Posted inଖେଳ

ଇଂଲଣ୍ଡରେ ରହିବାକୁ ଯୋଜନା କରୁଛନ୍ତି ଅମିର

କରାଚୀ, ୨୮।୭- ନିକଟରେ ଟେଷ୍ଟ କ୍ରିକେଟରୁ ଅବସର ନେଇଥିବା ବାମହାତୀ ପେସର ମହମ୍ମଦ ଅମିର ଏବେ ବ୍ରିଟିଶ ସ୍ଥାୟୀ ବାସିନ୍ଦା ହେବା ପାଇଁ ଉଦ୍ୟମ ଚଲାଇ ଥିବା ସୂତ୍ରରୁ ଜଣାପଡ଼ିଛି। ଅମିର ୨୦୧୬ ସେପ୍ଟେମ୍ବରରେ ଜଣେ ବ୍ରିଟିଶ ମହିଳାଙ୍କୁ ବିବାହ କରିଥିଲେ। ଫଳରେ ସେ ପତିଙ୍କ ଭିଜା ଲାଗି ଯୋଗ୍ୟ ହୋଇଛନ୍ତି। ଏହି ଭିଜା ତାଙ୍କୁ ଇଂଲଣ୍ଡରେ ୩୦ ମାସ ରହିବାକୁ ଅନୁମତି ଦେଉଛି। ଏହି ସମୟରେ ସେ ଇଂଲଣ୍ଡର ନାଗରିକଙ୍କ ଭଳି ସମସ୍ତ ଅଧିକାରର ଫାଇଦା ଉଠାଇ ପାରିବେ। ତେବେ ସେ ଇଂଲଣ୍ଡରେ ଏକ ଘର କିଣିବାକୁ ଚାହୁଁଛନ୍ତି। ୨୭ ବର୍ଷୀୟ ବୋଲରଙ୍କ ନିକଟରେ ବହୁତ କ୍ରିକେଟ ବାକି ଅଛି। ଏବେଠାରୁ ଇଂଲଣ୍ଡରେ ସ୍ଥାୟିତ୍ୱ ପାଇଁ ଉଦ୍ୟମ କରିବା ପ୍ରଶଂସକଙ୍କୁ ଚକିତ କରି ଦେଇଛି। ସେ ନିୟମିତ ବ୍ୟବଧାନରେ ଇଂଲଣ୍ଡ ଯାଆନ୍ତି। ଗତବର୍ଷଠାରୁ ସେଠାରେ କାଉଣ୍ଟି କ୍ରିକେଟ ମଧ୍ୟ ଖେଳୁଛନ୍ତି। ଅମିର ବୁଧବାର କ୍ରିକେଟର ଲମ୍ବା ଫର୍ମାଟରୁ ସନ୍ନ୍ୟାସ ଘୋଷଣା କରିଥିଲେ। ଏହାପରେ ଶୋଏବ ଅଖତର, ଓ୍ବାସିମ ଆକ୍ରମ, ଓ୍ବାକର ୟୁନିସ, ରମିଜ ରାଜଙ୍କ ଭଳି ବହୁ ପୂର୍ବତନ କ୍ରିକେଟର ତାଙ୍କୁ ସମାଲୋଚନା କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ଋତୁପର୍ଣ୍ଣାଙ୍କୁ ଟାଇଟଲ

ହାଇଦ୍ରାବାଦ, ୨୪ା୬ (ପି.ଟି.)- ୟୋନେକ୍ସ-ସନ୍‌ରାଇଜ୍‌ ଅଲ୍‌ ଇଣ୍ଡିଆ ସିନିୟର ର଼୍ୟାଙ୍କିଙ୍ଗ ଟୁର୍ନାମେଣ୍ଟରେ ଓଡ଼ିଶା ମହିଳା ବ୍ୟାଡ୍‌ମିଣ୍ଟନ ଖେଳାଳି ଋତୁପର୍ଣ୍ଣା ପଣ୍ଡା ଡବଲ୍ସ ଟାଇଟଲ ହାସଲ କରିଛନ୍ତି।...

ମାଲେସିଆ ମାଷ୍ଟର୍ସ: କ୍ୱାର୍ଟରରେ ସାଇନା

କୁଆଲାଲମ୍ପୁର, ୯।୧ (ପି.ଟି.)- ଲଣ୍ଡନ ଅଲିମ୍ପିକ୍ସ ବ୍ରୋଞ୍ଜ ପଦକ ବିଜୟିନୀ ସାଇନା ନେହ୍ବାଲ ଏଠାରେ ଚାଲିଥିବା ମାଲେସିଆ ମାଷ୍ଟର୍ସ ବ୍ୟାଡ୍‌ମିଣ୍ଟନ ଟୁର୍ନାମେଣ୍ଟର କ୍ୱାର୍ଟର ଫାଇନାଲରେ ପ୍ରବେଶ...

‘ଭାରତ ମାତା କୀ ଜୟ’ ନାରା ଦେଲେ ନ୍ୟୁଜିଲାଣ୍ଡ ପ୍ରଶଂସକ

ହାମିଲଟନ,୩୧।୧: ହାମିଲଟନର ଶେଡନ ପାର୍କରେ ଟିମ ଇଣ୍ଡିଆ ସୁପର୍‌ ଓଭରରେ ଚମତ୍କାର ବିଜୟ ସହ ନ୍ୟୁଜିଲାଣ୍ଡ ମାଟିରେ ପ୍ରଥମଥର ଦ୍ୱିପାକ୍ଷିକ ଟି-୨୦ ସିରିଜ ଜିତି ଇତିହାସ...

୧୫ ବର୍ଷ ତଳର ରହସ୍ୟ ଉନ୍ମୋଚନ କଲେ ସେହ୍ବାଗ, କହିଲେ…

ଭାରତୀୟ କ୍ରିକେଟ୍‌ର ଦ ଓ୍ବାଲ୍‌ ନାମରେ ପରିଚିତ ରାହୁଲ ଦ୍ରାବିଡ ଜଣେ ଭଦ୍ର ବ୍ୟକ୍ତି ଭାବେ ଜଣାଶୁଣା। ପଡିଆରେ ବେଶ୍‌ ଶାନ୍ତ ରହୁଥିବା ଦ୍ରାଭିଡ ସମସ୍ତଙ୍କ...

ଗୁକେଶ ପ୍ଲେୟର ଅଫ୍‌ ଦି ଇୟର

ଆବୁଧାବି, ୩ା୩ (ପି.ଟି.):ଭାରତୀୟ ଗ୍ରାଣ୍ଡମାଷ୍ଟର ଡି. ଗୁକେଶ ଏସିଆନ ଚେସ୍‌ ଫେଡେରେଶନ (ଏସିଏଫ୍‌) ଦ୍ୱାରା ପ୍ଲେୟର ଅଫ୍‌ ଦି ଇୟର ପୁରସ୍କାରରେ ସମ୍ମାନିତ ହୋଇଛନ୍ତି। ଗତବର୍ଷ...

ମନ ଭାଙ୍ଗିଦେଲା ବର୍ଷା

ସାଉଥାମ୍ପଟନ,୧୮ା୬: ମନ ଭାଙ୍ଗିଦେଲା ବର୍ଷା। ଲଗାଣ ବର୍ଷ କାରଣରୁ ବିଶ୍ୱ ଟେଷ୍ଟ ଚାମ୍ପିୟନଶିପ୍‌ (ଡବ୍ଲ୍ୟୁଟିସି) ଫାଇନାଲ ମ୍ୟାଚ୍‌ର ପ୍ରଥମ ଦିନ ଖେଳ ସମ୍ଭବ ହୋଇପାରିନାହିଁ। ଏପରି...

ରୁଦ୍ଧଦ୍ୱାର ମ୍ୟାଚ ଯୋଗୁ ଫାଇଦାରେ ରହିବ ଓ୍ବେଷ୍ଟଇଣ୍ଡିଜ

ମାଞ୍ଚେଷ୍ଟର, ୧୫ା୬ (ପି.ଟି.)-ଆସନ୍ତା ମାସରେ ଅନ୍ତର୍ଜାତୀୟ କ୍ରିକେଟ ଫେରିବ। ସେତେବେଳେ ଇଂଲଣ୍ଡ ବିପକ୍ଷ ମ୍ୟାଚରେ ଓ୍ବେଷ୍ଟଇଣ୍ଡିଜ ଫାଇଦାରେ ରହିବ ବୋଲି କହିଛନ୍ତି ଭ୍ରମଣକାରୀ ଦଳ କୋଚ୍‌...

ସର୍ବଭାରତୀୟ ବନବିଭାଗ କ୍ରୀଡ଼ା ଉଦ୍‌ଘାଟିତ

ଭୁବନେଶ୍ୱର, ୪।୩(କ୍ରୀଡ଼ା ପ୍ରତିନିଧି)- ସର୍ବଭାରତୀୟ ବନବିଭାଗ କ୍ରୀଡ଼ା(ଏଆଇଏଫଏସଏମ)ର ୨୫ତମ ସଂସ୍କରଣ ମଙ୍ଗଳବାର କଳିଙ୍ଗ ଷ୍ଟାଡିୟମରେ ଉଦ୍‌ଘାଟିତ ହୋଇଛି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମୁଖ୍ୟ ଅତିଥିଭାବେ ଯୋଗଦେଇ...

Advertisement
Archives

Model This Week