Posted inଖେଳ

ଇଂଲଣ୍ଡ କୋଚିଂ ଷ୍ଟାଫ୍‌ରେ ଟ୍ରେସ୍କୋଥିକ

ଲଣ୍ଡନ, ୨୪।୭ (ପି.ଟି.): ଅଗଷ୍ଟ ୧ରୁ ଆରମ୍ଭ ହେବାକୁ ଥିବା ଐତିହାସିକ ଆଶେସ ସିରିଜ ଲାଗି ପୂର୍ବତନ ଓପନିଂ ବ୍ୟାଟ୍ସମ୍ୟାନ ମାର୍କସ ଟ୍ରେସ୍କୋଥିକଙ୍କୁ ଇଂଲଣ୍ଡ ଦଳର କୋଚିଂ ଷ୍ଟାଫ୍‌ ଟିମ୍‌ରେ ସାମିଲ କରାଯାଇଛି। ୪୩ ବର୍ଷୀୟ ଏହି ଭେଟେରାନ ବାମହାତୀ ବ୍ୟାଟ୍ସମ୍ୟାନ ସିରିଜର ପ୍ରଥମ ୨ ମ୍ୟାଚ୍‌ରେ ଇଂଲଣ୍ଡ ଦଳର ଟ୍ରେନିଂ ସେସନ ଉପରେ ଧ୍ୟାନ ଦେବେ ବୋଲି ମିଡିଆ ରିପୋର୍ଟରୁ ଜଣାପଡ଼ିଛି। ଦଳର ମୁଖ୍ୟ ବ୍ୟାଟିଂ କୋଚ୍‌ ଗ୍ରାହମ ଥୋର୍‌ପେଙ୍କୁ ସେ ସହାୟତା କରିବେ। ଅଗଷ୍ଟ ୧ରୁ ଏଜ୍‌ବାଷ୍ଟନରେ ଏବଂ ଅଗଷ୍ଟ ୧୪ରୁ ଐତିହାସିକ ଲର୍ଡସ ଗ୍ରାଉଣ୍ଡରେ ଯଥାକ୍ରମେ ପ୍ରଥମ ୨ ମ୍ୟାଚ୍‌ ଖେଳାଯିବାର କାର୍ଯ୍ୟସୂଚୀ ରହିଛି। ଇଂଲଣ୍ଡ ପକ୍ଷରୁ ୭୬ ଟେଷ୍ଟରେ ପ୍ରତିନିଧିତ୍ୱ କରିଥିବା ଏହି ଓପନିଂ ବ୍ୟାଟ୍ସମ୍ୟାନ ୨୦୦୫ ଆଶେସ ସିରିଜରେ କେଭିନ ପିଟରଶନଙ୍କ ପଛକୁ ଦ୍ୱିତୀୟ ସର୍ବାଧିକ ରନ୍‌ ସଂଗ୍ରହକାରୀ ବ୍ୟାଟ୍ସମ୍ୟାନ ହେବାର କୃତିତ୍ୱ ଲାଭ କରିଥିଲେ। ସେହିବର୍ଷ ତାଙ୍କୁ ଓ୍ବିଜଡେନ କ୍ରିକେଟର୍‌ ଅଫ୍‌ ଦି ଇୟର ପୁରସ୍କାର ପ୍ରଦାନ କରାଯାଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ବିବାହ ପରେ ବଲିଉଡ୍‌ର ବିଦାୟ ନେଇଥିଲେ ଏହି କ୍ରିକେଟରଙ୍କ ସ୍ତ୍ରୀ

ବଲିଉଡ ଅଭିନେତ୍ରୀ ଗୀତା ବସ୍ରା ବର୍ତ୍ତମାନ ଗର୍ଭବତୀ ଅଛନ୍ତି ଏବଂ ଜୁଲାଇ ସୁଦ୍ଧା ତାଙ୍କର ଦ୍ୱିତୀୟ ସନ୍ତାନ ଜନ୍ମ ଦେବେ। ବିବାହ ପରେ ଗୀତା ବଲିଉଡରୁ...

ଭାରତ ବିପକ୍ଷ ଗୋଟିଏ ମ୍ୟାଚ୍‌ରୁ ୧୫ କୋଟି ଟଙ୍କା ଆୟ କରିବ ଶ୍ରୀଲଙ୍କା କ୍ରିକେଟ୍‌ ବୋର୍ଡ

କଲମ୍ବୋ,୯।୭: ଭାରତ ଏବଂ ଶ୍ରୀଲଙ୍କା ମଧ୍ୟରେ ଦିନିକିଆ ସିରିଜ ଜୁଲାଇ ୧୩ରୁ ଆରମ୍ଭ ହେଉଛି। ପ୍ରଥମ ତିନୋଟି ଦିନିକିଆ ଦୁଇ ଦେଶ ମଧ୍ୟରେ ଖେଳାଯିବ ଏବଂ...

ସୁନ୍ଦରଙ୍କ ଚମତ୍କାର ଇନିଂସ: ଭାରତ ପ୍ରଥମ ଇନିଂସରେ ୩୩୭ ରନ୍‌ରେ ଅଲଆଉଟ୍‌

ଚେନ୍ନାଇ,୮।୨: ଭାରତ ଏବଂ ଇଂଲଣ୍ଡ ମଧ୍ୟରେ ଚେନ୍ନାଇରେ ଚାଲିଥିବା ପ୍ରଥମ ଟେଷ୍ଟରେ ଭାରତ ପ୍ରଥମ ଇନିଂସରେ ୩୩୭ ରନ୍‌ରେ ଅଲଆଉଟ୍‌ ହୋଇଯାଇଛି। ଇଂଲଣ୍ଡର ପ୍ରଥମ ଇନିଂଶ...

ଇଞ୍ଜୁରୀ କାରଣରୁ ୨୦୨୧ ଆରମ୍ଭ ପର୍ଯ୍ୟନ୍ତ ଫେଡରର ଖେଳିବେନି

ଲଣ୍ଡନ,୧୦।୬(ଏପି): ଚଳିତ ୨୦୨୦ ବର୍ଷରେ ଆୟୋଜନ ହେବାକୁ ଥିବା ବାକି ଟୁର୍ନାମେଣ୍ଟଗୁଡିକରୁ ବାଦ୍‌ ପଡିଛନ୍ତି ସୁଇଜରଲାଣ୍ଡ ଅଭିଜ୍ଞ ଟେନିସ୍‌ ତାରକା ରୋଜର ଫେଡରର। ଡାହାଣ ଆଣ୍ଠୁରେ...

ଲଜ୍ଜାଜନକ ପରାଜୟ ପରେ କୋଲକାତାର ଏହି ଦୁଇ ଖେଳାଳିଙ୍କ ବ୍ୟାଟିଂ ଉପରେ ପ୍ରଶ୍ନ ଉଠାଇଲେ ସେହ୍ବାଗ, କହିଲେ…

ନୂଆଦିଲ୍ଲୀ,୧୪।୪: ପୂର୍ବତନ ଭାରତୀୟ ଓପନର ବିରେନ୍ଦ୍ର ସେହଓ୍ବାଗ କୋଲକାତା ନାଇଟ୍‌ ରାଇଡର୍ସ(କେକେଆର୍‌)ର ଅନୁଭବୀ ବ୍ୟାଟ୍ସମ୍ୟାନ୍‌ ଆନ୍ଦ୍ରେ ରସେଲ ଏବଂ ଦିନେଶ କାର୍ତ୍ତିକଙ୍କ ବ୍ୟାଟିଂ ଉପରେ ପ୍ରଶ୍ନ...

ଏମ୍‌ପି ସତ୍ତ୍ୱେ ଆଇପିଏଲ୍‌ରେ କାହିଁକି କରୁଛନ୍ତି କାମ? ସମାଲୋଚକଙ୍କ ମୁହଁ ବନ୍ଦ କଲେ…

ନୂଆଦିଲ୍ଲୀ,୪।୬: ପୂର୍ବତନ କ୍ରିକେଟର ତଥା ବର୍ତ୍ତମାନର ଏମ୍‌ପି ଗୌତମ ଗମ୍ଭୀର ଆଇପିଏଲ୍‌ରେ କମେଣ୍ଟ୍ରି କରୁଥିବା ନଜର ଆସିଥିଲେ। ଏହାକୁ ନେଇ ତାଙ୍କୁ ସମାଲୋଚିତ ହେବାକୁ ପଡ଼ିଥିଲା।...

ଆଇସିସି ବୈଠକ: ଟି୨୦ ବିଶ୍ୱକପ ସମ୍ପର୍କରେ ନିଷ୍ପତ୍ତି ସ୍ଥଗିତ

ନୂଆଦିଲ୍ଲୀ, ୧୧।୬(ପି.ଟି.)- ଅନ୍ତର୍ଜାତୀୟ କ୍ରିକେଟ କାଉନ୍‌ସିଲ(ଆଇସିସି)ର ଗୁରୁତ୍ୱପୂର୍ଣ୍ଣ ବୈଠକ ବୁଧବାର ଅନୁଷ୍ଠିତ ହୋଇଯାଇଛି। ତେବେ ଏହି ବୈଠକରେ ଟି୨୦ ବିଶ୍ୱକପ ସମ୍ପର୍କରେ ଚୂଡ଼ାନ୍ତ ନିଷ୍ପତ୍ତି ହୋଇ...

ଦଳୀୟ ଏକାଦଶ ପାଇଁ ଚିନ୍ତାରେ ଟିମ୍‌ ଇଣ୍ଡିଆ

ନୂଆଦିଲ୍ଲୀ, ୧୦।୬: ନ୍ୟୁଜିଲାଣ୍ଡ ବିପକ୍ଷ ବିଶ୍ୱ ଟେଷ୍ଟ ଚାମ୍ପିୟନଶିପ (ଡବ୍ଲ୍ୟୁଟିସି) ଫାଇନାଲର ୮ ଦିନ ପୂର୍ବରୁ ଅଭ୍ୟାସ ଆରମ୍ଭ କରିଛି ବିରାଟ କୋହଲିଙ୍କ ନେତୃତ୍ୱାଧୀନ ଟିମ୍‌...

Advertisement
Archives

Model This Week