ଆମ୍ବୁଲାନ୍ସରେ ଗଞ୍ଜେଇ ଚାଲାଣ, ମାଲିକ ଗିରଫ

ଫୁଲବାଣୀ ଅଫିସ/ଫିରିଙ୍ଗିଆ,୨୬ା୧- କନ୍ଧମାଳ ଜିଲାରେ ଗଞ୍ଜେଇ ଚୋରା ଚାଲାଣ କାରବାର ବେଧଡକ ଚାଲିଛି। ପୋଲିସକୁ ଚକ୍‌ମା ଦେଖାଇବାକୁ ଚାଲାଣକାରୀମାନେ ବିଭିନ୍ନ ପନ୍ଥା ଅବଲମ୍ବନ କରୁଛନ୍ତି। ଗଞ୍ଜେଇ ଗାଡିକୁ ପାର କରିବା ପାଇଁ ବାଇକ ପାଇଲଟିଂ ବ୍ୟବସ୍ଥା ହେଉଛି। ସାଧାରଣ ଗାଡିରେ ଗଞ୍ଜେଇ ନେଲେ ପୋଲିସ ଯାଞ୍ଚରେ ଧରାପଡିଯିବାର ସମ୍ଭାବନା ରହିଛି। ସେଥିରୁ ବର୍ତ୍ତିବା ପାଇଁ ଆମ୍ବୁଲନ୍ସରେ ଗଞ୍ଜେଇ ଚାଲାଣ ଏବେ ନୂଆ କୌଶଳ ପାଲଟିଛି। ଏଭଳି ଏକ ଘଟଣାରେ ଫିରିଙ୍ଗିଆ ପୋଲିସ ଏକ ଆମ୍ବୁଲାନ୍ସରୁ ୮୨ କେଜି ଗଞ୍ଜେଇ ଜବତ କରିଛି। ଯାହାର ଆନୁମାନିକ ମୂଲ୍ୟ ୫ ଲକ୍ଷ ଟଙ୍କ ହେବ। ଏହି ଘଟଣାରେ ପୋଲିସ ଆମ୍ବୁଲାନ୍ସ ଡ୍ରାଇଭର ତଥା ମାଲିକ ଖୋର୍ଦ୍ଧା ଜିଲା ଜଙ୍କିଆ ଥାନା ରତାମାଟିର ଅଜୟ କୁମାର ପ୍ରଧାନଙ୍କୁ ଗିରଫ କରିଛି।
ପ୍ରକାଶ ଯେ, ଆମ୍ବୁଲାନ୍ସ (ଓଡି୦୨ବିଇ-୭୭୬୧) ରେ ଗଞ୍ଜେଇ ଚାଲାଣ ହେବାକୁ ଥିବା ପୋଲିସକୁ ବିଶେଷ ସୂତ୍ରରୁ ଖବର ମିଳିଥିଲା। ଏସ୍‌ପିଙ୍କ ନିର୍ଦ୍ଦେଶ କ୍ରମେ ଫିରିଙ୍ଗିଆ ଥାନାର ଏକ ଟିମ୍‌ ଭୃଙ୍ଗିଯୋଡି ପଞ୍ଚାୟତ କୁଡୁରାହାଠାରେ ଜଗି ରହିଥିଲା। ସେଠହି ରାସ୍ତାଦେଇ ଆମ୍ବୁଲାନ୍ସ ଯିବାବେଳେ ପୋଲିସ ଅଟକାଇ ଯାଞ୍ଚ କରିଥିଲା। ଯାଞ୍ଚବେଳ ସେଥିରୁ ୨ବସ୍ତା ଗଞ୍ଜେଇ ମିଳିଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ଜି.ଉଦୟଗିରିରେ ଘୂର୍ଣ୍ଣିଝଡ଼, କୁଆପଥର ବର୍ଷା

ଜି.ଉଦୟଗିରି, ୧୮।୪(ଡି.ଏନ୍‌.ଏ.): କନ୍ଧମାଳ ଜିଲା ଜି. ଉଦୟଗିରି ସହରରେ ଶୁକ୍ରବାର ଅପରାହ୍ନରେ ଘୂର୍ଣ୍ଣିଝଡ଼ ସାଙ୍ଗକୁ କୁଆପଡ଼ର ବର୍ଷା ହୋଇଥିଲା। ପ୍ରାୟ ଏକ ଘଣ୍ଟାଧରି ଏହି ଘୂର୍ଣ୍ଣିଝଡ଼...

କୋଟଗଡ଼ ବ୍ଲକ: ନୂଆବର୍ଷ ପାଇଁ ପ୍ରତିଷେଧକ ଟକା କାର୍ଯ୍ୟକ୍ରମ ବନ୍ଦ

କୋଟଗଡ,୩ା୧(ଡି.ଏନ.ଏ.) – କନ୍ଧମଳ ଜିଲା କୋଟଗଡ ବ୍ଲକରେ ୧୫ଟି ପଞ୍ଚାୟତ ରହିଛି। ପ୍ରତ୍ୟେକ ପଞ୍ଚାୟତରେ ଏଏନ୍‌ଏମ ଓ ଆଶା କର୍ମୀଙ୍କ ଦ୍ୱାରା ଶିଶୁ ଓ ଗର୍ଭବତୀମାନଙ୍କୁ...

ଧରିତ୍ରୀ ପ୍ରଭାବ: ତାରରେ ନଦୀ ପାର ହେବା ଘଟଣା; ଗଦାପୁର ନଦୀ କୂଳରେ ପହଞ୍ଚିଲେ ବିଡିଓ, ସହକାରୀ ଯନ୍ତ୍ରୀ

ଚନ୍ଦ୍ରଗିରି,୧୯ା୯(ଡି.ଏନ.ଏ.)-ମୋହନା ବ୍ଲକର ଅତି ଦୁର୍ଗମ ଇଲାକାରେ ଅବସ୍ଥିତ ଗରଡମା ପଞ୍ଚାୟତର ରାଜଖମା ଗ୍ରାମ ନିକଟସ୍ଥ ଗଦାପୁର ନଦୀ। ଏହି ନଦୀରେ ପୋଲ ନାହିଁ। ଖରାଦିନେ ଏହା...

ବାଙ୍ଗାଲୋର ଫେରନ୍ତା ଯୁବକଙ୍କୁ ହତ୍ୟା, କାରଣ ଅସ୍ପଷ୍ଟ

ଫୁଲବାଣୀ ଅଫିସ/ଫିରିଙ୍ଗିଆ,୩ା୯- କନ୍ଧମାଳ ଜିଲା ଫିରିଙ୍ଗିଆ ଥାନା ଅଞ୍ଚଳରେ ବାଙ୍ଗାଲୋରରୁ ଫେରିଥିବା ଜଣେ ଯୁବକଙ୍କୁ ହତ୍ୟା କରାଯାଇଛି। ମୃତକ ହେଲେ କାଶିନିପଦର ପଞ୍ଚାୟତ ତଳପଡା ଗ୍ରାମର...

ଗାଁ ଶ୍ମଶାନରେ କାଳିଆକୁ ବିଦାୟ

ଫୁଲବାଣୀ ଅଫିସ, ୨୭।୧୧: କନ୍ଧମାଳ ଜିଲା ଫିରିଙ୍ଗିଆ ବ୍ଲକ ମିଲୁପଡ଼ା ଗ୍ରାମର ଯୋଡ଼ାମୁଣ୍ଡ ଶିଶୁ ଜଗା, କାଳିଆଙ୍କ ମଧ୍ୟରୁ କାଳିଆ ବୁଧବାର କଟକ ଶ୍ରୀରାମ ଚନ୍ଦ୍ର...

ରାସ୍ତା ଅବରୋଧ କରି ୨୩ ଗିରଫ : ନିଖୋଜଙ୍କ ପତ୍ତା ମିଳୁ ନ ଥିବାରୁ କରିଥିଲେ ଆନ୍ଦୋଳନ

ରାଇକିଆ,୪ା୨(ଡି.ଏନ୍‌.ଏ.)- କନ୍ଧମାଳ ଜିଲା ରାଇକିଆ ଅଞ୍ଚଳର ଜଣେ ଯୁବକ ଗତ ମାସ ୧୫ ତାରିଖରୁ ନିଖୋଜ ଅଛନ୍ତି। ଏ ନେଇ ଥାନାରେ ଅଭିଯୋଗ ହୋଇଛି। ନିଖୋଜ...

ବ୍ରାହ୍ମଣୀଗାଁରେ ଚାଲିଛି ବାବା ମୁକ୍ତେଶ୍ୱର ମନ୍ଦିର ନିର୍ମାଣ: ସରକାରଙ୍କ ଅନୁଦାନ ପରେ ଶ୍ରମଦାନ କଲେ ଗ୍ରାମବାସୀ

ଦାରିଙ୍ଗବାଡ଼ି/ବ୍ରାହ୍ମଣୀଗାଁ,୧୨।୨(ଡି.ଏନ୍‌.ଏ.): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ବ୍ଲକର ବ୍ରାହ୍ମଣୀଗାଁରେ ବାବା ମୁକ୍ତେଶ୍ୱର ମନ୍ଦିରର ନିର୍ମାଣ କାର୍ଯ୍ୟ ଜୋର୍‌ସୋରରେ ଚାଲିଛି । ଏ ନେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ...

ଆସନ୍ନ ପ୍ରସବାଙ୍କ ମୃତ୍ୟୁକୁ ନେଇ ଉତ୍ତେଜନା

ଫୁଲବାଣୀ ଅଫିସ,୧ା୯- ଫୁଲବାଣୀ ଜିଲା ମୁଖ୍ୟ ଚିକିତ୍ସାଳୟରେ ଜଣେ ଆସନ୍ନ ପ୍ରସବାଙ୍କ ଅସ୍ତ୍ରୋପଚାର କକ୍ଷରେ ମୃତ୍ୟୁ ଘଟିଛି । ଏହାକୁ ନେଇ ପରିବାର ଲୋକଙ୍କ ପକ୍ଷରୁ...

Advertisement
Archives

Model This Week