ଆସାମ ବନ୍ୟା ପୀଡିତଙ୍କୁ କାହିଁକି ଟଙ୍କା ଦାନ କରିଥିଲେ ଅକ୍ଷୟ

ମୁମ୍ବାଇ: ବଲିଉଡ୍‌ ଖିଲାଡି ବୟ ଅକ୍ଷୟ କୁମାର ଶହୀଦ ଯବାନଙ୍କ ପରିବାର ହେଉ ଅବା ଆସାମ ବନ୍ୟା ପୀଡିତ। ସବୁଠି ଅର୍ଥରାଶି ଦାନ କରି ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିଥାଆନ୍ତି। କେବଳ ସେତିକି ନୁହେଁ ତାଙ୍କର ଦାନ ଦେଖିଲେ ସେ କେତେ ବିଶାଳ ହୃଦୟର ବ୍ୟକ୍ତି ତାହା ମଧ୍ୟ ଅନୁମାନ ଲଗାଯାଇପାରେ। ନିକଟରେ ସେ ଆସାମ ବନ୍ୟା ପୀଡିତଙ୍କୁ ପ୍ରାୟ ୨ କୋଟି ଟଙ୍କା ଦାନ କରିଥିଲେ। ନିକଟରେ ଏ ସମ୍ପର୍କରେ ସେ ଏକ ସାକ୍ଷାତ୍‌କାରରେ କହିଛନ୍ତି, ଈଶ୍ୱର ତାଙ୍କୁ ବହୁତ ଟଙ୍କା ଦେଇଛନ୍ତି ଏହା ବ୍ୟତୀତ ସେ ଟଙ୍କା ନେଇ କେଉଁଠିକୁ ଯିବେ। ସେଥିପାଇଁ ଯାହାର ଟଙ୍କା ଆବଶ୍ୟକ ସେ ସେଠାରେ ଟଙ୍କା ଦାନ କରି ଦିଅନ୍ତି ବୋଲି କହିଛନ୍ତି। ତେବେ ଆସାମ ବନ୍ୟା ସମୟରେ ତାଙ୍କୁ ଏକ ଫଟୋ ମର୍ମାହତ କରିଥିଲା ବୋଲି ସେ କହିଛନ୍ତି। କାରଣ ଫଟୋଟିରେ ଜଣେ ମା’ ପାଣିରେ ଅଧା ବୁଡିଯାଉଥିବା ବେଳେ ନିଜ ଶିଶୁକୁ କାନ୍ଧରେ ବୋହି ବୋହି ନେଉଥିଲେ। ହେଲେ ସେହି ମା’ଟି ମନରେ ନା ଥିଲା ଦୁଃଖ ନା କିଛି ଚିନ୍ତା। ଆଉ ଏହି ଫଟୋଟି ଦେଖିବା ପରେ ଅକ୍ଷୟ ଭାବିଥିଲେ କେତେବେଳେ କାହା ସହିତ କ’ଣ ଘଟିବ ତାହା କହିବା ମୁସ୍କିଲ। ତେଣୁ ଟଙ୍କା ଆଜି ମୋ ପାଖରେ ଅଛି ଅନ୍ୟମାନଙ୍କୁ ସାହାଯ୍ୟ କଲେ କ୍ଷତି କ’ଣ। କାହିଁକି ନା ଟଙ୍କା ନେଇ ସେ କୁଆଡେ ଯିବେ ନାହିଁ ବୋଲି ଭଲଭାବେ ବୁଝି ଯାଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ପୂର୍ବତନ ସ୍ତ୍ରୀଙ୍କୁ ଡେଟ୍‌ କରୁଛନ୍ତି ବିଶ୍ୱର ସବୁଠୁ ହ୍ୟାଣ୍ଡସମ

ବିଶ୍ୱର ସବୁଠୁ ହ୍ୟାଣ୍ଡସମ  ତଥା ବଲିଉଡ୍‌ ଷ୍ଟାର ହ୍ରିତିକ ରୋଶନ ରୋଶନ ପୂର୍ବତନ ପତ୍ନୀ ସୁଜେନ ଖାନଙ୍କୁ ଏବେ ମଧ୍ୟ ଡେଟ୍‌ କରୁଛନ୍ତି। ହ୍ରିତିକ ତାଙ୍କ...

ଓ୍ବେଟ୍‌ ଲିଫ୍ଟିଙ୍ଗ କରିବାକୁ ଭଲଲାଗେ

ସୁରମୟୀ ମହାପାତ୍ର। ଓଡ଼ିଆ ଫିଲ୍ମ ଇଣ୍ଡଷ୍ଟ୍ରୀର ଜଣେ ଜଣାଶୁଣା ନାୟିକା। ରିଅଲିଟି ଶୋ ‘ମୁଁ ବି ହିରୋଇନ୍‌ ହେବି’ ସିଜନ୍‌-୨ର ବିଜେତା ସୁରମୟୀ ପ୍ରଥମେ ‘ଭଲପାଏ...

ବରିଷ୍ଠ ଅଭିନେତା ଅନ୍ନୁ କପୁର ହସ୍ପିଟାଲରେ ଭର୍ତ୍ତି

ମୁମ୍ବାଇ: ବରିଷ୍ଠ ବଲିଉଡ ଅଭିନେତା ଅନ୍ନୁ କପୁର ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି। ଗୁରୁବାର ଅଭିନେତା ଛାତିରେ ଯନ୍ତ୍ରଣା ହେବାରୁ ତାଙ୍କୁ ନୂଆଦିଲ୍ଲୀର ସାର୍‌ ଗଙ୍ଗା ରାମ...

ମାଙ୍କଡକୁ ପାଣି ପିଆଇଲେ ସଲମାନ

ବଲିଉଡର ଭାଇଜାନ୍‌ ସଲମାନ ଖାନ କେବଳ ଜଣେ ମଣିଷ ପ୍ରେମୀ ନୁହଁନ୍ତି, ସେ ପଶୁପକ୍ଷୀମାନଙ୍କୁ ବି ବେଶ୍‌ ଭଲ ପାଆନ୍ତି।ଏହାର ଏକ ଉଦାହରଣ ନିକଟରେ ଦେଖିବାକୁ...

ଅଲଗା ହେବେ ସୁସ୍ମିତାଙ୍କ ଭାଇ-ଭାଉଜ !

ବମ୍ବେ: ଭାଙ୍ଗିବ ଅଭିନେତ୍ରୀ ସୁସ୍ମିତା ସେନ୍‌ଙ୍କ ଭାଇ ରାଜୀବ ସେନ୍‌ ଏବଂ ଭାଉଜ ଚାରୁ ଅସୋପାଙ୍କ ବିବାହ। ଏଭଳି କିଛି ଚର୍ଚ୍ଚା ଏବେ ହେବାରେ ଲାଗିଛି।...

ଆପାର୍ଟମେଣ୍ଟ କିଣିଲେ କାଜୋଲ, ଦାମ୍‌ ଜାଣିଲେ…

ବଲିଉଡ୍‌ ଅଭିନେତ୍ରୀ କାଜୋଲ ଜୁହୁର ଅନନ୍ୟା ବିଲ୍ଡିଂରେ ୨ଟି ଆପାର୍ଟମେଣ୍ଟ କିଣିଛନ୍ତି। ବର୍ତ୍ତମାନ ତାଙ୍କର ଆଲିଶାନ ବଙ୍ଗଳାରେ ଜୁହୁର ଏହି ୨ଟି ଫ୍ଲାଟଗୁଡିକ ମଧ୍ୟ ସାମିଲ...

ଗଲ୍ଫ ଖେଳିବାକୁ ବାହାରିଲେ ପିସି

ମୁମ୍ବାଇ: ବଲିଉଡ ଦେଶି ଗର୍ଲ ପ୍ରିୟଙ୍କା ଚୋପ୍ରାଙ୍କ ପାଇଁ ଏଥର ୱିକ ଏଣ୍ଡ ଖୁବ ଖୁସିରେ କଟିଛି । ଗୋଟିଏ ପଟେ ପିସି ପୁଲ ପାର୍ଟି...

ସଲମାନଙ୍କ ସହ ଆକ୍ସନ ମୁଭି କରିବାକୁ ଚାହୁଁଛନ୍ତି ଏହି ନିର୍ଦ୍ଦେଶକ

ମୁମ୍ବାଇ: ସୁଲତାନ, ଟାଇଗର ଜିନ୍ଦା ହୈ ଓ ଭାରତ ଭଳି ବ୍ଲକବୁଷ୍ଟର ମୁଭି ଭେଟି ଦେଇଥିବା ନିର୍ଦ୍ଦେଶକ ଅଲି ଅବ୍ୱାସ ଜଫର ଏବେ ସଲମାନଙ୍କ ସହ...

Advertisement
Archives

Model This Week