ଆଶା ଆଶଙ୍କାରେ ବହୁ ହେଭିୱେଟ୍‌

ଭୁବନେଶ୍ୱର,୨୩ା୫(ବ୍ୟୁରୋ): ପ୍ରତୀକ୍ଷାର ଅନ୍ତଘଟାଇ ଗୁରୁବାର ସାଧାରଣ ନିର୍ବାଚନ ଫଳାଫଳ ପ୍ରକାଶ ପାଇବାକୁ ଯାଉଛି। ନିର୍ବାଚନ ମଇଦାନରେ ଥିବା ସବୁ ଦଳର ହେଭିୱେଟ୍‌ଙ୍କ ରାଜନୈତିକ ଭାଗ୍ୟ ସଂକ୍ରାନ୍ତ ନିଷ୍ପତ୍ତି ଭୋଟର ନେଇସାରିଛନ୍ତି। ତେଣୁ କେଉଁ ହେଭିୱେଟ୍‌ ସଫଳ ହେଉଛନ୍ତି, କିଏ ପଛରେ ପଡିଯାଉଛନ୍ତି, ତାହା ଉପରେ ସମସ୍ତଙ୍କ ନଜର ରହିଛି। ଅନ୍ୟପକ୍ଷରେ ପ୍ରାର୍ଥୀମାନେ ବିଜୟ ହେବାକୁ ନେଇ ଆଶା ଆଶଙ୍କା ରହିଛନ୍ତି।
ରାଜ୍ୟର ନିର୍ଦ୍ଦିଷ୍ଟ କିଛି ଆସନ ଉପରେ ଅଧିକ ଉତ୍କଣ୍ଠା ପ୍ରକାଶ ପାଇଛି। ସେଥିମଧ୍ୟରେ ପୁରୀ ଲୋକ ସଭା ଆସନ ଅନ୍ୟତମ। ଭାଜପାର ରାଷ୍ଟ୍ରୀୟ ପ୍ରବକ୍ତା ସମ୍ବିତ ପାତ୍ର ଏଠାରୁ ଦଳୀୟ ପ୍ରାର୍ଥୀ ହୋଇଛନ୍ତି। ବିଜେଡି ଲଗାତର ତୃତୀୟଥର ପାଇଁ ପିନାକୀ ମିଶ୍ରଙ୍କୁ ପ୍ରାର୍ଥୀ କରିଛି। ପୂର୍ବାପେକ୍ଷା ପିନାକୀ କଡା ଟକ୍କରର ସମ୍ମୁଖୀନ ହୋଇଥିବା ଆଲୋଚନା ହେଉଛି। ତେଣୁ ସମ୍ବିତ ଓ ପିନାକୀଙ୍କ ମଧ୍ୟରୁ କିଏ ବାଜି ମାରୁଛି, ତାହା ଉପରେ ସମସ୍ତଙ୍କ ନଜର ରହିବ। ଭୁବନେଶ୍ୱର ଲୋକ ସଭା ଆସନରେ ଭାଜପାରୁ ଅବସରପ୍ରାପ୍ତ ପ୍ରଶାସିକା ଅପରାଜିତା ଷଡଙ୍ଗୀ, ବିଜେଡିରୁ ପୂର୍ବତନ ବମ୍ବେ ପୋଲିସ କମିଶନର ଅରୂପ ପଟ୍ଟନାୟକ ଏବଂ କଂଗ୍ରେସ ସମର୍ଥିତ ସିପିଏମ୍‌ରୁ ଜନାର୍ଦ୍ଦନ ପତି ପ୍ରାର୍ଥୀ ହୋଇଛନ୍ତି। ହେଲେ ଅପରାଜିତା ଏବଂ ଅରୂପଙ୍କ ମଧ୍ୟରେ ସିଧା ଲଢେଇ ହୋଇଥିବା କୁହାଯାଉଛି। ତେଣୁ ଦୁହିଁଙ୍କ ମଧ୍ୟରୁ କିଏ ବାଜି ମାରିବେ, ତାହା ଗୁରୁବାର ଫଳାଫଳ ପରେ ସ୍ପଷ୍ଟ ହେବ। ଭାଜପାର ରାଷ୍ଟ୍ରୀୟ ଉପସଭାପତି ବୈଜୟନ୍ତ ପଣ୍ଡା କେନ୍ଦ୍ରାପଡ଼ା ଲୋକ ସଭା ଆସନରୁ ପ୍ରାର୍ଥୀ ହୋଇଛନ୍ତି। ତାଙ୍କ ବିରୋଧରେ ବିଜେଡି ପକ୍ଷରୁ ଅଭିନେତା ଅନୁଭବ ମହାନ୍ତି ପ୍ରାର୍ଥୀ ହୋଇଥିବାବେଳେ କଂଗ୍ରେସ ଆଇନଜୀବୀ ଧରଣୀଧର ନାୟକଙ୍କୁ ପ୍ରାର୍ଥୀ କରିଛି। ଉଭୟ ବିଜେଡି ଓ ଭାଜପା ଶିବିର ବିଜୟୀ ହେବା ନେଇ ଉତ୍ସାହିତ। ତେଣୁ ଦୁଇ ହେଭିୱେଟଙ୍କ ମଧ୍ୟରୁ କାହାକୁ କେନ୍ଦ୍ରାପଡ଼ାବାସୀ ନିଜର ପ୍ରତିନିଧି ବାଛିଛନ୍ତି, ତାହାକୁ ନେଇ ଜାତୀସ୍ତରରେ ମଧ୍ୟ ଉତ୍କଣ୍ଠା ପ୍ରକାଶ ପାଇଛି। ସେହିପରି କେନ୍ଦ୍ରମନ୍ତ୍ରୀ ଜୁଏଲ ଓରାମ, ଭାଜପା ନେତା ସୁରେଶ ପୂଜାରୀ, ଜୟରାମ ପାଙ୍ଗୀ, ସଭାପତି ବସନ୍ତ ପଣ୍ଡା, କଂଗ୍ରେସ ନେତା ପ୍ରଦୀପ ମାଝି, ଭକ୍ତ ଦାସ, ଜର୍ଜ ତିର୍କୀ ଏବଂ ବିଜେଡିରୁ ଭର୍ତ୍ତୃହରି ମହତାବ, ପୁଷ୍ପେନ୍ଦ୍ର ସିଂ ଦେଓ, ଚନ୍ଦ୍ରଶେଖର ସାହୁ, ପ୍ରସନ୍ନ ଆଚାର୍ଯ୍ୟ, କଳିକେଶ ସିଂଦେଓ ପ୍ରମୁଖଙ୍କ ଲୋକ ସଭା ପ୍ରଦର୍ଶନ ଉପରେ ସମସ୍ତଙ୍କ ନଜର ରହିଛି। ସେହିଭଳି କେତେକ ବିଧାନସଭା ଆସନକୁ ନେଇ ମଧ୍ୟ ଉତ୍କଣ୍ଠା ଲାଗି ରହିଛି। ବିଜେପୁର ଏବଂ ହିଞ୍ଜିଳିରୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କେତେ ବ୍ୟବଧାନରେ ବିଜୟୀ ହେବେ ତା ଉପରେ ମଧ୍ୟ ସମସ୍ତଙ୍କ ନଜର ରହିଛି। ଶାସକ ବିରୋଧୀ ହାୱାର ସମ୍ମୁଖୀନ ହୋଇଥିବା ବିଜେଡିର ଶୀର୍ଷ ନେତାଙ୍କ ଭୋଟ ପ୍ରତିଶତ ହ୍ରାସ ପାଇଛି କି ନାହିଁ ତାହା ଉପରେ ସମୀକ୍ଷକମାନେ ନଜର ରଖିଛନ୍ତି। ସେହିଭଳି ବଲାଙ୍ଗୀର ଆସନରୁ ଲଢ଼ିଥିବା ବିରୋଧୀ ଦଳ ନେତା ନରସିଂହ ମିଶ୍ର, ଘସିପୁରା ଏବଂ ଭଣ୍ଡାରିପୋଖରୀରୁ ଲଢ଼ିଥିବା ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ, ଜୟପୁରରୁ କଂଗ୍ରେସ ନେତା ତାରାପ୍ରସାଦ ବାହିନୀପତି ଏବଂ ବିଜେଡି ନେତା ରବି ନାରାୟଣ ନନ୍ଦ, ବ୍ରହ୍ମଗିରିରେ ବିଜେଡି ନେତା ସଞ୍ଜୟ ଦାସବର୍ମା ଏବଂ ଭାଜପା ନେତା ଲଳିତେନ୍ଦୁ ବିଦ୍ୟାଧର ମହାପାତ୍ର ନିର୍ବାଚନ ଲଢୁଛନ୍ତି। ଏହି ଆସନର ଫଳାଫଳ କାହା ସପକ୍ଷରେ ଯିବ, ସେ ନେଇ ସବୁ ବର୍ଗର ଜନସାଧାରଣ ଉତ୍କଣ୍ଠାର ସହ ଅପେକ୍ଷା କରିଛନ୍ତି। ବଡମ୍ବାରୁ ପ୍ରାର୍ଥୀ ହୋଇଥିବା ପୂର୍ବତନ ମନ୍ତ୍ରୀ ଦେବୀ ପ୍ରସାଦ ମିଶ୍ର, ବାରବାଟୀ କଟକରୁ ପ୍ରାର୍ଥୀ ହୋଇଥିବା ଦେବାଶିଷ ସାମନ୍ତରାୟ , ବାଲିକୁଦା-ଏରସମାରୁ ଭାଜପା ପ୍ରାର୍ଥୀ ହୋଇଥିବା ଦାମୋଦର ରାଉତ, ବସ୍ତାରୁ ରଘୁନାଥ ମହାନ୍ତି, ମହାକାଳପଡାରୁ ଅତନୁ ସବ୍ୟସାଚୀ ନାୟକ, ଚିଲିକାରୁ ପ୍ରଶାନ୍ତ ଜଗଦ୍ଦେବ, କେନ୍ଦ୍ରାପଡା ବିଧାନସଭା ଆସନରୁ ପ୍ରାର୍ଥୀ ହୋଇଥିବା ଅର୍ଥମନ୍ତ୍ରୀ ଶଶିଭୂଷଣ ବେହେରା ଏବଂ କଂଗ୍ରେସ ନେତା ଗଣେଶ୍ୱର ବେହେରାଙ୍କ ରାଜନୈତିକ ଭାଗ୍ୟ କ’ଣ ହେଉଛି ତାହା ଉପରେ ବି ସମସ୍ତଙ୍କ ନଜର ରହିଛି।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାକୁ ଅବହେଳା: ଖୋର୍ଦ୍ଧା-ନୟାଗଡ଼ ୪ ଲେନ୍‌ ପ୍ରସ୍ତାବ ଖାରଜ କଲେ ସରକାର

ଖୋର୍ଦ୍ଧା,୨୧ା୫: ଓଡ଼ିଶା ପ୍ରତି କେନ୍ଦ୍ର ସରକାରଙ୍କ ଅବହେଳା। ଖୋର୍ଦ୍ଧା-ନୟାଗଡ଼ ୪ ଲେନ୍‌ ଜାତୀୟ ରାଜପଥ ପ୍ରକଳ୍ପ ପ୍ରସ୍ତାବକୁ ଖାରଜ କରିଦେଇଛନ୍ତି କେନ୍ଦ୍ର ସରକାର। ରାସ୍ତାକୁ ୨ରୁ ୪-ଲେନ୍‌…

ଇରାନ ପରେ ଟ୍ରମ୍ପଙ୍କ ଟାର୍ଗେଟ୍‌ରେ ଏହି ଦେଶ: ପଠାଇଲେ ଯୁଦ୍ଧଜାହଜ

ଓ୍ବାଶିଂଟନ୍‌,୨୧।୫: ଇରାନ ସହିତ ଚାଲିଥିବା ବିବାଦ ମଧ୍ୟରେ ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ କ୍ୟୁବା ଆଡକୁ ଧ୍ୟାନ ଦେଇଛନ୍ତି। ଟ୍ରମ୍ପ କ୍ୟୁବା ସମ୍ପର୍କରେ କଠୋର ଆଭିମୁଖ୍ୟ ଗ୍ରହଣ…

ସ୍ୱାସ୍ଥ୍ୟକର୍ମଚାରୀ ଅଭାବକୁ ନେଇ ତାତିଲେ ଗ୍ରାମବାସୀ, ଦୋକାନ ବନ୍ଦ କରି ରାସ୍ତାରେ ବସିଲେ

ଗଜପତି,୨୧।୫(ଗିରିଧାରୀ ପରିଛା): ଡାକ୍ତର, ଫାର୍ମାସିଷ୍ଟ ଓ ସ୍ୱାସ୍ଥ୍ୟକର୍ମଚାରୀ ଅଭାବ ହେତୁ ଗୋଶାଣି ବ୍ଲକ ଗାରାବନ୍ଧ ଗ୍ରାମରେ ରାଜରାସ୍ତାକୁ ଓହ୍ଲାଇଲେ ଲୋକେ । ଦୋକାନ ବନ୍ଦ କରିବା ସହିତ…

୧୫୦ବର୍ଷ ପୂର୍ବଠାରୁ ବଳିଯିବ ୨୦୨୬ର ମହାପ୍ରଳୟ! ଚମକାଇଲା ପାଣିପାଗ ରିପୋର୍ଟ

ଭୁବନେଶ୍ୱର,୨୧।୫: ଗୋଟିଏ କଥା ନିଶ୍ଚିତ; ଏବର୍ଷ ଅଧିକ ଗରମ ହେବ କାରଣ ‘ଏଲ ନିନୋ’ ନିଜର ଉପସ୍ଥିତି ଜାହିର କରିବ। ଆପଣ ଏହା ପୂର୍ୱରୁ ଶୁଣିଥିବେ, କିନ୍ତୁ…

ସାଧାରଣ ଲୋକଙ୍କୁ ପୁଣି ବଡ଼ ଝଟ୍‌କା! ପେଟ୍ରୋଲ ୫ଟଙ୍କା ପ୍ରତି ଲିଟର…

ନୂଆଦିଲ୍ଲୀ,୨୧।୫: ଯଦି ଆପଣ ଭାବୁଛନ୍ତି ଯେ ଗତ ସପ୍ତାହରେ ପେଟ୍ରୋଲ ଏବଂ ଡିଜେଲର ମୂଲ୍ୟରେ ପ୍ରତି ଲିଟର 4 ବୃଦ୍ଧି ପରେ ଆପଣଙ୍କୁ କିଛି ଆଶ୍ୱସ୍ତି ମିଳିବ,…

ବିଦେଶ ଗସ୍ତରୁ ଫେରି ଗୁରୁତ୍ୱପୂର୍ଣ୍ଣ ବୈଠକ ଡାକିଲେ ମୋଦି: ସବୁ କେନ୍ଦ୍ରମନ୍ତ୍ରୀଙ୍କୁ ଦିଲ୍ଲୀରେ ରହିବାକୁ ନିର୍ଦ୍ଦେଶ

ନୂଆଦିଲ୍ଲୀ,୨୧।୫: ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପାଞ୍ଚଟି ରାଷ୍ଟ୍ର ଗସ୍ତ ଶେଷ କରି ଗୁରୁବାର ସକାଳେ ଦେଶକୁ ଫେରିଛନ୍ତି। ପ୍ରଧାନମନ୍ତ୍ରୀ ମୋଦି ସଂଯୁକ୍ତ ଆରବ ଏମିରେଟ୍ସ, ନେଦରଲ୍ୟାଣ୍ଡସ,…

୩ ଦିନ ହେବ ରାସ୍ତାରେ ପୂର୍ବମୁହାଁ ବସିଛନ୍ତି ବାପା: କାରଣ ଜାଣିଲେ ଆଖିରେ ଆସିଯିବ ଲୁହ

ଭୁବନେଶ୍ବର/ଜଗନ୍ନାଥପ୍ରସାଦ, ୨୧ା୫(ପ୍ରସନଜିତ୍‌ ସାହୁ)/ବିଭୁପ୍ରସାଦ ପଟ୍ଟନାୟକ):୭ ମାସ ତଳେ ନିଖୋଜ ହୋଇଥିବା ପୁଅକୁ ପାଇବାକୁ ଜଣେ ବାପା ଗଞ୍ଜାମରୁ ଭୁବନେଶ୍ୱର ଆସିଛନ୍ତି। ଜଣେ ବାବାଙ୍କ ପରାମର୍ଶକ୍ରମେ ବ୍ୟକ୍ତିଜଣକ ଖଣ୍ଡଗିରିସ୍ଥିତ…

ଆମେରିକାକୁ ବଡ଼ ଝଟ୍‌କା: ଇରାନ ସହ ଯୁଦ୍ଧରେ ହରାଇଲା…

ଓ୍ବାଶିଂଟନ୍‌,୨୧।୫:ଇରାନ ବିରୋଧରେ ଫେବୃଆରୀ ୨୮ରେ ଆମେରିକା ଆରମ୍ଭ କରିଥିବା ସାମରିକ କାର୍ଯ୍ୟାନୁଷ୍ଠାନ ଏପିକ୍‌ ଫ୍ୟୁରିରେ ଓ୍ବାଶିଂଟନ ଲଢ଼ୁଆ ଜେଟ୍‌ ଓ ଡ୍ରୋନ୍‌ ସମେତ ୪୨ଟି ବିମାନ ହରାଇଥିବା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri