ଇଙ୍କ୍‌ଫେଷ୍ଟ ପଞ୍ଚମ ସନ୍ଧ୍ୟାର ଚତୁର୍ଥ କଥାଚକ୍ର: ବୟନ ଶିଳ୍ପ ଦେଇଛି ପରିଚୟ, ରୋଜଗାର

ସୋନପୁର,୨୧।୧(ନି.ପ୍ର.) – ବୟନ ଶିଳ୍ପ ହିଁ ସୁବର୍ଣ୍ଣପୁର ଜିଲାକୁ ଦେଶ ବିଦେଶରେ ପରିଚିତ କରିଛି। ଏଠାକାର କୁଶଳୀ ବୁଣାକାର ହସ୍ତତନ୍ତ ଓ ବୟନ କଳାକୁ ବିଶ୍ୱସ୍ତରରେ ପହଞ୍ଚାଇବାରେ ଅଗ୍ରଣୀ ଭୂମିକା ନେଇଛନ୍ତି। ଶତାଧିକ ବର୍ଷ ଧରି ବୟନ, ବାନ୍ଧକଳାରେ ସମର୍ପିତ ହୋଇଛନ୍ତି ବୁଣାକାର ପରିବାର। କୃଷି ପରେ ହସ୍ତତନ୍ତ ଓ ବୟନ ଶିଳ୍ପ ଜିଲାର ଦ୍ୱିତୀୟ ବୃହତ ଜୀବିକା ତଥା ରୋଜଗାର ପ୍ରଦାନକାରୀ ସଂସ୍ଥା। ବମକେଇ ପାଟ, ଯୋଡ, ପାଟ ଶାଢୀ ଓ ବାନ୍ଧକଳା ପାଇଁ ଜିଲାର ସ୍ବତନ୍ତ୍ର ପରିଚୟ ରହିଛି ବୋଲି ବିଶିଷ୍ଟ ବ୍ୟକ୍ତିମାନେ ମତପ୍ରକାଶ କରିଛନ୍ତି। ଚତୁର୍ଥ ବାର୍ଷିକ ପୁସ୍ତକ ଓ ସାରସ୍ବତ ମେଳା ଇଙ୍କ୍‌ଫେଷ୍ଟ୍‌ର ମଙ୍ଗଳବାର ପଞ୍ଚମ ସନ୍ଧ୍ୟାରେ ସୁବର୍ଣ୍ଣପୁରର ବୟନ ଶିଳ୍ପ ଓ ଅର୍ଥନୀତି ଶୀର୍ଷକ ଚତୁର୍ଥ କଥାଚକ୍ର ଅନୁଷ୍ଠିତ ହୋଇଥିଲା। ବୟନ ଶିଳ୍ପୀ ପ୍ରହଲ୍ଳାଦ ମେହେର ଆଲୋଚକ ଭାବେ ଯୋଗ ଦେଇଥିଲେ। ବୁଣାକାରମାନେ ପ୍ରାଚୀନ ଓ ଆଧୁନିକ ଡିଜାଇନକୁ ବାନ୍ଧି ରଖିବାରେ ସକ୍ଷମ ହୋଇଛନ୍ତି। କିନ୍ତୁ ଏହି ଶିଳ୍ପ ବିଭିନ୍ନ କାରଣରୁ ବର୍ତ୍ତମାନ ସଙ୍କଟଜନକ ପରିସ୍ଥିତି ଦେଇ ଗତି କରୁଛି। ମେଶିନ ଦ୍ୱାରା ଅବିକଳ ନକଲରେ ପ୍ରସ୍ତୁତ ଛାପା ଶାଢୀ କମ୍‌ ଦରରେ ବିକ୍ରି ହେଉଛି। ସେହିପରି ଜିଏସ୍‌ଟି ଲାଗୁ ହେଲା ପରେ ଶାଢୀ ବ୍ୟବସାୟ ପ୍ରଭାବିତ ହୋଇଛି। ମାନ୍ଦାବସ୍ଥା ଯୋଗୁଁ ବୁଣାକାରମାନେ କ୍ଷତିଗ୍ରସ୍ତ ହୋଇଛନ୍ତି। ପରିଶ୍ରମ ତୁଳନାରେ ବୁଣାକାରଙ୍କୁ ମଜୁରୀ ମିଳୁନି ବୋଲି ମେହେର କହିଥିଲେ। ବୟନ ଶିଳ୍ପ ଗବେଷକ ପ୍ରହଲ୍ଳାଦ ମେହେର ଅନ୍ୟତମ ଆଲୋଚକଭାବେ ଯୋଗଦେଇ କହିଲେ ଯେ, ଅଞ୍ଚଳର ଅର୍ଥନୈତିକ ପ୍ରଗତି ପଛରେ ବୟନ ଶିଳ୍ପର ବଡ ଭୂମିକା ରହିଛି। ଜିଲାର ସମବାୟ ସମିତି ଓ ସମିତି ବାହାରେ ବୁଣାକାରମାନେ ବାର୍ଷିକ ୧୧୦କୋଟି ଟଙ୍କାର କେବଳ ଶାଢୀ ଉତ୍ପାଦନ କରୁଛନ୍ତି। ମାତ୍ର ମାର୍କେଟିଂ ଷ୍ଟ୍ରାଟେଜି ଦୁର୍ବଳ ରହିଛି। ପ୍ରକୃତ ବୁଣାକାରଙ୍କୁ ସଂଘର୍ଷ କରିବାକୁ ପଡୁଛି। ଲୋକଙ୍କ ପସନ୍ଦ ଓ ନାପସନ୍ଦକୁ ଦୃଷ୍ଟିରେ ରଖି ଉନ୍ନତ ମାନର ଶାଢୀ ଓ ଡ୍ରେସ ମେଟେରିଆଲ ପ୍ରସ୍ତୁତି କରାଯିବା ଆବଶ୍ୟକ। ସେହିପରି ହସ୍ତତନ୍ତର ବିକାଶ ପାଇଁ ବୁଣାକାରମାନଙ୍କୁ ପ୍ରୋତ୍ସାହିତ କରିବା ଉଚିତ। ନୂତନ ଜ୍ଞାନ କୌଶଳ ଓ ଆଧୁନିକୀକରଣ ଉପରେ ଗୁରୁତ୍ୱ ଦେବାକୁ ପଡିବ। ଆୟ ବୃଦ୍ଧି ନ ହେଲେ ଯୁବ ବର୍ଗ ନିଜର କୌଳିକ ବୃତ୍ତି ଠାରୁ ଦୂରେଇ ଯିବେ ବୋଲି ମେହେର କହିଥିଲେ। ଗୌରିଶ୍ୟାମ ପଣ୍ଡା କଥାଚକ୍ରରେ ଅଧ୍ୟକ୍ଷତା କରିଥିଲେ । ପଣ୍ଡା କହିଥିଲେ ଜିଲାରେ ୬ହଜାର ପାଖାପାଖି ବୁଣାକାର ପରିବାର ଅଛନ୍ତି। ପରିବାର ଗୁଡିକର ସଦସ୍ୟ ସଂଖ୍ୟା ହିସାବକୁ ନେଲେ ୫୦ ହଜାରରୁ ଊର୍ଦ୍ଧ୍ୱ। ବୁଣାକାରଙ୍କ କାର୍ଯ୍ୟକାରୀ ସଂଘ ଓ ତନ୍ତୁବାୟ ସହଯୋଗ ସମିତି ଅଛି। ହେଲେ ଏହା ଠିକଣା ଢଙ୍ଗରେ କାର୍ଯ୍ୟକ୍ଷମ ହେଉ ନ ଥିବାରୁ ବୁଣାକାରଙ୍କୁ ପ୍ରକୃତ ଲାଭ ମିଳୁନି । ଏହି ଶିଳ୍ପର ଉନ୍ନତି ସମ୍ପର୍କରେ ସେ ନିଜର ମତ ଉପସ୍ଥାପନ କରିଥିଲେ ।


Enter your email to get our daily news in your inbox.

All Right Reserved By Dharitri.Com

ରେଗୁଲାର ହେଲେ ୧୧୩ ଗ୍ରାମ୍ୟ କୃଷି କର୍ମଚାରୀ

ଭବାନୀପାଟଣା,୨୪।୮(ଡି.ଏନ୍‌.ଏ.): କଳାହାଣ୍ଡି ଜିଲାରେ କାର୍ଯ୍ୟରତ ୧୧୩ ଜଣ ଗ୍ରାମ୍ୟ କର୍ମଚାରୀ ନିୟମିତ (ରେଗୁଲାର) ହେଲେ। ଏ ନେଇ ଜିଲା ଗ୍ରାମ୍ୟ କୃଷି କର୍ମଚାରୀ ସଂଘ ପକ୍ଷରୁ...

ବିଦ୍ୟୁତ୍‌ ଖୁଣ୍ଟରୁ ଖସି ଯୁବକ ମୃତ:ସାଉଥ୍‌କୋ କର୍ମଚାରୀଙ୍କ ବିରୋଧରେ ଅଭିଯୋଗ ଆଣିଲେ ସ୍ତ୍ରୀ

ଭଞ୍ଜନଗର,୧।୬(ଡି.ଏନ.ଏ.): ତାରସିଂ ଥାନା କୁଡୁତାଇ ସୋସାଇଟି ନିକଟରେ ଶନିବାର ସକାଳେ ଜଣେ ଯୁବକଙ୍କ ବିଦ୍ୟୁତ୍‌ ଆଘାତରେ ମୃତ୍ୟୁ ଘଟିଛି। ସେ ହେଲେ ଉକ୍ତ ଥାନା ବାଙ୍କତରାର...

ବଢୁଛି ଚୋରା ମଦ କାରବାର

କାମାକ୍ଷାନଗର, ୩୦।୯(ଡି.ଏନ୍‌.ଏ.) ପୋଲିସ ଏବଂ ଅବକାରୀ ବିଭାଗର ନିଷ୍କ୍ରିୟତା ଯୋଗୁ କାମାକ୍ଷାନଗର ଉପଖଣ୍ଡରେ ଅବାଧ ଚୋରା ମଦ କାରବାର ବଢ଼ିବାରେ ଲାଗିଛି। ମଦ ଯୋଗୁ ଗଣ୍ଡଗୋଳ, ଅସାମାଜିକ...

ଉଦ୍‌ଘାଟନର ୧୫ ବର୍ଷ ପରେ ବି କାର୍ଯ୍ୟକ୍ଷମ ହୋଇପାରିଲାନି ରକ୍ତଭଣ୍ଡାର

ବାସୁଦେବପୁର, ୬।୯ (ଡି.ଏନ.ଏ.)- ଭଦ୍ରକ ଜିଲା ବାସୁଦେବପୁର ମୁଖ୍ୟ ଚିକିତ୍ସାଳୟ ପରିସରରେ ଥିବା ରକ୍ତଭଣ୍ଡାର ଉଦ୍‌ଘାଟନ ହେବାର ୧୫ବର୍ଷ ପରେ ବି କାର୍ଯ୍ୟକ୍ଷମ ହୋଇପାରି ନାହିଁ।...

ଆନ୍ତଃଜିଲା ଡକାୟତ ଗ୍ୟାଙ୍ଗର ୭ ସଦସ୍ୟ ଗିରଫ; ବିଭିନ୍ନ ମାରଣାସ୍ତ୍ର ଜବତ

କଣ୍ଟାପଡା,୨୨।୬(ଡି.ଏନ୍‌.ଏ.)-କଟକ ଜିଲା କଣ୍ଟାପଡାସ୍ଥିତ ବଟଗୋସେଇଁ ଗାଦୀ ନିକଟରେ ଥିବା ଏକ ପେଟ୍ରୋଲ ପମ୍ପରୁ ରବିବାର ଡକାୟତି ପାଇଁ ଯୋଜନା କରୁଥିବାବେଳେ ଓଲଟପୁର ପୋଲିସ ଚଢ଼ାଉ କରି...

ଲାଞ୍ଚ ମାଗି ନିଲମ୍ବିତ ହେଲେ ବେଗୁନିଆ ଥାନା ଏସ୍‌ଆଇ

ଖୋର୍ଦ୍ଧା ଅଫିସ,୧୫।୧: ଜଣେ ଅଭିଯୁକ୍ତଙ୍କ ମା’ଙ୍କୁ ଲାଞ୍ଚ ମାଗି ଫସିଛନ୍ତି ବେଗୁନିଆ ଥାନା ଏସ୍‌ଆଇ ସୁଜାତା ପଲେଇ। ଏହାର ଏକ ଅଡିଓ ଭାଇରାଲ ହେବା ପରେ...

ହାଟଡ଼ିହୀ ବ୍ଲକରେ ପ୍ରଥମ ଡେଙ୍ଗୁ ରୋଗୀ ଚିହ୍ନଟ

ହାଟଡ଼ିହୀ,୧୩।୯(ଡି.ଏନ୍‌.ଏ.): କେନ୍ଦୁଝର ଜିଲା ହାଟଡ଼ିହୀ ବ୍ଲକ ଶାଳଣିଆ ପଞ୍ଚାୟତ ଏଲକଣିଆ ଗ୍ରାମରେ ପ୍ରଥମ ଡେଙ୍ଗୁ ରୋଗୀ ଚିହ୍ନଟ ହୋଇଛି। ସେ ହେଲେ ମୋହନ ବେହେରାଙ୍କ ପୁଅ...

ଦୁରଦିନରେ ପରିବାର: ସରକାରୀ ଚିକିଛା ସାହାଯ୍‌ ଆଶ୍‌ରେ ହେମନ୍ତ

  ଜାମଟିକ୍ରା, ୧୪।୧୨ (ଡି.ଏନ୍‌.ଏ.)- ବରଗଡ଼ ଜିଲା ଅତାବିରା ବ୍ଲକ ଝିଲିମିଣ୍ଡା ପଁଚେତ୍‌ ଅଧୀନ ରଙ୍ଗିଆଟିକ୍ରା ଗଁାର ହେମନ୍ତ ମେହେର(୪୫)କଁର ପରିବାର କହେଲେ ମାଏକିନା ଆର...


Coronavirus Update

Archives

Model This Week

Why Dharitri