Posted inଖେଳ

ଇଂଲଣ୍ଡ ଅଧିନାୟକ ପଦ ଛାଡ଼ିପାରନ୍ତି ମୋର୍ଗାନ

ଲଣ୍ଡନ,୧୭।୮- ଆଇସିସି ବିଶ୍ୱକପ୍‌ ଚାମ୍ପିୟନ ଇଂଲଣ୍ଡ ଦଳର ଅଧିନାୟକ ଇଆନ ମୋର୍ଗାନ ପଦ ଛାଡ଼ିବା ନେଇ ଚିନ୍ତା କରୁଛନ୍ତି। ତାଙ୍କ ଅଣ୍ଟାଜନିତ ଆହତ ସମସ୍ୟା ଯୋଗୁ ସେ ଏଭଳି ଚିନ୍ତା କରୁଥିବା କହିଛନ୍ତି। ମୋର୍ଗାନଙ୍କ ନେତୃତ୍ୱରେ ଇଂଲଣ୍ଡ ଗତ ମାସରେ ସଂଘର୍ଷପୂର୍ଣ୍ଣ ଫାଇନାଲରେ ନ୍ୟୁଜିଲାଣ୍ଡକୁ ହରାଇ ବିଶ୍ୱକପ୍‌ ଜିତି ଇତିହାସ ସୃଷ୍ଟି କରିଥିଲା। ଏହି ମେଗା ଇଭେଣ୍ଟ ପରେ ସେ ମିଡ୍‌ଲଏକ୍ସ ପାଇଁ ୪ ଟି୨୦ ମ୍ୟାଚ୍‌ ଖେଳିଥିଲେ। ହେଲେ ଅଣ୍ଟା ସମସ୍ୟା ଯୋଗୁ ସସକ୍ସେ ବିପକ୍ଷ ମ୍ୟାଚ୍‌ରୁ ତାଙ୍କୁ ଓହରିବାକୁ ପଡ଼ିଥିଲା। ବିଶ୍ୱକପ୍‌ରେ ଓ୍ବେଷ୍ଟଇଣ୍ଡିଜ ବିପକ୍ଷ ଗ୍ରୁପ ପର୍ଯ୍ୟାୟ ମ୍ୟାଚ୍‌ରେ ସେ ଆହତ ହୋଇଥିଲେ। ହେଲେ ଯଥେଷ୍ଟ ସମୟ ପୂର୍ବରୁ ଫିଟ୍‌ ହୋଇ ଆଫଗାନିସ୍ତାନ ବିପକ୍ଷ ମୁକାବିଲାରେ ୭୧ ବଲରୁ ୧୪୮ ରନ୍‌ର ବିସ୍ଫୋରକ ଇନିଂସ ଖେଳିଥିଲେ। ବିବିସିକୁ ଏକ ସାକ୍ଷାତ୍‌କାର ଦେଇ ମୋର୍ଗାନ କହିଛନ୍ତି, ଏହା ଶାରୀରିକ ସମସ୍ୟା। ମୋତେ ଫିଟ୍‌ ହେବା ପାଇଁ ସମୟ ଲାଗିବ। ମୁଁ ଅଧିନାୟକ ଭାର ନେବାକୁ ଚାହେଁ। କିନ୍ତୁ ମୋତେ ପ୍ରଥମେ ମୋ ଶରୀର କଥା ଚିନ୍ତା କରିବାକୁ ପଡ଼ିବ। ଏଥିଯୋଗୁ ନେତୃତ୍ୱ ଛାଡ଼ିବା ପାଇଁ ମୁଁ ଚିନ୍ତା କରୁଛି। ନିଷ୍ପତ୍ତି ନେବା ପାଇଁ ମୋତେ ଆହୁରି ସମୟ ଦରକାର। କାରଣ ଏହା ଏକ ବଡ଼ ନିଷ୍ପତ୍ତି।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ମୁଁ ଶ୍ରୀସନ୍ଥ ହେବାକୁ ଚାହେଁନା: ଏହି ଭାରତୀୟ ବୋଲରଙ୍କ ୭ ବର୍ଷ ପୁରୁଣା ବୟାନ ଏବେ ଚର୍ଚ୍ଚାରେ, ଭାଇରାଲ ହେଉଛି…

ନୂଆଦିଲ୍ଲୀ,୩।୩: ଭାରତୀୟ ଦ୍ରୁତ ବୋଲର୍‌ ନବଦୀପ ସାଇନି ଗତ କିଛି ବର୍ଷ ଧରି ନିଜ ବୋଲିଂକୁ ନେଇ ଖବର ଶିରୋନାମା ପାଲଟୁଛନ୍ତି। ସେ ନିଜ ଗତିକୁ...

ସକାଳୁ ସକାଳୁ ପଡ଼ିଲା ରାହୁଲଙ୍କ ଉଇକେଟ; ସ୍ଥିତି ସମ୍ଭାଳିଛନ୍ତି ଜାଡେଜା

ଲଡର୍‌ସ,୧୩।୮: ଐତିହାସିକ ଲଡର୍‌ସ ଗ୍ରାଉଣ୍ଡରେ ଭାରତ ବିପକ୍ଷରେ ଚାଲିଥିବା ଦ୍ୱିତୀୟ ଟେଷ୍ଟର ୨ୟ ଦିନରେ ଇଂଲଣ୍ଡ ମ୍ୟାଚ୍‌କୁ ଫେରିବା ଆରମ୍ଭ କରିଛି। ପୂର୍ବ ଦିନର ସ୍କୋର...

ପାକିସ୍ତାନ ଗସ୍ତ ବିଷୟରେ ନିଷ୍ପତ୍ତି ନେବ ଗୃହ ମନ୍ତ୍ରଣାଳୟ: ଅନୁରାଗ ଠାକୁର

ନୂଆଦିଲ୍ଲୀ,୨୦।୧୦: ଆସନ୍ତା ବର୍ଷ ପାକିସ୍ତାନ ଯିବାକୁ ଥିବା ଭାରତୀୟ ଦଳ ସମ୍ପର୍କରେ ଗୃହ ମନ୍ତ୍ରଣାଳୟ ନିଷ୍ପତ୍ତି ନେବ ବୋଲି କ୍ରୀଡ଼ାମନ୍ତ୍ରୀ ଅନୁରାଗ ଠାକୁର ସ୍ପଷ୍ଟ କରିଛନ୍ତି।...

ଗିରଫ ହେଲେ ଏହି ମହାନ କ୍ରିକେଟର୍‌

ସିଡନୀ,୨୦।୧୦: ଘରୋଇ ହିଂସା ଅଭିଯୋଗରେ ଅଷ୍ଟ୍ରେଲୀୟ କ୍ରିକେଟ ମହାନ ମାଇକେଲ ସ୍ଲେଟରଙ୍କୁ ବୁଧବାର ସିଡନୀରେ ଗିରଫ କରାଯାଇଛି। ଗତ ସପ୍ତାହରେ ହୋଇଥିବା ଏକ ଘଟଣାରେ ୫୧...

ସ୍ତ୍ରୀଙ୍କୁ ସରପ୍ରାଇଜ୍‌ ଦେଲେ ସଚିନ

ମାଷ୍ଟରବ୍ଲାଷ୍ଟର ସଚିନ ତେନ୍ଦୁଲକର କ୍ରିକେଟ ଯଦିଓ ଅବସର ନେଇସାରିଛନ୍ତି କିନ୍ତୁ ତାଙ୍କ ଲୋକପ୍ରିୟତା ଏବେ ବି ଅତୁଟ ରହିଛି। ସୋସିଆଲ ମିଡିଆରେ ମଧ୍ୟ ସେ ବେଶ୍‌...

ସାଇନାଙ୍କୁ ଦ୍ୱିତୀୟ ଡବ୍ଲ୍ୟୁଆଇଏମ୍‌ ନର୍ମ

ଭୁବନେଶ୍ୱର, ୧୦।୧୨(କ୍ରୀଡ଼ା ପ୍ରତିନିଧି)- ଓଡ଼ିଶାର ଚେସ୍‌ ଭବିଷ୍ୟତ ଭାବେ ବିବେଚିତ ହେଉଥିବା ମହିଳା ଫିଡେ ମାଷ୍ଟର ସାଇନା ସାଲୋନିକା ନିଜ ଲକ୍ଷ୍ୟ ପଥରେ ଆଉ ଏକପାଦ...

ଇନ୍ଦୋର ପିଚ୍‌ ନେଇ ବିବାଦ, ଗାଭାସ୍କରଙ୍କ ମନ୍ତବ୍ୟର ଜବାବ ଦେଲେ ମାର୍କ ଟେଲର…

କୋଲକାତା,୫।୩ : ଭାରତ ଏବଂ ଅଷ୍ଟ୍ରେଲିଆ ମଧ୍ୟରେ ଚାଲିଥିବା ଚାରି ମ୍ୟାଚ ବିଶିଷ୍ଟ ଟେଷ୍ଟ ସିରିଜର ତୃତୀୟ ମ୍ୟାଚ ଇନ୍ଦୋରର ହୋଲକର ଷ୍ଟାଡିୟମରେ ଖେଳାଯାଇଥିଲା। ଏହି...

ଏହି ବଲିଉଡ୍‌ ଅଭିନେତ୍ରୀଙ୍କୁ ବେଶୀ ପସନ୍ଦ କରନ୍ତି ପାକିସ୍ତାନ କ୍ରିକେଟର୍‌

ନିକଟରେ ପାକିସ୍ତାନ କ୍ରିକେଟ ଦଳ ଇଂଲଣ୍ଡ ଗସ୍ତରେ ଯାଇଛି। ସେଠାରେ ଦଳ ଇଂଲଣ୍ଡ ବିପକ୍ଷରେ ୩ଟି ଟେଷ୍ଟ ଏବଂ ୩ଟି ଟି-୨୦ ମ୍ୟାଚ୍‌ ଖେଳିବ। ଏହି...

Advertisement
Archives

Model This Week