ଆବାସ ଯୋଜନାରୁ ବଞ୍ଚତ୍ତ ଯୋଗ୍ୟ ହିତାଧିକାରୀଭଙ୍ଗା, ନୁଆଁଣିଆ ଚାଳଘରେ କଟୁଛି ଜୀବନ

ରଣପୁର,୧୧।୬(ସ୍ବ.ପ୍ର.)-ନୟାଗଡ ଜିଲା ରଣପୁର ଅଞ୍ଚଳରେ ଆବାସ ଯୋଜନା ପ୍ରକୃତ ହିତାଧିକାରୀଙ୍କ ପାଖରେ ପହଞ୍ଚତ୍ ପାରୁନି। ଭଙ୍ଗା ଦଦରା ନୁଅଁାଣିଆ ଚାଳ ଘରେ ରହୁଥିବା ପରିବାର ଘରଖଣ୍ଡେ ପାଇବାରୁ ବଞ୍ଚିତ ହେଉଛନ୍ତି।
ବାସହୀନ ଗରିବ ଶ୍ରେଣୀର ଲୋକଙ୍କ ପାଇଁ ଆବାସ ଯୋଜନା ପ୍ରଣୟନ କରିଛନ୍ତି। ହେଲେ ଏବେବି ବହୁ ଗରିବ ପରିବାର ଅଛନ୍ତି ଯେଉଁମାନଙ୍କ ପାଇଁ ପକ୍କାଘର ସ୍ବପ୍ନ ପାଲଟିଛି । ପିସି କାରବାର କରି ଥିଲାବାଲା ଲୋକ ଏହି ଯୋଜନାକୁ ହାତେଇ ପକ୍କାଘର ନେଉଛନ୍ତି ।
ବ୍ଲକ ବଳଭଦ୍ରପୁର ପଞ୍ଚାୟତରେ ଏପରି ଅନିୟମିତତା ଦେଖିବାକୁ ମିଳିଛି। ଉକ୍ତ ପଞ୍ଚାୟତର ପରିଆ ପ୍ରଧାନ (୬୫), ସ୍ତ୍ରୀ ସାବିତ୍ରୀ (୫୫) ଓ ୨ପୁଅ, ୩ଝିଅଙ୍କୁ ନେଇ ତାଙ୍କ ପରିବାର । ଗ୍ରାମରେ କିଛି ଛେଳି ଚରାଇ ପରିବାର ପ୍ରତିପୋଷଣ କରନ୍ତି ପରିଆ। ଘରଡିହକୁ ଛାଡିଦେଲେ ସମ୍ପତ୍ତି ବୋଲି କିଛି ନାହିଁ ତାଙ୍କର। ବହୁ କଷ୍ଟରେ ଦୁଇ ଝିଅଙ୍କୁ ବିବାହ କରାଇଦେଇଛନ୍ତି। ଭଙ୍ଗା ମାଟି କାନ୍ଥ ଉପରେ ନୁଅଁାଣିଆ ଚାଳଛପର ଘରେ ରୁହନ୍ତି ତାଙ୍କ ପରିବାର। ପରିଆ ଛେଳି ଚରାଉଥିବାବେଳେ ୨ପୁଅ ଏବେ ମୂଲ ମଜୁରି କରୁଛନ୍ତି। ଖାଦ୍ୟ ସୁରକ୍ଷା ଯୋଜନାରେ ସାମିଲ୍‌ ହୋଇଛନ୍ତି। ତେବେ ପଞ୍ଚାୟତରେ ପକ୍କାଘରଟିଏ ପାଇଁ ବାରମ୍ବାର ଆବେଦନ କରିଥିଲେ ମଧ୍ୟ ତାଙ୍କୁ ଏହି ଯୋଜନାରେ ସାମିଲ କରାଯାଉ ନାହିଁ। ଲାଞ୍ଚ ନ ଦେଇପାରିବାରୁ ତାଙ୍କୁ ଆବାସ ଯୋଜନାରେ ପକ୍କାଘର ମିଳୁ ନ ଥିବା ପରିଆ ଅଭିଯୋଗ କରିଛନ୍ତି। ଏନେଇ ବ୍ଲକର ଉଚ୍ଚ ଅଧିକାରୀମାନଙ୍କୁ ବାରମ୍ବାର ଅଭିଯୋଗ କଲେ ମଧ୍ୟ କୌଣସି ସୁଫଳ ମିଳୁନି । ବାରମ୍ବାର ଆବାସ ଯୋଜନାରୁ ତାଙ୍କୁ ବାଦ୍‌ ଦିଆଯାଉଛି ବୋଲି ସେ ଜିଲାପାଳଙ୍କୁ ଲିଖିତ ଅଭିଯୋଗ କରିଛନ୍ତି । ହେଲେ ଏହାର ସୁଫଳ ତାଙ୍କୁ ମିଳିପାରୁନାହିଁ ା ତୁରନ୍ତ ଜିଲା ପ୍ରଶାସନ ଏହାର ତଦନ୍ତ କରି ପରିଆଙ୍କୁ ଆବାସ ଯୋଜନାରେ ସାମିଲ କରି ନୂତନ ପକ୍କାଘରଟିଏ ମଞ୍ଜୁର କଲେ ସେ ଉପକୃତ ହୁଅନ୍ତେ ବୋଲି ସାଧାରଣରେ ଦାବି ହେଉଛି। ଏ ନେଇ ରଣପୁର ବିଡିଓ ରଶ୍ମିରେଖା ଦାଶଙ୍କୁ ପଚାରିବାରୁ ସେ କୁହନ୍ତି, ସେ ଯୋଗ୍ୟ ହିତାଧିକାରୀ ହୋଇଥିଲେ ତାଙ୍କୁ ଆବାସ ଯୋଜନାରେ ସାମିଲ କରି ପକ୍କା ଘର ଖଣ୍ଡେ ଯୋଗାଇ ଦେବୁ । ତାଙ୍କୁ ଯଦି ଜାଣିଶୁଣି ଯୋଜନାରୁ ବାଦ ଦିଆଯାଇଛି ତା’ହେଲେ ତଦନ୍ତ କରି କାର୍ଯ୍ୟାନୁଷ୍ଠାନ ନିଆଯିବ ।


Enter your email to get our daily news in your inbox.

All Right Reserved By Dharitri.Com

ସରକାରୀ ଯୋଜନାରୁ ବାଦ୍‌ ପଡ଼ିଛନ୍ତି ପୂଜକ ସମାଜ, ଆନ୍ଦୋଳନ ଡାକରା

ଭାପୁର,୧୮ା୬(ଡି.ଏନ୍‌.ଏ.)-ବର୍ଷସାରା ଠାକୁର ଠାକୁରାଣୀଙ୍କ ପୂଜାନୀତି କରି ଜୀବିକା ନିର୍ବାହ କରୁଥିବା ହଜାର ହଜାର ପୂଜକ ସମାଜ ସମସ୍ତ ସରକାରୀ ଯୋଜନାରୁ ବାଦ୍‌ ପଡ଼ିଚାଲିଛନ୍ତି। ଏପରିକି ସେମାନଙ୍କ...

ଷ୍ଟଲ୍‌ ଖାଁ ଖାଁ, ଚାଷୀ ନ ଥାଇ ପାଠଶାଳା

ନୟାଗଡ଼ ଅଫିସ,୨୪।୨:ଜିଲାସ୍ତରୀୟ କୃଷି ଯନ୍ତ୍ରପାତି ମେଳାରେ ଚାଷୀଙ୍କୁ ଦେଖିବାକୁ ମିଳୁନି । ୩ଦିନ ଧରି ମେଳା ଚାଲିଥିବାବେଳେ ଶୁକ୍ରବାର ମେଳା ଉଦ୍‌ଯାପନ ହେବ । ହେଲେ...

ମ୍ୟୁନିସିପାଲିଟି ନଜରରେ ଉଠାଦୋକାନ

ନୟାଗଡ଼ ଅଫିସ,୩।୭-ନୟାଗଡ଼ ମ୍ୟୁନିସିପାଲିଟି ଓ ଟାଉନ ପୋଲିସ ପକ୍ଷରୁ ନୟାଗଡ଼ ସହରର ବିଭିନ୍ନ ଉଠାଦୋକାନ ଉପରେ ସୋମବାର ଠାରୁ ଚଢ଼ାଉ ଆରମ୍ଭ ହୋଇଛି। ମଙ୍ଗଳବାର ଦ୍ୱିତୀୟ...

ଛାଡ଼ଖାଇରେ ଡାହୁକା ଡ୍ୟାମରେ ମାଛ ଧରିବାକୁ ନାହିଁ କଟକଣା

ନୟାଗଡ଼ ଅଫିସ,୧୪।୧୧: ନୟାଗଡ଼ ବ୍ଲକ ଲକ୍ଷ୍ମୀପ୍ରସାଦ ପଞ୍ଚାୟତ ଅନ୍ତର୍ଗତ ଡାହୁକା ଡ୍ୟାମରେ ବୁଧବାର ନିଆରା ଦୃଶ୍ୟ ଦେଖିବାକୁ ମିଳିଥିଲା। ମାଛ ଧରିବା ପାଇଁ ଲୋକଙ୍କ ଭିଡ଼...

ସ୍ବଳ୍ପ ବୃଷ୍ଟି, ଚାଷଜମି ଶୁଖିଲା: ମୁଣ୍ଡରେ ହାତଦେଇ ବସିଛି ଚାଷୀ

ରଣପୁର,୨୩ା୭ (ସ୍ବ.ପ୍ର.): ବର୍ଷା ଅଭାବରୁ ରଣପୁର ବ୍ଲକ ଅଞ୍ଚଳରେ ଜମି ଫାଟି ଆଁ କଲାଣି। କେଉଁଠି ବର୍ଷା ପାଇଁ ବେଙ୍ଗ ବିବାହ ତ ଆଉ କେଉଁଠି...

ମହିଳା ଗ୍ରୁପ ଟଙ୍କା ଲୁଟ ଘଟଣାର ପର୍ଦ୍ଦାଫାଶ

ଓଡ଼ଗାଁ, ୨୫ା୧୧(ସ୍ବ.ପ୍ର.): ନୟାଗଡ଼ ଜିଲା ଓଡ଼ଗାଁ ଆଦର୍ଶ ଥାନା ଅଧୀନ ବନ୍ଧ ସାହି ମହିଳା ଗ୍ରୁପଙ୍କ ଉଠାଣ କରାଯାଇଥିବା ୪ ଲକ୍ଷ ୧୪ ହଜାର ଟଙ୍କା...

ଜଙ୍ଗଲରୁ କାଠ ଲୁଟ୍‌ ଘଟଣା : ଘଟଣାସ୍ଥଳ ପରିଦର୍ଶନ କଲେ ଡିଏଫ୍‌ଓ

ନୂଆଗାଁ,୧୮ା୯ (ଡି.ଏନ.ଏ.): ନୟାଗଡ଼ ଜିଲା ମହିପୁର ବନାଞ୍ଚଳ ଅଧୀନରେ ଥିବା ବିଭିନ୍ନ ଜଙ୍ଗଲରୁ ମୂଲ୍ୟବାନ ଗଛ କାଟି ମାଫିଆମାନେ ତାହାକୁ ବାହାରକୁ ଚାଲାଣ କରୁଛନ୍ତି। ଏହା...

ପ୍ରତିବର୍ଷ ଜିଲାରେ ବଢ଼ୁଛି ରୋଗୀ ସଂଖ୍ୟା:ଜିଲାରେ ୪୫୬ ଜଣ ଏଚ୍‌ଆଇଭି ପଜିଟିଭ୍‌

ନୟାଗଡ଼ ଅଫିସ,୧।୧୨-ରବିବାର ପାଳନ କରାଯିବ ବିଶ୍ୱ ଏଡ୍‌ସ ଦିବସ । ଚଳିତ ବର୍ଷର ବାର୍ତ୍ତା ରହିଛି କମ୍ୟୁନିଟିଜ୍‌ ମେକ୍‌ ଦି ଡିଫରେନ୍ସ ଅର୍ଥାତ୍‌ ଗୋଷ୍ଠୀ ହିଁ...

Advertisement
Archives

Model This Week