Posted inଖେଳ

ଆରମ୍ଭ ହେଲା ଓସିଏ ନିର୍ବାଚନ ପ୍ରକ୍ରିୟା: ଦାୟିତ୍ୱ ଗ୍ରହଣ କଲେ ମାଖନଲାଲ

କଟକ ଅଫିସ,୨୭ା୮- ଓଡ଼ିଶା କ୍ରିକେଟ ଆସୋସିଏଶନ(ଓସିଏ)ର ନିର୍ବାଚନ ଅଧିକାରୀ ଭାବେ ସୋମବାର ଦାୟିତ୍ୱ ଗ୍ରହଣ କରିଛନ୍ତି ବିହାରର ପୂର୍ବତନ ନିର୍ବାଚନ କମିଶନର ମାଖନଲାଲ ମଜୁମଦାର। ମାଖନଲାଲଙ୍କୁ ଓସିଏ କାର୍ଯ୍ୟାଳୟ ପରିସରରେ ସ୍ବାଗତ ସମ୍ବର୍ଦ୍ଧନା ଦିଆଯାଇଥିଲା। କାର୍ଯ୍ୟକାରୀ କମିଟି ଅଧ୍ୟକ୍ଷ ଧୀରେନ ପଲାଇ ତାଙ୍କୁ ସ୍ବାଗତ ଜଣାଇଥିଲେ। ଏଥିସହ ସୋମବାରଠାରୁ ଓସିଏର ନିର୍ବାଚନ ପ୍ରକିୟା ଆରମ୍ଭ ହୋଇଯାଇଛି। ପ୍ରଥମ ଦିବସରେ ମାଖନଲାଲ ଓସିଏର ସମ୍ବିଧାନ ଯାଞ୍ଚ କରିବା ସହ ସୁପ୍ରିମକୋର୍ଟ ଓ କମିଟି ଅଫ ଆଡମିନଷ୍ଟ୍ରେଟର (ସିଓଏ)ରୁ ଆସିଥିବା ସମସ୍ତ ରିପୋର୍ଟ ଦେଖିଛନ୍ତି । ମଙ୍ଗଳବାରଠାରୁ ନିର୍ବାଚନ ପ୍ରକ୍ରିୟା ତ୍ୱରାନ୍ବିତ ହେବ । ବିହାର କ୍ୟାଡର ୧୯୬୬ ବ୍ୟାଚ୍‌ର ଆଇଏଏସ ଅଧିକାରୀ ହେଉଛନ୍ତି ମାଖନଲାଲ ।
ସେପ୍ଟେମ୍ବର ୧୪ ତାରିଖ ମଧ୍ୟରେ ଓସିଏ କର୍ମକର୍ତ୍ତା ନିର୍ବାଚନ ହେବାର ଆଶା ଏବେ ମଜବୁତ ହୋଇଛି। ନିର୍ବାଚନ ଅଧିକାରୀ ମାଖନଲାଲ ମଧ୍ୟ ନିଜ ପ୍ରତିକ୍ରିୟାରେ କହିଛନ୍ତି ଯେ, ନିର୍ଦ୍ଧାରିତ ତାରିଖ ମଧ୍ୟରେ ନିର୍ବାଚନ ଶେଷ କରିବାକୁ ଚେଷ୍ଟା କରାଯିବ । ଏବେ ନିର୍ବାଚନ ନେଇ ଓସିଏର ସ୍ଥିତି କଣ ରହିଛି ତାହା ଜଣାନାହିଁ । ସମସ୍ତ କାଗଜପତ୍ର ଯାଞ୍ଚ କରିବା ପରେ ପର୍ଯ୍ୟାୟ କ୍ରମେ ସମସ୍ତ ପଦକ୍ଷେପ ଗ୍ରହଣ କରାଯିବ ବୋଲି ସେ କହିଥିଲେ । କ୍ଲବ କିମ୍ବା ଓସିଏର ଅନ୍ୟ ପ୍ରସଙ୍ଗ ସମ୍ପର୍କରେ ପଚାରିଥିଲେ ମଧ୍ୟ ସେ ସମ୍ପର୍କରେ କୌଣସି ସ୍ପଷ୍ଟ ଉତ୍ତର ମାଖନଲାଲ ଦେଇ ନଥିଲେ । ଅନ୍ୟପକ୍ଷରେ ମାଖନଲାଲ ଏକ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ ସୋମବାର ଏଠାରେ ଉପସ୍ଥାପନ କରିଥିଲେ । ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ(ବିସିସିଆଇ)ର ସମ୍ବିଧାନରେ ଥିବା ଏକ ନିୟମକୁ ନେଇ ମାଖନଲାଲ କହିଛନ୍ତି ଯେ, ନିର୍ବାଚନର ଅଳ୍ପ ଦିନ ପୂର୍ବରୁ ସଦସ୍ୟତା ପ୍ରଦାନ କରାଯାଇ ପାରିବ ନାହିଁ । ଯଦି ଏଭଳି ହୁଏ ତେବେ ସଦସ୍ୟତା ପ୍ରଦାନ ଦିନଠାରୁ ନିର୍ବାଚନ ଆଉ ୩ମାସ ଘୁଞ୍ଚିଯିବ । ଏଣୁ ଓସିଏର ସମ୍ବିଧାନରେ ଯେଉଁ ମାନଙ୍କୁ ସଦସ୍ୟ ଭାବେ ପୂର୍ବରୁ ଗ୍ରହଣ ହୋଇଛି ଏବେ ସେମାନଙ୍କୁ ନେଇ ନିର୍ବାଚନ ପ୍ରକ୍ରିୟା ଆଗକୁ ବଢ଼ିବ ବୋଲି ସେ କହିଛନ୍ତି । ସୂଚନା ଥାଉକି, ଓସିଏର ନୂତନ ସମ୍ବିଧାନରେ ସଦସ୍ୟ ସଂଖ୍ୟା ଏବେ ୭୩ ରହିଛି। ଏହା ମଧ୍ୟରେ ୩୦ଟି ଜିଲା, ୨୦ଟି କ୍ଲବ, ୧୦ଟି ସ୍କୁଲ, ୫ଟି କଲେଜ ରହିଛି। ଏହାଛଡ଼ା ଭୁବନେଶ୍ୱର, ରାଉରକେଲା, ରେଲୱେ, ପାରାଦୀପ, କିଟ୍‌ ରହିଥିବା ବେଳେ ଖେଳାଳି ଭାବେ ସାମିଲ ହୋଇଛନ୍ତି ୩ ଅନ୍ତର୍ଜାତୀୟ ଖେଳାଳି ଶିବ ସୁନ୍ଦର ଦାସ, ସଞ୍ଜୟ ରାଉଳ ଓ ଦେବାଶିଷ ମହାନ୍ତି । କାର୍ଯ୍ୟକାରୀ କମିଟି ଅଧ୍ୟକ୍ଷ ଧୀରେନ ଏ ସମ୍ପର୍କରେ କୁହନ୍ତି, ଅକ୍ଟୋବର ୨୨ରେ ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ(ବିସିସିଆଇ)ର ନିର୍ବାଚନ ହେବ । ଏହା ପୂର୍ବରୁ ସେପ୍ଟେମ୍ବର ୧୪ ମଧ୍ୟରେ ରାଜ୍ୟ ସଂଘର ନିର୍ବାଚନ ଶେଷ କରିବାକୁ ନିର୍ଦ୍ଦେଶ ରହିଛି । ଅତିବେଶୀରେ ସେପ୍ଟେମ୍ବର ୨୦ ମଧ୍ୟରେ ଓସିଏର ନିର୍ବାଚନ ଶେଷ ହୋଇଥିବ ବୋଲି ଧୀରେନ କହଛନ୍ତି।
ଅପେକ୍ଷାରେ ରହିଲେ ୧୫୨ କ୍ଲବ
କ୍ରିକେଟ ଖେଳୁଥିବା କିମ୍ବା କ୍ରିକେଟକୁ ପ୍ରୋତ୍ସାହିତ କରୁଥିବା କ୍ଲବଙ୍କୁ ସଦସ୍ୟତା ଦିଆଯିବା ଉଚିତ ବୋଲି ସିଓଏର ନିଷ୍ପତ୍ତି ପରେ ଓସିଏରେ ସଦସ୍ୟତା ପାଇଁ ଆବେଦନ କରିଛନ୍ତି ମୋଟ ୧୫୨ କ୍ଲବ। ରାଜ୍ୟର ସମସ୍ତ ଜିଲାରୁ କ୍ଲବମାନେ ଏହି ଆବେଦନରେ ସାମିଲ ହୋଇଛନ୍ତି । କ୍ଲବମାନଙ୍କୁ ସଦସ୍ୟତା ପ୍ରଦାନ କରାଯିବା ନେଇ ଗଠିତ ହୋଇଥିବା ୫ଜଣିଆ ଯାଞ୍ଚ କମିଟିର ବୈଠକ ସୋମବାର ଅନୁଷ୍ଠିତ ହୋଇଥିଲା । ଏହି କମିଟି ଅଧ୍ୟକ୍ଷ ଶିବ ପ୍ରସାଦ ତ୍ରିପାଠୀ କହିଛନ୍ତି ଯେ, ଯାଞ୍ଚ ପ୍ରକ୍ରିୟା ସଫଳପୂର୍ଣ୍ଣ ଭାବେ ଶେଷ ହୋଇଛି । ଆଗାମୀ ନିର୍ବାଚନ ପରେ ସାଧାରଣ ପରିଷଦ ଗଠନ ହେଲେ ଉକ୍ତ କ୍ଲବଗୁଡ଼ିକଙ୍କ ସଦସ୍ୟତା ନେଇ ବିଚାର କରାଯିବ । ଏଣୁ ସିଧାସଳଖ କହିବାକୁ ଗଲେ ସଦସ୍ୟତା ଆଶାୟୀ ନୂତନ କ୍ଲବ ଗୁଡ଼ିକ ଏବେ ନିର୍ବାଚନରେ ଭାଗ ନେଇ ପାରିବେ ନାହିଁ । ନିର୍ବାଚନ ଶେଷ ହୋଇ ଫଳାଫଳ ଘୋଷଣା ପର୍ଯ୍ୟନ୍ତ ଏମାନଙ୍କୁ ଅପେକ୍ଷା କରିବାକୁ ପଡ଼ିବ।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ଡବ୍ଲ୍ୟୁସିଏଲ୍‌ ପାଇଁ ବଡ଼ ଘୋଷଣା, ସିଜନ-୩ରେ ଖେଳିବେ ଏହି ଷ୍ଟାର ଖେଳାଳି, ଜାଣନ୍ତୁ…

ନୂଆଦିଲ୍ଲୀ,୧୭ା: ଅକ୍ଟୋବର ୩ରୁ ଆରମ୍ଭ ହେବଓ୍ବାଲର୍‌ଡ ଚାମ୍ପିୟନଶିପ୍‌ ଅଫ୍‌ ଲିଜେଣ୍ଡ୍ସ(ଡବ୍ଲ୍ୟୁସିଏଲ୍‌)। ଏଥିରେ ଯୁବରାଜ ସିଂ, ଡ୍ବେନ ବ୍ରାଭୋ ଓ ଏବି ଡି’ଭିଲର୍ସଙ୍କ ଭଳି ପୂର୍ବତନ ଷ୍ଟାର ଖେଳାଳିଙ୍କ…

ଅଷ୍ଟ୍ରେଲିଆକୁ ICC ଦେଲା ବଡ଼ ଦଣ୍ଡ: ବାଂଲାଦେଶଠାରୁ ଶୋଚନୀୟ ପରାଜୟ ପରେ କଙ୍ଗାରୁ ଟିମ୍‌କୁ…

ଆଡ଼ିଲେଡ,୧୭।୮: ପ୍ରଥମ ଟେଷ୍ଟ ମ୍ୟାଚ୍‌ରେ ଅଷ୍ଟ୍ରେଲିଆକୁ ୯ ଉଇକେଟେରେ ପରାସ୍ତ କରି ବାଂଲାଦେଶ ଇତିହାସ ରଚିଥିଲା। ଟେଷ୍ଟ କ୍ରିକେଟ ଇତିହାସରେ ଏହା ପ୍ରଥମ ଥର ପାଇଁ ଅଷ୍ଟ୍ରେଲିଆ…

ଗିଲଙ୍କ ଧମାକା, ଗୋଟିଏ ହାତରେ ଏମତି କ୍ୟାଚ୍‌ ଧରିଲେ ସବୁ ଆଶ୍ଚର୍ଯ୍ୟ!

ନୂଆଦିଲ୍ଲୀ,୧୭।୮: ଶ୍ରୀଲଙ୍କା ବିପକ୍ଷ ଟେଷ୍ଟରେ ଭାରତୀୟ ଅଧିନାୟକ ଶୁଭମନ ଗିଲ୍ ଏକ ଚମତ୍କାର କ୍ୟାଚ୍ ଧରି ସମସ୍ତଙ୍କୁ ଚକିତ କରିଛନ୍ତି। କୁଲଦୀପ ଯାଦବଙ୍କ ବଲ୍‌ରେ ଶ୍ରୀଲଙ୍କା ବ୍ୟାଟର…

ଗାଲେ ଟେଷ୍ଟରେ ପଡିକଲଙ୍କ ଦମ୍‌ଦାର ଶତକ, ଭାରତ ୪୬୦/୯

ଗାଲେ, ୧୬ା୮: ଶ୍ରୀଲଙ୍କା ବିପକ୍ଷରେ ଚାଲିଥିବା ପ୍ରଥମ ଟେଷ୍ଟ କ୍ରିକେଟ ମ୍ୟାଚ୍‌ରେ ଭାରତୀୟ ବ୍ୟାଟର ଦମ୍‌ଦାର ପ୍ରଦର୍ଶନ କରିଛନ୍ତି। ବ୍ୟାଟର ଦେବଦତ୍ତ ପଡିକଲଙ୍କ ଶତକ ବଳରେ ଭାରତ…

Men’s Hockey World Cup: ବିଜୟରୁ ଭାରତର ଅଭିଯାନ ଆରମ୍ଭ

ଆମଷ୍ଟେଲଭିନ, ୧୫।୮: ଆରମ୍ଭ ହୋଇଯାଇଛି ପୁରୁଷ ହକି ବିଶ୍ୱକପ। ଶନିବାର ଅନୁଷ୍ଠିତ ପୁଲ ଡି’ର ଉଦ୍‌ଘାଟନୀ ମ୍ୟାଚ୍‌ରେ ଭାରତ ୱେଲ୍ସକୁ ୩-୧ ଗୋଲ୍‌ରେ ପରାସ୍ତ କରି ବିଜୟରୁ…

ଏମିତି ସର୍ଟ ମାରିଲେ ରାହୁଲ, ଶ୍ରୀଲଙ୍କା ଖେଳାଳିଙ୍କ ମୁଣ୍ଡରେ ବାଜିଲା: ଆଉ ତା’ପରେ ଘଟିଲା…

ଗାଲେ,୧୫।୮: ଭାରତ ଏବଂ ଶ୍ରୀଲଙ୍କା ମଧ୍ୟରେ ଟେଷ୍ଟ ସିରିଜର ପ୍ରଥମ ମ୍ୟାଚ ଗାଲେରେ ଚାଲିଛି। ଟିମ ଇଣ୍ଡିଆ ଏହି ମ୍ୟାଚରେ ପ୍ରଥମେ ବ୍ୟାଟିଂ କରୁଛି। ଅଧିନାୟକ ଶୁବମନ…

ଲାଇଭ୍‌ ମ୍ୟାଚ୍‌ରେ ଗର୍ଲଫ୍ରେଣ୍ଡଙ୍କ ସହ ଚାଟିଂ କରୁଥିଲେ କ୍ରିକେଟର୍‌: BCCI ନେଲା ବଡ଼ ଆକ୍ସନ

ଚେନ୍ନାଇ,୧୫।୮: ୨୦୨୬ ତାମିଲନାଡୁ ପ୍ରିମିୟର ଲିଗ (TNPL) ସମୟରେ ଜଣେ କ୍ରିକେଟର ଏକ ବଡ଼ ଭୁଲ କରିଥିଲେ। ପୂର୍ବରୁ ରଣଜୀ ଟ୍ରଫିରେ ତାମିଲନାଡୁର ପ୍ରତିନିଧିତ୍ୱ କରିଥିବା ଖେଳାଳି…

ଆଜିଠାରୁ ଭାରତ-ଶ୍ରୀଲଙ୍କା ଟେଷ୍ଟ ସିରିଜ: ଜାଣନ୍ତୁ କେତେବେଳେ କେଉଁଠି ଦେଖିପାରିରେ ମ୍ୟାଚ୍‌

ଗାଲେ, ୧୫ା୮:ଭାରତ ଓ ଘରୋଇ ଶ୍ରୀଲଙ୍କା ମଧ୍ୟରେ ଦୁଇ ମ୍ୟାଚ୍‌ ବିଶିଷ୍ଟ କ୍ରିକେଟ ଟେଷ୍ଟ ସିରିଜ ଶନିବାରଠାରୁ ଆରମ୍ଭ ହେବ। ଗାଲେ ପ୍ରଥମ ମ୍ୟାଚ ଖେଳାଯିବ। ଉଭୟ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri