ଆମେରିକାରେ ‘ମୋଦି ଅଭିନନ୍ଦନ’ କାର୍ଯ୍ୟକ୍ରମ: ଯୋଗଦେବେ ୬୦ କଂଗ୍ରେସ ସଦସ୍ୟ

ହ୍ୟୁଷ୍ଟନ,୧୪ା୯(ପି.ଟି.): ହ୍ୟୁଷ୍ଟନ ସହରରେ ସେପ୍ଟେମ୍ବର ୨୨ରେ ଅନୁଷ୍ଠିତ ହେବାକୁ ଥିବା ମେଗା ପ୍ରବାସୀ ଭାରତୀୟ ସମ୍ମିଳନୀ ‘ହାଓଡି ମୋଦି’ରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ସ୍ବାଗତ କରିବା ଲାଗି ୬୦ରୁ ଊର୍ଦ୍ଧ୍ୱ ଆମେରିକା କଂଗ୍ରେସ ଓ ସିନେଟ ସଦସ୍ୟ ଉପସ୍ଥିତ ରହିବେ। ସେମାନଙ୍କ ମଧ୍ୟରେ ପ୍ରଥମ ଆମେରିକୀୟ ହିନ୍ଦୁ କଂଗ୍ରେସ ସଦସ୍ୟା ତୁଲ୍‌ସୀ ଗାବାର୍ଡ ଏବଂ ଭାରତୀୟ ଆମେରିକୀୟ ସଦସ୍ୟ ରାଜା କ୍ରିଷ୍ଣମୂର୍ତ୍ତି ଅଛନ୍ତି। ଏହା ବ୍ୟତୀତ ବିଭିନ୍ନ ରାଜ୍ୟର ଗଭର୍ନର ମଧ୍ୟ ଉପସ୍ଥିତ ରହିବେ। ଏନ୍‌ଆର୍‌ଜି ଷ୍ଟାଡିୟମରେ ଭାରତୀୟ ଆମେରିକୀୟ ସମ୍ପ୍ରଦାୟ ପକ୍ଷରୁ ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହେଉଛି ଯେଉଁଥିରେ ୫୦ ହଜାର ଲୋକ ଯୋଗଦେବେ ବୋଲି ଆଇଟି ସେବା ଏକ୍ସପେଡିଏନ୍‌ର ସିଇଓ ଜିତେନ୍‌ ଅଗ୍ରଓ୍ବାଲ ସୂଚନା ଦେଇଛନ୍ତି। ଆମେରିକାରେ ଏହା ସର୍ବବୃହତ୍‌ କାର୍ଯ୍ୟକ୍ରମ ହେବାକୁ ଯାଉଛି, ଯେଉଁଠି ମୋଦିଙ୍କ ଦୂରଦୃଷ୍ଟି ସମ୍ପର୍କରେ ତାଙ୍କ ମୁହଁରୁ ଶୁଣିବା ପାଇଁ ବହୁ ଶିଳ୍ପପତି, ବିଜ୍‌ନେସ୍‌ ଲିଡର, ଆଇନ ପ୍ରଣେତା ଉପସ୍ଥିତ ରହିବେ ବୋଲି ଜିତେନ୍‌ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଭାରତକୁ ଯୁଦ୍ଧ ଧମକ ଦେଲେ ଇମ୍ରାନ

ଇସ୍‌ଲାମାବାଦ,୧୩।୯: ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାଁ ଭାରତ ବିରୋଧରେ ପୁଣି ସ୍ବର ଉଠାଇଛନ୍ତି। ଏଥର ସେ ଭାରତକୁ ଯୁଦ୍ଧ ଧମକ ଦେଇଛନ୍ତି। ଶୁକ୍ରବାର ସେ ପାକ୍‌...

ଟେକ୍‌ଅପ୍ ବେଳେ ଦୁର୍ଘଟଣା: ରନୱେରେ ଥିବା ଅବସ୍ଥାରେ ବିମାନରେ ଲାଗିଲା ନିଆଁ

ବେଜିଂ,୧୨ ।୫: ଚାଇନାର ଚୁଙ୍ଗଚିଙ୍ଗରେ ଗୁରୁବାର ଏକ ବଡ ଧରଣର ଦୁର୍ଘଟଣା ହୋଇଛି । ଏଠାକାର ବିମାନ ବନ୍ଦରରେ ତିବ୍ୱତ ଏୟାର ଲାଇନ୍ସର ବିମାନ ଟେକ୍‌ଅପ...

ଯୁଦ୍ଧ ପାଇଁ ସୈନ୍ୟ ପଠାଇଲା ଆମେରିକା

ଓ୍ବାଶିଂଟନ୍‌,୧୨।୨: ରୁଷ ଓ ୟୁକ୍ରେନ ମଧ୍ୟରେ ଲାଗିରହିଥିବା ଉତ୍ତେଜନା ଏବେ ସାଂଘାତିକ ରୂପ ନେବାରେ ଲାଗିଛି। ଯୁଦ୍ଧ ପରିସ୍ଥିତି ଉପୁଜିବା ଆଶଙ୍କାରେ ୟୁକ୍ରେନ ନିକଟରେ ଥିବା...

ସୁଷମା ସ୍ବରାଜଙ୍କ ପରଲୋକ

ନୂଆଦିଲ୍ଲୀ,୬।୮(ପି.ଟି.)-ପୂର୍ବତନ ବହିର୍ବ୍ୟାପାର ମନ୍ତ୍ରୀ, ଦିଲ୍ଲୀର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବରିଷ୍ଠ ଭାଜପା ନେତା ସୁଷମା ସ୍ବରାଜ ଆଉ ନାହାନ୍ତି। ନୂଆଦିଲ୍ଲୀସ୍ଥିତ ଏମ୍ସରେ ମଙ୍ଗଳବାର ରାତିରେ ହୃଦ୍‌ଘାତରେ...

ବେଲାରୁସର ଏକ ଛତ୍ରବାଦୀ ଶାସକ ୨୦ ହଜାର ଶରଣାର୍ଥୀଙ୍କୁ ୟରୋପ ପଠାଇବାକୁ କରୁଛନ୍ତି ଚେଷ୍ଟା

ମିଂସ୍କା,୧୩ ।୧୧: ବେଲାରୁସ ଓ ପୋଲାଣ୍ଡ ସୀମାରେ ଏବେ ହଜାର ହଜାର ଶରଣାର୍ଥୀ ଏବଂ ପ୍ରବାସୀ ତଥା ସଶସ୍ତ୍ର ସେନା ମୁହାଁମୁହିଁ ହୋଇଛନ୍ତି । ବେଲାରୁସର...

ଶ୍ରୀଲଙ୍କାରେ ସ୍ଥିତି ଅଣାୟତ୍ତ: ଏମ୍‌ପି ସମେତ ୫ ଜଣଙ୍କ ମୃତ୍ୟୁ

କଲମ୍ବୋ,୧୦।୫: ଆର୍ଥିକ ସଙ୍କଟ ମଧ୍ୟ ଦେଇ ଗତି କରୁଥିବା ଶ୍ରୀଲଙ୍କାରେ ବ୍ୟାପକ ହିଂସାକାଣ୍ଡ ଘଟିଛି। ପ୍ରଧାନମନ୍ତ୍ରୀ ମହିନ୍ଦା ରାଜପାକ୍‌ସେ ନିଜ ପଦରୁ ଇସ୍ତଫା ଦେବା ପରେ...

ପୂର୍ବ ୟୁକ୍ରେନ୍‌କୁ ଦଖଲ କରିବା ପାଇଁ ପ୍ରସ୍ତୁତ ହେଉଛି ରୁଷିଆ…

ମସ୍କୋ/କ୍ୱିଭ୍‌, ୧୩।୪ : ରୁଷିଆ ଏବଂ ୟୁକ୍ରେନ ମଧ୍ୟରେ ଚାଲିଥିବା ଯୁଦ୍ଧକୁ ଇତିମଧ୍ୟରେ ୪୮ ଦିନ ବିିତିଛି। ରୁଷିଆ ସୈନ୍ୟ କ୍ୱିଭ୍‌ ଦଖଲ କରିବା ଯୋଜନା...

କାଗଜ ଟଙ୍କାରେ ୪ ଦିନ, ସର୍ଜିକାଲ ମାସ୍କ୍‌ରେ ୭ ଦିନ ପର୍ଯ୍ୟନ୍ତ ସକ୍ରିୟ ରୁହେ କରୋନା ଭୂତାଣୁ: ଶପିଂ ବ୍ୟାଗ୍‌କୁ ଗୋଟେ ଦିନ ରଖନ୍ତୁ ଅଲଗା !

ବେଜିଂ,୭।୪: କରୋନା ସଂକ୍ରମଣ ଦେଇ ଲୋକଙ୍କ ମଧ୍ୟରେ କୋକୁଆ ଭୟ ଦେଖାଦେଇଛି। କରୋନା ଭୂତାଣୁର ସର୍ଜିକାଲ ମାସ୍କ୍‌ରେ ୭ ଦିନ ପର୍ଯ୍ୟନ୍ତ ସକ୍ରିୟ ରହିଥାଏ। ତେଣୁ...

Advertisement
Archives

Model This Week