Posted inବରଗଡ଼

ଆବାସ ଯୋଜନାରୁ ବଁଚିତ୍‌ ନିଅଁ। ସି ପରିବାର:ତାଲିକାର ନମ୍ବର ଦେଖି ଦିନ୍‌ଯାଉଛେ

ଅତାବିରା, ୩।୮ (ଡି.ଏନ୍‌.ଏ):
ବରଗଡ଼ ଜିଲା ଅତାବିରା ବ୍ଲକ ବୁଗବୁଗା ପଁଚେତ୍‌ କର୍ମୀଟିକ୍ରାର ଗୁଟେ ଅସାହା ପରିବାର ଘର ଅଭାବୁ ପରହର ଘରେ ଆଶ୍‌ରେ ନେଇଛନ୍‌। ଏନ୍‌ତାଥି ପରିବାରଟା ସରକାରୀ ଯୋଜନାରେ ଘରଖଁଡ଼େ ପାଏବାର ଲାଗି ପଁଚେତ୍‌ରେ ଗୁହାରି କରି ନିରାଶ ହେଇଥିବାର ଜନାଯାଇଛେ।
ସୂଚନା ଅନ୍‌ସାରେ କର୍ମୀଟିକ୍ରାର ବିଧବା ମହିଲା ବିଲାସିନୀ ମେହେର। ଆପ୍‌ନେ ନରୋତ୍ତମ ମେହେର ୨୦୦୯ରୁ ଆରପାରକେ ଚାଲିଯାଇଛନ୍‌। ଏହେଦେ ଦୁଇ ପୁଓ ଶୁଭମ, କୁନୁ ଆର ଦୁଇ ଝି’ ଗୀତା, ସସ୍ମିତାକୁଁ ନେଇ ବିଲାସିନୀକଁର ପରିବାର। ସଁପତି, ଜମିବାଡ଼ି ବଲି କିଛି ନାଇଁ। ଦୁଖ୍‌ସୁଖ, ଧାରଉଧାର କରି ବିଲାସିନୀ ଦୁଇ ଝି’କେ ବିହାଚୁରା କରିଛନ୍‌। ପରିବାରଟା ଅଭାବ ଅନାଟନ ଭିତରେ ପେଶି ହେଉଥିଲାବେଲେ ୩ ବଛର ତଲେ ବରଷା ପାଏନ୍‌ରେ ତାକର ଝାଟିମାଟି ଘରଟା ଭାଂଗି ଯାଇଛେ। ଏନ୍‌ତାଥି ବିଲାସିନୀ ଉପେ ଶୂଇନ୍‌ ହେଇ ଦୁଇ ପୁଓକୁ ଧରି ନିଜର ଦେଢ଼ଶୁର ଲଲିତ ମେହେରକଁର ଘରେ ଆଶ୍‌ରେ ନେଇଛନ୍‌। ଆପ୍‌ନେ ନରୋତ୍ତମ ବହୁତ ବଛର ହେଲା ଆରପାରକେ ଚାଲିଯାଇଥିଲେ ବି ବିଲାସିନୀ ବିଧବା ଭତା ପାଏବାରୁ ବଁଚିତ୍‌ ହେଇ ରହିଛନ୍‌। ଇଆଡ଼େ ପରିବାରଟା ପ୍ରଧାନମନ୍ତ୍ରୀ ଆବାସ ଯୋଜନା ତାଲିକାରେ ୧୧୬ ନମ୍ବରରେ ରହିଥିଲେ ବି ପକାଘର ଖଁଡ଼େ ପାଏବାରୁ ବଁଚିତ୍‌ ହେଇଛନ୍‌। ସେନ୍‌ତା ବିଲାସିନୀ ବିଧବା ଭତାର ଲାଗି ବାରବାର ପଁଚେତ୍‌ରେ ଗୁହାରି କଲେ ବି କେହି ନାଇଁ ଶୁନୁଥିବାର ତାକର ପୁଓ ଶୁଭମ କହିଛନ୍‌। ଇ ବାବ୍‌ଦେ ସରପଁଚ୍‌ ପୁଷ୍ପକାନ୍ତି ସେଟକୁଁ ପଚରାଲାରୁ ଘଟନାର ତଦଁତ୍‌ କରି ପଦକ୍ଷେପ ନିଆଯିବା ବଲି କହିଥିଲେ। ସେନ୍‌ତା ଘଟନା ବାବ୍‌ଦେ ବିଡିଓ ପ୍ରଣବ କୁମାର ଚାନ୍ଦକୁଁ ପଚରାଲାରୁ ଯଦି ପରିବାରଟା ହକ୍‌ଦାର ହେଇଥିବେ ନିହାତି ତାହାକୁ ଆବାସ ଯୋଜନାରେ ଘର ଯୁଗେଇ ଦିଆଯିବା ବଲି ସେ କହିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଭିଡ଼ିଓ କନଫେରେନ୍ସିଂରେ ଧାନ ସଂଗ୍ରହ କମିଟି ବୈଠକ: ମେ ପହିଲାରୁ ମଣ୍ଡି ଖୋଲିବାକୁ ଦାବି କଲେ ଚାଷୀ ପ୍ରତିନିଧି

ବରଗଡ଼ ଅଫିସ୍‌,୨୩।୪-ରବିଋତୁ ଧାନ ସଂଗ୍ରହ ପାଇଁ ଗୁରୁବାର ବରଗଡ଼ ଜିଲାସ୍ତରୀୟ ଧାନ ସଂଗ୍ରହ କମିଟି ନୀତି ନିର୍ଦ୍ଧାରଣ ବୈଠକ ଅନୁଷ୍ଠିତ ହୋଇଯାଇଛି। ବରଗଡ଼, ଅତାବିରା, ପଦ୍ମପୁର,...

ବରଗଡ଼ରେ ପୁଣି ୧୨୧ ନୂଆ ପଜିଟିଭ୍‌, ଆକ୍ରାନ୍ତଙ୍କ ସଂଖ୍ୟା ୫୫୦୦ ଟପିଲା

ବରଗଡ଼ ଅଫିସ,୨୩ା୯: ବରଗଡ଼ ଜିଲାରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢିବାରେ ଲାଗିଛି। ବୁଧବାର ଜିଲାରେ ପୁଣି ୧୨୧ଜଣ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସେମାନଙ୍କ...

ନୂଆଁଖାଇରେ ଅଡୁଆ ଯୁକ୍ତ ୩ ନାମଲେଖା

ବରଗଡ଼ ଅଫିସ୍‌,୨।୯: ପଶ୍ଚିମ ଓଡ଼ିଶାର କୃଷିଭିତ୍ତିକ ଗଣପର୍ବ ନୂଆଁଖାଇ ଆସନ୍ତା ୧୧ତାରିଖ ପାଳନ କରାଯିବ । ଏହି ଦିନ ଯୁକ୍ତ ୩ ନାମଲେଖା ଆରମ୍ଭ ହେଉଥିବାରୁ...

ବସନ୍ତରେ ବୈଶାଖ ତାତି

ବରଗଡ଼ ଅଫିସ୍‌,୧୧।୩: ବସନ୍ତ ସରିନାହିଁ। ହେଲେ ବୈଶାଖର ତାତି ପରିଲକ୍ଷିତ ହେଲାଣି। ଦିନ ୧୧ଟାରୁ ତାତିର ପ୍ରକୋପ ଜଣାପଡୁଛି। ରାସ୍ତାଘାଟରେ ଲୋକଙ୍କ ଯାତାୟାତ କମିଯାଉଛି। ଗତପ୍ରାୟ...

ଏପ୍ରିଲରୁ ମୂଲ ହେବା ମଡେଲ ସ୍କୁଲ: ଦରଖଁଡ଼ିଆ ହେଇ ପଡ଼ିଛେ ନୂତନ କୁଠା

ବିଜେପୁର, ୩।୩ (ଡି.ଏନ୍‌.ଏ.)- ଗଁାଗଁଲିର ମେଧାବୀ ପିଲାକୁଁ ଉଚ ଧରନ୍‌ର ଶିକ୍ଷା ଦେବାକେ ସବୁ ବ୍ଲକରେ ଆଦର୍ଶ ବିଦ୍ୟାଳୟ ଥାପନା କରବାକେ ରାଏଜ୍‌ ସରକାର୍‌ ଯୋଜନା...

ଧାନବିକ୍ରି ପାଇଁ ଚାଷୀଙ୍କୁ ମିଳୁନି ଟୋକନ

ବରଗଡ଼ ଅଫିସ୍‌,୧୮।୫: ଧାନ କିଣାବିକାରେ ସରକାର ଟୋକନ ବ୍ୟବସ୍ଥାକୁ ବାଧ୍ୟତାମୂଳକ କରିଛନ୍ତି । ଅନ୍ୟପଟେ ଚାଷୀଙ୍କୁ ଠିକ୍‌ ଭାବେ ଟୋକନ ମିଳି ନ ଥିବାରୁ ଚାଷୀମାନେ...

ମୁଖ୍ୟମନ୍ତ୍ରୀଙ୍କ ପ୍ରଚାର ପୂର୍ବରୁ ବିଜେପୁରରେ ଧାରଣା ଦେଲେ ଚିନିକଳ କର୍ମଚାରୀ

ବିଜେପୁର, ୧୬।୧୦(ଡି.ଏନ୍‌.ଏ.): ବରଗଡ଼ ଜିଲା ବିଜେପୁର ଉପନିର୍ବାଚନ ପ୍ରଚାର ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଶୁକ୍ରବାର ବିଜେପୁର ଗସ୍ତ କରିବାର କାର୍ଯ୍ୟକ୍ରମ ରହିଛି। ଏହା ପୂର୍ବରୁ...

ସିଟି ହସ୍ପିଟାଲ ଦାବି: ଦୋକାନବଜାର ବନ୍ଦକଲେ ସହରବାସୀ

ବରଗଡ଼ ଅଫିସ,୩।୨:  ସହରରେ ରହିଥିବା ପୁରୁଣା ଜିଲା ମୁଖ୍ୟ ଡାକ୍ତରଖାନାକୁ ସିଟି ହସ୍ପିଟାଲ ଘୋଷଣା ଦାବିରେ ଅସନ୍ତୋଷର ନିଆଁ ଲିଭିବାର ନାଁ ନେଉ ନାହିଁ। ଏହି...

Advertisement
Archives

Model This Week