Posted inଜାତୀୟ

ଇଣ୍ଡିଆ ଗେଟ୍‌ରେ ଧାରଣା ଦେଲେ ପ୍ରିୟଙ୍କା

ନୂଆଦିଲ୍ଲୀ,୧୬।୧୨: ମହିଳାଙ୍କ ସୁରକ୍ଷା ପ୍ରସଙ୍ଗକୁ ନେଇ କଂଗ୍ରେସ ମହାସଚିବ ପ୍ରିୟଙ୍କା ଗାନ୍ଧୀ ଭଦ୍ରା ସୋମବାର ଅପରାହ୍ନରେ ଇଣ୍ଡିଆ ଗେଟ୍‌ରେ ଧାରଣା ଦେଇଛନ୍ତି। ଏଥିସହ ଜାମିଆରେ ହୋଇଥିବା ହିଂସା ମାମଲାରେ ମଧ୍ୟ ପ୍ରିୟଙ୍କା ଓ ତାଙ୍କ ସମର୍ଥକ ୨ଘଣ୍ଟା ପାଇଁ ଧରଣା ଦେଇଥିବା ଜଣାପଡ଼ିଛି। ଏହି ଧାରଣା ଅପରାହ୍ନ ୪ଟାରୁ ଆରମ୍ଭ ହୋଇଛି। ସୂଚନାଯୋଗ୍ୟ, ଜାମିଆ ଛାତ୍ରଙ୍କ ପ୍ରଦର୍ଶନ ସମୟରେ କେତେକ ଛାତ୍ରୀ ଆହତ ହୋଇଥିଲେ। ଦିଲ୍ଲୀ ପୋଲିସ ସେମାନଙ୍କ ଉପରେ ଆକ୍ରମଣ କରିବା ସହ କ୍ୟାମ୍ପସରେ ଲୁହ ବୁହା ଗ୍ୟାସ ପ୍ରୟୋଗ କରିଥିବା ନେଇ ଛାତ୍ରୀମାନେ ଅଭିଯୋଗ କରିଛନ୍ତି। ଏନେଇ କଂଗ୍ରେସ ମହାସଚିବ କହିଛନ୍ତି, ଏହି ଦେଶ କୌଣସି ଅସାମାଜିକ ବ୍ୟକ୍ତିଙ୍କ ଅଧିନରେ ନାହିଁ। ଏହାର ବାତାବରଣକୁ ଖରାପ୍‌ କରିବାକୁ ଚେଷ୍ଟା କରନାହିଁ ବୋଲି ପ୍ରିୟଙ୍କା କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ମୁମ୍ବାଇ, ଠାଣେରେ ଶିବସେନା ମେୟର

ମୁମ୍ବାଇ, ୨୩ା୧୧(ପି.ଟି.): ମହାରାଷ୍ଟ୍ର ରାଜନୀତି କଡ଼ ଲେଉଟାଇବାରେ ଲାଗିଛି। ଶିବସେନା, ଏନ୍‌ସି ଓ କଂଗ୍ରେସ ଏକାଠି ହେବାକୁ ଉଦ୍ୟମ ଜାରି ରଖିଥିବାବେଳେ ଭାଜପାକୁ ଝଟକା ଲାଗିଛି।...

ଚା’ ବିକାଳି ନେଇଛନ୍ତି ୫୦ କୋଟି ଟଙ୍କା ଋଣ!

କୁରୁକ୍ଷେତ୍ର, ୨୩।୭: ହରିୟାଣାର କୁରୁକ୍ଷେତ୍ରରେ ଜଣେ ଚା’ ବିକ୍ରେତା ବ୍ୟାଙ୍କରୁ ୫୦ କୋଟି ଟଙ୍କା ଋଣ ନେଇଛନ୍ତି। ଏକଥା ସତ ହୋଇ ନ ଥିଲେ ମଧ୍ୟ...

ପାସେଞ୍ଜର ଟ୍ରେନ୍‌ର ୪ ବଗି ଲାଇନଚ୍ୟୁତ: ଷ୍ଟେଶନ କାନ୍ଥ ଭାଙ୍ଗି ବାହାରକୁ ମାଡ଼ିଗଲା

କାନପୁର, ୨୮।୮: ଉତ୍ତରପ୍ରଦେଶ କାନପୁର ସେଣ୍ଟ୍ରାଲ ରେଳ ଷ୍ଟେଶନ୍‌ରେ ବୁଧବାର ଏକ ଅଭାବନୀୟ ଘଟଣା ଘଟିଛି। କାନପୁର-ଲକ୍ଷ୍ନୌ ପାସେଞ୍ଜର ଟ୍ରେନ୍‌ର ୪ ବଗି ଲାଇନଚ୍ୟୁତ ହୋଇଛି।...

ଶରଦ ପାଓ୍ବାର ହେବେ କି ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ !

ମୁମ୍ବାଇ,୫।୧୧: ମହାରାଷ୍ଟ୍ର ରାଜନୀତିକୁ ନେଇ ଚାଲିଛି ଅଙ୍କକଷା। ଶିବସେନା ଓ ଭାଜପା ମଧ୍ୟରେ ମୁଖ୍ୟମନ୍ତ୍ରୀ ପଦକୁ ନେଇ ଗଣିତ ଛିଡୁ ନ ଥିବା ବେଳେ ଏବେ...

ସେନା ସାଜିଲା ଦେବଦୂତ

ଜମ୍ମୁ-କଶ୍ମୀର,୧୯।୮: ହିମାଚଳ ପ୍ରଦେଶ, ଉତ୍ତରାଖଣ୍ଡ, ଜମ୍ମୁରେ ପ୍ରାୟ ସମସ୍ତ ନଦୀ ବିପଦ ସଙ୍କେତ ଉପରେ ପ୍ରବାହିତ ହେଉଥିବା ବେଳେ ଏଥିରେ ଭାରତୀୟ ବାୟୁସେନାର ସାହସିକତା କାର୍ଯ୍ୟ...

ନେହେରୁ-ଗାନ୍ଧୀ ପରିବାରରୁ ୫, ବାହାରୁ ୧୩

ନୂଆଦିଲ୍ଲୀ, ୨୫ା୮: ସମ୍ପ୍ରତି କଂଗ୍ରେସରେ ନେତୃତ୍ୱ ପ୍ରସଙ୍ଗକୁ ନେଇ ସମସ୍ୟା ମୁଣ୍ଡ ଟେକିଛି। ଏହି ପୁରୁଣା ରାଜନୈତିକ ଦଳ ସମ୍ପର୍କରେ ବିଶେଷଜ୍ଞମାନେ କହିଛନ୍ତି ଯେ, ନେହେରୁ...

ତେଜ ପ୍ରତାପଙ୍କ ବିରୋଧରେ ନିର୍ବାଚନ ଲଢିବେ ଐଶ୍ୱର୍ଯ୍ୟା !

ପାଟନା,୨୧।୮: ଆର୍‌ଜେଡି ସୁପ୍ରିମୋ ଲାଲୁ ପ୍ରସାଦ ଯାଦବଙ୍କ ସମୁଦି ତଥା ତେଜ ପ୍ରତାପ ଯାଦବଙ୍କ ଶ୍ୱଶୁର ବିଧାୟକ ଚନ୍ଦ୍ରିକା ରାୟ ଗୁରୁବାର ଜନତା ଦଳ ୟୁନାଇଟେଡ(ଜେଡିୟୁ)ରେ...

ଦାରିଦ୍ର୍ୟ ଯୋଗୁ ନିଜ ପିଲାଙ୍କୁ ବନ୍ଧା ରଖି ଋଣ ଆଣୁଛନ୍ତି ଲୋକେ

ଶିବପୁରୀ,୯।୮: ଉତ୍ତର ପ୍ରଦେଶ ଶିବପୁରୀ ଜିଲାର ମୁଧେନି ଗାଁରେ ଦାରିଦ୍ର୍ୟତାର ଏକ କରୁଣ ଚିତ୍ର ଦେଖିବାକୁ ମିଳିଛି। ଏହି ଗାଁର ଲୋକେ ମେଷପାଳକଙ୍କ ପାଖରେ ନିଜ...

Coronavirus Update


Archives

Model This Week

Why Dharitri