ଇଣ୍ଟରନେଟ୍‌ର ଚମତ୍କାରିତା: ନିଖୋଜ ହେବାର ୪୦ ବର୍ଷ ପରେ ଘରକୁ ଫେରିଲେ ୯୪ ବର୍ଷୀୟା ବୃଦ୍ଧା

ଭୋପାଳ, ୨୦।୬- ଇଣ୍ଟରନେଟ୍‌ ସହିତ ଆଜିର ଯୁବ ପିଢ଼ି ପୁରା ଜଡ଼ିତ ହୋଇସାରିଛି। ଇଣ୍ଟରନେଟ୍‌ ଦ୍ୱାରା ଆମର କେତେବେଳେ ଉପକାର ହେଉଛିତ ପୁଣି ଅପକାର। କିନ୍ତୁ ବେଳେବେଳେ ଏହି ଇଣ୍ଟନେଟ୍‌ ଆମକୁ ଏଭଳି ସହାୟତା କରିଥାଏ, ଯାହାର ବିଶ୍ୱାସ ମଧ୍ୟ କରିହୁଏ ନାହିଁ। ଏଭଳି ଏକ ଘଟଣା ଏବେ ମଧ୍ୟପ୍ରଦେଶର ଭୋପାଳରେ ଦେଖିବାକୁ ମିଳିଛି। ନିଖୋଜ ହେବାର ଦୀର୍ଘ ୪ ଦଶନ୍ଧି ପରେ ଜଣେ ୯୪ ବର୍ଷୀୟା ବୃଦ୍ଧା ଘରକୁ ଫେରିଛନ୍ତି। ୪୦ ବର୍ଷ ତଳେ ଏହି ବୃଦ୍ଧା ଜଣଙ୍କ ନିଜ ପରିବାରଠାରୁ ବିଚ୍ଛିନ୍ନ ହୋଇଯାଇଥିଲେ। କିନ୍ତୁ ୩ ଦିନ ତଳେ ସେ ନିଜ ଘରକୁ ଫେରି ନାତିକୁ ଦେଖିଥିଲେ। ଏହାପରେ ସେ ଜାଣିବାକୁ ପାଇଥିଲେ ଯେ ତାଙ୍କ ପୁଅ ୩ ବର୍ଷ ତଳୁ ମୃତ୍ୟୁବରଣ କରିସାରିଛି।
ଥିଲା ଏହିଭଳି। ୧୯୭୯-୮୦ରେ ପଞ୍ଚୁ ବାଇ ନାମକ ଏହି ମହିଳା ଜଣକ ମଧ୍ୟପ୍ରଦେଶର ଦାମୋହ ଜିଲାର ଏକ ରାସ୍ତାରେ ମୁର୍ମୁଷ ଅବସ୍ଥାରେ ରାସ୍ତାରେ ପଡ଼ିଥିଲେ। ସେତେବେଳେ ଜଣେ ଟ୍ରକ ଡ୍ରାଇଭର ତାଙ୍କୁ ଉଦ୍ଧାର କରିଥିଲେ। ଏହାପରେ ସେ ତାଙ୍କୁ ଘରକୁ ନେଇଯାଇଥିବାବେଳେ ସେଠାରେ ଟ୍ରକ ଡ୍ରାଇଭରଙ୍କ ପୁଅ ଇସ୍‌ରାର ଖାନ ପଞ୍ଚୁଙ୍କ ସେବା କରିଥିଲେ। ପରମୁହୂର୍ତ୍ତରେ ଇସ୍‌ରାର ତାଙ୍କୁ ଘର ଠିକଣା ପଚାରିଥିଲେ ମଧ୍ୟ ସେ କିଛି କହିପାରି ନ ଥିଲେ। ଏହାପରେ ଇସ୍‌ରାର ଫେସ୍‌ବୁକରେ ଏହି ଘଟଣା ଶେୟାର କରିଥିଲେ ମଧ୍ୟ କିଛି ସୁଫଳ ମିଳି ନ ଥିଲା। ଏମିତି ବହୁବର୍ଷ ପରେ ହଠାତ୍‌ ଦିନେ ଘର ଠିକଣା ପଚାରୁ ପଚାରୁ ପଞ୍ଚୁ ପାରସପୁର ନାମ ନେଇଥିଲେ। ଇସ୍‌ରାର ଗୁଗ୍‌ଲରେ ପାରସପୁର ସର୍ଚ୍ଚ କରିବା ପରେ ମହାରାଷ୍ଟ୍ରରେ ଏଭଳି ଏକ ଅଞ୍ଚଳ ଥିବା ଜାଣିବାକୁ ପାଇଥିଲେ। ଗତ ମେ ୭ରେ ସେ ପାରସପୁରର ଅଭିଷେକ ନାମକ ଜଣେ ଦୋକାନୀଙ୍କ ସହ ଯୋଗଯୋଗ କରି ବୃଦ୍ଧାଙ୍କ ବିଷୟରେ ସମ୍ପୂର୍ଣ୍ଣ କହିଥିଲେ। ଏହାପରେ ବୃଦ୍ଧାଙ୍କ ଏକ ଭିଡିଓ ମଧ୍ୟ ଅଭିଷେକଙ୍କୁ ଦେଇଥିଲେ। ଅଭିଷେକ ସ୍ଥାନୀୟ ଅଞ୍ଚଳର ବିଭିନ୍ନ ହ୍ବାଟ୍‌ସପ୍‌ ଏହି ଭିଡିଓ ଶେୟାର କରିଥିଲେ। ଶେଷରେ ଅଭିଷେକଙ୍କ ପାଖକୁ ବୃଦ୍ଧାଙ୍କ ସମ୍ପର୍କୀୟ ଫୋନ କରି ସମସ୍ତ ବିଷୟ ଜାଣିପାରିଥିଲେ। କିନ୍ତୁ ସେତେବେଳେ ଲକ୍‌ ଡାଉନ ଯୋଗୁ ବୃଦ୍ଧାଙ୍କୁ ଘରକୁ ନେବା ସମ୍ପର୍କୀୟଙ୍କ ପକ୍ଷେ ସମ୍ବବପର ହୋଇ ନ ଥିଲା। ଶେଷରେ ଜୁନ୍‌ ୧୭ରେ ସମ୍ପର୍କୀୟଙ୍କ ମାଧ୍ୟମରେ ଏହି ବୃଦ୍ଧା ଜଣଙ୍କ ନିଜ ଘରକୁ ଫେରିପାରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ପ୍ରଥମ ଦରମା ଟଙ୍କା ମା’ଙ୍କୁ ଦେଇଥିଲି: ଶିକ୍ଷାବିତ୍‌ ଡ.ଅଭିମନ୍ୟୁ ଜେନା

ପୁରୀ ଜିଲା କୃଷ୍ଣପ୍ରସାଦ ବ୍ଲକ ଅନ୍ତର୍ଗତ ବଡ଼ଝାଡ଼ ଗାଁରେ ମୋର ଜନ୍ମ। ନାରାୟଣ ବିଦ୍ୟାପୀଠରୁ ଏକାଦଶ ଶ୍ରେଣୀ ପାସ୍‌ କରି ଗୋଦାବରୀଶ ମହାବିଦ୍ୟାଳୟରେ ଆଇ.ଏ. ଓ...

‘ଚନ୍ଦ୍ରଯାନ-୨’ର ପ୍ରଥମ ଚିତ୍ର ଜାରି କଲା ଇସ୍ରୋ

ହାଇଦ୍ରାବାଦ୍‌, ୧୨।୬: ଗତ ୧୦ବର୍ଷ ଭିତରେ ଦ୍ୱିତୀୟଥର ଚନ୍ଦ୍ରକୁ ଯିବା ପାଇଁ ପ୍ରସ୍ତୁତି ଚଳାଇଛି ଭାରତ। ଆସନ୍ତା ୯ରୁ ୧୬ ତାରିଖ ମଧ୍ୟରେ ଇସ୍ରୋ ଚନ୍ଦ୍ରକୁ...

ସିଜେଆଇଙ୍କ ମନ୍ତବ୍ୟକୁ ନେଇ ଉପରାଷ୍ଟ୍ରପତିଙ୍କ ଜବାବ: ରାୟରେ ବିଳମ୍ବ ଗ୍ରହଣୀୟ ନୁହେଁ

ପୁଣେ,୯ା୧୨: ନ୍ୟାୟ ପ୍ରଦାନ ସମ୍ପର୍କିତ ଭାରତର ପ୍ରଧାନ ବିଚାରପତି (ସିଜେଆଇ) ଏସ୍‌.ଏ. ବୋବ୍‌ଡେଙ୍କ ମନ୍ତବ୍ୟରେ ଉପରାଷ୍ଟ୍ରପତି ଏମ୍‌. ଭେଙ୍କାୟା ନାଇଡୁ ପୂର୍ଣ୍ଣ ସହମତ ହୋଇନାହାନ୍ତି। ତତ୍କାଳନ...

ଆମକୁ ଭୂତ ଦେଖାଉଥିବା ଗୁରୁଦେବ

ଆଜି ଗୁରୁଦିବସ। ମନେ ପଡୁଛନ୍ତି ମୋର ଅନେକ ଅନେକ ନମସ୍ୟ ଗୁରୁଜୀ ଏବଂ ଗୁରୁମା। ସେମାନଙ୍କ ମଧ୍ୟରୁ ଯାହାଙ୍କ ସହିତ ମୁଁ ଅତି ନିବିଡ଼ଭାବେ ଜଡ଼ିତ...

ମାର୍ଚ୍ଚ ୨୬ ଭାରତ ବନ୍ଦ: ଅଣ୍ଟା ଭିଡ଼ିଲା କୃଷକ ମୋର୍ଚ୍ଚା

ନୂଆଦିଲ୍ଲୀ,୨୫।୩: କେନ୍ଦ୍ର ସରକାରଙ୍କ କୃଷି ଆଇନକୁ ବିରୋଧ କରି ଚାଷୀ ସଂଗଠନଗୁଡ଼ିକ ପକ୍ଷରୁ ଆନ୍ଦୋଳନ ଜାରି ରହିଛି। କୃଷକ ମୋର୍ଚ୍ଚା ପକ୍ଷରୁ ମାର୍ଚ୍ଚ ୨୬ରେ ଭାରତ...

ବିବାହକୁ ନେଇ ମହିଳା କହିଥିଲେ ଏମିତି ମିଛ, ଯେଉଁଥିପାଇଁ ଯିବାକୁ ପଡ଼ିଲା ଜେଲ୍

ଇଂଲଣ୍ଡରେ ଜଣେ ମହିଳା ବିଳାସପୂର୍ଣ୍ଣ ବିବାହ ପାଇଁ ମିଛ କହିବାର ସବୁ ସୀମା ଟପିଯାଇଛନ୍ତି। ବିବାହର ଏପରି କ୍ରେଜ୍‌ ଥିଲା ଯେ ସେ ବର୍ଷବର୍ଷ ଧରି...

ଉଭୟ ଗୃହ ସାଇନ୍‌-ଏ-ଡାଏ

ନୂଆଦିଲ୍ଲୀ,୧୪।୧୨(ପି.ଟି.): ପାର୍ଲାମେଣ୍ଟର ଉଭୟ ଗୃହକୁ ଶୁକ୍ରବାର ସାଇନ-ଏ-ଡାଏ ଘୋଷଣା କରାଯାଇଛି। ଚଳିତ ଶୀତ ଅଧିବେଶନରେ ଲୋକ ସଭା ୧୩୦ ଘଣ୍ଟା ୪୫ ମିନିଟ କାର୍ଯ୍ୟ କରିଥିବା...

ଘରେ ପଶି ୮ ଦିନର ଯାଆଁଳା ଶିଶୁଙ୍କୁ ଟେକିନେଲା ମାଙ୍କଡ଼, ଆଉ ତା’ ପରେ…

ଚେନ୍ନାଇ,୧୪।୨ : ତାମିଲନାଡୁର ତଞ୍ଜାପୁରରେ ଏକ ଅଭାବନୀୟ ଘଟଣା ଘଟିଛି। ଯେଉଁଠାରେ ଗୋଟିଏ ମାଙ୍କଡ଼ ଘରେ ପଶି ୮ ଦିନର ଯାଆଁଳା ଶିଶୁଙ୍କୁ ଟେକି ନେଇଥିଲା।...

Advertisement

BGU

Archives

Model This Week

Why Dharitri