‘ଆର୍‌ଏକ୍ସ ୧୦୦’ର ହିନ୍ଦୀ ରିମେକ୍‌ ଅକ୍ଟୋବରରେ: ତାରା

ମୁମ୍ବାଇ: ବଲିଉଡ୍‌ ନାୟିକା ତାରା ସୁତାରିୟା ଏବେ ତାଙ୍କ ଅପ୍‌କମିଂ ଫିଲ୍ମକୁ ନେଇ ଉତ୍ସାହିତ ଅଛନ୍ତି। ଏବେ ସେ ତେଲଗୁ ହିଟ୍‌ ଫିଲ୍ମ ‘ଆର୍‌ଏକ୍ସ ୧୦୦’ର ହିନ୍ଦୀ ରିମେକରେ କାମ କରିବାକୁ ଯାଉଛନ୍ତି। ନିକଟରେ ଏକ ଷ୍ଟୋର ଲଞ୍ଚ କାର୍ଯ୍ୟକ୍ରମରେ ଯୋଗ ଦେବା ଅବସରରେ ସେ ‘ଆର୍‌ଏକ୍ସ ୧୦୦’କୁ ନେଇ କିଛି କଥା କହିଛନ୍ତି। ତାରା କହିଛନ୍ତି ଆଗାମୀ ଅକ୍ଟୋବରରେ ଏହି ଫିଲ୍ମର ଶୁଟିଂ ଆରମ୍ଭ କରାଯିବ। ଏହା ମସୌରୀରେ ଆରମ୍ଭ କରାଯିବ। ଏହି ଫିଲ୍ମର ନିର୍ଦ୍ଦେଶନା ମିଲନ ଲୁଥରିୟା ଦେଇଥିବା ବେଳେ ପ୍ରଯୋଜନା ଭାର ସମ୍ଭାଳିଛନ୍ତି ସାଜିଦ ନାଡିୟାଡଓ୍ବାଲା। ପୂର୍ବରୁ ‘ଆର୍‌ଏକ୍ସ ୧୦୦’ର ହିନ୍ଦୀ ରିମେକକୁ ନେଇ ଘୋଷଣା କରାଯାଇଥିଲା ବେଳେ ଏହାର ଶୁଟିଂ କଥା କିଛି ଜଣାପଡି ନ ଥିଲା। ଏଥିରେ ତାରାଙ୍କ ସହ ବଲିଉଡ୍‌ ନାୟକ ସୁନିଲ ସେଟ୍ଟିଙ୍କ ପୁଅ ଆହନ ଡେବ୍ୟୁ କରିବାକୁ ଯାଉଛନ୍ତି। ଏହାର ଟାଇଟେଲ ‘ତଡପ’ ରଖାଯିବ ବୋଲି ଅନୁମାନ କରାଯାଉଛି।


Enter your email to get our daily news in your inbox.

All Right Reserved By Dharitri.Com

୫୬ ବର୍ଷରେ ଗୋବିନ୍ଦା: ମାଙ୍କ ଜିଦ୍‌ ଯୋଗୁ ନୀଲମ୍‌ଙ୍କୁ ଛାଡ଼ି ସୁନୀତାଙ୍କୁ କରିଥିଲେ ବିବାହ

ମୁମ୍ବାଇ: ବଲିଉଡ୍‌ ଅଭିନେତା ଗୋବିନ୍ଦା ଶନିବାର ୫୬ ବର୍ଷରେ ପଦାର୍ପଣ କରିଛନ୍ତି। ୧୯୬୩ ଡିସେମ୍ବର ୨୧ରେ ମୁମ୍ବାଇଠାରେ ଜନ୍ମଗ୍ରହଣ କରିଥିଲେ। ତାଙ୍କର ପ୍ରକୃତ ନାମ ଗୋବିନ୍ଦା...

ଏହି ଲୋକପ୍ରିୟ ସଂଗୀତ ନିର୍ଦ୍ଦେଶକଙ୍କ ପରଲୋକ: ୨ ଦିନ ପୂର୍ବରୁ ଅନ୍‌ଲାଇନ୍‌ରେ ନେଇଥିଲେ କ୍ଲାସ୍‌

କନ୍ନଡ ଫିଲ୍ମର ଲୋକପ୍ରିୟ ସଂଗୀତ ନିର୍ଦ୍ଦେଶକ ରାଜନ ନାଗେନ୍ଦ୍ରଙ୍କର ୮୭ ବର୍ଷ ବୟସରେ ପରଲୋକ ଘଟିଛି। ରବିବାର ସନ୍ଧ୍ୟାରେ ବାଙ୍ଗାଲୋରସ୍ଥିତ ନିଜ ବାସଭବନରେ ସେ ଶେଷ...

‘ବ୍ରହ୍ମାସ୍ତ୍ର’ ସହ ଯୋଡ଼ି ହେଲେ ଶାହରୁଖ

ବମ୍ବେ: ଫିଲ୍ମ ଦୁନିଆରୁ କିଛି ସମୟ ପାଇଁ ଦୂରେଇ ଯାଇଥିବା ଶାହରୁଖ ଖାନ୍‌ ପୁଣି ଥରେ ଫେରୁଛନ୍ତି। ନିର୍ଦ୍ଦେଶକ ଅୟାନ ମୁଖାର୍ଜୀଙ୍କ ‘ବ୍ରହ୍ମାସ୍ତ୍ର’ରେ ସେ ଏକ...

୫ ଅତିଥିଙ୍କ ଉପସ୍ଥିତିରେ ବିବାହ କଲେ ଏହି କଳାକାର

ଛୋଟପରଦାର ସଫଳ କଳାକାର ମନୀଷ ରାୟସିଂଘମ ଏବଂ ସଂଗୀତା ଚୌହାନ ଜୁନ୍‌ ୩୦ରେ ବିବାହ ବନ୍ଧନରେ ବାନ୍ଧି ହୋଇଛନ୍ତି। ମୁମ୍ବାଇର ଅନ୍ଧେରୀସ୍ଥିତ ଏକ ଗୁରୁଦ୍ୱାରରେ ମାସ୍କ...

ଐଶ୍ୱର୍ଯ୍ୟା ରାୟଙ୍କ ଗୀତରେ ନୃତ୍ୟକରି ଦର୍ଶକଙ୍କ ମନ ଜିଣିଲେ ପ୍ରିୟା ପ୍ରକାଶ

ନିଜର ଫେସିଆଲ ଏକ୍ସପ୍ରେସନ୍‌ ଦ୍ୱାରା ଦର୍ଶକଙ୍କ ହୃଦୟ ଜିଣିପାରିଥିବା ଅଭିନେତ୍ରୀ ପ୍ରିୟା ପ୍ରକାଶ ଓ୍ବାରିୟର ପୁଣି ଥରେ ଏକ ଭିଡିଓ ମାଧ୍ୟମରେ ଧୂମ୍‌ ମଚାଇଛନ୍ତି। ପ୍ରିୟା...

ଲୋକଙ୍କୁ ମାସ୍କ ପିନ୍ଧିବା ପାଇଁ ଅପିଲ କଲେ ବିଗ୍‌-ବି

ସାରା ବିଶ୍ୱରେ ମହାମାରୀର ରୂପ ନେଇଛି କରୋନା। ଏଭଳି ପରିସ୍ଥିତି ଲୋକଙ୍କୁ ସତର୍କ ରହିବାକୁ ପରାମର୍ଶ ଦିଆଯାଉଛି। ବଲିଉଡ୍‌ ସୁପରଷ୍ଟାର ଅମିତାଭ ବଚ୍ଚନ ଲୋକଙ୍କୁ ମାସ୍କ...

‘ଷ୍ଟ୍ରିଟ୍‌ ଡ୍ୟାନ୍ସର ୩ଡି’ରେ ଶ୍ରଦ୍ଧା କପୁର

ମୁମ୍ବାଇ: ଅପ୍‌କମିଂ ଫିଲ୍ମ ‘ଷ୍ଟ୍ରିଟ୍‌ ଡ୍ୟାନ୍‌ସର ୩ଡି’ରେ ଅଭିନୟ କରୁଛନ୍ତି ବଲିଉଡ୍‌ ଅଭିନେତ୍ରୀ ଶ୍ରଦ୍ଧା କପୁର। ସେ ଶୁଟିଂସେଟ୍‌ର ଏକ ଅବିସ୍ମରଣୀୟ ମୁହୂର୍ତ୍ତରେ ବେଶ୍‌ ଖୁସି...

ଜୀବନର ଶେଷ ସମୟ ହସ୍ପିଟାଲ ବେଡ୍‌ରେ ‘ହୁଡ୍‌ ହୁଡ୍‌ ଦବଙ୍ଗ’ ଗୀତ ଗାଉଥିଲେ ଓ୍ବାଜିଦ୍‌

ବଲିଉଡ୍‌ର ପ୍ରସିଦ୍ଧ ସଙ୍ଗୀତ ନିର୍ଦ୍ଦେଶକ ଓ୍ବାଜିଦ୍‌ ଖାନ୍‌ଙ୍କ ପରଲୋକରେ ସ୍ତବ୍ଧ ହୋଇଯାଇଛି ବଲିଉଡ୍‌ ସଙ୍ଗୀତ ଜଗତ। ଗତ କିଛିଦିନ ହେବ ସେ କିଡ୍‌ନୀ ରୋଗରେ ପୀଡିତ...

Play 250+ Trending Games
Archives

Model This Week

Why Dharitri