ ଏବଂ ଆଇସିସି ଇଭେଣ୍ଟରେ ପରସ୍ପରକୁ ଭେଟିଛନ୍ତି । ବର୍ତ୍ତମାନର ସଂକଟଜନକ ପରିସ୍ଥିତରେ ମ୍ୟାଚର ଫଳାଫଳ ଯାହା ହେଉ ନା କାହିଁକି କୌଣସି ଦେଶର ଲୋକଙ୍କ ଉପରେ ପ୍ରଭାବ ପକାଇବ ନାହିଁ ବୋଲି ଇସ୍‌ଲାମାବାଦରୁ ଏକ ସାକ୍ଷାତ୍‌କାରରେ ଅଖତର ଏହା ପ୍ରକାଶ କରିଛନ୍ତି। ସେ କହିଛନ୍ତି, ବିରାଟ କୋହଲି ଅବା ବାବର ଆଜାମ ଯେକେହି ଶତକ ହାସଲ କଲେ ମଧ୍ୟ ଉଭୟ ଦେଶର ଖେଳପ୍ରେମୀ ଏହାକୁ ସହଜରେ ଗ୍ରହଣ କରିବେ। ପଡ଼ିଆରେ ଫଳାଫଳ ଯାହା ହେଉ ନା କାହିଁକି ସେଥିରେ ଉତ୍ତେଜନା ସୃଷ୍ଟି ହେବ ନାହିଁ ବୋଲି ମୋର ବିଶ୍ୱାସ। ଏଥିରୁ ଉପାର୍ଜିତ ଅର୍ଥକୁ ଉଭୟ ଭାରତ ଓ ପାକିସ୍ତାନ ସରକାରଙ୍କ ଅଧା ଅଧା ପରିମାଣରେ ଦାନ କରାଯିବ। ମହାମାରୀ ବ୍ୟାପିବାରୁ ରୋକିବା ଲାଗି ଉଭୟ ଦେଶରେ ବର୍ତ୍ତମାନ ଲକ୍‌ ଡାଉନ୍‌ ଚାଲିଛି। ପରିସ୍ଥିତିରେ ସୁଧାର ଆସିଲେ ଯାଇ ଏହି ସିରିଜ ଖେଳାଯାଇ ପାରିବ। ଅନ୍ୟପକ୍ଷରେ ଅଖତର କହିଛନ୍ତି, ତାଙ୍କର ଏହି ପ୍ରସ୍ତାବ କେତେଦୂର ଯୁକ୍ତିଯୁକ୍ତ ତାହା ସେ କହିପାରିବେ ନାହିଁ। କିନ୍ତୁ ଏଭଳି ଏକ ଉଦ୍ୟମ ହେବା ଦରକାର। ପୂର୍ବତନ ପେସ୍‌ ବୋଲର କହିଛନ୍ତି, ଭାରତ ଓ ପାକିସ୍ତାନରେ ବହୁ କ୍ରିକେଟପ୍ରେମୀ ରହିଛନ୍ତି। ଲକ୍‌ଡାଉନ୍‌ ଯୋଗୁ ଲୋକେ ବର୍ତ୍ତମାନ ଘରେ ରହୁଛନ୍ତି। ମ୍ୟାଚକୁ ସେମାନେ ଉପଭୋଗ କରିପାରିବେ। ସିରିଜକୁ ନିରପେକ୍ଷ ସ୍ଥାନ ଦୁବାଇରେ ଆୟୋଜନ କରାଯାଇପାରେ। ଏହା ଯଦି ସମ୍ଭବ ହୁଏ ତେବେ ଦୁଇ ଦେଶ ମଧ୍ୟରେ ଦ୍ୱିପାକ୍ଷିକ କ୍ରିକେଟ ସମ୍ପର୍କ ସ୍ଥାିପତ ହେବା ସହ କୂଟନୈତିକ ସମ୍ପର୍କରେ ଉନ୍ନତି ଘଟିପାରିବ ବୋଲି ଅଖତର କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ଅଲିମ୍ପିକ୍ସରେ ଚମକିଥିବା ଓଡ଼ିଶାର ହକି ଖେଳାଳିଙ୍କୁ ୨.୫ କୋଟି ପୁରସ୍କାର ସହ ଡିଏସ୍‌ପି ଚାକିରି

ଭୁବନେଶ୍ୱର,୧୧।୮(ବ୍ୟୁରୋ): ଟୋକିଓ ଅଲିମ୍ପିକ୍ସରେ ଇତିହାସ ସୃଷ୍ଟି କରିଥିଲା ଭାରତୀୟ ହକି ଦଳ। ଏଥିରେ ସାମିଲ ଥିବା ଓଡ଼ିଶାର ଖେଳାଳିମାନଙ୍କୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଅଭିନନ୍ଦନ ଜଣାଇଛନ୍ତି।...

କ୍ୱାର୍ଟରରେ ଜୋକୋଭିଚ୍‌-ଖାଚାନୋଭ

ପ୍ୟାରିସ୍‌, ୫ା୬: କ୍ଲେ କୋର୍ଟ ଗ୍ରାଣ୍ଡସ୍ଲାମ ଫ୍ରେଞ୍ଚ ଓପନ କ୍ୱାର୍ଟର ଫାଇନାଲରେ ସର୍ବିଆର ନୋଭାକ୍‌ ଜୋକୋଭିଚ୍‌ ପ୍ରବେଶ କରିଛନ୍ତି। ରାଫେଲ ନାଡାଲଙ୍କ ଅନୁପସ୍ଥିତିରେ ଟାଇଟଲ୍‌ ଫେବରିଟ୍‌...

ଧୋନୀଙ୍କୁ ଇମରାନଙ୍କ ସହ ତୁଳନା କଲେ ପାକିସ୍ତାନର ପୂର୍ବ ଅଧିନାୟକ: କହିଲେ ଏଭଳି କିଛି..

ନୂଆଦିଲ୍ଲୀ,୩୦।୮: ଅଗଷ୍ଟ ୧୫ରେ ଅନ୍ତର୍ଜାତୀୟ କ୍ରିକେଟରୁ ସନ୍ୟାସ ନେଇଛନ୍ତି ଭାରତୀୟ କ୍ରିକେଟ ଟିମ୍‌ର ପୂର୍ବ ଅଧିନାୟକ ମହେନ୍ଦ୍ର ସିଂ ଧୋନୀ। ସେ ଏନେଇ ସୋସିଆଲ ମିଡିଆ...

ବ୍ରାଜିଲକୁ କୋପା ଆମେରିକା ଟ୍ରଫି

ରିଓ ଡି’ଜାନିରୋ,୮।୭- ଆୟୋଜକ ବ୍ରାଜିଲ ଚଳିତ କୋପା ଆମେରିକା ଟୁର୍ନାମେଣ୍ଟ ଟ୍ରଫି ହାତେଇଛି। ରବିବାର ଅନୁଷ୍ଠିତ ଫାଇନାଲରେ ୧୦ଜଣିଆ ବ୍ରାଜିଲ ଦଳ ୩-୧ ଗୋଲରେ ପେରୁକୁ...

ସହାୟତାର ହାତ ବଢ଼ାଇଲେ ବେହରେନଡର୍ଫ

ନୂଆଦିଲ୍ଲୀ, ୫ା୫(ପି.ଟି.)-ଚେନ୍ନାଇ ସୁପର କିଙ୍ଗ୍ସ(ସିଏସ୍‌କେ)ର ଅଷ୍ଟ୍ରେଲୀୟ ପେସ୍‌ ବୋଲର ଜାସନ ବେହରେନଡର୍ଫ ଭାରତର କୋଭିଡ୍‌ ସଙ୍କଟ ପାଇଁ ଉଦ୍ଦିଷ୍ଟ ୟୁନିସେଫ୍‌ ପ୍ରୋଜେକ୍ଟ ଲାଗି ଅର୍ଥ ଦାନ...

ଦିବା-ରାତ୍ର ଟେଷ୍ଟ: ଅଷ୍ଟ୍ରେଲିଆର ବୃହତ୍‌ ବିଜୟ

ପର୍ଥ, ୧୫।୧୨ (ଏଏଫ୍‌ପି)- ଭ୍ରମଣକାରୀ ନ୍ୟୁଜିଲାଣ୍ଡ ବିପକ୍ଷରେ ଏଠାରେ ଖେଳାଯାଇଥିବା ଦିବା-ରାତ୍ର ଟେଷ୍ଟ ମ୍ୟାଚ୍‌କୁ ଅଷ୍ଟ୍ରେଲିଆ ୨୯୬ ରନର ବୃହତ୍‌ ବ୍ୟବଧାନରେ ଜିତି ନେଇଛି। ଘରୋଇ...

ସରିତା ଦେବୀ କରୋନା ପଜିଟିଭ୍‌

ନୂଆଦିଲ୍ଲୀ, ୧୮ା୮ (ପି.ଟି.)-କୋଭିଡ୍‌-୧୯ ଟେଷ୍ଟରେ ପୂର୍ବତନ ବିଶ୍ୱ ଚାମ୍ପିୟନ ବକ୍ସର ଏଲ୍‌. ସରିତା ଦେବୀ ଏବଂ ତାଙ୍କ ସ୍ବାମୀ ଥୋଇବା ସିଂଙ୍କ ଫଳାଫଳ ପଜିଟିଭ୍‌ ଆସିଛି।...

ଧୋନୀଙ୍କୁ ପଛରେ ପକାଇ ବିରାଟ ହେଲେ ସବୁଠୁ ସଫଳ ଅଧିନାୟକ

ରବିନ୍ଦ୍ର ଜାଡେଜା ଏବଂ ମହମ୍ମଦ ଶାମିଙ୍କ ଜବରଦସ୍ତ ପ୍ରଦର୍ଶନ ବଳରେ ଭାରତ ଓ୍ବେଷ୍ଟଇଣ୍ଡିଜକୁ ୨୫୭ ରନରେ ପରାସ୍ତ ସିରିଜ୍‌କୁ ୨-୦ରେ କ୍ଲିନ୍‌ସୁଇପ୍‌ କରିଛି। ସିରିଜ୍‌ ହାତେଇବା...

Advertisement
Archives

Model This Week