ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ମାମଲା : ପୂର୍ବତନ ଖଣି ଅଧିକାରୀଙ୍କୁ ଜେଲ୍‌ଦଣ୍ଡ

କଟକ ଅଫିସ,୧।୧୧ : ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ମାମଲାରେ ଜଣେ ଅବସରପ୍ରାପ୍ତ ଖଣି ଅଧିକାରୀଙ୍କୁ ଜେଲ୍‌ ଓ ଜରିମାନା ଦଣ୍ଡାଦେଶ ହୋଇଛି। ସେ ହେଲେ କେନ୍ଦୁଝର ଜିଲା ବଡ଼ବିଲ୍‌ଠାରେ ଥିବା ଓଡ଼ିଶା ଖଣି ନିଗମ ସେଣ୍ଟ୍ରାଲ ୱାର୍କସପ୍‌ର ପୂର୍ବତନ ଡେପୁଟି ମ୍ୟାନେଜର (ମେକାନିକାଲ) ବରିନ୍ଦର ସିଂ। ତାଙ୍କ ବିରୋଧରେ ବାଲେଶ୍ୱର ଭିଜିଲାନ୍ସ ଥାନାରେ ଏକ ମାମଲା(ନଂ.୫୮/୨୦୦୦) ରୁଜୁ ହୋଇଥିଲା। ସିଂ ୧୨ ଲକ୍ଷ ୫୪ ହଜାର ୩୭୦ ଟଙ୍କା ଆୟ ବହିର୍ଭୂତ ସମ୍ପତ୍ତି ଠୁଳ କରିଥିବା ଭିଜିଲାନ୍ସ ତଦନ୍ତରୁ ଜଣାପଡ଼ିଥିଲା। ଆଗତ ଉକ୍ତ ମାମଲାର ପୂର୍ଣ୍ଣାଙ୍ଗ ଶୁଣାଣି କରି କେନ୍ଦୁଝର ସ୍ବତନ୍ତ୍ର ଭିଜିଲାନ୍ସ ଅଦାଲତ ଅଭିଯୁକ୍ତ ସିଂଙ୍କୁ ୪ ବର୍ଷ ଜେଲ୍‌ ଓ ୫୦ହଜାର ଟଙ୍କା ଜରିମାନା ଦଣ୍ଡାଦେଶ ଦେଇଛନ୍ତି। ଜରିମାନା ଅର୍ଥ ଅନାଦାୟ ଅଭିଯୁକ୍ତଙ୍କୁ ଅଧିକ ୬ ମାସ ଜେଲ୍‌ ଭୋଗିବାକୁ ପଡ଼ିବ ବୋଲି ବିଚାରପତି ରାୟରେ ଉଲ୍ଲେଖ କରିଛନ୍ତି। ସୂଚନାଥାଉ କି, ସିଂ ଆୟ ବହିର୍ଭୂତ ସମ୍ପତ୍ତି ଠୁଳ କରିବା ନେଇ ୨୦୦୦ ସେପ୍ଟେମ୍ବର ୨୨ରେ ଭିଜିଲାନ୍ସ ପକ୍ଷରୁ ତାଙ୍କ ଘର ଓ ଅଫିସକୁ ଯାଞ୍ଚ କରାଯାଇଥିଲା। ଭିଜିଲାନ୍ସ ପକ୍ଷରୁ ସ୍ବତନ୍ତ୍ର ପିପି ଡି.ଡି. ବିଶ୍ୱାଳ ମାମଲା ପରିଚାଳନା କରୁଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ନାବାଳିକାଙ୍କୁ ଅସଦାଚରଣ କରି ବୃଦ୍ଧ ଗିରଫ

କେନ୍ଦୁଝର,୨୩ା୪(ସ୍ବ.ପ୍ର.): ବଡ଼ବିଲ ଥାନା ଅନ୍ତର୍ଗତ ସାଧୁସିଂ ହାଟିଂରେ ଶୁକ୍ରବାର ଅପରାହ୍ନରେ ଜଣେ ୧୦ ବର୍ଷର ନାବାଳିକାକୁ ଉକ୍ତ ଅଞ୍ଚଳର ୬୭ ବର୍ଷୀୟ ବୃଦ୍ଧ କ୍ରୀଷ୍ଣା ପ୍ରସାଦ...

୨୭ରେ ଓଜେଏସ୍‌ ପ୍ରିଲିମିନାରି ପରୀକ୍ଷା

କଟକ ଅଫିସ,୧୧ା୩: ଆସନ୍ତା ୨୭ ତାରିଖରେ ଓଡ଼ିଶା ଜୁଡିସିଆଲ ସର୍ଭିସ(ଓଜେଏସ୍‌) ୨୦୨୧ର ପ୍ରିଲିମିନାରି ପରୀକ୍ଷା ଅନୁଷ୍ଠିତ ହେବ। ୫ଟି ଜୋନ୍‌ର ୧୦ଟି ପରୀକ୍ଷା କେନ୍ଦ୍ରରେ ମୋଟ୍‌...

୫ ଲକ୍ଷ ମୂଲ୍ୟର ବ୍ରାଉନ୍‌ସୁଗାର ଜବତ, ମହିଳା ଗିରଫ

ଢେଙ୍କାନାଳ ଅଫିସ,୬।୭: ରାଜ୍ୟ ଅବକାରୀ କମିଶନରଙ୍କ ନିର୍ଦ୍ଦେଶ କ୍ରମେ ଅବକାରୀ ବିଭାଗ ଫ୍ଲାାଇଙ୍ଗ୍‌ ସ୍କାର୍ଡ ଟିମ୍‌ ବୁଧବାର ଢେଙ୍କାନାଳ ବାଜି ଚୌକ ହାଉସିଂ ବୋର୍ଡ କଲୋନୀରେ...

ଏସ୍‌ସିବି ସମ୍ପ୍ରସାରଣ ପାଇଁ ଉଚ୍ଛେଦ:ଭଙ୍ଗାଗଲା ୯୫ ଘର

କଟକ ଅଫିସ,୩ା୩:ଏସ୍‌ସିବି ମେଡିକାଲ ସମ୍ପ୍ରସାରଣ ପାଇଁ ଉଚ୍ଛେଦ କାର୍ଯ୍ୟ ସୋମବାର ଠାରୁ ପୁଣି ଥରେ ଆରମ୍ଭ ହୋଇଛି। ସକାଳେ ବ୍ୟାପକ ପୋଲିସ ଫୋର୍ସ ଉପସ୍ଥିତିରେ ମା’...

ହାଇକୋର୍ଟ ଗଲେ ବାବୁସାନ୍‌

କଟକ ଅଫିସ,୨୭ା୭: ଓଲିଉଡ୍‌ ଅଭିନେତା ବାବୁସାନ୍‌ ମହାନ୍ତି ବୁଧବାର ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଛନ୍ତି। ରାଜଧାନୀ ରାଜରାସ୍ତାରେ ଅଭିନେତା ବାବୁସାନ୍‌, ସ୍ତ୍ରୀ ତୃପ୍ତି ଏବଂ ଅଭିନେତ୍ରୀ ପ୍ରକୃତି...

ନୀହାରିକା ହତ୍ୟା ମାମଲା: ୫ ବର୍ଷର ପ୍ରେମ, ତଥାପି ବିଗିଡ଼ିଗଲା ବୁଝାମଣା

ଜଗତ୍‌ସିଂହପୁର ଅଫିସ,୨୨ା୯: ଦୀର୍ଘ ୫ବର୍ଷ ହେଲା ପରସ୍ପରକୁ ଭଲ ପାଉଥିଲେ। ଅନେକ ସୁଖଦୁଃଖର ମୁହୂର୍ତ୍ତ ସାଥି ହୋଇ କଟାଇଥିଲେ। ଉଭୟଙ୍କ ପରିବାର ମଧ୍ୟ ପ୍ରେମକୁ ଦେଇଥିଲେ...

ଯୁବକଙ୍କୁ ନିର୍ମମ ହତ୍ୟା

ଭବାନୀପାଟଣା,୧୫ା୨(ସ୍ବ.ପ୍ର.): କଳାହାଣ୍ଡି ଜିଲା ଭବାନୀପାଟଣା ସଦରଥାନା ଅନ୍ତର୍ଗତ ପେଙ୍ଗସୁର ଗାଁରେ ବୁଧବାର ଏକ ହତ୍ୟାକାଣ୍ଡ ଘଟିଛି। ପୂର୍ବ ଶତ୍ରୁତାକୁ ନେଇ ଗାଁର ଜଣେ ଯୁବକଙ୍କୁ ହତ୍ୟା...

ଦେଢ଼ମାସ ହେଲା ଏସ୍‌ସିବି ଛାତ୍ର ନିଖୋଜ

କଟକ ଅଫିସ,୨୯ା୯:ଶ୍ରୀରାମ ଚନ୍ଦ୍ର ଭଞ୍ଜ(ଏସ୍‌ସିବି) ମେଡିକାଲ କଲେଜ ଆଣ୍ଡ୍‌ ହସ୍ପିଟାଲର ଡିଏମ୍‌ଏଲ୍‌ଟି ଛାତ୍ର ସଂଗ୍ରାମ ନାୟକଙ୍କ ପତ୍ତା ମିଳୁନି। ଦେଢ଼ ମାସ ହେବ ସେ ନିଖୋଜ...

Advertisement
Archives

Model This Week