ଆରମ୍ଭ ହେଲା ଆଲ୍‌ମି ଇଜ୍‌ତମା:ଯୋଗଦେଲେ ୪୦ହଜାରରୁ ଊର୍ଦ୍ଧ୍ୱ ଶ୍ରଦ୍ଧାଳୁ

ରସୁଲପୁର,୧।୩(ଡି.ଏନ୍‌.ଏ.): ରସୁଲପୁର ଅନ୍ତର୍ଗତ ଅବିଭକ୍ତ ବ୍ରହ୍ମବରଦାଠାରେ ଶନିବାରଠାରୁ ୩ଦିନିଆ ବିଶ୍ୱ ମୁସଲିମ୍‌ ଧର୍ମ ସମ୍ମିଳନୀ ଆରମ୍ଭ ହୋଇଛି। ପ୍ରଥମ ଦିବସରେ ୪୦ହଜାରରୁ ଊର୍ଦ୍ଧ୍ୱ ଭକ୍ତଙ୍କ ସମାଗମ ହୋଇଥିବା ଲକ୍ଷ୍ୟ କରାଯାଇଛି। ତେବେ ପ୍ରଥମ ଦିନରେ ଆଶାତୀତ ଭକ୍ତଙ୍କ ସମାଗମ ହୋଇ ନ ଥିବାବେଳେ ଆଗାମୀ ଦୁଇ ଦିନରେ ଭକ୍ତଙ୍କ ସଂଖ୍ୟା ବଢ଼ିଯାଇପାରେ ବୋଲି ଆକଳନ କରାଯାଉଛି। ଇଜ୍‌ତମା କମିଟିର ଘୋଷଣା ମୁତାବକ ବିଶ୍ୱସ୍ତରୀୟ ସମ୍ମିଳନୀକୁ ଭାରତ ମଧ୍ୟରେ ସମୀତ ରହିବାକୁ ଏକ ବଡ଼ କାରଣ ବୋଲି ଚର୍ଚ୍ଚା ହେଉଛି। ତେବେ କେଉଁ ପରିସ୍ଥିତିରେ ବିଶ୍ୱସ୍ତରୀୟ ସମ୍ମିଳନୀକୁ ଭାରତ ସମ୍ମିଳନୀ ବୋଲି କୁହାଗଲା ତା’ର କୌଣସି ସ୍ପଷ୍ଟ ସୂଚନା ମିଳିନାହିଁ। ଏହାଛଡ଼ା ସମ୍ମିଳନୀକୁ ଓଡ଼ିଶା ଓ ପଡ଼ୋଶୀ ରାଜ୍ୟର ସଂଖ୍ୟାଲଘୁ ସଂପ୍ରଦାୟଙ୍କ ମଧ୍ୟରେ ସମୀତ ରଖାଯାଇଥିବା ଇଜ୍‌ତମା ପରିଚାଳନା କମିଟି ପକ୍ଷରୁ ସୂଚନା ଦିଆଯାଇଛି। ତଥାପି ଏହି ସମ୍ମିଳନୀକୁ ସଫଳ କରିବା ପାଇଁ ବ୍ୟାପକ ବ୍ୟବସ୍ଥା କରାଯାଇଛି।

ଏହି ଅବସରରେ ପୂର୍ବ ନିର୍ଦ୍ଧାରିତ ନୀତି ନିର୍ଘଣ୍ଟ ଅନୁସାରେ ଶନିବାର ସକାଳ ୫ଟାରେ ନମାଜପାଠ(ସମୂହ ପ୍ରାର୍ଥନା)ରୁ ସମ୍ମିଳନୀ କାର୍ଯ୍ୟ ଆରମ୍ଭ ହୋଇଥିଲା। ଭକ୍ତମାନଙ୍କ ମଧ୍ୟରେ ଧର୍ମୀୟ ଚିନ୍ତାଧାରକୁ ବଢାଇବା ପାଇଁ ସମ୍ମିଳନୀ ସହାୟକ ହେବ ବୋଲି କୁହାଯାଉଛି। ଶ୍ରଦ୍ଧାଳୁଙ୍କ ମନରେ ଧର୍ମକୁ ନେଇ ରହିଥିବା ଅନ୍ଧତ୍ୱ ଓ କୁ-ସଂସ୍କାରକୁ ଦୂର କରିବା ଉପରେ ଅଧିକ ଗୁରୁତ୍ୱ ଦିଆଯାଉଛି। ବିଶ୍ୱରେ ଭାଇଚାରା ଭାବକୁ ଶାଣିତ କରିବା ସହ ସବୁ ମଣିଷ ଅଲ୍ଲାଙ୍କ ସନ୍ତାନ ବୋଲି ମନେ କରିବା ଉପରେ ଗୁରୁତ୍ୱ ପ୍ରଦାନ କରାଯାଇଥିଲା। ସମ୍ମିଳନୀସ୍ଥଳରେ ଭକ୍ତଙ୍କ ସୁବିଧା ପାଇଁ ବ୍ୟାପକ ପୂର୍ବ ପ୍ରସ୍ତୁତି ସରିଛି। ଠି୍‌କ ସମୟରେ କ୍ୟାଣ୍ଟିନଗୁଡ଼ିକରେ ଖାଦ୍ୟ ପ୍ରସ୍ତୁତ ହେବା ସହ ପାଣି, ଆଲୋକ ଆଦିର ବ୍ୟାପକ ବ୍ୟବସ୍ଥା କରାଯାଇଛି। ଇସ୍ତମା କମିଟି ପକ୍ଷରୁ ନିର୍ଦ୍ଧାରିତ ଦାମ୍‌ରେ ଖାଦ୍ୟ ବିକ୍ରୟ କରାଯାଉଛି। ସମ୍ମିଳନୀସ୍ଥଳକୁ ଟ୍ରାଫିକ୍‌ ନିୟନ୍ତ୍ରଣ ପାଇଁ ପୋଲିସ ପ୍ରଶାସନ ସଜାଗ ରହିଛି। ଖୋଦ୍‌୍‌ ଯାଜପୁର ଜିଲା ଆରକ୍ଷୀ ଚରଣ ସିଂ ମୀନା ସୁରକ୍ଷା ବ୍ୟବସ୍ଥାକୁ ତଦାରଖ କରୁଛନ୍ତି। ସମ୍ମିଳନୀସ୍ଥଳରେ ୪୦ପ୍ଲାଟୁନ ଫୋର୍ସ ମୁତୟନ କରାଯାଇଛି। ଗାଡିଂ ପାର୍କିଂ ପାଇଁ ଏକାଧିକ ସ୍ଥାନ ନିରୂପରଣ କରାଯାଇଛି। ଯାତ୍ରୀବହୀ ବସ୍‌, ଚାରି ଚକିଆ ଯାନ, ବାଇକ୍‌ ଆଦି ଗୁଡିକୁ ପାର୍କିଂ କରିବା ପାଇଁ ଅଲଗା ଅଲଗା ପାର୍କିଂ ସ୍ଥାନ କରାଯାଇଛି। ଟ୍ରାଫିକକୁ ବ୍ୟବସ୍ଥିତ ଢଙ୍ଗରେ ରଖିବା ପାଇଁ ପାର୍କିଂସ୍ଥଳିକୁ ସମ୍ମିଳନୀ ସ୍ଥଳଠାରୁ ପ୍ରାୟତଃ ୩ କି.ମି. ଦୂରରେ ରଖାଯାଇଛି। ପାର୍କିଂ ସ୍ଥଳରୁ ଛୋଟ ଗାଡ଼ି ସହାୟତାରେ ଭକ୍ତମାନଙ୍କୁ ସମ୍ମିଳନୀ ନିକଟକୁ ପରିବହନ କରାଯାଉଛି। ଏହାକୁ ନେଇ ବ୍ରହ୍ମବରଦା ଚଳଞ୍ଚଚଳ ହୋଇଉଠିଛି। ଦୀର୍ଘ ୨୫ବର୍ଷ ପରେ ଏହି ସମ୍ମିଳନୀକୁ ପୁଣି ଥରେ ଅତିନିକଟରେ ଦେଖିବାର ସୁଯୋଗକୁ ମୁସଲିମ୍‌ ସଂପ୍ରଦାୟର ଲୋକେ ବିଶେଷ ଖୁସିବ୍ୟକ୍ତ କରିଛନ୍ତି। ଏହି କାର୍ଯ୍ୟକ୍ରମକୁ ସଫଳ କରିବା ସକାଶେ ପୁରା ମୁସଲିମ୍‌ ସମ୍ପ୍ରଦାୟ, ବରୀ ବିଧାୟିକା ସୁନନ୍ଦା ଦାସ ଓ ବିଜେଡି ଦଳର କର୍ମୀଙ୍କ ବିଶେଷ ଭୂମିକା ରହିଛି। ଏହାଛଡ଼ା ସ୍ଥାନୀୟ ଅଞ୍ଚଳର ଜନପ୍ରତିନିଧି ଓ ଜନସାଧାରଣ ସେମାନଙ୍କ ବଳିଷ୍ଠ ସହଯୋଗ ସମ୍ମିଳନୀକୁ ସଫଳ ରୂପାୟନ କରିବେ ବୋଲି କୁହାଯାଉଛି।


Enter your email to get our daily news in your inbox.

All Right Reserved By Dharitri.Com

ବୃଦ୍ଧଙ୍କୁ ପଥରରେ ଛେଚି ହତ୍ୟା

ପାଇକମାଳ,୧୯ା୪(ବଡ଼ ଶତପଥୀ): ବରଗଡ଼ ଜିଲା ପାଇକମାଳ ବ୍ଲକ ଅନ୍ତର୍ଗତ ଭୁବନେଶ୍ୱରପୁର(ଚେରିମୁଣ୍ଡା) ଗ୍ରାମରେ ଏକ ଅଭାବନୀୟ ଘଟଣା ଘଟିଛି। ଜଣେ ୬୫ ବର୍ଷର ବୃଦ୍ଧଙ୍କୁ ପଥରରେ ଛେଚି...

ଗଞ୍ଜେଇ ଚାଲାଣକାରୀଙ୍କୁ ୧୦ ବର୍ଷ ଜେଲ

ବ୍ରହ୍ମପୁର,୧୯।୪(ସୁବାସ ଚନ୍ଦ୍ର ପାଢ଼ୀ): ଅତିରିକ୍ତ ଜିଲା ଦୌରା ଜଜ୍‌(ଏଡିଜେ)-୩ ଡ. ଇନ୍ଦୁ ଶର୍ମା ଶୁକ୍ରବାର ଦୁଇ ଗଞ୍ଜେଇ ଚାଲାଣକାରୀଙ୍କୁ ଦୋଷୀ ସାବ୍ୟସ୍ତ କରିଛନ୍ତି। ସେମାନେ ହେଲେ...

ପୋଲିସ ପରିଚୟ ଦେଇ ଲକ୍ଷାଧିକ ଟଙ୍କା ଲୁଟିନେଲେ ଦୁର୍ବୃତ୍ତ

କଟକ,୧୯ା୪(କାର୍ତ୍ତିକ ସାହୁ): ପୋଲିସ ପରିଚୟ ଦେଇ ଦୁଇ ଜଣଙ୍କଠାରୁ ଲକ୍ଷାଧିକ ଟଙ୍କା ଲୁଟିନେଇଛନ୍ତି ଦୁର୍ବୃତ୍ତ। ଦୁଇଜଣଙ୍କଠାରୁ ଦୁର୍ବୃତ୍ତମାନେ ସାଢ଼େ ୩ ଲକ୍ଷ ଟଙ୍କା ଲୁଟି ନେଇଛନ୍ତି।...

ଭିଜିଲାନ୍ସ ଜାଲରେ କିରାଣି

ବୌଦ୍ଧ,୧୯ା୪(ଅଜିତ ବାରିକ): ବୌଦ୍ଧ ଜିଲା ହରଭଙ୍ଗା ବ୍ଲକ ଶିକ୍ଷାଧିକାରୀଙ୍କ କାର୍ଯ୍ୟାଳୟର ବରିଷ୍ଠ କିରାଣି ରବୀନ୍ଦ୍ର ନାଥ ପାଢ଼ୀ ୨୦ ହଜାର ଟଙ୍କା ଲାଞ୍ଚ ନେଉଥିବାବେଳେ ବୌଦ୍ଧ...

ପୋଲିସ ଅଧିକାରୀଙ୍କୁ ଭର୍ତ୍ତୃହରିଙ୍କ ଦୁର୍ବ୍ୟବହାର ମାମଲା: କୋର୍ଟରେ ହାଜର ହେଲେ ଅମିତାଭ

କଟକ,୧୯।୪(କାର୍ତ୍ତିକ ସାହୁ): କଟକ ଏମ୍‌ପି ଭର୍ତ୍ତୃହରି ମହତାବ ପୋଲିସ ଅଧିକାରୀଙ୍କୁ ଦୁର୍ବ୍ୟବହାର କରିବା ମାମଲା ପୁଣି ଉଠିଛି। କଟକ ଜେଏମ୍‌ଏଫ୍‌ସି ଅଦାଲତରେ ଶୁକ୍ରବାର ସାକ୍ଷ୍ୟ ଗ୍ରହଣ...

ନାମାଙ୍କନପତ୍ର ଦାଖଲ କଲେ କୋରାପୁଟ କଂଗ୍ରେସ ଏମ୍‌ପି ପ୍ରାର୍ଥୀ

କୋରାପୁଟ,୧୯ା୪(ଅମିତାଭ ବେହେରା): ଶୁକ୍ରବାର ମଧ୍ୟାହ୍ନରେ କୋରାପୁଟ ଜିଲାପାଳ ଭି. କୀର୍ତ୍ତି ଭାସନଙ୍କ ନିକଟରେ କଂଗ୍ରେସର କୋରାପୁଟ ଏମ୍‌ପି ପ୍ରାର୍ଥୀ ସପ୍ତଗିରି ଶଙ୍କର ଉଲାକା ନାମାଙ୍କନପତ୍ର ଦାଖଲ...

ବାଇକ୍‌ଆରୋହୀଙ୍କଠାରୁ ଲକ୍ଷାଧିକ ଟଙ୍କା ଜବତ, ନିର୍ବାଚନ ସମୟରେ ଏତେ ଟଙ୍କା କେଉଁଠୁ ଆସିଲା ଚାଲିଛି ତନାଘନା

ଝାରବନ୍ଧ,୧୯ା୪(ଦେବେନ୍ଦ୍ର ସାହୁ): ବରଗଡ଼ ଜିଲା ଝାରବନ୍ଧ ଥାନା ପୋଲିସ ଗୁରୁବାର ରାତିରେ ଡଭାଛକଠାରେ ଚେକିଂ କରୁଥିବା ସମୟରେ ୨ ବାଇକ୍‌ଆରୋହୀଙ୍କଠାରୁ ୬ଲକ୍ଷ ୫୨ହଜାର ୮୦୦ ଟଙ୍କା...

ବିଜେଡି ଛାଡ଼ି ପାରନ୍ତି ପୂର୍ବତନ ଏମପି ପ୍ରସନ୍ନ ପାଟ୍ଟଶାଣୀ!

ଭୁବନେଶ୍ୱର,୧୯।୪: ଓଡ଼ିଶା ରାଜନୀତିରେ ଏବେ କେବଳ ଦଳ ବଦଳ ଚାଲିଛି। ଦଳରେ ଅନେକ ଦିନରୁ ଥିବା ବରିଷ୍ଠ ନେତାମାନେ ମଧ୍ୟ ଟିକେଟ ନ ମିଳିବାରୁ ଓ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri