ଆଲୋଚନା ବିଫଳ, ଜମିହରାଙ୍କ ଧାରଣା ଜାରି

ପାରାଦୀପ,୨ା୭(ସ୍ବ.ପ୍ର.): ପାରାଦୀପ ତୈଳ ବିଶୋଧନାଗାର ଆଗରେ ଗତମାସ ୨୪ ତାରିଖରୁ ଜମିହରା କୃଷକ ଏକତା ମଞ୍ଚ ପକ୍ଷରୁ ନିଯୁକ୍ତି ଦାବିରେ ଧାରଣା ଜାରି ରହିଛି। ଏ ସମ୍ପର୍କରେ ସୋମବାର ସନ୍ଧ୍ୟାରେ ପାରାଦୀପ ଅତିରିକ୍ତ ଜିଲାପାଳଙ୍କ ପ୍ରକୋଷ୍ଠରେ ଏକ ବୈଠକ ହୋଇଥିଲା। ତେବେ ଦୀର୍ଘ ସମୟ ଧରି ଆଲୋଚନା ପରେ ଏହା ବିଫଳ ହୋଇଥିବା ଜଣାପଡିଛି। ଅର୍ଥାତ ନିଯୁକ୍ତି ପ୍ରସଙ୍ଗରେ କମ୍ପାନୀ ଓ ଜମିହରା କୃଷକ ଏକତା ମଞ୍ଚ ମଧ୍ୟରେ ସହମତି ପ୍ରକାଶ ପାଇଲା ନାହିଁ। ଏ ସମ୍ପର୍କରେ ମଞ୍ଚ ପକ୍ଷରୁ କୁହାଯାଇଛି ଯେ, ଆଉ କମ୍ପାନୀର ପ୍ରତିଶ୍ରୁତ ଚଳିବ ନାହିଁ, ନିଶ୍ଚିତ ନିଯୁକ୍ତି ତାଲିକା ଦେଲେ ଯାଇ ଧାରଣା ହଟିବ। ସେହିପରି ଯେ ପର୍ଯ୍ୟନ୍ତ ନିଯୁକ୍ତି ଗ୍ୟାରେଣ୍ଟି ନ ଦେଇଛନ୍ତି ସେ ପର୍ଯ୍ୟନ୍ତ ଧାରଣା ବଳବତ୍ତର ରହିବ ବୋଲି ମଞ୍ଚର ମୁଖିଆ ଅରିନ୍ଦମ ସର୍ଖେଲ (ବାପି) କହିଛନ୍ତି। ବୈଠକରେ ଅତିରିକ୍ତ ଜିଲାପାଳ କାହ୍ନୁଚରଣ ଧିର, ଆଇଓସିଏଏଲ୍‌ର ଜି.କେ. ସାହୁ, ଜମିହରା କୃଷକ ଏକତା ମଞ୍ଚର ନବୀନ ପ୍ରଧାନଙ୍କ ସମେତ ୧୦ରୁ ଊର୍ଦ୍ଧ୍ୱ ଆଗଧାଡ଼ିର ସଦସ୍ୟ ଉପସ୍ଥିତ ଥିଲେ। ତୈଳ ବିଶୋଧନାଗାର ପ୍ରକଳ୍ପ ପାଇଁ ଯେଉଁ ୩୩୪୪ ଏକର ଜମି ଯାଇଛି, ସେଥିରେ ୨୨ ଗ୍ରାମର ୧୭୫୨ ପରିବାର ଜମି ହରାଇଛନ୍ତି ଓ ୧୪୩ ଜଣ ବିସ୍ଥାପିତ ହୋଇଛନ୍ତି। ସେମାନଙ୍କୁ ଅଦ୍ୟାବଧି ନିଯୁକ୍ତି ନ ମିଳିବାରୁ ଗତ ୧୦ବର୍ଷ ହେଲା ବିରୋଧ ଚାଲିଛି। ଜମିହରାମାନେ ଏବେ ଏକତ୍ର ଭାବେ ବିରୋଧ କରୁଛନ୍ତି। ପୂର୍ବରୁ ସେମାନେ ଦୁଇ ଭାଗରେ ଥିଲେ। ଗୋଟିଏ ଗୋଷ୍ଠୀ ଅଭୟ ସାହୁଙ୍କ ପାଖରେ ଓ ଅନ୍ୟ ଗୋଷ୍ଠୀ ସର୍ଖେଲଙ୍କ ପାଖରେ ରହିଥିଲେ। ଅନ୍ୟପକ୍ଷରେ ଆଉ ଜଣେ ଶ୍ରମିକ ନେତା ଧାରଣା ଭଣ୍ଡୁର କରିବା ପାଇଁ ମେଳି କରିବା ସହ ଭିନ୍ନ ଭିନ୍ନ ଉଦ୍ୟମ ଚଳାଇଥିବା ଜଣାଯାଇଛି। ଏ ସମ୍ପର୍କରେ ଅତିରିକ୍ତ ଜିଲାପାଳ କାହ୍ନୁଚରଣ ଧିର କହିଛନ୍ତି ଯେ, ଆଇଓସିଏଲ ୪୦ଜଣଙ୍କୁ ନିଯୁକ୍ତି ଦେବାକୁ ପ୍ରସ୍ତାବ ଦେଇଥିଲା। କିନ୍ତୁ ମଞ୍ଚ ୧୦୦ଜଣଙ୍କ ତତ୍କାଳ ନିଯୁକ୍ତି ଦାବି କରିଥିଲା। ଏଥିରେ ସହମତି ପ୍ରକାଶ ନ ପାଇବାରୁ ସେମାନେ ପଳାଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ପ୍ରଥମେ ପ୍ରେମ, ପରେ ବଳାତ୍କାର କରି ବନ୍ଧାହେଲେ ୨ ଭାଇ, କଲେଜ ଯୁବତୀଙ୍କୁ ଟାର୍ଗେଟ୍‌ କରି…

ଜଗତ୍‌ସିଂହପୁର,୧୬ା୫(ପ୍ରମୋଦ କୁମାର ନାୟକ): ଜଗତ୍‌ସିଂହପୁର ଥାନା ଅଞ୍ଚଳର ଜଣେ ଯୁବତୀଙ୍କୁ ପ୍ରଥମେ ପ୍ରେମ ଜାଲରେ ଫସାଇ ବଳାତ୍କାର କରି ବ୍ଲାକ ମେଲିଂ କରିବା ଭଳି ସଙ୍ଗିନ ଅଭିଯୋଗ…

ପେଟ୍ରୋଲ ପମ୍ପରେ ଅସମ୍ଭାଳ ଭିଡ଼: ଜଗିଲା ପୋଲିସ

ପାରାଦୀପରେ,୧୪।୫: ଇରାନ-ଆମେରିକା ଏବଂ ଇସ୍ରାଏଲର ଯୁଦ୍ଧ ପାଇଁ ଭାରତ ସମେତ ଅନ୍ୟ କେତେକ ଦେଶରେ ତୈଳ ଓ ରନ୍ଧନ ଗ୍ୟାସ ସଙ୍କଟ ସୃଷ୍ଟି ହୋଇଛି। ଏହି ପରିପ୍ରେକ୍ଷୀରେ…

ସରକାରୀ ଜମିରେ ଘର କରି ମାଡ଼ି ବସିଥିଲେ: ହଟିଲା ଜବରଦଖଲ

ପାରାଦୀପ,୧୧।୫: ଜଗତସିଂହପୁର ଜିଲା କୁଜଙ୍ଗ ତହସିଲ ନୂଆଗଡ଼ରେ ସୋମବାର ଏକ ବଡ଼ ଧରଣର ଜବରଦଖଲ ଉଚ୍ଛେଦ କରାଯାଇଛି। ସରକାରୀ ଜମିରେ ଘର କରି ମାଡ଼ି ବସିଥିବା ଲୋକଙ୍କୁ…

ଗୋଡ଼ ବନ୍ଧା ହୋଇ ଘରେ ପଡୁଛି ପୁଅ, ଅର୍ଥ ଅଭାବରୁ ଚିକିିତ୍ସା ପାଇଁ ମା-ବାପା…

କୁଜଙ୍ଗ,୬ା୫(ମନୋଜ ପ୍ରଧାନ): ଏରସମା ବ୍ଲକ ବାମଦେଇପୁର ପଞ୍ଚାୟତ ବାରାକଣା ଗ୍ରାମର ସୁରେଶ ଚନ୍ଦ୍ର ପାଣି (୪୫) ଜଣେ ଦିନମଜୁରିଆ ଭାବେ କାର୍ଯ୍ୟ କରି ପରିବାର ଚଳାଉଥିଲେ। ପରିବାର…

କୁମ୍ଭୀର ନେଇ ଯାଇଥିବା ଗୁଜବ,ସକାଳୁ ଜଣାପଡ଼ିଲା ଅସଲି ସତ…

ପାରାଦୀପ,୨୬।୪(ଶରତ ରାଉତ): ପାରାଦୀପ ଲକଥାନା ଅନ୍ତର୍ଗତ ଚଉମୁହାଣି ନିକଟ ମହାନଦୀରେ ରବିବାର ଭୋରୁ ଜଣେ ମତ୍ସ୍ୟଜୀବୀଙ୍କ ମୃତଦେହକୁ କୁଜଙ୍ଗ ଅଗ୍ନିଶମ ବିଭାଗ ପକ୍ଷରୁ ଉଦ୍ଧାର କରାଯାଇଛି। ମୃତକ…

ନିର୍ବନ୍ଧର ଗୋଟିଏ ଦିନ ପରେ ନିଖୋଜ ହୋଇଯାଇଥିଲେ ସସ୍ମିତା: ପରେ ଘଟିଲା…

ଜଗତ୍‌ସିଂହପୁର, ୨୨ା୪(ପ୍ରମୋଦ କୁମାର ନାୟକ):ଜଗତ୍‌ସିଂହପୁର ଥାନା ଅନ୍ତର୍ଗତ କାଠିଆପଡ଼ା ଗ୍ରାମରେ ଏକ ଅଭାବନୀୟ ଘଟଣା ଘଟିଛି। ଏହି ଗାଁର ପ୍ରମୋଦ ଦାସ ଓ ଲକ୍ଷ୍ମୀପ୍ରିୟା ଦାସଙ୍କ ଝିଅ…

ପାରାଦୀପ, କପିଳଯୋରରେ ମାଛ ମଡକ:  ପଚାମାଛ ଗନ୍ଧରେ ସହର…

ପାରାଦୀପ ୧୨।୪(ଶରତ ରାଉତ): ବନ୍ଦର ସହର ପାରାଦୀପ ମଧ୍ୟସ୍ଥଳରେ ଥିବା କପିଳଯୋରରେ ରବିବାର ମାଛ ମଡକ ହୋଇଛି। ସହରର ବଡପଡିଆ ପରିବା ମାର୍କେଟଠାରୁ ଜଗନ୍ନାଥ ମନ୍ଦିର ପର୍ଯ୍ୟନ୍ତ…

କଲେଜ ଫେୟାରଓ୍ବେଲ୍‌ରେ ଯୋଗଦେଇଥିଲେ ତୃପ୍ତିମୟୀ, ଘରକୁ ଫେରିବା ସମୟରେ ଘଟିଲା…

ଜଗତ୍‌ସିଂହପୁର,୨୬ା୩ (ପ୍ରମୋଦ କୁମାର ନାୟକ): ମଙ୍ଗଳବାର ପରୀକ୍ଷା ସରିଲା। ବୁଧବାର ଥିଲା ବିଦାୟକାଳୀନ ଉତ୍ସବ (ଫେୟାର୍‌ଓ୍ବେଲ)। ତେଣୁ ମନରେ ଥିଲା ଅଫୁରନ୍ତ ଆନନ୍ଦ। ନୂଆ ଶାଢ଼ି ପିନ୍ଧି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri