ଆବାସ ଅଧାରେ ଥାଇ ହଡ଼ପ ହେଉଛି ଅର୍ଥ

ଦଶମନ୍ତପୁର,୧୯।୪(ଡି.ଏନ୍‌.ଏ.): ଆବାସ ଯୋଜନାରେ ଦୁର୍ନୀତିର ଗନ୍ତାଘର ସାଜିଛି କୋରାପୁଟ ଜିଲା ଦଶମନ୍ତପୁର ବ୍ଲକ। କେଉଁଠି ପୁନାଦିରେ କାମ ରହି ମଧ୍ୟ ଶେଷ ବିଲ୍‌ ଉଠାଯାଇ ଥିବାବେଳେ ଅନ୍ୟ କେଉଁଠି ଗୃହ ସଂପୂର୍ଣ୍ଣ ହୋଇ ନଥିଲେ ହେଁ କାର୍ଯ୍ୟାଳୟରେ ଫଟୋ ଦେଖାଇ କିଛି କର୍ମଚାରୀଙ୍କ ସହ ସଲାସୁତୁରାରେ ଟଙ୍କା ଉଟିଛି। ଏପଟେ ହିତାଧିକାରୀ ଗୃହ ସରିବା ବାଟକୁ ଚାହିଁ ଚାହିଁ ଆରପାରିକି ଚାଲିଯାଉଛନ୍ତି। ଗିର୍ଲିଗୁମ୍ମା ପଞ୍ଚାୟତ ଡଣ୍ଡାବାଡ଼ ଗ୍ରାମରେ ଏଭଳି ଚିତ୍ର ଦେଖିବାକୁ ମିଳିଛି।
୨୦୧୭/୧୮ ଆର୍ଥିକ ବର୍ଷରେ ଗ୍ରାମର ପାନ ଜାନିଙ୍କୁ ଆବାସ ଗୃହ ମିଳିଥିଲା। ସ୍ବାମୀ ବୁଟାଙ୍କ ମୃତ୍ୟୁ ପରେ ଗୃହ ନିର୍ମାଣ ତାଙ୍କ ପକ୍ଷରେ ଅସମ୍ଭବ ହୋଇପଡ଼ିଥିଲା। ଜଣେ ଠିକାଦାର ‘ଖୁବ୍‌ଶୀଘ୍ର ତୁମ ଘର ଶେଷ କରାଇଦେବି’ କହି କାମ ହାତେଇ ନେଇଥିଲେ। କିନ୍ତୁ ୨ବର୍ଷ ବିତିଯାଇଥିଲେ ମଧ୍ୟ ଘରର ଛାତ ପଡ଼ିନାହିଁ। ନୂଆଘରେ ମୁଣ୍ଡ ଗୁଞ୍ଜିବା ପାଇଁ ଆଶା ରଖିଥିବା ପାନ ମଧ୍ୟ ଇତିମଧ୍ୟରେ ଆଉ ନାହାନ୍ତି। କିନ୍ତୁ ତାଙ୍କ ପୁତୁରା ଓ ଭାଇ ଅଧପନ୍ତରିଆ ଗୃହର ଛାତ ଶୀଘ୍ର ଶେଷ କର ବୋଲି ଠିକାଦାରଙ୍କୁ ଜଣାଇଲେ ସେ କହୁଛନ୍ତି, ମୋ ବିରୋଧରେ ତୁମେ ଯାହାକୁ ଅଭିଯୋଗ ଜଣାଇଲେ ମଧ୍ୟ କିଛି ହେବନାହିଁ। ତେଣୁ ତୁରନ୍ତ ଘରକାମ ନ ସରିଲେ ବ୍ଲକ କାର୍ଯ୍ୟାଳୟରେ ତାଲା ଠୁଙ୍କିବା ସହ ଜିଲାପାଳଙ୍କ ଦ୍ୱାରସ୍ଥ ହେବୁ ବୋଲି ପାନଙ୍କ ସମ୍ପର୍କୀୟ ଚେତାବନୀ ଦେଇଛନ୍ତି। ଏ ସମ୍ପର୍କରେ ଠିକାଦାର ଛବି ଖୋସଲା କହିଥିଲେ, ହଁ ମୁଁ କରିଦେବି ଏବଂ ସାହେବ ମାଝିର ଇଟା ଟଙ୍କା ଓ ଶ୍ରମିକଙ୍କ ୬୦୦୦ ଟଙ୍କା ଖୁବଶୀଘ୍ର ପ୍ରଦାନ କରିଦେବି। ଏ ସମ୍ପର୍କରେ ବିଡିଓ ଡମ୍ବରୁଧର ମଲ୍ଲିକ ପଦକ୍ଷେପ ନେବେ ବୋଲି ପ୍ରତିଶ୍ରୁତି ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଜିଲା ପ୍ରଶାସନର ତତ୍ପରତା: ୬ କ୍ଲିନିକ୍‌ ସିଲ୍‌

ଗୁଣପୁର,୬।୧୧(ପ୍ରଦୀପ କୁମାର ପାଢ଼ୀ): ରାୟଗଡ଼ା ଜିଲା ଗୁଣପୁର ଉପଖଣ୍ଡରେ ବେଆଇନ ଭାବେ ଚାଲିଥିବା କ୍ଲିନିକ ଗୁଡିକକୁ ଶୁକ୍ରବାର ଜିଲା ସ୍ବାସ୍ଥ୍ୟ ବିଭାଗ ସିଲ୍‌ କରିଛି। ଉପ...

ଉତ୍ତରାଖଣ୍ଡରେ ରାୟଗଡ଼ା ଯୁବତୀଙ୍କୁ ହତ୍ୟା କରି ନଦୀରେ ଫିଙ୍ଗିଦେଲେ

ରାୟଗଡ଼ା,୭।୧୧ (ଆଶିଷ ରଞ୍ଜନ ପଣ୍ଡା): ଉତ୍ତରାଖଣ୍ଡରେ ରାୟଗଡ଼ା ଜିଲା ଚାନ୍ଦିଲି ଥାନା ଅଞ୍ଚଳର ଜଣେ ଯୁବତୀଙ୍କୁ ହତ୍ୟା କରାଯାଇ ମୃତଦେହକୁ ଏକ ନଦୀରେ ଫିଙ୍ଗି ଦିଆଯାଇଥିଲା।...

ରାୟଗଡ଼ା ପୌର ପରିଷଦ ଉପାଧ୍ୟକ୍ଷା ଅନାସ୍ଥା ପ୍ରସଙ୍ଗ: ବିଜେଡିକୁ ବଡ ଝଟ୍‌କା, ହାଇକୋର୍ଟ ଦେଲେ ବଡ଼ ରାୟ…

ରାୟଗଡ଼ା,୯।୧୦(ଆଶିଷ ରଞ୍ଜନ ପଣ୍ଡା): ନୂଆପଡ଼ା ବିଧାୟକଙ୍କ ମୃତ୍ୟୁ ପରେ ନଭେମ୍ବର ୧୧ ତାରିଖରେ ଉପନିର୍ବାଚନରେ ବିଜେଡି ଦଳ ପାଇଁ ଏହା ଏସିଡ ଟେଷ୍ଟ ହୋଇଥିବା ବେଳେ...

ଛାତ୍ରୀଙ୍କୁ ଅସଦାଚରଣ କରି ଅଧ୍ୟାପକ ଗିରଫ: କଲେଜରେ ଉତ୍ତେଜନା

ରାୟଗଡ଼ା,୩୧।୧୦(ଆଶିଷ ରଞ୍ଜନ ପଣ୍ଡା): ରାୟଗଡା ସହରସ୍ଥିତ ଉକତ୍ଳ ଗୌରବ ମଧୁସୂଦନ ବୈଷୟିକ (ୟୁଜିଏମଆଇଟି) କଲେଜର ଅଧ୍ୟାପକ ଜଣେ ଛାତ୍ରୀଙ୍କୁ ଅସଦାଚରଣ କରିବା ଅଭିଯୋଗରେ ଶୁକ୍ରବାର କଲେଜ...

ଦୁଇ ବାଇକ ମୁହାଁମୁହିଁ ଧକ୍କା: ୨ ଯୁବକଙ୍କ ଚାଲିଗଲା ଜୀବନ

ମୁନିଗୁଡା,୨୫।୧୦ (ନନ୍ଦ କିଶୋର ପଟ୍ଟନାୟକ): ରାୟଗଡା ଜିଲା ମୁନିଗୁଡା ଥାନା ଅନ୍ତର୍ଗତ ବୁରୁଜୁଗୁଡା ନିକଟରେ ୨ବାଇକ ମୁହାଁମୁହିଁ ଧକ୍କା ହେବା ଫଳରେ ଉଭୟ ବାଇକ ଚାଳକଙ୍କ...

ବିଲକୁ ପାଣି ମଡାଇବାକୁ ଯାଇଥିଲେ ମାରିଲା ଘଡଘଡି

କଲ୍ୟାଣସିଂହପୁର ୨୦।୧୦(ଦୀପକ କୁମାର ପରଡ଼ା): ବଜ୍ରପାତରେ ଜଣେ ୨୦ ବର୍ଷୀୟ ଯୁବକଙ୍କ ମୃତ୍ୟୁ ଘଟିଛି। ଯୁବକ ଜଣକ ହେଲେ ସାନତଡ୍ରା ଗାଁର କୃଷ୍ଣ ନାଚିକାଙ୍କ ପୁଅ...

ସରିଲା ମତଦାନ, ଗଣତି ସ୍ଥଗିତ

ରାୟଗଡ଼ା,୯।୧୦(ଆଶିଷ ରଞ୍ଜନ ପଣ୍ଡା)-ରାୟଗଡ଼ା ପୌର ପରିଷଦ ଉପାଧ୍ୟକ୍ଷା ଶୁଭ୍ରା ପଣ୍ଡାଙ୍କ ବିରୋଧରେ ଅନାସ୍ଥା ପ୍ରସ୍ତାବ ପାଇଁ ଗୁରୁବାର ପୌର କାର୍ଯ୍ୟାଳୟରେ ମତଦାନ ଅନୁଷ୍ଠିତ ହୋଇଯାଇଛି। ନିର୍ବାଚନ...

ପୌର ଉପାଧ୍ୟକ୍ଷା ଅନାସ୍ଥା ପ୍ରସ୍ତାବ ମାମଲା: ହ୍ବିପ୍‌ ଜାରିକଲା ବିଜେଡି, ନିର୍ଦ୍ଦେଶ ନ ମାନିଲେ…

ରାୟଗଡ଼ା,୮ା୧୦(ଆଶିଷ ରଞ୍ଜନ ପଣ୍ଡା): ରାୟଗଡ଼ା ପୌରପରିଷଦ ଉପାଧ୍ୟକ୍ଷାଙ୍କ ବିରୋଧରେ ୧୯ଜଣ କାଉନସିଲର ସେପ୍ଟେମ୍ବର ୧୨ ତାରିଖରେ ଅନାସ୍ଥା ପ୍ରସ୍ତାବ ଆଣିଥିଲେ। ଏହି ମାମଲାରେ ବିଜେଡି ରାଜ୍ୟ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri