ଆମ ଉପରେ ନିର୍ଭର

କରୋନା ଭାଇରସ୍‌ ଯୋଗୁ ଭାରତରେ ଲକ୍‌ଡାଉନ ହୋଇଛି। ଦୀର୍ଘଦିନ ଧରି ଲୋକେ ଘରେ ରହିଛନ୍ତି। କଳକାରଖାନା ଚାଲୁ ନ ଥିବା ବେଳେ ଅର୍ଥନୈତିକ କାର୍ଯ୍ୟକଳାପ ସ୍ଥାଣୁ ପାଲଟିଯାଇଛି। କାମ ନ ପାଇ ଲୋକେ ହଇରାଣ ହରକତ ହେଉଛନ୍ତି। ଅନେକ ସ୍ଥାନରେ ଖାଦ୍ୟ ନ ପାଇ କେତେକଙ୍କ ମୃତ୍ୟୁ ଘଟିଲାଣି। ଏପରି କି ହଜାର ହଜାର କିଲୋମିଟର ଚାଲିଚାଲି ଶ୍ରମିକ ନିଜ ଗାଁକୁ ଫେରୁଥିବା ବେଳେ ସେମାନଙ୍କ ମଧ୍ୟରୁ କେତେକେ ରାସ୍ତାରେ ପଡ଼ି ମରିଥିବାର ଖବର ଶୁଣିବାକୁ ମିଳିଛି। ଜରୁରିକାଳୀନ ପରିସ୍ଥିତିର ମୁକାବିଲା ପାଇଁ ଗଚ୍ଛିତ ଥିବା ଖାଦ୍ୟଶସ୍ୟ ଆଉ ୩ ମାସ ଯାଇପାରେ ବୋଲି ଆକଳନ କରାଗଲାଣି। ଅନ୍ୟପଟେ ଏବେକାର କୃଷିକାର୍ଯ୍ୟ ଗୁରୁତର ପ୍ରଭାବିତ ହୋଇଛି। ମୋଟ ଉପରେ କହିଲେ ଭାରତୀୟ ଅର୍ଥନୀତି ଏକ ବିଷମ ସଙ୍କଟରେ ପଡ଼ିଛି। କରୋନା ଯୋଗୁ ମଣିଷ ମୁଣ୍ଡ ଉପରେ କଳାବାଦଲ ଘୋଟି ଆସିଥିଲେ ମଧ୍ୟ ମାନବ ଜାତି ପାଇଁ ଯେଉଁ ଆଲୋକର ରେଖାଟି ଚିକ୍‌ମିକ୍‌ କରୁଛି, ତାହା ସମସ୍ତଙ୍କ ପାଇଁ ଆଶ୍ୱାସନା ଆଣିଦେଇଛି। ଏକ ପ୍ରଦୂଷଣମୁକ୍ତ ବାତାବରଣ ଫେରିଆସିଥିବାରୁ ପକ୍ଷୀମାନେ ଖୁସିରେ ଚାରିଆଡ଼େ ବିଚରଣ କରୁଥିବା ଦେଖିବାକୁ ମିଳୁଛି।
ପ୍ରଦୂଷଣର ମୂଳ କାରଣ ହେଉଛି ଅପର୍ଯ୍ୟାପ୍ତ କଳକାରଖାନା ଗଢ଼ି ଉଠିବା, ଜଙ୍ଗଲ ପଦା କରାଯାଇ ଚାରିଆଡ଼େ କଂକ୍ରିଟ ସୃଷ୍ଟି, ବର୍ଜ୍ୟବସ୍ତୁ ସିଧାସଳଖ ନଦୀ ଗର୍ଭକୁ ନିକ୍ଷେପ, ଗାଡ଼ିମୋଟର ଯାନରୁ ଅପର୍ଯ୍ୟାପ୍ତ ଧୂଆଁ ବାୟୁମଣ୍ଡଳକୁ ଛଡ଼ାଯିବା ସହ ଜଳ ମାନ ହ୍ରାସ ପାଇଯିବା। ଭାରତ ଭଳି ଜନସଂଖ୍ୟାବହୁଳ ରାଷ୍ଟ୍ରରେ ପ୍ରତି ସ୍ତରରେ ଲୋକେ ପ୍ରଦୂଷଣ ବଢ଼ାଇ ଚାଲି ଆସୁଥିଲେ। ଅଳ୍ପ କେତୋଟି ସପ୍ତାହର ଲକ୍‌ଡାଉନରେ ବାୟୁମଣ୍ଡଳ ନିର୍ମଳ ହେବା ସହ ଜଳ ସ୍ବଚ୍ଛ ପାଲଟିବା ନିଶ୍ଚିତ ଭାବେ କରୋନା ଯୋଗୁ ଘଟିଛି ବୋଲି କୁହାଯାଇପାରେ। ଏବର ଅସ୍ବାଭାବିକ ପରିସ୍ଥିତିରେ ପ୍ରକୃତି ଓ ପରିବେଶ କିଭଳି ନିର୍ମଳ ହୋଇପାରିଛି ତାହା ମଣିଷ ଶିଖିବା ଉଚିତ। କରୋନା ଭୂତାଣୁ ସଂକ୍ରମଣ ଯୋଗୁ ହୋଇଥିବା ଲକ୍‌ଡାଉନ୍‌କୁ ଯେତେ ସମାଲୋଚନା କଲେ ମଧ୍ୟ ତାହାର ପରିବେଶ ପ୍ରତି ଅବଦାନକୁ ଭୁଲିହେବ ନାହିଁ। ଏହି ସମୟ ଆମକୁ ଶିକ୍ଷା ଦେଇଛି ଯେ ମଣିଷ ଯଦି ଅସ୍ତବ୍ୟସ୍ତ ନ ହୋଇ ସ୍ବଳ୍ପ ଖର୍ଚ୍ଚ କରି ଶାନ୍ତିରେ ରହିବା ଶିଖିପାରିବ, ତେବେ ପରିବେଶ ସମେତ ପଡ଼ୋଶୀକୁ ମଧ୍ୟ ସନ୍ତୁଷ୍ଟ କରିପାରିବ। ମନ୍ଦିର, ମସ୍‌ଜିଦ୍‌, ବିଭାଘର ଆଦିଠାରୁ ଆରମ୍ଭ କରି ବିଭିନ୍ନ ପର୍ବପର୍ବାଣି ବନ୍ଦ ହୋଇଯାଇଥିବାରୁ ଶବ୍ଦ ପ୍ରଦୂଷଣ ଯଥେଷ୍ଟ ହ୍ରାସ ପାଇଛି। ବିଶ୍ୱସ୍ତରରେ ଦେଖିଲେ ସବୁ ବଡ଼ ସହରରେ ଜଙ୍ଗଲୀ ପଶୁପକ୍ଷୀ ବୁଲିବାର ଭିଡିଓ ଦେଖିବାକୁ ମିଳୁଛି। ସମ୍ଭବତଃ ସେମାନେ ଖୋଜୁଛନ୍ତି ମଣିଷ ଗଲା କୁଆଡ଼େ। କୌତୂହଳର କଥା ହେଉଛି ସେମାନେ ଏବେ ମୁକ୍ତ, ମଣିଷ ପିଞ୍ଜରା ଭିତରେ। ଅନ୍ୟପଟେ ପୃଥିବୀ ଯେ ଏତେ ଶୀଘ୍ର ନିଜ ଭାରସାମ୍ୟ ଫେରିପାଇବ ବିଶ୍ୱାସ ହେଉ ନ ଥିଲା। ପ୍ରକୃତି ଓ ପରିବେଶ ଉପରେ ମଣିଷର ଅତ୍ୟାଚାର ଅତ୍ୟଧିକ ମାତ୍ରାରେ ପହଞ୍ଚି ଯାଇଥିଲା। ଏହି ଅସ୍ବାଭାବିକ ପରିସ୍ଥିତି ଆଜି ନ ହେଲେ କାଲି ଶେଷ ହେବ। ରାଜନେତାମାନେ ନିଜ ମଉଜ ପାଇଁ ଏହାକୁ ଦୀର୍ଘକାଳ ରଖିବାକୁ ଚେଷ୍ଟା କଲେ ମଧ୍ୟ ଜନସାଧାରଣ ଆଉ କିଛି ସମୟ ପରେ ଲକ୍‌ଡାଉନ୍‌କୁ ବିରୋଧ କରିବାକୁ ଆରମ୍ଭ କରିବେ। ପରିସ୍ଥିତି ପୁନର୍ବାର ସ୍ବାଭାବିକ ହେବ ହିଁ ହେବ। ଏବେ ନିଜେ ସୁଧୁରିଯିବାର ସୁଯୋଗ ଆସିଛି। ସେହି ସୁଯୋଗକୁ ସଦୁପଯୋଗ ବା ବଦ୍‌ ଉପଯୋଗ କରିବା ଆମ ଉପରେ ନିର୍ଭର କରେ।


Enter your email to get our daily news in your inbox.

All Right Reserved By Dharitri.Com

ନିର୍ବାଚନରେ ବାବୁ

ପ୍ରତି ଥର ନିର୍ବାଚନ ରଣାଙ୍ଗନରେ ହାକିମ ବାବୁମାନଙ୍କ ଗହଳି ଦେଖାଯାଏ। ରାଜନୀତିରେ ଲୋକମାନଙ୍କ ସହିତ ମିଶିବା ସହ ସାଧାରଣ ଜନତାଙ୍କୁ ପରଖି ସେମାନଙ୍କ ସେବା କରିବାର...

ଭୋଟଦାନ ପ୍ରତି ଅନାଗ୍ରହ

ସାଧାରଣତଃ ପ୍ରତି ପାଞ୍ଚବର୍ଷରେ ଥରେ ଭୋଟଦାନ ଭାରତୀୟ ସମ୍ବିଧାନ ଅନୁଯାୟୀ ସ୍ଥିରୀକୃତ ହୋଇଛି। ବେଳେବେଳେ ବିଭିନ୍ନ କାରଣରୁ ଏହି ସମୟସୀମା ହ୍ରାସ ପାଇଥାଏ। ବିରୋଧୀ ଦଳ...

ପାଶ୍ଚାତ୍ୟର ଅଧୋଗତି

ୟୁକ୍ରେନ୍‌ ଉପରେ ରୁଷିଆର ଆକ୍ରମଣକୁ ୨ବର୍ଷରୁ ଅଧିକ ସମୟ ହୋଇଗଲାଣି। ଏହି ଆକ୍ରମଣ ଆରମ୍ଭହେବା ପରଠାରୁ ପାଶ୍ଚାତ୍ୟ ଯୁଦ୍ଧ ସ୍ଥିତିରେ ନିଜର କୌଣସି କ୍ଷତି ନ...

ଏଇ ଭାରତରେ

ହାଇଦ୍ରାବାଦର ଶ୍ରୀନିବାସ ରାଓ ମାଧବରାମ ପେସାରେ ଜଣେ ଡାକ୍ତର । କିନ୍ତୁ ତାଙ୍କ ନିଶା ହେଉଛି ଡ୍ରାଗନ ଚାଷ। ତେଲଙ୍ଗାନାର ସାଙ୍ଗାରେଡିରେ ଥିବା ତାଙ୍କର ୪୭...

ଏଇ ଭାରତରେ

ମାନଗଙ୍ଗା ନଦୀକୁ ପୁନରୁଦ୍ଧାର କରି ନୂଆ ଜୀବନ ଦେଇଛନ୍ତି ମହାରାଷ୍ଟ୍ର ସୋଲାପୁର ଜିଲାର ଭଜିନାଥ ଘୋଙ୍ଗାଡେ । ଏକ ଦଶନ୍ଧି ମଧ୍ୟରେ ଲୋକମାନଙ୍କୁ ଏକାଠି କରି...

ନିର୍ବାଚନ, ନେତା ଓ ଭୋଟର

ବିଚିତ୍ର ବିଶ୍ୱାଳ     ନିର୍ବାଚନର ଉଷ୍ମତା ସମଗ୍ର ଦେଶ ସମେତ ଆମ ରାଜ୍ୟ ରାଜନୀତିରେ ଅନୁଭବ ହେଉଛି। ସାରା ଦେଶ ଗଣତନ୍ତ୍ରର ମହାପର୍ବ ପାଇଁ...

ଫ୍ୟାଟ୍‌ରୁ ଫିଟ୍‌

ଡା. ଜ୍ୟୋତିରଞ୍ଜନ ଚମ୍ପତିରାୟ   ପିଲାଙ୍କର ମେଦବହୁଳତା ସାଧାରଣତଃ ଦୁଇ ପ୍ରକାରର। ପ୍ରଥମତଃ ଜନ୍ମଜାତ ବା ଆନୁବଂଶିକ, ଦ୍ୱିତୀୟତଃ ଜୀବନଶୈଳୀ ଆଧାରିତ। ଜନ୍ମଜାତ ମେଦବହୁଳତାର କାରଣ...

ଏଆଇର ଭବିଷ୍ୟତ

ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ (ଏଆଇ) ବା କୃତ୍ରିମ ବୁଦ୍ଧିମତ୍ତା ଭଲ ଚାକିରି ପ୍ରତି ବିପଦ ସୃଷ୍ଟି କରିଛି, ଯାହା ଏକ ନୂଆ ସମସ୍ୟା ପରି ମନେହୁଏ। ବ୍ରିଟିଶ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri