ଆସନ୍ତାକାଲି ସୁପ୍ରିମକୋର୍ଟରେ ହେବ ରଥଯାତ୍ରା ଶୁଣାଣି

ଭୁବନେଶ୍ୱର,୨୧ା୬(ବ୍ୟୁରୋ): ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ବିଶ୍ୱ ପ୍ରସିଦ୍ଧ ରଥଯାତ୍ରା ନେଇ ସୋମବାର ସୁପ୍ରିମକୋର୍ଟରେ ଶୁଣାଣି ହେବ। ପୂର୍ବାହ୍ନ ୧୧ଟାରେ ଜଷ୍ଟିସ୍‌ ଏସ୍‌ ରବୀନ୍ଦ୍ର ଭଟ୍ଟଙ୍କ କୋର୍ଟରେ ଏହି ଶୁଣାଣି ହେବ। ଜଣିକିଆ ବେଞ୍ଚରେ ଏହି ଶୁଣାଣି ହେବ। ରଥଯାତ୍ରା ପୁନର୍ବିଚାର ନେଇ ଏକାଧିକ ପିଟିଶନ ଦାୟର ହୋଇସାରିଛି। ଭିଡିଓ କନ୍‌ଫରେନ୍ସିଂ ମାଧ୍ୟମରେ ଭର୍ଚୁଆଲ କୋର୍ଟ ନଂ. ୩ରେ ଏହି ଶୁଣାଣି ହେବ।

ସୂଚନାଯୋଗ୍ୟ, କରୋନା ମହାମାରୀ ଯୋଗୁ ପୁରୀରେ ବିଶ୍ୱପ୍ରସିଦ୍ଧ ରଥଯାତ୍ରା ହେବ ନାହିଁ ବୋଲି ସୁପ୍ରିମକୋର୍ଟ ରାୟ ଶୁଣାଇଥିଲେ । ଏହା ପରେ ରାଜ୍ୟ ସରକାରଙ୍କ କ୍ୟାବିନେଟ୍‌ ବୈଠକ ବସିଥିଲା। ଏହି ବୈଠକରେ ସୁପ୍ରିମକୋର୍ଟଙ୍କ ରାୟ ମାନିବା ପାଇଁ ନିଷ୍ପତ୍ତି ମଧ୍ୟ ନିଆଯାଇଥିଲା। ଅନ୍ୟପକ୍ଷରେ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ରଥଯାତ୍ରା ବନ୍ଦ ନ ହେବାକୁ ବିଭିନ୍ନ ମହଲରୁ ଦାବି ହୋଇଥିଲା। ରାଜ୍ୟର ଅନ୍ୟ ସ୍ଥାନରେ ରଥଯାତ୍ରା ବନ୍ଦ କରି କେବଳ ପୁରୀରେ ରଥଯାତ୍ରା ପାଇଁ ଅନୁମତି ଦେବାକୁ ଏହି ପିଟିଶନରେ ଅନୁରୋଧ କରାଯାଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାରେ ସର୍ବାଧିକ କୋଭିଡ୍‌ ଅନାଥ

ନୂଆଦିଲ୍ଲୀ,୧୭ା୧ :ଘାତକ କରୋନା ଭୂତାଣୁ ସାରା ଦେଶର ପିଲାଙ୍କ ପାଠପଢ଼ାରେ ଏକପ୍ରକାର ଡୋରି ବାନ୍ଧିବା ସହ ସେମାନଙ୍କ ଶୈଶବ ମଧ୍ୟ ଉଜାଡ଼ିଦେଇଛି। ମହାମାରୀରେ ସର୍ବାଧିକ ପ୍ରଭାବିତ...

ଓସ୍କାର ଦୌଡ଼ ପାଇଁ ‘ଗଲିବୟ’ ମନୋନୀତ: ଭାରତର ଶ୍ରେଷ୍ଠ ୨୮ ଚଳଚ୍ଚିତ୍ର ତାଲିକାରେ ‘କଣ୍ଠୋ’

ଭୁବନେଶ୍ୱର, ୨୨।୯ (ବ୍ୟୁରୋ): ଚଳିତବର୍ଷ ଓସ୍କାର ପୁରସ୍କାର ଦୌଡ଼ରେ ସାମିଲ୍‌ ହେବାକୁ ପ୍ରଥମ ପର୍ଯ୍ୟାୟରେ ଭାରତର ୨୮ ଚଳଚ୍ଚିତ୍ରକୁ ବଛାଯାଇଥିଲା। ଏଥିମଧ୍ୟରେ ଅକ୍ଷୟ ପରିଜାଙ୍କ ବେଙ୍ଗଲୀ...

ସକାଳେ ଚାମଚେ ଏହି ରସ ମେଦବହୁଳତାରୁ ରଖେ ଦୂରେଇ…

ପରିବର୍ତ୍ତିତ ଜୀବନଶୈଳୀରେ କେତେକଙ୍କଠାରେ ମେଦବହୁଳତା ସମସ୍ୟା ଦେଖାଦେଇଥାଏ। ତେବେ ଏହାର ସଫଳ ଚିକିତ୍ସା ବିଭିନ୍ନ ଔଷଧୀୟ ଗଛଲତା ସହାୟତାରେ ସହଜରେ ହୋଇପାରିଥାଏ। ପ୍ରତିଦିନ ଚାମଚେ ଘିକୁଆଁରୀ...

କୋଇଲା ବୋଝେଇ ଟ୍ରେନ୍‌ରେ ନିଆଁ

ରାୟଗଡ଼ା ଅଫିସ, ୩୧।୭ (ଡି.ଏନ୍‌.ଏ.): ରାୟଗଡ଼ା ରେଳ ଷ୍ଟେଶନର ୭ ନଂ. ପ୍ଲାଟଫର୍ମରେ ଠିଆ ହୋଇଥିବା ଏକ କୋଇଲା ବୋଝେଇ ଟ୍ରେନ୍‌ରେ ବୁଧବାର ଘଟିଛି ଅଗ୍ନିକାଣ୍ଡ।...

ପ୍ରିୟଙ୍କା ଗାନ୍ଧୀଙ୍କ ଜନ୍ମଦିନରେ ଭାବପ୍ରବଣ ହେଲେ ସ୍ବାମୀ

ନୂଆଦିଲ୍ଲୀ,୧୨ା୧: ଆଜି ହେଉଛି କଂଗ୍ରେସ ସମ୍ପାଦିକା ପ୍ରିୟଙ୍କା ଗାନ୍ଧୀଙ୍କ ଜନ୍ମଦିନ। ପ୍ରିୟଙ୍କା ୧୨ ଜାନୁୟାରୀ ୧୯୭୨ରେ ଦିଲ୍ଲୀରେ ଜନ୍ମଗ୍ରହଣ କରିଥିଲେ। ଏହି ଅବସରରେ ସ୍ବାମୀ ରବର୍ଟ...

କଣ୍ଟେନମେଣ୍ଟ ଜୋନରେ କଟକଣା ଜାରି ରହିବ: ମୁଖ୍ୟ ଶାସନ ସଚିବ

ଭୁବନେଶ୍ୱର,୧୮।୫(ବ୍ୟୁରୋ)-ସୋମବାରଠାରୁ ସାରା ରାଜ୍ୟରେ ଲାଗୁ ହୋଇଛି ଲକଡାଉନ ୪.୦। କେନ୍ଦ୍ର ସରକାରଙ୍କ ନିର୍ଦ୍ଦେଶକ୍ରମେ ରାଜ୍ୟ ସରକାର ୪ର୍ଥ ପର୍ଯ୍ୟାୟର ଲକଡାଉନକୁ ଚଳିତ ମାସ ୩୧ ତାରିଖ...

କେବଳ ପୁରୀ ସହରବାସୀଙ୍କୁ ମିଳିବ ବରାଦି ଅବଢ଼ା

ପୁରୀ ଅଫିସ,୭ା୯: ମହାମାରୀ କରୋନା ପାଇଁ ଏବେ ସମସ୍ତଙ୍କୁ ଆଉ ମିଳିବନି ମହାପ୍ରସାଦ। ଶ୍ରୀମନ୍ଦିର ରୋଷଶାଳାରେ ପୂର୍ବପରି ରନ୍ଧାଯିବ ନାହିିଁ ବରାଦି ଅବଢା। କେବଳ ପୁରୀବାସୀଙ୍କୁ...

ଗଡ଼ିବ ଆଉ ୪ ସ୍ପେଶାଲ ଟ୍ରେନ୍‌, ବନ୍ଦ ହେବ ୫

ଭୁବନେଶ୍ୱର, ୧୨।୧୧(ବ୍ୟୁରୋ): ପୂର୍ବତଟ ରେଲୱେ ପକ୍ଷରୁ ଆହୁରି ୪ଟି ସ୍ପେଶାଲ ଟ୍ରେନ ଚାଲିବ। ବିଶାଖାପାଟଣା-ରାୟଗଡ଼ା, ପଲାସା-ବିଶାଖାପାଟଣା, ପଲାସା-ଭୁବନେଶ୍ୱର, ଏବଂ ସମ୍ବଲପୁର-ରାୟଗଡ଼ା ସ୍ପେଶାଲ ଟ୍ରେନ ଚଲାଇବାକୁ ନିଷ୍ପତ୍ତି...

Advertisement
Archives

Model This Week