Posted inଜାତୀୟ

ଆନ୍ଧ୍ର କ୍ୟାବିନେଟ :୫ ଉପମୁଖ୍ୟମନ୍ତ୍ରୀଙ୍କ ସହ ୨୫ ଶପଥ ନେଲେ

ଅମରାବତୀ, ୯ା୬(ପି.ଟି.): ଆନ୍ଧ୍ରପ୍ରଦେଶ ମୁଖ୍ୟମନ୍ତ୍ରୀ ଜଗନ୍‌ମୋହନ ରେଡ୍ଡୀଙ୍କ ମନ୍ତ୍ରିମଣ୍ଡଳରେ ଶନିବାର ୫ ଉପମୁଖ୍ୟମନ୍ତ୍ରୀଙ୍କ ସହ ୨୫ ମନ୍ତ୍ରୀ ସାମିଲ ହୋଇଛନ୍ତି। ୫ ଉପମୁଖ୍ୟମନ୍ତ୍ରୀ ହେଲେ ପାମୁଲା ପୁଷ୍ପା ଶ୍ରୀବାଣୀ, ପିଲ୍ଲି ସୁବାସ ଚନ୍ଦ୍ର ବୋଷ, ଆଲ୍ଲା କଲି କ୍ରିଷ୍ଣା ଶ୍ରୀନିବାସ, ଏଲ୍‌ ନାରାୟଣ ସ୍ବାମୀ ଓ ଆମ୍‌ଜାଥ ବାସା । ଏଥିସହ ୭ ଜଣ ପଛୁଆବର୍ଗର ବିଧାୟକଙ୍କୁ କ୍ୟାବିନେଟ ମନ୍ତ୍ରୀ ପାହ୍ୟା ପ୍ରଦାନ କରିଥିବାବେଳେ ଅନୁସୂଚିତ ଜାତି ବର୍ଗର ୫ ବିଧାୟକ, ମୁସଲ୍‌ମାନ୍‌ ଓ ଅନୁସୂଚିତ ଉପଜାତି ବର୍ଗର ଜଣେ ଲେଖାଏ, କପୁ ଓ ରେଡ୍ଡୀ ସମ୍ପ୍ରଦାୟର ୪ଜଣ ଲେଖାଏ ବିଧାୟକଙ୍କୁ କ୍ୟାବିନେଟ ମନ୍ତ୍ରୀ ପଦ ପ୍ରଦାନ କରାଯାଇଛି। କ୍ଷତ୍ରିୟ ଓ ବୈଶ୍ୟ ସମ୍ପ୍ରଦାୟର ଜଣେ ଲେଖାଏ ବିଧାୟକ ମଧ୍ୟ ଏହି କ୍ୟାବିନେଟରେ ସାମିଲ ହୋଇଛନ୍ତି। ରାଜ୍ୟପାଳ ଇ.ଏସ୍‌.ଏଲ୍‌. ନରସିଂହ ଏକ ବର୍ଣ୍ଣାଢ୍ୟ ସମାବେଶରେ ମନ୍ତ୍ରୀମାନଙ୍କୁ ପଦ ଓ ଗୋପନୀୟତାର ଶପଥ ପାଠ କରାଇଛନ୍ତି। ମୁଖ୍ୟମନ୍ତ୍ରୀ ଜଗନ୍‌ମୋହନ ରେଡ୍ଡୀଙ୍କୁ ମିଶାଇ ୨୬ଜଣିଆ କ୍ୟାବିନେଟରେ ୩ ମହିଳା ସଦସ୍ୟ ସ୍ଥାନ ପାଇଛନ୍ତି। ଏମାନଙ୍କ ମଧ୍ୟରୁ ଅନୁସୂଚିତ ଜାତି ବର୍ଗର ୨ ଜଣ ହୋଇଥିବାବେଳେ ଅନୁସୂଚିତ ଉପଜାତି ବର୍ଗରୁ ଜଣେ ଅଛନ୍ତି।ଦଳିତ ବର୍ଗର ମହିଳା ବିଧାୟକ ମେକାଥୋତି ସୁଚରିତାଙ୍କୁ ସ୍ବରାଷ୍ଟ୍ର ମନ୍ତ୍ରଣାଳୟ ମିଳିଥିବା ଜଣାପଡ଼ିଛି।
ଦାୟିତ୍ୱ ଗ୍ରହଣ କରିବା ପରେ ଜଗନ୍‌ ଆଶା କର୍ମୀଙ୍କ ମାସିକ ଦରମା ୧୦ ହଜାର ଟଙ୍କାକୁ ବୃଦ୍ଧି କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ସତ ହେବ ସ୍ୱପ୍ନ: ରବି କିଶନ

ନୂଆଦିଲ୍ଲୀ,୨୩ ।୧୧: ଉତ୍ତର ପ୍ରଦେଶର ଗୋରଖପୁରରେ ଏକ ସମ୍ମିଳନୀରେ ଯୋଗଦେଇ ଭାରତୀୟ ଜନତା ପାର୍ଟି(ଭାଜପା)ର ଏମ୍‌ପି ରବି କିଶନ କହିଛନ୍ତି ଉତ୍ତର ପ୍ରଦେଶରେ ଏବେ ବହୁ...

୫ ବିଲିୟନ ଡଲାର ପ୍ରତିରକ୍ଷା ରପ୍ତାନି ଲକ୍ଷ୍ୟ

ଲକ୍ଷ୍ନୌ,୬ା୨(ପି.ଟି.): ଆଗାମୀ ୫ ବର୍ଷରେ ପ୍ରତିରକ୍ଷା ରପ୍ତାନି ୫ ବିଲିୟନ ଡଲାର (ପାଖାପାଖି ୩୫ ହଜାର କୋଟି ଟଙ୍କା)ରେ ପହଞ୍ଚାଇବା ପାଇଁ ଭାରତ ଲକ୍ଷ୍ୟ ରଖିଥିବା...

ଏକକ ଦେୱାନି ସଂହିତା ସପକ୍ଷରେ ସୁପ୍ରିମକୋର୍ଟ

ନୂଆଦିଲ୍ଲୀ,୧୪ା୯(ପି.ଟି.): ଭାରତରେ ଏକକ ଦେୱାନି ସଂହିତା (ୟୁସିସି) ପ୍ରସ୍ତୁତ କରିବା ସପକ୍ଷରେ ଶୁକ୍ରବାର ସୁପ୍ରିମକୋର୍ଟ ଗୁରୁତ୍ୱ ଦେଇଛନ୍ତି। ୧୯୮୨ରେ ଏନେଇ ପ୍ରୋତ୍ସାହନ ଦେବା ସତ୍ତ୍ୱେ ସେବେଠୁ...

ଶୋପିଆନ୍‌ରେ ସୁରକ୍ଷାକର୍ମୀଙ୍କ ଏନ୍‌କାଉଣ୍ଟର: ୩ ଆତଙ୍କବାଦୀ ନିହତ, ଅସ୍ତ୍ରଶସ୍ତ୍ର ଜବତ

ଶ୍ରୀନଗର, ୧୬।୬: ଜମ୍ମୁ-କଶ୍ମୀରରେ ଆତଙ୍କବାଦ ବିରୋଧୀ ଲଢ଼େଇରେ ସୁରକ୍ଷାକର୍ମୀଙ୍କୁ ସଫଳତା ମିଳିଛି। ଶୋପିଆନ୍‌ ଜିଲାରେ ସୁରକ୍ଷାକର୍ମୀଙ୍କ ଏନ୍‌କାଉଣ୍ଟରରେ ୩ ଆତଙ୍କବାଦୀ ନିହତ ହୋଇଛନ୍ତି। ସେଠାରୁ ଅସ୍ତ୍ରଶସ୍ତ୍ର...

୧୫ ମିନିଟ୍‌ରେ ଚାଇନା ସୈନ୍ୟଙ୍କୁ ହଟାଇଥାନ୍ତି

କୁରୁକ୍ଷେତ୍ର,୮।୧୦: କଂଗ୍ରେସ କ୍ଷମତାରେ ଥିଲେ ମାତ୍ର ୧୫ ମିନିଟ୍‌ରେ ଭାରତୀୟ ଅଞ୍ଚଳରୁ ଚାଇନା ସୈନ୍ୟ (ପିଏଲ୍‌ଏ)ଙ୍କୁ ହଟାଇଥାନ୍ତା ବୋଲି କଂଗ୍ରେସ ନେତା ରାହୁଲ ଗାନ୍ଧୀ ବୁଧବାର...

ବିବେକ ଜୋହ୍‌ରି ବିଏସ୍‌ଏଫ୍‌ ଡିଜି

ନୂଆଦିଲ୍ଲୀ୍‌, ୧ା୯(ପି.ଟି.): ଆଇପିଏସ୍‌ ଅଫିସର ବିବେକ କୁମାର ଜୋହ୍‌ରି ଶନିବାର ବିଏସ୍‌ଏଫ୍‌ର ୨୫ତମ ଡିଜି ଭାବେ ଦାୟିତ୍ୱ ଗ୍ରହଣ କରିଛନ୍ତି। ବିଏସ୍‌ଏଫ୍‌ ମୁଖ୍ୟାଳୟଠାରେ ୧୯୮୪ ବ୍ୟାଚ୍‌...

‘ସାଇକେଲ ଗର୍ଲ’ ଜ୍ୟୋତିଙ୍କ ପିତାଙ୍କର ହୃଦ୍‌ଘାତରେ ମୃତ୍ୟୁ

ପାଟନା,୩୧।୫: ବିହାର ଦରଭଙ୍ଗାର ଚର୍ଚ୍ଚିତ ‘ସାଇକେଲ ଗର୍ଲ’ ଜ୍ୟୋତି ପାସଓ୍ବାନଙ୍କ ପିତା ମୋହନ ପାସଓ୍ବାନଙ୍କ ପରଲୋକ ଘଟିଛି। ସୋମବାର ହୃଦ୍‌ଘାତ ଯୋଗୁ ତାଙ୍କର ମୃତ୍ୟୁ ହୋଇଥିବା...

ବିକାଶ ଦୁବେଙ୍କ ଅପରାଧ ଦୁନିଆ ଛାଡ଼ିବାକୁ ଚାହୁଁଥିଲେ ଅମର, ଜାଣନ୍ତୁ ଏହାର କାରଣ

ଲକ୍ଷ୍ନୌ,୧୨ା୭: ଉତ୍ତରପ୍ରଦେଶର କାନପୁର ଏନ୍‌କାଉଣ୍ଟରର ମୁଖ୍ୟ ଅଭିଯୁକ୍ତ ବିକାଶ ଦୁବେଙ୍କ ଡାହାଣ ହାତ ଥିଲେ ସାର୍ପ ସୁଟର ଅମର ଦୁବେ। ବର୍ତ୍ତମାନ ଦୁହିଁଙ୍କ ମୃତ୍ୟୁ ପରେ...

Advertisement
Archives

Model This Week