ଆମ ଉପରେ ନିର୍ଭର

କରୋନା ଭାଇରସ୍‌ ଯୋଗୁ ଭାରତରେ ଲକ୍‌ଡାଉନ ହୋଇଛି। ଦୀର୍ଘଦିନ ଧରି ଲୋକେ ଘରେ ରହିଛନ୍ତି। କଳକାରଖାନା ଚାଲୁ ନ ଥିବା ବେଳେ ଅର୍ଥନୈତିକ କାର୍ଯ୍ୟକଳାପ ସ୍ଥାଣୁ ପାଲଟିଯାଇଛି। କାମ ନ ପାଇ ଲୋକେ ହଇରାଣ ହରକତ ହେଉଛନ୍ତି। ଅନେକ ସ୍ଥାନରେ ଖାଦ୍ୟ ନ ପାଇ କେତେକଙ୍କ ମୃତ୍ୟୁ ଘଟିଲାଣି। ଏପରି କି ହଜାର ହଜାର କିଲୋମିଟର ଚାଲିଚାଲି ଶ୍ରମିକ ନିଜ ଗାଁକୁ ଫେରୁଥିବା ବେଳେ ସେମାନଙ୍କ ମଧ୍ୟରୁ କେତେକେ ରାସ୍ତାରେ ପଡ଼ି ମରିଥିବାର ଖବର ଶୁଣିବାକୁ ମିଳିଛି। ଜରୁରିକାଳୀନ ପରିସ୍ଥିତିର ମୁକାବିଲା ପାଇଁ ଗଚ୍ଛିତ ଥିବା ଖାଦ୍ୟଶସ୍ୟ ଆଉ ୩ ମାସ ଯାଇପାରେ ବୋଲି ଆକଳନ କରାଗଲାଣି। ଅନ୍ୟପଟେ ଏବେକାର କୃଷିକାର୍ଯ୍ୟ ଗୁରୁତର ପ୍ରଭାବିତ ହୋଇଛି। ମୋଟ ଉପରେ କହିଲେ ଭାରତୀୟ ଅର୍ଥନୀତି ଏକ ବିଷମ ସଙ୍କଟରେ ପଡ଼ିଛି। କରୋନା ଯୋଗୁ ମଣିଷ ମୁଣ୍ଡ ଉପରେ କଳାବାଦଲ ଘୋଟି ଆସିଥିଲେ ମଧ୍ୟ ମାନବ ଜାତି ପାଇଁ ଯେଉଁ ଆଲୋକର ରେଖାଟି ଚିକ୍‌ମିକ୍‌ କରୁଛି, ତାହା ସମସ୍ତଙ୍କ ପାଇଁ ଆଶ୍ୱାସନା ଆଣିଦେଇଛି। ଏକ ପ୍ରଦୂଷଣମୁକ୍ତ ବାତାବରଣ ଫେରିଆସିଥିବାରୁ ପକ୍ଷୀମାନେ ଖୁସିରେ ଚାରିଆଡ଼େ ବିଚରଣ କରୁଥିବା ଦେଖିବାକୁ ମିଳୁଛି।
ପ୍ରଦୂଷଣର ମୂଳ କାରଣ ହେଉଛି ଅପର୍ଯ୍ୟାପ୍ତ କଳକାରଖାନା ଗଢ଼ି ଉଠିବା, ଜଙ୍ଗଲ ପଦା କରାଯାଇ ଚାରିଆଡ଼େ କଂକ୍ରିଟ ସୃଷ୍ଟି, ବର୍ଜ୍ୟବସ୍ତୁ ସିଧାସଳଖ ନଦୀ ଗର୍ଭକୁ ନିକ୍ଷେପ, ଗାଡ଼ିମୋଟର ଯାନରୁ ଅପର୍ଯ୍ୟାପ୍ତ ଧୂଆଁ ବାୟୁମଣ୍ଡଳକୁ ଛଡ଼ାଯିବା ସହ ଜଳ ମାନ ହ୍ରାସ ପାଇଯିବା। ଭାରତ ଭଳି ଜନସଂଖ୍ୟାବହୁଳ ରାଷ୍ଟ୍ରରେ ପ୍ରତି ସ୍ତରରେ ଲୋକେ ପ୍ରଦୂଷଣ ବଢ଼ାଇ ଚାଲି ଆସୁଥିଲେ। ଅଳ୍ପ କେତୋଟି ସପ୍ତାହର ଲକ୍‌ଡାଉନରେ ବାୟୁମଣ୍ଡଳ ନିର୍ମଳ ହେବା ସହ ଜଳ ସ୍ବଚ୍ଛ ପାଲଟିବା ନିଶ୍ଚିତ ଭାବେ କରୋନା ଯୋଗୁ ଘଟିଛି ବୋଲି କୁହାଯାଇପାରେ। ଏବର ଅସ୍ବାଭାବିକ ପରିସ୍ଥିତିରେ ପ୍ରକୃତି ଓ ପରିବେଶ କିଭଳି ନିର୍ମଳ ହୋଇପାରିଛି ତାହା ମଣିଷ ଶିଖିବା ଉଚିତ। କରୋନା ଭୂତାଣୁ ସଂକ୍ରମଣ ଯୋଗୁ ହୋଇଥିବା ଲକ୍‌ଡାଉନ୍‌କୁ ଯେତେ ସମାଲୋଚନା କଲେ ମଧ୍ୟ ତାହାର ପରିବେଶ ପ୍ରତି ଅବଦାନକୁ ଭୁଲିହେବ ନାହିଁ। ଏହି ସମୟ ଆମକୁ ଶିକ୍ଷା ଦେଇଛି ଯେ ମଣିଷ ଯଦି ଅସ୍ତବ୍ୟସ୍ତ ନ ହୋଇ ସ୍ବଳ୍ପ ଖର୍ଚ୍ଚ କରି ଶାନ୍ତିରେ ରହିବା ଶିଖିପାରିବ, ତେବେ ପରିବେଶ ସମେତ ପଡ଼ୋଶୀକୁ ମଧ୍ୟ ସନ୍ତୁଷ୍ଟ କରିପାରିବ। ମନ୍ଦିର, ମସ୍‌ଜିଦ୍‌, ବିଭାଘର ଆଦିଠାରୁ ଆରମ୍ଭ କରି ବିଭିନ୍ନ ପର୍ବପର୍ବାଣି ବନ୍ଦ ହୋଇଯାଇଥିବାରୁ ଶବ୍ଦ ପ୍ରଦୂଷଣ ଯଥେଷ୍ଟ ହ୍ରାସ ପାଇଛି। ବିଶ୍ୱସ୍ତରରେ ଦେଖିଲେ ସବୁ ବଡ଼ ସହରରେ ଜଙ୍ଗଲୀ ପଶୁପକ୍ଷୀ ବୁଲିବାର ଭିଡିଓ ଦେଖିବାକୁ ମିଳୁଛି। ସମ୍ଭବତଃ ସେମାନେ ଖୋଜୁଛନ୍ତି ମଣିଷ ଗଲା କୁଆଡ଼େ। କୌତୂହଳର କଥା ହେଉଛି ସେମାନେ ଏବେ ମୁକ୍ତ, ମଣିଷ ପିଞ୍ଜରା ଭିତରେ। ଅନ୍ୟପଟେ ପୃଥିବୀ ଯେ ଏତେ ଶୀଘ୍ର ନିଜ ଭାରସାମ୍ୟ ଫେରିପାଇବ ବିଶ୍ୱାସ ହେଉ ନ ଥିଲା। ପ୍ରକୃତି ଓ ପରିବେଶ ଉପରେ ମଣିଷର ଅତ୍ୟାଚାର ଅତ୍ୟଧିକ ମାତ୍ରାରେ ପହଞ୍ଚି ଯାଇଥିଲା। ଏହି ଅସ୍ବାଭାବିକ ପରିସ୍ଥିତି ଆଜି ନ ହେଲେ କାଲି ଶେଷ ହେବ। ରାଜନେତାମାନେ ନିଜ ମଉଜ ପାଇଁ ଏହାକୁ ଦୀର୍ଘକାଳ ରଖିବାକୁ ଚେଷ୍ଟା କଲେ ମଧ୍ୟ ଜନସାଧାରଣ ଆଉ କିଛି ସମୟ ପରେ ଲକ୍‌ଡାଉନ୍‌କୁ ବିରୋଧ କରିବାକୁ ଆରମ୍ଭ କରିବେ। ପରିସ୍ଥିତି ପୁନର୍ବାର ସ୍ବାଭାବିକ ହେବ ହିଁ ହେବ। ଏବେ ନିଜେ ସୁଧୁରିଯିବାର ସୁଯୋଗ ଆସିଛି। ସେହି ସୁଯୋଗକୁ ସଦୁପଯୋଗ ବା ବଦ୍‌ ଉପଯୋଗ କରିବା ଆମ ଉପରେ ନିର୍ଭର କରେ।


Enter your email to get our daily news in your inbox.

All Right Reserved By Dharitri.Com

କୁଆଡ଼େ ଗଲା ପ୍ରତିଯୋଗିତା

ରତ ଏକ ଉଦାରୀକୃତ ଓ ପ୍ରତିଯୋଗିତାମୂଳକ ଅର୍ଥନୀତି ଦିଗରେ ଆଗକୁ ବଢୁଛି ବୋଲି ଦୀର୍ଘଦିନ ଧରି କୁହାଯାଉଛି। କିନ୍ତୁ ସାମ୍ପ୍ରତିକ ତଥ୍ୟ ଓ ଅଧ୍ୟୟନ ଏହି ଧାରଣା…

ବିକାଶୋନ୍ମୁଖୀ ଭାରତର ଦୁଃଖ

ଉତ୍ତର-ପୂର୍ବାଞ୍ଚଳ ରାଜ୍ୟ ଅରୁଣାଚଳ ପ୍ରଦେଶର ପ୍ରାୟ ୫୦ କିଲୋମିଟର ଅଞ୍ଚଳ ମଧ୍ୟକୁ ଚାଇନା ଅନୁପ୍ରବେଶ କରିସାରିଲାଣି। ଏକଥା କହିଛନ୍ତିି ରାଜ୍ୟର ଭାଜପା ସାଂସଦ ତାପିର ଗାଓ ା…

ଇସ୍ତଫାର ରାଜନୈତିକ ରଙ୍ଗ

ଆଇଏଏସ୍‌ ଅଫିସର ଦିବ୍ୟା ମିତ୍ତଲ ୧୩ ବର୍ଷ ଚାକିରି କରିବା ପରେ ଉତ୍ତର ପ୍ରଦେଶର ଆଗାମୀ ନିର୍ବାଚନର ମାତ୍ର କିଛି ମାସ ପୂର୍ବରୁ ଦେଇଥିବା ଇସ୍ତଫାକୁ ନେଇ…

ଏଇ ଭାରତରେ

ଘରୁ ବାଇକରେ ବାହାରକୁ ଯାଇଥିବା ଦୁଇ ପୁଅ ରାସ୍ତାରେ ଦୁର୍ଘଟଣାର ସମ୍ମୁଖୀନ ହୋଇ ବଡ଼ପୁଅର ମୃତ୍ୟୁ ହେଲା ଏବଂ ସାନ ବଞ୍ଚିଗଲେ। ଏହା ହେଉଛି ୨୦୧୫ର ଘଟଣା।…

ଋଣ ଅଧିକାର ନୁହେଁ

ନିକଟରେ ବାଇଶ ହଜାର କୋଟି ଋଣ ପରିଶୋଧ ପାଇଁ ସାଢ଼େ ଛଅ କୋଟି ଅସୁଲି, ତାହା ସାରା ଭାରତରେ ସର୍ବସାଧାରଣରେ ଏକ ଆଲୋଚ୍ୟର ବିଷୟ ହୋଇଛି। ଅନେକେ…

ସମ୍ଭବାମି ଯୁଗେ ଯୁଗେ

ଅବତାର ମନୁଷ୍ୟକୁ ତା’ର ନିଜତ୍ୱ ଦେଖାଇବାକୁ ଓ ତା’ର ଜନ୍ମଗତ ଅଧିକାର ଆତ୍ମାନନ୍ଦକୁ ଫେରାଇ ଆଣିବାକୁ ଧରାପୃଷ୍ଠରେ ବାରମ୍ବାର ଜନ୍ମଗ୍ରହଣ କରନ୍ତି। ତାଙ୍କୁ ବାରମ୍ବାର ଏ ପୃଥିବୀରେ…

ସହଯୋଗ ଅଭାବ

ବିଶ୍ୱ ବ୍ୟବସ୍ଥାରେ ୧୯୪୫ ପରେ ପରିବର୍ତ୍ତନ ଘଟିଚାଲିଛି । ବ୍ୟବସ୍ଥାର ମୁଖ୍ୟ ସ୍ତମ୍ଭ କୁହାଯାଉଥିବା ମାନବାଧିକାର ପ୍ରତି ସମର୍ଥନ, ଏକାଧିକ ଦେଶର ସହଯୋଗ, ଆଇନର ଶାସନ, ମାନବୀୟ…

ଏକଲବ୍ୟ ଓ ଅଙ୍ଗୁଳିମାଳ

କଲବ୍ୟଙ୍କ କାହାଣୀ ହେଉଛି ଜଣେ ନିମ୍ନଜାତିର ବନବାସୀ ବାଳକଙ୍କ କଥା। ବ୍ରାହ୍ମଣ ଗୁରୁ ଦ୍ରୋଣ ତାଙ୍କୁ ଶିଷ୍ୟ ଭାବେ ଗ୍ରହଣ କରିବାକୁ ମନା କରିଥିଲେ। ଏହା ପରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri