Posted inଜାତୀୟ

ଆନ୍ଧ୍ର ବିଧାନସଭାରେ ୩ ରାଜଧାନୀ ବିଲ୍‌ ଗୃହୀତ

ନୂଆଦିଲ୍ଲୀ,୨୧ା୧( ଆଇଏଏନ୍‌ଏସ୍‌): ଆନ୍ଧ୍ରପ୍ରଦେଶ ବିଧାନସଭାରେ ସୋମବାର ୩ ରାଜାଧାନୀ ବିଲ୍‌ ଗୃହୀତ ହୋଇଛି। ଏହାକୁ ବିରୋଧ କରି ମାସାଧିକ କାଳ ଆନ୍ଦୋଳନ ଚଳାଇଥିବା ଅମରାବତୀର କୃଷକମାନେ ନିଶ୍ଚିତ ଭାବେ ନ୍ୟାୟ ପାଇବେ ବୋଲି ମୁଖ୍ୟମନ୍ତ୍ରୀ ଓ୍ବାଇ.ଏସ୍‌. ଜଗନମୋହନ ରେଡ୍ଡୀ ପ୍ରତିଶ୍ରୁତି ଦେବା ପରେ ବିଧେୟକକୁ ବିଳମ୍ବିତ ରାତିରେ ଗୃହର ମଞ୍ଜୁରୀ ମିଳିଛି। ଆନ୍ଧ୍ରପ୍ରଦେଶ ଡିସେଣ୍ଟ୍ରାଲାଇଜେଶନ୍‌ ଆଣ୍ଡ ଇନ୍‌କ୍ଲୁସିଭ୍‌ ଡେଭଲପ୍‌ମେଣ୍ଟ ଅଫ୍‌ ଅଲ୍‌ ରିଜିଅନ୍ସ ବିଲ୍‌, ୨୦୨୦ ଅନୁସାରେ ଅମରାବତୀ ରାଜ୍ୟର ବ୍ୟବସ୍ଥାପିକା ରାଜଧାନୀ ରହିବ। ସେହିପରି ବିଶାଖାପଟନମ୍‌ କାର୍ଯ୍ୟପାଳିକା ଓ କୁର୍ନୁଲ ନ୍ୟାୟପାଳିକା ରାଜଧାନୀ ହେବ ବୋଲି ଉକ୍ତ ବିଲ୍‌ରେ ବ୍ୟବସ୍ଥା ରହିଛି। ବିଧାନସଭାରେ ଏହାକୁ ନେଇ ୧୨ ଘଣ୍ଟା ଧରି ବିତର୍କ ଚାଲିବା ପରେ ଧ୍ୱନିମତରେ ବିଧେୟକ ଗୃହୀତ ହୋଇଛି। ଶାସନ ବିକେନ୍ଦ୍ରୀକରଣ ଓ ସମସ୍ତ ଅଞ୍ଚଳର ବିକାଶ ଲକ୍ଷ୍ୟ ନେଇ ଆଉ ଦୁଇଟି ରାଜଧାନୀକୁ ବିକଶିତ କରାଯିବ। ବର୍ତ୍ତମାନର ରାଜଧାନୀ ଅମରାବତୀକୁ ଅନ୍ୟତ୍ର ସ୍ଥାନାନ୍ତର କରାଯାଉ ନାହିଁ ବୋଲି ଜଗନ୍‌ମୋହନ ସ୍ପଷ୍ଟ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଅମ୍ଫନ ରିଲିଫ୍‌ ପାଣ୍ଠି ଆତ୍ମସାତ୍‌ କରିଛି ଟିଏମ୍‌ସି: ଶାହା

ଗୋସାବା,୨୪ା୩: ପଶ୍ଚିମବଙ୍ଗରେ ମମତା ବାନାର୍ଜୀ ସରକାର ଅମ୍ଫନ ରିଲିଫ୍‌ ପାଣ୍ଠିକୁ ଆତ୍ମସାତ୍‌‌ କରିଥିବା ସ୍ବରାଷ୍ଟ୍ରମନ୍ତ୍ରୀ ଅମିତ୍‌ ଶାହା ମଙ୍ଗଳବାର ଅଭିଯୋଗ ଆଣିଛନ୍ତି। ଗୋସାବାରେ ଭାଜପାର ଏକ...

୨୪ ଘଣ୍ଟାରେ ମହାରାଷ୍ଟ୍ରରେ ୧୧୬ ପୋଲିସକର୍ମୀ କରୋନା ପଜିଟିଭ୍‌

ମୁମ୍ବାଇ, ୨୭।୫: ଦେଶରେ ଲଗାତାର କରୋନା ସଂକ୍ରମିତଙ୍କ ସଂଖ୍ୟା ବଢିବାରେ ଲାଗିଛି। ଗତ ୨୪ ଘଣ୍ଟାରେ ଦେଶରେ ୭ ହଜାର ୪୬୬ଟି ମାମଲା ସାମ୍ନାକୁ ଆସିଥିବାବେଳେ...

ହୋଲି ପରେ ସୁପ୍ରିମକୋର୍ଟରେ ହିଜାବ ଶୁଣାଣି

ନୂଆଦିଲ୍ଲୀ,୧୭।୩ (ପି.ଟି.): ହିଜାବ ବିବାଦ ଉପରେ କର୍ନାଟକ ହାଇକୋର୍ଟ ଦେଇଥିବା ରାୟକୁ ସୁପ୍ରିମକୋର୍ଟରେ ଚ୍ୟାଲେଞ୍ଜ କରାଯାଇଥିଲା। ସର୍ବୋଚ୍ଚ ଅଦାଲତ ଉକ୍ତ ପିଟିଶନକୁ ଶୁଣାଣି ପାଇଁ ବୁଧବାର...

ରାଷ୍ଟ୍ରପତି ଦେଲେ ମଞ୍ଜୁରୀ: ନଭେମ୍ବର ୧୮ରେ ସୁପ୍ରିମକୋର୍ଟର ପ୍ରଧାନ ବିଚାରପତି ଭାବେ ଶପଥ ନେବେ ଶରଦ ଅରବିନ୍ଦ ବୋବଡେ

ନୂଆଦିଲ୍ଲୀ,୨୯।୧୦: ଆସନ୍ତା ନଭେମ୍ବର ୧୮ରେ ସୁପ୍ରିମକୋର୍ଟର ପରବର୍ତ୍ତୀ ପ୍ରଧାନ ବିଚାରପତି ଭାବେ ଶପଥ ନେବେ ଜଷ୍ଟିସ ଶରଦ ଅରବିନ୍ଦ ବୋବଡେ। ସିଆଇଜେଙ୍କ ପକ୍ଷରୁ ଦିଆଯାଇଥିବା ପ୍ରସ୍ତାବକୁ...

ଭାଜପା ପାଇଁ ବଢିଲା ଅଡୁଆ

ଚଣ୍ଡିଗଡ,୧୮।୧୨: ପଞ୍ଜାବ ଏବଂ ହରିୟାଣା ସମେତ ଅନେକ ରାଜ୍ୟର କୃଷକମାନେ କେନ୍ଦ୍ରୀୟ କୃଷି ଆଇନକୁ ବିରୋଧ କରୁଛନ୍ତି। ଏଭଳି ପରିସ୍ଥିତିରେ ଭାଜପା ନେତୃତ୍ୱାଧୀନ କେନ୍ଦ୍ର ସରକାର...

ଉଦୟପୁରର କହ୍ନେୟାଲାଲ ହତ୍ୟା ମାମଲା: ୩୨ ପୋଲିସ ଅଧିକାରୀଙ୍କୁ ବଦଳି

ଜୟପୁର,୧।୭: ରାଜସ୍ଥାନ ଉଦୟପୁରର ଦରଜି କହ୍ନେୟାଲାଲ ତେଲିଙ୍କ ହତ୍ୟା ଘଟଣା ପରେ ଉଦୟପୁରର ଇନ୍ସପେକ୍ଟର୍‌ ଜେନେରାଲ ଓ ପୋଲିସ ସୁପରିଣ୍ଟେଣ୍ଡେଣ୍ଟଙ୍କ ସହିତ ୩୨ଜଣ ପୋଲିସ ଅଧିକାରୀଙ୍କୁ...

ମୁଖ୍ୟମନ୍ତ୍ରୀ ଯୋଗୀଙ୍କୁ ଭେଟିବାକୁ ୩ ଦିନ ଦୌଡିବେ କୁନି ଧାବିକା

ଲକ୍ଷ୍ନୌ,୧୧ ।୪: ପ୍ରତିଯୋଗୀତାରେ ବିଜୟ ଅପେକ୍ଷା ଅଧିକ ଗୁରୁତ୍ୱପୂର୍ଣ୍ଣ ହୋଇଥାଏ ଏଥିରେ ଭାଗ ନେବା । ହେଲେ ଖେଳାଳୀଙ୍କୁ ଯେତେବେଳେ ସେମାନଙ୍କୁ ସେମାନଙ୍କର ଉଚିତ ସମ୍ମାନ...

‘ତାଳି ନ ବଜାଇ ଆର୍ଥିକ ପ୍ୟାକେଜ୍‌ର ଘୋଷଣା କରନ୍ତୁ ସରକାର’: ରାହୁଲ

ନୂଆଦିଲ୍ଲୀ,୨୧।୩: କରୋନା ଭାଇରସ କବଳରେ ଏବେ ସାରା ବିଶ୍ୱ। ଭାରତରେ ମଧ୍ୟ କରୋନାର ପ୍ରଭାବ କିଛି କମ୍‌ ନାହିଁ। ଏବେ ଭାରତରେ କରୋନା ସଂକ୍ରମିତଙ୍କ ସଂଖ୍ୟା...

Advertisement
Archives

Model This Week