ଇଟାଭାଟିରେ ନାବାଳିକାଙ୍କୁ ବଳାତ୍କାର ପରେ ବିଷ ପିଆଇଦେଲେ

ସଜନାଗଡ଼, ୩୦ା୧୧(ଡି.ଏନ.ଏ.)-ବାଲେଶ୍ୱର ଜିଲା ନୀଳଗିରି ଅଞ୍ଚଳରେ ଥିବା ଏକ ଇଟାଭାଟିରେ ଜଣେ ନାବାଳିକାଙ୍କୁ ବଳାତ୍କାର ପରେ ବିଷ ପିଆଇ ଦିଆଯିବା ଘଟଣା ସ୍ଥାନୀୟ ଅଞ୍ଚଳରେ ଚାଞ୍ଚଲ୍ୟ ସୃଷ୍ଟି କରିଛି। ଏନେଇ ନାବାଳିକାଙ୍କ ଦାଦା ନୀଳଗିରି ଥାନାରେ ଏତଲା ଦେଇଛନ୍ତି।
ଉକ୍ତ ଇଟାଭାଟିରେ ମା’ ବାପାଙ୍କ ସହ ସମ୍ପୃକ୍ତା ନାବାଳିକା କାମ କରି ଆସୁଥିଲେ। ସେଠାରେ କାମ କରୁଥିବା ଜଣେ କର୍ମଚାରୀ ବିଭିନ୍ନ ପ୍ରକାର ପ୍ରଲୋଭନ ଦେଖାଇ ତାଙ୍କୁ ବଳାତ୍କାର କରିଥିଲେ। ପରିବାର ଲୋକ ଏ ବିଷୟରେ ଜାଣିବା ପରେ ଝିଅକୁ ତାଗିଦ୍‌ କରିଥିଲେ। ସୋମବାର ସକାଳେ ତାଙ୍କୁ ବିଷ ପିଆଇ ଦିଆଯାଇଥିବା ନାବାଳିକାଙ୍କ ଦାଦା ନୀଳଗିରି ଥାନାରେ ଅଭିଯୋଗ କରିଛନ୍ତି। ତାଙ୍କୁ ଗୁରୁତର ଅବସ୍ଥାରେ ଏକ ଅଟୋରେ ନୀଳଗିରି ମେଡିକାଲ ଅଣାଯାଇଥିଲା। ସେଠାରେ ଅବସ୍ଥା ଗୁରୁତର ହେବାରୁ ତାଙ୍କୁ ବାଲେଶ୍ୱର ଡାକ୍ତରଖାନାକୁ ସ୍ଥାନାନ୍ତରିତ କରାଯାଇଥିଲା। ସେଠାରେ ଚିକିତ୍ସାଧୀନ ଅବସ୍ଥାରେ ନାବାଳିକାଙ୍କ ମୃତ୍ୟୁ ଘଟିଛି। ଝିଅଙ୍କୁ ହରାଇ ପରିବାର ଲୋକେ ସମ୍ପୂର୍ଣ୍ଣ ରୂପେ ଭାଙ୍ଗିପଡ଼ିଛନ୍ତି। ପୋଲିସ ବାଲେଶ୍ୱର ମେଡିକାଲରେ ପହଞ୍ଚତ୍ ଘଟଣାର ତଦନ୍ତ ଆରମ୍ଭ କରିଛି। ଏ ସମ୍ପର୍କରେ ଆଇଆଇସି ପ୍ରଭଞ୍ଜନ ବେହେରା କହିଛନ୍ତି, ତାଙ୍କ ଦାଦାଙ୍କ ପକ୍ଷରୁ ଏତଲା ଦିଆଯାଇଥିଲେ ମଧ୍ୟ ତାହା ଯଥେଷ୍ଟ ନୁହେଁ, ନାବାଳିକାଙ୍କ ମା’ ବାପା ଅଭିଯୋଗ କରିବା ପରେ ତଦନ୍ତ ତ୍ୱରାନ୍ବିତ କରାଯିବ। କେବଳ ମେଡିକାଲ ତଥ୍ୟକୁ ଭିତ୍ତି କରି ପ୍ରାଥମିକ ତଦନ୍ତ କରାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଜଙ୍ଗଲରେ ଲୁଚାଇ ରଖିଥିଲେ ୪୫ ପିଆଶାଳ ପଟା: ମାଡ଼ିବସିଲା…

ଗୁଡ଼ାରି,୧୯।୫ (ପ୍ରମୋଦ କୁମାର ପତି ) ରାୟଗଡା ଜିଲା ଗୁଡ଼ାରି ରେଞ୍ଜ କର୍ମଚାରୀମାନେ ପେଣ୍ଡିଲି ଗ୍ରାମ ପଞ୍ଚାୟତର ମନ୍ତରଝୋଲି ଗ୍ରାମ ନିକଟସ୍ଥ ଜଙ୍ଗଲରୁ ୪୫ଟି ପିଆଶାଳ ପଟା…

୧୬ ଦିନର ଛାତିଥରା ଘଟଣା… ନାବାଳିକାଙ୍କୁ ଅପହଣ ପରେ ନିଶା ଇଞ୍ଜେକ୍ସନ ଦେଇ ଗଣବଳାତ୍କାର, ପ୍ରତିବାଦ କରିବାରୁ ସିଗାରେଟ ଚେଙ୍କ

ଲକ୍ଷ୍ନୌ,୧୯।୫: ଉତ୍ତର ପ୍ରଦେଶର ମହୋବାରେ, NEET ପ୍ରବେଶିକା ପରୀକ୍ଷା ପାଇଁ ପ୍ରସ୍ତୁତ ହେଉଥିବା ଜଣେ ଛାତ୍ରୀଙ୍କୁ ଅପହରଣ ପରେ ୧୬ ଦିନ ଧରି ଗଣବଳାତ୍କାର କରାଯାଇଥିବା ନେଇ…

‘ରୋଗୀଣା-ପାଗଳା କୁକୁରମାନଙ୍କୁ ମାରିବା ବିଷୟରେ ବିଚାର କରନ୍ତୁ’: ବୁଲା କୁକୁର ପ୍ରସଙ୍ଗରେ ସୁପ୍ରିମକୋର୍ଟଙ୍କ କଡ଼ା ନିର୍ଦ୍ଦେଶ

ନୂଆଦିଲ୍ଲୀ,୧୯।୫: ୧୯ ମଇରେ ସୁପ୍ରିମକୋର୍ଟ ବୁଲା କୁକୁର ସମ୍ପର୍କିତ ତାଙ୍କର ପୂର୍ବ ଆଦେଶକୁ ସଂଶୋଧନ କରିବାକୁ ମନା କରିଦେଇଥିଲେ। ସୁପ୍ରିମକୋର୍ଟ ପୂର୍ବରୁ ନିର୍ଦ୍ଦେଶ ଦେଇଥିଲେ ଯେ ୨୦୨୫…

ଧାନବିକ୍ରିରେ ଅବ୍ୟବସ୍ଥା ନେଇ ତାତିଲେ ଚାଷୀ, ଜିଲାପାଳଙ୍କ କାର୍ଯ୍ୟାଳୟ ଆଗରେ ବିକ୍ଷୋଭ ପ୍ରଦର୍ଶନ

ବରଗଡ଼,୧୯।୫(ପ୍ରେମାନନ୍ଦ ଖମାରୀ): ଟୋକନ୍‌ ପାଇଁ ବରଗଡ଼ ଜିଲାପାଳଙ୍କ ଅଫିସ୍‌ ଘରିଲେ ଚାଷୀ । ଆନ୍ଦୋଳନରେ ଚାଷୀଙ୍କ ସହ ବିଭିନ୍ନ ସଂଗଠନ ସାମିଲ୍‌ ହୋଇଛନ୍ତି । ବରଗଡ଼ ଜିଲାରେ…

ଘୋର ଅନର୍ଥ…ଏମିତି କାହିଁକି ହେଲା? ଚାଇନା ଜାହାଜ ଉପରେ ଆକ୍ରମଣ କଲା ରୁଷିଆ, ତାହା ପୁଣି ପୁଟିନଙ୍କ ଗସ୍ତର ୨ ଦିନ ପୂର୍ବରୁ

ବେଜିଂ,୧୯।୫: ୟୁକ୍ରେନ ଦାବି କରିଛି ଯେ ରୁଷିଆ ତାର ଘନିଷ୍ଠ ସହଯୋଗୀ ଚାଇନାର ଏକ ଜାହାଜ ଉପରେ ଆକ୍ରମଣ କରିଛି। ଅଲ ଜାଜିରାର ଏକ ରିପୋର୍ଟ ଅନୁଯାୟୀ,…

ବିଚ୍‌ ରାସ୍ତାରେ ଜଣେ ଯୁବକ, ମହିଳାଙ୍କୁ ମରଣାନ୍ତକ ଆକ୍ରମଣ ଘଟଣାରେ ମୁଖ୍ୟମନ୍ତ୍ରୀଙ୍କୁ ଟାର୍ଗେଟ କଲେ ନବୀନ, କହିଲେ-ଗୁଣ୍ଡାରାଜ ଶାସନ ପାଇଁ…

ଭୁବନେଶ୍ୱର, ୧୯।୫: ବ୍ରହ୍ମପୁରର ବିଚ୍‌ ରାସ୍ତାରେ ଜଣେ ଯୁବକ ଏବଂ ମହିଳାଙ୍କୁ ସର୍ବସମ୍ମୁଖରେ ଅତି ନିର୍ମମ ଭାବେ ପିଟି ପିଟି ମରଣାନ୍ତକ ଆକ୍ରମଣ କରାଯିବା ଘଟଣାରେ ପୂର୍ବତନ…

ରିପୋର୍ଟରେ ଦାବି, ଟ୍ରମ୍ପ୍ ଏବଂ ନେତାନ୍ୟାହୁଙ୍କୁ ହତ୍ୟା କରିବାକୁ ଯୋଜନା କରୁଛି ଇରାନ, ୫୬୦ କୋଟିର ଡିଲ!

ତେହରାନ,୧୯।୫: ଆମେରିକା ଏବଂ ଇରାନ ମଧ୍ୟରେ ଉତ୍ତେଜନା ଏକ ଅତ୍ୟନ୍ତ ବିପଜ୍ଜନକ ସ୍ଥିତିରେ ପହଞ୍ଚିବା ପରି ମନେ ହେଉଛି। ଇରାନ ଭିତରେ ଏକ ଆଲୋଚନା ଆରମ୍ଭ ହୋଇଛି…

ଫଳ ତୋଳିବାକୁ ବଗିଚାକୁ ଯାଇଥିଲେ ଧରଣୀଧର: ମାଡ଼ିଆସିଲା ଦନ୍ତା ହାତୀ, ଆଉ ତା’ପରେ…

କେନ୍ଦୁଝର,୧୯।୫(ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝର ଜିଲା ସଦର ରେଞ୍ଜ ଅନ୍ତର୍ଗତ ହରିଚନ୍ଦନପୁର ବ୍ଲକ ବକ୍ସିବାରିଗାଁ ଗ୍ରାମ ପଞ୍ଚାୟତ ଅଧିନସ୍ଥ ଓସ୍ତପଙ୍ଗା ଗ୍ରାମରେ ହାତୀ ଆକ୍ରମଣରେ ଜଣେ ବ୍ୟକ୍ତିର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri