ଆଲୋଚନା ପରେ ସେବାୟତଙ୍କ ପ୍ରତିକ୍ରିୟା:‘ମନ୍ତ୍ରୀଙ୍କ ପ୍ରତିଶ୍ରୁତି ନାଟକବାଜି’

ବାରିପଦା ଅଫିସ,୧୫।୮- ମୟୂରଭଞ୍ଜ ଜିଲାବାସୀ ବାରିପଦାସ୍ଥିତ ହରିବଳଦେବ ଜୀଉ ମନ୍ଦିରକୁ ସ୍ବତନ୍ତ୍ର ଅନୁଦାନ ଓ ବାରିପଦାକୁ ଦ୍ୱିତୀୟ ଶ୍ରୀକ୍ଷେତ୍ର ମାନ୍ୟତା ପ୍ରଦାନ ଲାଗି ଦୀର୍ଘ ଦିନ ହେଲା ଦାବି କରି ଆସୁଛନ୍ତି। ସେବାୟତମାନେ ଏହି ଦାବି ନେଇ ବାରିପଦା ଠାରୁ ଭୁବନେଶ୍ୱରକୁ ଦୁଇ ଦୁଇ ଥର ପଦଯାତ୍ରା କରିଛନ୍ତି। ମାତ୍ର ଜିଲା ପ୍ରଶାସନ ସେମାନଙ୍କୁ ପ୍ରତିଶ୍ରୁତି ଦେଇ ଅଧା ବାଟରୁ ଫେରାଇ ଆଣିଛି। ସେବାୟତମାନେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ସାକ୍ଷାତ କରି ଦାବି ଉପସ୍ଥାପନ କରିବା ସହିତ ଆଇନ ମନ୍ତ୍ରୀ ପ୍ରତାପ ଜେନାଙ୍କ ସହିତ ବହୁବାର ଆଲୋଚନା କରିଛନ୍ତି। ତେବେ ଏହି ଦାବି ପୂରଣ କ୍ଷେତ୍ରରେ ରାଜ୍ୟ ସରକାର କିମ୍ବା ଜିଲା ପ୍ରଶାସନ ଗୁରୁତ୍ୱ ଦେଉନାହାନ୍ତି। ଏପରିସ୍ଥଳେ ଜିଲାସ୍ତରୀୟ ସ୍ବାଧୀନତା ଦିବସରେ ପତାକା ଉତ୍ତୋଳନ ପାଇଁ ଆଇନ ମନ୍ତ୍ରୀ ଜେନା ବୁଧବାର ସନ୍ଧ୍ୟାରେ ବାରିପଦାଠାରେ ପହଞ୍ଚିବା ପରେ ପୂର୍ବ କାର୍ଯ୍ୟକ୍ରମ ମୁତାବକ ହରିବଳଦେବ ଜୀଉ ମନ୍ଦିରକୁ ଯାଇ ଠାକୁର ଦର୍ଶନ କରି ସେବାୟତମାନଙ୍କ ସହିତ ଏନେଇ ଆଲୋଚନା କରିଥିଲେ। ମନ୍ଦିରର ସୁରକ୍ଷା ଓ ମରାମତି ପାଇଁ ଆର୍କୋଲୋଜିକାଲ ସର୍ଭେ ଅଫ୍‌ ଇଣ୍ଡିଆକୁ ଚିଠି ଲେଖିବାକୁ ଜିଲା ଦେବୋତ୍ତର ଅଧିକାରୀ ଦାୟିତ୍ୱରେ ଥିବା ବାରିପଦା ଉପଜିଲାପାଳ ଦିବ୍ୟଜ୍ୟୋତି ପରିଡାଙ୍କୁ ମନ୍ତ୍ରୀ ନିର୍ଦ୍ଦେଶ ଦେଇଥିଲେ। ମନ୍ତ୍ରୀଙ୍କ ସହିତ ପୂର୍ବତନ ଉପବାଚସ୍ପତି ସାନନ୍ଦ ମାରାଣ୍ଡି, ପୂର୍ବତନ ବିଧାୟକ ଭାଦବ ହାଁସଦା, ମୋରଡା ବିଧାୟକ ରାଜକିଶୋର ଦାସ, ପୂର୍ବତନ ଏସଡିସି ଚେୟାରମ୍ୟାନ ଡା.ଦେବାଶିଷ ମାରାଣ୍ଡି, ଜିଲା ସଭାପତି ଦେବାଶିଷ ମହାନ୍ତି, ଉତ୍ତର ଓଡ଼ିଶା ଯୁବ ବିଜେଡି ଜୋନ ସଭାପତି ସୁବ୍ରମଣ୍ୟମ ମହାନ୍ତି, ଜିଲା ଯୁବ ସଭାପତି ଜିତେନ୍ଦ୍ର ମହାନ୍ତି, ଜିଲା ବିଜେଡି ସମ୍ପାଦକ ସୁଜିତ କୁମାର ମହାନ୍ତି, ଦେବୀଦତ୍ତ ଦାଶ, ସିନେ ତାରକା ତଥା ବିଜେଡି ନେତା ଅସିତ ପତି ପ୍ରମୁଖଙ୍କ ସମେତ ଅନ୍ୟମାନେ ଉପସ୍ଥିତ ଥିଲେ।
ପରେ ଗଣମାଧ୍ୟମ ପ୍ରତିନିଧିମାନଙ୍କୁ ଏ ସମ୍ପର୍କରେ ସୂଚନା ଦେଇ ମନ୍ତ୍ରୀ କହିଥିଲେ ଯେ, ମନ୍ଦିର ସମସ୍ୟାର ସମାଧାନ ପାଇଁ ପୂର୍ବରୁ ବୈଠକ ଅନୁଷ୍ଠିତ ହୋଇଯାଇଛି। ସେବାୟତମାନଙ୍କ ସ୍ବାର୍ଥ, ମନ୍ଦିରର ଉନ୍ନତିି, ମନ୍ଦିର ସମ୍ପତ୍ତିର ପୁନରୁଦ୍ଧାର ପାଇଁ ଖୁବ ଶୀଘ୍ର ଦ୍ୱିତୀୟ ବୈଠକ ଅନୁଷ୍ଠିତ ହେବ। ମନ୍ତ୍ରୀଙ୍କ ବିବୃତି ପରିପ୍ରେକ୍ଷୀରେ ସେବାୟତ କାମେଶ୍ୱର ତ୍ରିପାଠୀ ଗଣମାଧ୍ୟମକୁ କହିଛନ୍ତି, ମନ୍ତ୍ରୀଙ୍କ ଗସ୍ତକୁ ନେଇ ଜିଲାବାସୀ ବହୁ ଆଶା ରଖିଥିଲେ। କିନ୍ତୁ ତାଙ୍କ ପ୍ରତିଶ୍ରୁତିକୁ ନେଇ କେହି ଖୁସି ନୁହନ୍ତି। ଏହା ଏକ ପ୍ରକାର ନାଟକ ଭଳି ଲାଗୁଛି। ମନ୍ତ୍ରୀ କଥା ଟାଳିବା ଢଙ୍ଗରେ ବିବୃତି ରଖିଥିବାରୁ ଦ୍ୱିତୀୟ ଶ୍ରୀକ୍ଷେତ୍ର ମାନ୍ୟତା ଆଶା ମଉଲିଲା ବୋଲି ସେବାୟତମାନେ କହିଛନ୍ତି।
ମନ୍ତ୍ରୀ ଜେନା ମନ୍ଦିର ଭିତରେ ପୂଜାର୍ଚ୍ଚନା କରି ସେବାୟତମାନଙ୍କ ସହିତ ଆଲୋଚନା କରିବାର ସମସ୍ତ ଘଟଣା ଗଣମାଧ୍ୟମ ପ୍ରତିନିଧିମାନେ ରେକର୍ଡିଂ କରିଥିଲେ। ଏହି ସମୟରେ ମନ୍ତ୍ରୀ ଜେନା ସମସ୍ତ ଫଟୋ ଓ ଭିଡିଓ ଡିଲିଟ କରିବାକୁ ଗଣମାଧ୍ୟମ ପ୍ରତିନିଧିମାନଙ୍କୁ କହିଥିଲେ। ମନ୍ଦିର ଭିତରେ ଫଟୋ ଉଠାଇବା ମନା ବୋଲି ସେ କହିଥିଲେ। ଏହାକୁ ନେଇ ଗଣମାଧ୍ୟମ ପ୍ରତିନିଧିମାନେ ଅସନ୍ତୋଷ ବ୍ୟକ୍ତ କରିଥିଲେ। କାରଣ ଏଠାରେ ସେଭଳି କିଛି ପ୍ରତିବନ୍ଧକ ଲଗାଯାଇନାହିଁ । ଅନ୍ୟପକ୍ଷେ ବିଜେଡିର କର୍ମୀ ଓ ନେତାମାନେ ମନ୍ଦିର ଭିତରେ ଉପସ୍ଥିତ ରହି ମନ୍ତ୍ରୀଙ୍କ ସହିତ ଫଟୋ ଓ ଭିଡିଓ ଉତ୍ତୋଳନ କରୁଥିବା ଦେଖିବାକୁ ମିଳିଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ବଜ୍ରକାପ୍ତା ର଼୍ୟାକେଟ ଧରାପଡ଼ିଲା

ଭୁବନେଶ୍ୱର,୧୯।୧୦(ବ୍ୟୁରୋ)/: ସୋନପୁର (ନି.ପ୍ର)ରାଜ୍ୟରେ ଏବେ ବନ୍ୟଜନ୍ତୁ ଶିକାର ଅବାଧରେ ଚାଲିଛି। କରୋନା ମହାମାରୀଠାରୁ ଶିକାରି ଓ ଚାଲାଣକାରୀ ବେଶ୍‌ ସକ୍ରିୟ ହୋଇପଡିଛନ୍ତି। ବନ ବିଭାଗ ଓ...

ଆଇତିପୁର ପଞ୍ଚାୟତ ହାଇସ୍କୁଲ ବିବାଦ ବଢୁଛି, ଜିଲାପାଳଙ୍କଠାରେ ଫେରାଦ ହେଲେ ଲୋକେ

ହାଟଡିହୀ,୧୨।୧୦(ଡି.ଏନ୍‌.ଏ.) : କେନ୍ଦୁଝର ଜିଲା ହାଟଡିହୀ ବ୍ଲକ ଆଇତିପୁର ପଞ୍ଚାୟତ ହାଇସ୍କୁଲକୁ ନେଇ ବିବାଦ ଦିନକୁ ଦିନ ବଢ଼ିବାରେ ଲାଗିଛି। ଫଳରେ ପଞ୍ଚାୟତବାସୀଙ୍କ ମଧ୍ୟରେ ଅସନ୍ତୋଷ...

ଏମ୍‌ଜିଏନ୍‌ଆର୍‌ଇଜିଏସ୍‌ କାମକୁ ନେଇ ଗଣ୍ଡଗୋଳ: ସରପଞ୍ଚ ଓ ବିପକ୍ଷ ଗୋଷ୍ଠୀଙ୍କ ଥାନାରେ ଏତଲା

ହିଞ୍ଜିଳିକାଟୁ,୧୩ା୬(ଡ଼ି.ଏନ୍‌.ଏ): ହିଞ୍ଜିଳିକାଟୁ ବ୍ଲକ ଖରିଡା ପଞ୍ଚାୟତରେ ଏମ୍‌ଜିଏନ୍‌ଆର୍‌ଇଜିଏସ୍‌ କାମକୁ ନେଇ ଉଭୟ ଗୋଷ୍ଠୀ ପକ୍ଷରୁ ଥାନାରେ ମାମଲା ହୋଇଛି। ନଂ.୧୯୬ ଓ ୧୯୭/୨୦ରେ ୨ଟି ମାମଲା...

କୋଭିଡ୍‌ କଟକଣାରେ ୭୩ତମ ସାଧାରଣତନ୍ତ୍ର ଦିବସ ପାଳନ

ଦାରିଙ୍ଗବାଡି,୨୬।୧(ଡି.ଏନ.ଏ.): ୭୩ତମ ସାଧାରଣତନ୍ତ୍ର ଦିବସ ଅବସରରେ କନ୍ଧମାଳ ଜିଲା ଦାରିଙ୍ଗବାଡିର ୨୫ ପଞ୍ଚାୟତ ଅଞ୍ଚଳର ସରକାରୀ ଏବଂ ବେସରକାରୀ କାର୍ଯ୍ୟାଳୟ ପରିସର ସମେତ ଶିକ୍ଷା ଅନୁଷ୍ଠାନ...

ବିନା ଭକ୍ତରେ କେନ୍ଦୁଝରରେ ଗଡ଼ିଲା ଶ୍ରୀ ବଳଦେବଜୀଉଙ୍କ ରଥ

କେନ୍ଦୁଝର,୧୨ା୭(ସ୍ବ.ପ୍ର.): କେନ୍ଦୁଝରର ଆରାଧ୍ୟ ଦେବତା ଶ୍ରୀ ବଳଦେବଜୀଉଙ୍କ ରଥଯାତ୍ରା ମନ୍ଦିର ପରିସରରେ ଆରମ୍ଭ ହୋଇଛି। କଡ଼ା ସୁରକ୍ଷା ବ୍ୟବସ୍ଥା ଓ ବିନା ଭକ୍ତରେ ରୀତି ନୀତି...

ପ୍ରାରମ୍ଭିକ ଚିକିତ୍ସା ଉପରେ ଗୁରୁତ୍ୱ

ଅନୁଗୋଳ ଅଫିସ, ୫।୨ ଅନୁଗୋଳସ୍ଥିତ ଜିନ୍ଦଲ ଷ୍ଟିଲ ଆଣ୍ଡ ପାୱାର ଲିମିଟେଡ୍‌ (ଜେଏସ୍‌ପିଏଲ୍‌)ର ସାମାଜିକ ଦାୟିତ୍ୱବୋଧ ଶାଖା ରୂପେ କାର୍ଯ୍ୟ କରୁଥିବା ଜେଏସ୍‌ପିଏଲ୍‌ ଫାଉଣ୍ଡେଶନ ପକ୍ଷରୁ...

ନୂଆଁଖାଇରେ ଅଡୁଆ ଯୁକ୍ତ ୩ ନାମଲେଖା

ବରଗଡ଼ ଅଫିସ୍‌,୨।୯: ପଶ୍ଚିମ ଓଡ଼ିଶାର କୃଷିଭିତ୍ତିକ ଗଣପର୍ବ ନୂଆଁଖାଇ ଆସନ୍ତା ୧୧ତାରିଖ ପାଳନ କରାଯିବ । ଏହି ଦିନ ଯୁକ୍ତ ୩ ନାମଲେଖା ଆରମ୍ଭ ହେଉଥିବାରୁ...

ଦିନ ଦ୍ୱିପ୍ରହରେ ବ୍ୟବସୀୟୀଙ୍କ ଘରୁ ଲୁଟି ନେଲେ ଲକ୍ଷାଧିକ ଟଙ୍କା

ବରଗଡ଼ ଅଫିସ୍‌,୧୨।୧: ବରଗଡ଼ ସହରରେ ସପ୍ତାହେ ହେଲା ଲୁଟ୍‌ପାଟ୍‌ ବଢ଼ି ଚାଲିଛି। ଏହା ବରଗଡ଼ ପୋଲିସ ପାଇଁ ଚ୍ୟାଲେଞ୍ଜ ହୋଇପଡ଼ିଛି। ମଙ୍ଗଳବାର ପୂର୍ବାହ୍ନରେ ୩ଜଣ ଦୁର୍ବୃତ୍ତ...

Advertisement
Archives

Model This Week