Posted inUncategorized

ଆରମ୍ଭ ହେଲା ବିଶ୍ୱ ଓଡ଼ିଶୀ ଉତ୍ସବ

ଭୁବନେଶ୍ୱର, ୨୪ା୧୨ (ବ୍ୟୁରୋ) – ସାଂସ୍କୃତିକୀ ପକ୍ଷରୁ ଗୁରୁ କେଳୁଚରଣ ମହାପାତ୍ର ଓଡ଼ିଶୀ ଗବେଷଣା କେନ୍ଦ୍ରରେ ବିଶ୍ୱ ଓଡ଼ିଶୀ ନୃତ୍ୟ ଉତ୍ସବ ଆରମ୍ଭ ହୋଇଛି। ଗୋଟିପୁଅ ନୃତ୍ୟଶିଳ୍ପୀ ସ୍ବର୍ଗତଃ ଗୁରୁ ବୀରବର ସାହୁଙ୍କ ଉଦ୍ଦେଶ୍ୟରେ ଉତ୍ସଗୀକୃତ ଏହି ଉତ୍ସବରେ ନୃତ୍ୟ ପରିବେଷଣ କରିବେ ୧୫ ଦେଶ ଓ ବିଭିନ୍ନ ରାଜ୍ୟର କଳାକାର। ମାଲେସିଆର ଇନ୍ଦ୍ରାଣୀ ଡ୍ୟାନ୍ସ ଏକାଡେମୀ ନିର୍ଦ୍ଦେଶିକା ଡ. ଇନ୍ଦ୍ରାଣୀଙ୍କ ନିର୍ଦ୍ଦେଶନାରେ ଦଳଗତ ନୃତ୍ୟ ପରିବେଷଣରୁ ଆରମ୍ଭ ହୋଇଥିଲା ଉଦ୍‌ଘାଟନୀ ସନ୍ଧ୍ୟା। ଜୟାତି ବସୁଙ୍କ ଦ୍ୱାରା ‘ଦୁର୍ଗାସ୍ତୁତି’, ଆମେରିକାରୁ ଆସିଥିବା ନୃତ୍ୟଶିଳ୍ପୀ କୌଉସ୍ତଭୀ ସରକାରଙ୍କ ଦ୍ୱାରା ଅଷ୍ଟପଦୀରେ ‘ସଖୀ ହେ’ ଓ ଶେଷରେ ତ୍ରିଧାରା ନୃତ୍ୟାନୁଷ୍ଠାନ ପକ୍ଷରୁ ଗୁରୁ ଗଜେନ୍ଦ୍ର ପଣ୍ଡାଙ୍କ ନିର୍ଦ୍ଦେଶନାରେ ଦଳଗତଭାବେ ମଙ୍ଗଳାଚରଣରେ ‘ଲକ୍ଷ୍ମୀ-ନୃସିଂହ ଧ୍ୟାନ’ ଓ ରାମ ଭଜନ ଓଡ଼ିଶୀ ନୃତ୍ୟ ପରିବେଷିତ ହୋଇଥିଲା। ଆମେରିକାର ଅଶିଂକା ରଥଙ୍କ ଦ୍ୱାରା ପ୍ରସ୍ତୁତ ‘ମଧୁରାଷ୍ଟକମ୍‌’ ଦର୍ଶକଙ୍କୁ ବିମୋହିତ କରିଥିଲା।
ପଣ୍ଡିତ ନିତ୍ୟାନନ୍ଦ ମିଶ୍ର, ଡ. ସଙ୍ଗୀତା ଗୋସାଇଁ, ଡ. ରୀନା ରାଉତରାୟ, ପଦ୍ମଶ୍ରୀ ଅରୁଣା ମହାନ୍ତି, ଏସ୍‌.କେ. ତାମୋଟିଆ, ଗୁରୁ ରତିକାନ୍ତ ମହାପାତ୍ର, ଗୁରୁ ଗଜେନ୍ଦ୍ର ପଣ୍ଡା, ଗୁରୁ କସ୍ତୁରୀ ପଟ୍ଟନାୟକ, ଗୁରୁ ରାମହରି ଦାଶ, କେଦାର ମିଶ୍ର ପ୍ରମୁଖ ଅତିଥିଭାବେ ଯୋଗ ଦେଇଥିଲେ। ଶ୍ୟାମହରି ଚକ୍ର କାର୍ଯ୍ୟକ୍ରମ ପରିଚାଳନା କରିଥିଲେ। କୁନି କୁନି ନୃତ୍ୟଶିଳ୍ପୀ ନୃତ୍ୟ ପରିବେଷଣ କରିଥିଲେ। ପ୍ରଥମ ପର୍ଯ୍ୟାୟରେ ‘ବର୍ତ୍ତମାନର ଓଡ଼ିଶୀ: ବିବିଧତା ଓ ସମ୍ଭାବନା’ ସମ୍ପର୍କିତ ଆଲୋଚନାଚକ୍ର ଅନୁଷ୍ଠିତ ହୋଇଥିଲା। ଦ୍ୱିତୀୟ ପର୍ଯ୍ୟାୟରେ ବହୁ ନୃତ୍ୟଶିଳ୍ପୀ ନିଜର ନୃତ୍ୟକଳା ପ୍ରଦର୍ଶନ କରିଥିଲେ। ଏହି ଅବସରରେ ସମସ୍ତ ନୃତ୍ୟଶିଳ୍ପୀଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

Posted inUncategorized View All

ବ୍ରାଉନସୁଗାର ର଼୍ୟାକେଟ୍‌ରେ ଏମ୍‌ବିଏ ଛାତ୍ର

ଭୁବନେଶ୍ୱର, (ବ୍ୟୁରୋ)/ ବାଲେଶ୍ୱର ଅଫିସ, ୧୯।୮:  ବ୍ରାଉନସୁଗାର କାରବାର କରୁଥିବା ଜଣେ ଏମ୍‌ବିଏ ଛାତ୍ରଙ୍କୁ କ୍ରାଇମବ୍ରାଞ୍ଚର ସ୍ପେଶାଲ ଟାସ୍କ ଫୋର୍ସ (ଏସ୍‌ଟିଏଫ୍‌) ଟିମ୍‌ ସୋମବାର ରାତିରେ...

ବିଏମ୍‌ସିର ପ୍ରସ୍ତାବିତ ଡିଡିଏନ୍‌ ପ୍ରକଳ୍ପ ବନ୍ଦ : କାର୍ଯ୍ୟକାରୀ ନ ହେଉଣୁ ମିଳିଛି ସ୍କଚ୍‌ ପୁରସ୍କାର

ବ୍ରହ୍ମପୁର ଅଫିସ,୧୬ା୬-ବ୍ରହ୍ମପୁର ମହାନଗର ନିଗମ (ବିଏମ୍‌ସି)ର ପ୍ରସ୍ତାବିତ ଡିଜିଟାଲ ଡୋର ନମ୍ବରିଂ (ଡିଡିଏନ୍‌) ଯୋଜନା ବନ୍ଦ ହୋଇଯାଇଛି । ଏହି ପ୍ରକଳ୍ପ କାର୍ଯ୍ୟକାରୀ ହେବା ପୂର୍ବରୁ...

ଭାରତରେ ହେବ ୨୦୨୧ ଟି-୨୦ ବିଶ୍ୱକପ

ଦୁବାଇ, ୭ା୮(ପି.ଟି.)-ଭାରତ ଟି୨୦ ବିଶ୍ୱକପ୍‌ ୨୦୨୧ ଆୟୋଜନ ଅଧିକାର ବଜାୟ ରଖିଛି। ଅନ୍ୟପକ୍ଷରେ କୋଭିଡ୍‌-୧୯ ଯୋଗୁ ଚଳିତବର୍ଷ ସ୍ଥଗିତ ରହିଥିବା ସଂସ୍କରଣ ୨୦୨୨ରେ ଅଷ୍ଟ୍ରେଲିଆ ଆୟୋଜନ...

ଏମ୍‌ଏସ୍‌ପି ବନ୍ଦ ପ୍ରଶ୍ନ ଉଠୁନି: ଧର୍ମେନ୍ଦ୍ର

ଭୁବନେଶ୍ୱର,୪।୧୦(ବ୍ୟୁରୋ): କେନ୍ଦ୍ରରେ ଏନ୍‌ଡିଏ ସରକାର ଥିବା ପର୍ଯ୍ୟନ୍ତ ସର୍ବନିମ୍ନ ସହାୟକ ମୂଲ୍ୟ(ଏମ୍‌ଏସ୍‌ପି) ବନ୍ଦ ହେବା ପ୍ରଶ୍ନ ଉଠୁନାହିଁ। ଏନେଇ ଅପପ୍ରଚାର ହେଉଛି, ଏହା ସମ୍ପୂର୍ଣ୍ଣ ମିଥ୍ୟା।...

ଦେଶରେ ୪,୦୬୭ କରୋନା ସଂକ୍ରମିତଙ୍କ ମଧ୍ୟରୁ ୧,୪୪୫ ଜଣଙ୍କର ରହିଛି ତବଲିଘ୍ ଜମାତ୍ ସହ ସମ୍ପର୍କ

ନୂଆଦିଲ୍ଲୀ,୬ ।୪: ସୋମବାର ସୁଦ୍ଧା ଦେଶରେ କରୋନା ସଂକ୍ରମିତଙ୍କ ସଂଖ୍ୟା ପହଞ୍ଚିଛି ୪,୦୬୭ରେ । ତେବେ ଏମାନଙ୍କ ମଧ୍ୟରୁ ୧,୪୪୫ ଜଣଙ୍କର ତବଲିଘ ଜମାତ୍ ସହ...

ଗାଡ଼ି ଚାଳନା ଉପରେ ଲାଗିଲା କଟକଣା: ସଉଦା ପାଇଁ ଚାଲିକରି ଯିବାକୁ ହେବ

ଭୁବନେଶ୍ୱର, ୨୪।୩(ବ୍ୟୁରୋ): କରୋନା ଭୂତାଣୁର ସମ୍ପ୍ରସାରଣ ରୋକିବା ପାଇଁ ରାଜ୍ୟ ସରକାର ଘରେ ନିଜକୁ ଆବନ୍ଧ ରଖିବା ଲାଗି ଲୋକଙ୍କୁ ନିବେଦନ କରିଛନ୍ତି। ଏ ନେଇ...

‘ବିଜୟକୁ ଚିହ୍ନିବା ବ୍ୟକ୍ତି ଆଗକୁ ବଢ଼ିଥାଏ’

ଭୁବନେଶ୍ୱର, ୨୧।୧୨(କ୍ରୀଡ଼ା ପ୍ରତିନିଧି)- ”କଠିନ ପରିଶ୍ରମ କରି ଯେଉଁ କାର୍ଯ୍ୟ କରାଯାଏ ତାହାର ଫଳ ଭଗବାନ ଦେଇଥାନ୍ତି। କୌଣସି କଠିନ ପରିସ୍ଥିତି ସାମ୍‌ନାକୁ ଆସିଲେ ତାହାକୁ...


Coronavirus Update

Archives

Model This Week

Why Dharitri