ଆରମ୍ଭ ହେଲା ଆଲ୍‌ମି ଇଜ୍‌ତମା:ଯୋଗଦେଲେ ୪୦ହଜାରରୁ ଊର୍ଦ୍ଧ୍ୱ ଶ୍ରଦ୍ଧାଳୁ

ରସୁଲପୁର,୧।୩(ଡି.ଏନ୍‌.ଏ.): ରସୁଲପୁର ଅନ୍ତର୍ଗତ ଅବିଭକ୍ତ ବ୍ରହ୍ମବରଦାଠାରେ ଶନିବାରଠାରୁ ୩ଦିନିଆ ବିଶ୍ୱ ମୁସଲିମ୍‌ ଧର୍ମ ସମ୍ମିଳନୀ ଆରମ୍ଭ ହୋଇଛି। ପ୍ରଥମ ଦିବସରେ ୪୦ହଜାରରୁ ଊର୍ଦ୍ଧ୍ୱ ଭକ୍ତଙ୍କ ସମାଗମ ହୋଇଥିବା ଲକ୍ଷ୍ୟ କରାଯାଇଛି। ତେବେ ପ୍ରଥମ ଦିନରେ ଆଶାତୀତ ଭକ୍ତଙ୍କ ସମାଗମ ହୋଇ ନ ଥିବାବେଳେ ଆଗାମୀ ଦୁଇ ଦିନରେ ଭକ୍ତଙ୍କ ସଂଖ୍ୟା ବଢ଼ିଯାଇପାରେ ବୋଲି ଆକଳନ କରାଯାଉଛି। ଇଜ୍‌ତମା କମିଟିର ଘୋଷଣା ମୁତାବକ ବିଶ୍ୱସ୍ତରୀୟ ସମ୍ମିଳନୀକୁ ଭାରତ ମଧ୍ୟରେ ସମୀତ ରହିବାକୁ ଏକ ବଡ଼ କାରଣ ବୋଲି ଚର୍ଚ୍ଚା ହେଉଛି। ତେବେ କେଉଁ ପରିସ୍ଥିତିରେ ବିଶ୍ୱସ୍ତରୀୟ ସମ୍ମିଳନୀକୁ ଭାରତ ସମ୍ମିଳନୀ ବୋଲି କୁହାଗଲା ତା’ର କୌଣସି ସ୍ପଷ୍ଟ ସୂଚନା ମିଳିନାହିଁ। ଏହାଛଡ଼ା ସମ୍ମିଳନୀକୁ ଓଡ଼ିଶା ଓ ପଡ଼ୋଶୀ ରାଜ୍ୟର ସଂଖ୍ୟାଲଘୁ ସଂପ୍ରଦାୟଙ୍କ ମଧ୍ୟରେ ସମୀତ ରଖାଯାଇଥିବା ଇଜ୍‌ତମା ପରିଚାଳନା କମିଟି ପକ୍ଷରୁ ସୂଚନା ଦିଆଯାଇଛି। ତଥାପି ଏହି ସମ୍ମିଳନୀକୁ ସଫଳ କରିବା ପାଇଁ ବ୍ୟାପକ ବ୍ୟବସ୍ଥା କରାଯାଇଛି।

ଏହି ଅବସରରେ ପୂର୍ବ ନିର୍ଦ୍ଧାରିତ ନୀତି ନିର୍ଘଣ୍ଟ ଅନୁସାରେ ଶନିବାର ସକାଳ ୫ଟାରେ ନମାଜପାଠ(ସମୂହ ପ୍ରାର୍ଥନା)ରୁ ସମ୍ମିଳନୀ କାର୍ଯ୍ୟ ଆରମ୍ଭ ହୋଇଥିଲା। ଭକ୍ତମାନଙ୍କ ମଧ୍ୟରେ ଧର୍ମୀୟ ଚିନ୍ତାଧାରକୁ ବଢାଇବା ପାଇଁ ସମ୍ମିଳନୀ ସହାୟକ ହେବ ବୋଲି କୁହାଯାଉଛି। ଶ୍ରଦ୍ଧାଳୁଙ୍କ ମନରେ ଧର୍ମକୁ ନେଇ ରହିଥିବା ଅନ୍ଧତ୍ୱ ଓ କୁ-ସଂସ୍କାରକୁ ଦୂର କରିବା ଉପରେ ଅଧିକ ଗୁରୁତ୍ୱ ଦିଆଯାଉଛି। ବିଶ୍ୱରେ ଭାଇଚାରା ଭାବକୁ ଶାଣିତ କରିବା ସହ ସବୁ ମଣିଷ ଅଲ୍ଲାଙ୍କ ସନ୍ତାନ ବୋଲି ମନେ କରିବା ଉପରେ ଗୁରୁତ୍ୱ ପ୍ରଦାନ କରାଯାଇଥିଲା। ସମ୍ମିଳନୀସ୍ଥଳରେ ଭକ୍ତଙ୍କ ସୁବିଧା ପାଇଁ ବ୍ୟାପକ ପୂର୍ବ ପ୍ରସ୍ତୁତି ସରିଛି। ଠି୍‌କ ସମୟରେ କ୍ୟାଣ୍ଟିନଗୁଡ଼ିକରେ ଖାଦ୍ୟ ପ୍ରସ୍ତୁତ ହେବା ସହ ପାଣି, ଆଲୋକ ଆଦିର ବ୍ୟାପକ ବ୍ୟବସ୍ଥା କରାଯାଇଛି। ଇସ୍ତମା କମିଟି ପକ୍ଷରୁ ନିର୍ଦ୍ଧାରିତ ଦାମ୍‌ରେ ଖାଦ୍ୟ ବିକ୍ରୟ କରାଯାଉଛି। ସମ୍ମିଳନୀସ୍ଥଳକୁ ଟ୍ରାଫିକ୍‌ ନିୟନ୍ତ୍ରଣ ପାଇଁ ପୋଲିସ ପ୍ରଶାସନ ସଜାଗ ରହିଛି। ଖୋଦ୍‌୍‌ ଯାଜପୁର ଜିଲା ଆରକ୍ଷୀ ଚରଣ ସିଂ ମୀନା ସୁରକ୍ଷା ବ୍ୟବସ୍ଥାକୁ ତଦାରଖ କରୁଛନ୍ତି। ସମ୍ମିଳନୀସ୍ଥଳରେ ୪୦ପ୍ଲାଟୁନ ଫୋର୍ସ ମୁତୟନ କରାଯାଇଛି। ଗାଡିଂ ପାର୍କିଂ ପାଇଁ ଏକାଧିକ ସ୍ଥାନ ନିରୂପରଣ କରାଯାଇଛି। ଯାତ୍ରୀବହୀ ବସ୍‌, ଚାରି ଚକିଆ ଯାନ, ବାଇକ୍‌ ଆଦି ଗୁଡିକୁ ପାର୍କିଂ କରିବା ପାଇଁ ଅଲଗା ଅଲଗା ପାର୍କିଂ ସ୍ଥାନ କରାଯାଇଛି। ଟ୍ରାଫିକକୁ ବ୍ୟବସ୍ଥିତ ଢଙ୍ଗରେ ରଖିବା ପାଇଁ ପାର୍କିଂସ୍ଥଳିକୁ ସମ୍ମିଳନୀ ସ୍ଥଳଠାରୁ ପ୍ରାୟତଃ ୩ କି.ମି. ଦୂରରେ ରଖାଯାଇଛି। ପାର୍କିଂ ସ୍ଥଳରୁ ଛୋଟ ଗାଡ଼ି ସହାୟତାରେ ଭକ୍ତମାନଙ୍କୁ ସମ୍ମିଳନୀ ନିକଟକୁ ପରିବହନ କରାଯାଉଛି। ଏହାକୁ ନେଇ ବ୍ରହ୍ମବରଦା ଚଳଞ୍ଚଚଳ ହୋଇଉଠିଛି। ଦୀର୍ଘ ୨୫ବର୍ଷ ପରେ ଏହି ସମ୍ମିଳନୀକୁ ପୁଣି ଥରେ ଅତିନିକଟରେ ଦେଖିବାର ସୁଯୋଗକୁ ମୁସଲିମ୍‌ ସଂପ୍ରଦାୟର ଲୋକେ ବିଶେଷ ଖୁସିବ୍ୟକ୍ତ କରିଛନ୍ତି। ଏହି କାର୍ଯ୍ୟକ୍ରମକୁ ସଫଳ କରିବା ସକାଶେ ପୁରା ମୁସଲିମ୍‌ ସମ୍ପ୍ରଦାୟ, ବରୀ ବିଧାୟିକା ସୁନନ୍ଦା ଦାସ ଓ ବିଜେଡି ଦଳର କର୍ମୀଙ୍କ ବିଶେଷ ଭୂମିକା ରହିଛି। ଏହାଛଡ଼ା ସ୍ଥାନୀୟ ଅଞ୍ଚଳର ଜନପ୍ରତିନିଧି ଓ ଜନସାଧାରଣ ସେମାନଙ୍କ ବଳିଷ୍ଠ ସହଯୋଗ ସମ୍ମିଳନୀକୁ ସଫଳ ରୂପାୟନ କରିବେ ବୋଲି କୁହାଯାଉଛି।


Enter your email to get our daily news in your inbox.

All Right Reserved By Dharitri.Com

କେନାଲରେ ଫସି ରହିଥିଲା ବାର୍‌ହା, ଏମିତି ଉଦ୍ଧାର କଲେ ଅଗ୍ନିଶମ କର୍ମଚାରୀ

ଗଞ୍ଜାମ,୧୬।୮(ବିଦ୍ୟାଧର ସାହୁ): ଗଞ୍ଜାମ ସହର ସ୍ଥିତ ପୋତାଗଡ଼ ପାର୍ଶ୍ୱରେ ଥିବା ଋଷୁକୂଲ୍ୟା ନଦୀ ଜଳରେ ବୋଟିଙ୍ଗ ପାଇଁ ନିର୍ମାଣ ହୋଇଥିବା କ୍ଷୁଦ୍ର କେନାଲରେ ଫସି ରହିଥିବା ଏକ…

ଛକରେ କଫସିରପ ବିକ୍ରି ବେଳେ ମାଡିବସିଲା ସୋହେଲା ପୋଲିସ, ୩ ଗିରଫ

ସୋହେଲା,୧୬।୮(ଅଶ୍ୱିନୀ ପାତ୍ର): ବରଗଡ଼ ଜିଲା ସୋହେଲା ପୋଲିସ ଆଜି ବାଉଁସେନମୁରା ଗ୍ରାମ ପଂଚାୟତ ଅନ୍ତର୍ଗତ କେନ୍ଦବାହାଲ ରାସ୍ତାରେ ପେଟ୍ରୋଲିଂ ସମୟରେ ତିନିଜଣ କଫସିରପ ବ୍ୟବସାୟୀଙ୍କୁ ଗିରଫ କରି…

ଅନ୍ଧାରିଆ ଜଙ୍ଗଲରେ ଚାଲିଥିଲା ଜୁଆ ଖେଳ; ମାଡ଼ିବସିଲା ଝରିଗାଁ ପୋଲିସ, ଜବତ କଲା…

ଝରିଗାଁ,୧୬।୮(କିଶୋର ଚନ୍ଦ୍ର ମଣ୍ଡଳ): ନବରଙ୍ଗପୁର ଜିଲା ଝରିଗାଁ ନିକଟସ୍ଥ ହୁଣ୍ଡାରଧଡକି ଜଙ୍ଗଲ ନିକଟରେ ଜୁଆ ଖେଳ ଚାଲିଥିବା ବେଳେ ରବିବାର ସନ୍ଧ୍ୟାରେ ଝରିଗାଁ ପୋଲିସ ତରଫରୁ ଅତର୍କିତ…

ଖେମୁଣ୍ଡି ଫୁଟବଲ ଟୁର୍ନାମେଣ୍ଟ: ବ୍ରହ୍ମପୁରର ନଟରାଜ ଟିମ୍‌ ଚାମ୍ପିୟନ

ଦିଗପହଣ୍ଡି,୧୬।୮(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ସ୍ଥିତ ଖେମୁଣ୍ଡି ସ୍ପୋର୍ଟିଂ କ୍ଲବ ଏବଂ ଏନଏସି କାର୍ଯ୍ୟାଳୟର ମିଳିତ ଆନୁକୁଲ୍ୟରେ ପବିତ୍ର ସ୍ବାଧୀନତା ଦିବସ ଅବସରରେ ସ୍ଥାନୀୟ…

ପ୍ରବଳ ବର୍ଷାକୁ ନେଇ ଚିନ୍ତାରେ ଚାଷୀ, ଆନନ୍ଦପୁର ଉପଜିଲାପାଳ କହିଲେ…

ହାଟଡିହୀ/ଛେନାପଦୀ,୧୬।୮(ଶୁଭକାନ୍ତ ନାୟକ/ନିରାକାର ପରିଡା): ପାଣିପାଗ ବିଭାଗ ତରଫରୁ କେନ୍ଦୁଝର ଜିଲାକୁ ରେଡ୍ ଓ୍ବାର୍ନିଂ ଜାରି କରାଯାଇଥିଲା । ଏହାପରେ ଲୋକଙ୍କ ଧନ, ଜୀବନକୁ ଦୃଷ୍ଟିରେ ରଖି ପ୍ରଶାସନ…

ସଶକ୍ତ ଶିଶୁ ସଶକ୍ତ ଭାରତ କାର୍ଯ୍ୟକ୍ରମରେ ଯୋଗଦେଲେ ଦିଗପହଣ୍ଡି ବିଧାୟକ, କହିଲେ ଶିଶୁଙ୍କ ବୈଷୟିକ ଜ୍ଞାନକୌଶଳ…

ଦିଗପହଣ୍ଡି,୧୬।୮(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ସ୍ଥିତ ମଧୁବିଦ୍ଯା ପୀଠ ବିଦ୍ୟାଳୟ ପରିସରରେ ‘ସଶକ୍ତ ଶିଶୁ ସଶକ୍ତ ଭାରତ’ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ରୋଟାରୀ…

ଜଳପ୍ରପାତରେ ଗାଧୋଉଥିବା ବେଳେ ଖସିପଡ଼ିଲେ ଶିକ୍ଷକ, ତାପରେ….

ବରଗଡ଼,୧୬।୮(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲା ଅମ୍ବାଭୋନା ଥାନା ଅଞ୍ଚଳରେ ଥିବା ପର୍ଯ୍ୟଟନସ୍ଥଳୀ ବାରବଖରା ଜଳପ୍ରପାତରେ ରବିବାର ଏକ ଅଭାବନୀୟ ଘଟଣା ଘଟିଛି । ଏହି ଜଳପ୍ରପାତରେ ଗାଧୋଉଥିବା…

ବର୍ଷାରେ ଧସିଲା ଗାର୍ଡ଼ ୱାଲ୍‌, ନଦୀକୂଳ ବାସୀ ଭୟଭିତ

ଆଳି,୧୬।୮(ବନମାଳୀ ସେନାପତି): କେନ୍ଦ୍ରାପଡ଼ା ଜିଲା ଆଳି ରିଙ୍ଗ ବନ୍ଧର ବଉଳଯୋଡି ନିକଟରେ ଥିବା ସଲୁଇସ୍‌ ଗେଟର ଗାର୍ଡ ୱାଲ୍‌ ବର୍ଷା ଯୋଗୁ ଧସି ଯାଇଛି। ଗାର୍ଡୱାଲ ଧସିବା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri