Posted inଖେଳ

ଇଣ୍ଡୋନେସିଆ ମାଷ୍ଟର୍ସ, ସିନ୍ଧୁ ଆଗେଇଲେ: ସାଇନା, ଶ୍ରୀକାନ୍ତ ବିଦା

ଜାକର୍ତ୍ତା, ୧୫।୧(ପି.ଟି.): ବିଶ୍ୱ ବିଜୟିନୀ ପି.ଭି. ସିନ୍ଧୁ ବୁଧବାରଠାରୁ ଏଠାରେ ଆରମ୍ଭ ହୋଇଥିବା ସୁପର ୫୦୦ ଇଣ୍ଡୋନେସିଆ ମାଷ୍ଟର୍ସ ବ୍ୟାଡ୍‌ମିଣ୍ଟନ ପ୍ରତିଯୋଗିତାର ଦ୍ୱିତୀୟ ରାଉଣ୍ଡରେ ପ୍ରବେଶ କରିଛନ୍ତି। ତେବେ ଡିଫେଣ୍ଡିଂ ଚାମ୍ପିୟନ ସାଇନା ନେହ୍ବାଲ, ବି. ସାଇ ପ୍ରଣୀଥ୍‌, କିଡାମ୍ବୀ ଶ୍ରୀକାନ୍ତ ଓ ସମୀର ବର୍ମାଙ୍କୁ ନିରାଶ ହେବାକୁ ପଡ଼ିଛି। ପ୍ରଥମ ରାଉଣ୍ଡ ପରାଜୟ ସହ ଏହି ୪ ଭାରତୀୟ ବ୍ୟାଡ୍‌ମିଣ୍ଟନ ଖେଳାଳି ପ୍ରତିଯୋଗିତାରୁ ବିଦାୟ ନେଇଛନ୍ତି।
ହିଳା ସିଙ୍ଗଲ୍ସ ପ୍ରଥମ ରାଉଣ୍ଡ ମୁକାବିଲାରେ ୫ମ ସିଡ୍‌ ସିନ୍ଧୁ ୧୪-୨୧, ୨୧-୧୫, ୨୧-୧୧ରେ ଜାପାନର ଆୟା ଓହରଙ୍କୁ ପରାସ୍ତ କରିଛନ୍ତି। ଓହରଙ୍କ ବିପକ୍ଷରେ ସିନ୍ଧୁ ୧୦ଥର ଖେଳିଥିଲେ ହେଁ କେବେ ବି ପରାଜୟର ସାମ୍ନା କରିନାହାନ୍ତି। ଗତ ସପ୍ତାହରେ ଶେଷ ହୋଇଥିବା ମାଲେସିଆ ମାଷ୍ଟର୍ସରେ ମଧ୍ୟ ସିନ୍ଧୁ ଏହି ଜାପାନ ଖେଳାଳିଙ୍କୁ ପରାସ୍ତ କରିଥିଲେ। ଦ୍ୱିତୀୟ ରାଉଣ୍ଡରେ ସିନ୍ଧୁଙ୍କ ମୁକାବିଲା ଜାପାନର ସାୟାକା ତାକାହାଶିଙ୍କ ସହ ହେବ। ସାୟାକା ଅନ୍ୟ ଏକ ମୁକାବିଲାରେ ୧୯-୨୧, ୨୧-୧୩, ୨୧-୫ ଗେମ୍‌ରେ ଲଣ୍ଡନ ଅଲିମ୍ପିକ ବ୍ରୋଞ୍ଜ ପଦକ ବିଜୟିନୀ ସାଇନାଙ୍କୁ ପରାସ୍ତ କରିଛନ୍ତି। ପୁରୁଷ ସିଙ୍ଗଲ୍ସରେ ବିଶ୍ୱ ମାନ୍ୟତାର ଦ୍ୱାଦଶ ସ୍ଥାନରେ ରହିଥିବା ଶ୍ରୀକାନ୍ତ ୨୧-୧୮, ୧୨-୨୧, ୧୪-୨୧ ଗେମ୍‌ରେ ଘରୋଇ ଖେଳାଳି ଶେସର ହିରେନ ରୁସ୍ତାଭିଟୋଙ୍କ ନିକଟରୁ ହାରିଯାଇଛନ୍ତି। ଲଗାତର ୨ ପ୍ରତିଯୋଗିତାର ପ୍ରଥମ ରାଉଣ୍ଡରୁ ଶ୍ରୀକାନ୍ତ ବିଦାୟ ନେଇଛନ୍ତି। ଗତ ସପ୍ତାହରେ ଅନୁଷ୍ଠିତ ମାଲେସିଆ ମାଷ୍ଟର୍ସର ପ୍ରଥମ ରାଉଣ୍ଡରେ ମଧ୍ୟ ସେ ପରାସ୍ତ ହୋଇଥିଲେ। ପ୍ରଣୀଥ୍‌ ମଧ୍ୟ ମାଲେସିଆ ମାଷ୍ଟର୍ସ ପରି ଏଠାରେ ପ୍ରଥମ ରାଉଣ୍ଡରେ ପରାଜୟ ସାମ୍ନା କରିଛନ୍ତି। ସେ ୨୧-୧୬, ୧୮-୨୧, ୧୦-୨୧ରେ ଚାଇନାର ଶି ୟୁ କ୍ୱି’ଙ୍କଠାରୁ ହାରିଯାଇଛନ୍ତି। ସୌରଭ ମଧ୍ୟ ଅନ୍ୟତମ ଚାଇନା ଖେଳାଳି ଲୁ ଗୁଆଙ୍ଗ ଜୁ’ଙ୍କ ନିକଟରୁ ପରାସ୍ତ ହୋଇଛନ୍ତି। ମିକ୍ସଡ ଡବଲ୍ସରେ ଭାରତର ପ୍ରଣବ ଜେରୀ ଚୋପ୍ରା ଓ ସିକ୍କି ରେଡ୍ଡୀଙ୍କୁ ନିରାଶ ହେବାକୁ ପଡ଼ିଛି।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ମହିଳା ଟି୨୦ ବିଶ୍ୱକପ୍‌ ଓ୍ବାର୍ମଅପ୍‌: ଓ୍ବେଷ୍ଟଇଣ୍ଡିଜକୁ ହରାଇଲା ଭାରତ

ବ୍ରିସବେନ,୧୮।୨- ସ୍ପିନର ପୁନମ ଯାଦବଙ୍କ ୩ ଉଇକେଟ ସଫଳତା ବଳରେ ଆଇସିସି ଟି୨୦ ମହିଳା ବିଶ୍ୱକପ୍‌ ପୂର୍ବରୁ ଏକ ଲୋ ସ୍କୋରିଂ ମ୍ୟାଚ୍‌ରେ ଭାରତୀୟ ଦଳ...

ସାଜିଦଙ୍କ ସହ ଓଡ଼ିଶା ଏଫ୍‌ସିର ଚୁକ୍ତିମିଆଦ ବୃଦ୍ଧି

ଭୁବନେଶ୍ୱର, ୩୧।୩(କ୍ରୀଡ଼ା ପ୍ରତିନିଧି)- ଇଣ୍ଡିଆନ ସୁପର ଲିଗ୍‌(ଆଇଏସଏଲ)ର ଭୁବନେଶ୍ୱର ଭିତ୍ତିକ କ୍ଲବ ଓଡ଼ିଶା ଏଫସି ଡିଫେଣ୍ଡର ମହମ୍ମଦ ସାଜିଦ ଧୁତ୍‌ଙ୍କ ସହ ଚୁକ୍ତି ମିଆଦ ବୃଦ୍ଧି...

କୋହଲିଙ୍କ ଟେକ ରଖିଲେ ଏହି କ୍ରିକେଟର୍‌

ଶାରଜା,୬।୧୦: ଅକ୍ଟୋବର ୧୭ରୁ ଟି-୨୦ ବିଶ୍ୱକପ ୨୦୨୧ ଆରମ୍ଭ ହେବାକୁ ଯାଉଛି। ଚଳିତ ବର୍ଷ ଟି -୨୦ ବିଶ୍ୱକପ ଜିତିବା ପାଇଁ ଭାରତ ଏକ ଶକ୍ତିଶାଳୀ...

ବାଂଲାଦେଶ ବିପକ୍ଷ ଟେଷ୍ଟ ପରେ ନବୀ ଅବସର ନେବେ

ଚିଟ୍ଟାଗଙ୍ଗ,୮।୯(ପି.ଟି.)- ଆଫଗାନିସ୍ତାନ ପୂର୍ବତନ ଅଧିନାୟକ ମହମ୍ମଦ ନବୀ ଟେଷ୍ଟ କ୍ରିକେଟରୁ ଅବସର ନେବେ ବୋଲି ଘୋଷଣା କରିଛନ୍ତି। ଏଠାରେ ଚାଲିଥିବା ଘରୋଇ ବାଂଲାଦେଶ ବିପକ୍ଷ ଏକମାତ୍ର...

ଭାବି ଜ୍ୱାଇଁଙ୍କୁ ନେଇ ଏମିତି କହିଲେ ସୁନୀଲ ସେଟ୍ଟୀ

ବଲିଉଡ ଅଭିନେତ୍ରୀ ଆଥିଆ ସେଟ୍ଟୀ ଏବଂ କ୍ରିକେଟର କେ.ଏଲ ରାହୁଲ ଦୀର୍ଘ ଦିନ ହେବ ପରସ୍ପରକୁ ଡେଟ କରୁଛନ୍ତି। ଉଭୟ ସୋସିଆଲ ମିଡିଆରେ ସେମାନଙ୍କର ଭିନ୍ନ...

ଦ୍ୱିତୀୟ ଦିନରେ ଭାରତକୁ ଦୁଇ ପଦକ

ଭୋପାଳ,୨୪ା୩ (ପି.ଟି.):ଭୋପାଳରେ ଅନୁଷ୍ଠିତ ଆଇଏସ୍‌ଏସ୍‌ଏଫ୍‌ ଶୁଟିଂ ବିଶ୍ୱକପ୍‌ର ଦ୍ୱିତୀୟ ଦିବସରେ ଭାରତ ଦୁଇଟି ପଦକ ହାସଲ କରିଛି। ପ୍ରଥମ ଦିନରେ ଏୟାର ପିସ୍ତଲ ପୁରୁଷ ଇଭେଣ୍ଟରେ...

କୋହଲିଙ୍କ ଫିଟ୍‌ନେସକୁ ଦେଖି ଚିନ୍ତିତ ମା’ ଏମିତି କହୁଥିଲେ

ନୂଆଦିଲ୍ଲୀ, ୨୪।୭: ଭାରତୀୟ କ୍ରିକେଟ୍‌ ଦଳର ଅଧିନାୟକ ବିରାଟ କୋହଲି ଫିଟ୍‌ନେସ୍‌ ପାଇଁ ସାରା ବିଶ୍ୱରେ ତାଙ୍କ ପ୍ରଶଂସକଙ୍କ ପାଇଁ ରୋଲ୍‌ ମଡେଲ ହୋଇପାରିଛନ୍ତି। ସୁନ୍ଦର...

ଏ ବର୍ଷ ହେବନି ଟି୨୦ ବିଶ୍ୱକପ୍‌

ଦୁବାଇ, ୨୦ା୭ (ପି.ଟି.): କୋଭିଡ୍‌-୧୯ ମହାମାରୀ ଯୋଗୁ ଚଳିତ ବର୍ଷ ଅଷ୍ଟ୍ରେଲିଆରେ ହେବାକୁଥିବା ପୁରୁଷ ଟି୨୦ ବିଶ୍ୱକପ୍‌କୁ ସ୍ଥଗିତ ରଖାଯାଇଛି। ଅନ୍ତର୍ଜାତୀୟ କ୍ରିକେଟ ପରିଷଦ (ଆଇସିସି)...

Advertisement
Archives

Model This Week