ପୁରୀ ଅଫିସ,୨୬ା୭: ଶ୍ରୀମନ୍ଦିରରେ ଶୃଙ୍ଖଳା ଓ ସ୍ବଚ୍ଛତା ଆଣିବା ଲାଗି ଏକାଧିକ ନିଷ୍ପତ୍ତି ହେଉଛିି। ହେଲେ ଏହି ନିଷ୍ପତ୍ତି ମଧ୍ୟରୁ ଅନେକ ବାସ୍ତବତାର ରୂପ ନେଇପାରୁନିି। ଆନନ୍ଦ ବଜାରରେ ଅଭିଯୋଗ ପ୍ରକୋଷ୍ଠ ଖୋଲିବା ଲାଗି ମନ୍ଦିର ପ୍ରଶାସନ ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେଇଥିଲା। ଏହି ନିଷ୍ପତ୍ତିକୁ ପାଖାପାଖି ବର୍ଷେ ପୂରିବାକୁ ବସିଛିି। ହେଲେ ଏ ପର୍ଯ୍ୟନ୍ତ ଆନନ୍ଦ ବଜାରରେ ଅଭିଯୋଗ ପ୍ରକୋଷ୍ଠ ଖୋଲିପାରିଲା ନାହିଁି। ପୂର୍ବପରି ଏବେ ବି ଅନେକ ସମୟରେ ଭକ୍ତ ହଇରାଣ ହେଉଛନ୍ତିି। କେତେବେଳେ ସେମାନଙ୍କୁ ଦୁର୍ବ୍ୟବହାର କରାଯାଉଛି ତ ପୁଣି କେତେବେଳେ ଶୋଷଣର ଶିକାର ହେଉଥିବା ଅଭିଯୋଗ ମଧ୍ୟ ହେଉଛିି। କ’ଣ ପାଇଁ ପ୍ରଶାସନ ଅଭିଯୋଗ ପ୍ରକୋଷ୍ଠ ଖୋଲିବାକୁ ପଛଘୁଞ୍ଚା ଦେଉଛି ତାହାକୁ ନେଇ ପ୍ରଶ୍ନ ଉଠାଉଛନ୍ତି ଭକ୍ତ। କେବଳ ଅଭିଯୋଗ ପ୍ରକୋଷ୍ଠ ନୁହେଁ ଆନନ୍ଦ ବଜାରକୁ ଶୃଙ୍ଖଳିତ କରିବା ଲାଗି ମହାପ୍ରସାଦ ଦର ତାଲିକା ଲଗାଯିବାକୁ ନିଷ୍ପତ୍ତି ହୋଇଥିଲା। ତାହା ମଧ୍ୟ ଏ ପର୍ଯ୍ୟନ୍ତ କାର୍ଯ୍ୟକାରୀ ହୋଇପାରି ନାହିଁି।
ଗତବର୍ଷ ଅଗଷ୍ଟ ୨୯ରେ ଆନନ୍ଦ ବଜାରରେ ଶୃଙ୍ଖଳା ଏବଂ ସ୍ବଚ୍ଛତା ଆଣିବା ଲାଗି ଶ୍ରୀମନ୍ଦିର ପ୍ରଶାସନ ସୁଆର ମହାସୁଆର ନିଯୋଗ ସହ ଆଲୋଚନା କରିଥିଲା। ଏଥିରେ ଆନନ୍ଦ ବଜାରକୁ ସୁବ୍ୟବସ୍ଥିତ ଏବଂ ଶୃଙ୍ଖଳିତ କରିବା ଲାଗି ଆଲୋଚନା ହୋଇ କେତେକ ନିଷ୍ପତ୍ତି ନିଆଯାଇଥିଲା। ଆନନ୍ଦ ବଜାରକୁ ପରିଷ୍କାର ପରିଚ୍ଛନ୍ନ ରଖାଯିବ। ଏହା ସହିତ ସମ୍ପୃକ୍ତ ସମସ୍ତ ସେବକ ଏ ଦିଗରେ ପ୍ରାଥମିକତା ଦେବେ। ଏଣିକି ଆନନ୍ଦ ବଜାର ପରିସରରେ ମହାପ୍ରସାଦ ଦର ତାଲିକା (କୁଡ଼ୁଆ ଚିତ୍ର ସହ କାହାର ମୂଲ୍ୟ କେତେ) ସ୍ପଷ୍ଟ ଭାବେ ଲାଗିବ। ସେହିପରି ଭକ୍ତମାନଙ୍କ ସୁବିଧା ପାଇଁ ତିନିପ୍ରକାର ଅର୍ଥାତ୍ ୭୦ ଟଙ୍କା, ୮୦ ଟଙ୍କା ଏବଂ ୧୨୦ ଟଙ୍କା ଦରରେ ମହାପ୍ରସାଦ ପାଇପାରିବେ ବୋଲି ନିଷ୍ପତ୍ତି ନିଆଯାଇଥିଲା। ତେବେ ଆନନ୍ଦ ବଜାରରେ ଅଭିଯୋଗ ପ୍ରକୋଷ୍ଠ ଖୋଲିବା ଅନ୍ୟତମ ପ୍ରମୁଖ ପ୍ରସଙ୍ଗ ଥିଲା। ଯଦି କୌଣସି ଭକ୍ତ ମହାପ୍ରସାଦ କିମ୍ବା ଶୁଖିଲା ଭୋଗ କିଣିବା ସମୟରେ ଦରକୁ ନେଇ କେହି ଦୁର୍ବ୍ୟବହାର କିମ୍ବା ଅନ୍ୟ କୌଣସି କାରଣରୁ ଗାଳିମନ୍ଦ କରନ୍ତି ତେବେ ସେମାନେ ଏହି ଅଭିଯୋଗ ପ୍ରକୋଷ୍ଠରେ ଜଣାଇବେ। ତୁରନ୍ତ ଏହି ଅଭିଯୋଗର ଅନୁଧ୍ୟାନ କରାଯାଇ ଯିଏ ବି ଦୋଷୀ ହୋଇଥିବେ ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ପାଇଁ ନିଷ୍ପତ୍ତି ହୋଇଥିଲା। ଶ୍ରୀମନ୍ଦିର ପ୍ରଶାସନ ଏବଂ ସୁଆର ମହାସୁଆର ନିଯୋଗ ମିଳିତ ସହଯୋଗରେ ଏହି ଅଭିଯୋଗ ପ୍ରକୋଷ୍ଠ ଖୋଲିବାକୁ ସ୍ଥିର ହୋଇଥିଲା। ହେଲେ ନିଷ୍ପତ୍ତିକୁ ବର୍ଷେ ପୂରିବାକୁ ବସିଥିବା ବେଳେ ଏ ପର୍ଯ୍ୟନ୍ତ ତାହା କାର୍ଯ୍ୟକ୍ଷମ ହୋଇପାରି ନାହିଁି।
ବୁଧବାର କେନ୍ଦ୍ରାପଡ଼ାର ସମୀର ସାହୁ ଆନନ୍ଦ ବଜାରକୁ ଅବଢା ପାଇଁ ଯାଇଥିଲେ। ଜଣେ ସୁଆର ସେବକଙ୍କୁ ମହାପ୍ରସାଦ ଦର ପଚାରିଥିଲେ। ସେ ୧୦୦ ଟଙ୍କା ପଡିବ ବୋଲି କହିବା ପରେ ସମୀର ଅନ୍ୟ ଜଣଙ୍କ ପାଖକୁ ଯିବାବେଳେ ସମ୍ପୃକ୍ତ ସୁଆର ସେବକ ତାଙ୍କୁ ଖରାପ ଭାଷାରେ ଗାଳି କରିଥିଲେ। କେବଳ ସମୀର ନୁହନ୍ତି ପ୍ରତିଦିନ ବହୁ ସଂଖ୍ୟାରେ ଶ୍ରଦ୍ଧାଳୁ ଶୋଷଣର ଶିକାର ବି ହେଉଛନ୍ତି। ମନଇଚ୍ଛା ଯିଏ ଯାହା ଦର ନେଲା। ବାହାରୁ ଆସୁଥିବା ଭକ୍ତମାନେ କାହା ସାଙ୍ଗରେ ଯୁକ୍ତିତର୍କ କରିବାକୁ ଉଚିତ ନ ମଣି ଅଧିକ ଦାମ୍ରେ ମହାପ୍ରସାଦ ନେଉଛନ୍ତିି। ଏମିତି ବି ଅନେକେ ଦୁର୍ବ୍ୟବହାରର ଶିକାର ହେଲେ ମଧ୍ୟ ମୁହଁ ଖୋଲିବାକୁ ସାହସ କରୁନାହାନ୍ତିି। ଥାନା ଫାଣ୍ଡିକୁ ଗଲେ ସେମାନଙ୍କୁ ଘଣ୍ଟା ଘଣ୍ଟା ଧରି ଅପେକ୍ଷା କରିବାକୁ ପଡିବ ଏହିଭଳି ମାନସିକତା ରଖି ଅନେକେ ଅଭିଯୋଗ କରୁନାହାନ୍ତି। ତେଣୁ ସେମାନଙ୍କ ପାଇଁ ଅଭିଯୋଗ ପ୍ରକୋଷ୍ଠର ବେଶ୍ ଗୁରୁତ୍ୱ ବହନ କରୁଥିବା ବେଳେ ଏହି ନିଷ୍ପତ୍ତି ଏବେ ଭେଳିକି ପାଲଟିଛି।

କଟକରେ ୮ଡେଙ୍ଗୁ ରୋଗୀ ଚିହ୍ନଟ
ଭୁବନେଶ୍ୱର,୩୧।୭(ବ୍ୟୁରୋ): କରୋନା ଭାଇରସ୍ ସଂକ୍ରମଣ ପରେ ଏବେ ରାଜ୍ୟରେ ଚିନ୍ତା ବଢ଼ାଇଛି ଡେଙ୍ଗୁ। ଭୁବନେଶ୍ୱର, ବାଲେଶ୍ୱର ପରେ ଏବେ କଟକରେ ଡେଙ୍ଗୁ ରୋଗୀ ଚିହ୍ନଟ ହୋଇଛନ୍ତି।...

ଭୁବନେଶ୍ୱରରୁ ଏୟାର ଏସିଆ ଉଡ଼ାଇବ ଆଉ ୪ ବିମାନ
ଭୁବନେଶ୍ୱର, ୧୫ା୧୦(ବ୍ୟୁରୋ): ଭୁବନେଶ୍ୱରରୁ ଆଉ ୪ ବିମାନ ଉଡ଼ାଇବ ଏୟାର ଏସିଆ। ଖୁବ୍ଶୀଘ୍ର ତିନୋଟି ରୁଟ୍ରେ ଏହି ବିମାନଗୁଡିକ ଚଳାଚଳ କରିବ ବୋଲି ପର୍ଯ୍ୟଟନ ସଚିବ...

ପୋଲାଭରମ୍ କାର୍ଯ୍ୟ ବନ୍ଦ ରଖିବାକୁ ପ୍ରଧାନମନ୍ତ୍ରୀଙ୍କୁ ନବୀନଙ୍କ ଚିଠି
ଭୁବନେଶ୍ୱର, ୨।୭(ବ୍ୟୁରୋ) ପୋଲାଭରମ ପ୍ରକଳ୍ପର କାର୍ଯ୍ୟ ବନ୍ଦ କରିବା ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସୋମବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଦୃଷ୍ଟି ଆକର୍ଷଣ କରିଛନ୍ତି। ପ୍ରଧାନମନ୍ତ୍ରୀଙ୍କୁ...

ବିଜେଡି ନାଁରେ ଟଙ୍କା ବଣ୍ଟା ଅଭିଯୋଗ ଆଣିଲେ ବିରୋଧୀ
ଭୁବନେଶ୍ବର,୨ା୧୧(ବ୍ୟୁରୋ): ରାଜନୀତି ପାଣି ଗୋଳିଆ କରିବାର ୨୨ ବର୍ଷର ଅଭିଜ୍ଞତା ବିଜେଡି ପାଖରେ ଅଛି। ଅତୀତରେ ହୋଇଥିବା ଉପନିର୍ବାଚନରେ କଳ, ବଳ, କୌଶଳ ବ୍ୟବହାର କରି...

‘ମନୋଜ ଦାସ ଅନ୍ତର୍ଜାତୀୟ ସାହିତ୍ୟ ପୁରସ୍କାର’ ପ୍ରଦାନ କରାଯିବା ନେଇ ଘୋଷଣା କଲେ ମୁଖ୍ୟମନ୍ତ୍ରୀ
ଭୁବନେଶ୍ୱର,୪।୫(ବ୍ୟୁରୋ): ଯଶସ୍ବୀ ସାରସ୍ବତ ସାଧକ ସ୍ବର୍ଗତ ମନୋଜ ଦାସଙ୍କର ସ୍ମୃତିରେ ‘ମନୋଜ ଦାସ ଅନ୍ତର୍ଜାତୀୟ ସାହିତ୍ୟ ପୁରସ୍କାର’ ପ୍ରଦାନ କରାଯିବ ବୋଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ...

ଶିକ୍ଷା ପୁରସ୍କାର ଯୋଜନାର ଶୁଭାରମ୍ଭ
ଭୁବନେଶ୍ୱର,୧୬ା୧୧(ବ୍ୟୁରୋ): ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ରାଜ୍ୟରେ ବୁଧବାର ଶିକ୍ଷା ପୁରସ୍କାର ଯୋଜନାର ଶୁଭାରମ୍ଭ କରିଛନ୍ତି। ଏହାଦ୍ୱାରା ପାଠପଢ଼ାରେ ଏକ ପ୍ରତିଯୋଗିତାମୂଳକ ମନୋଭାବ ସୃଷ୍ଟି ହେବ ବୋଲି...

କେନ୍ଦ୍ର ସବ୍ସିଡି ବନ୍ଦ
ଭୁବନେଶ୍ୱର,୧୯ା୧(ବ୍ୟୁରୋ): ଜଳବାୟୁ ପରିବର୍ତ୍ତନ ସହ ବର୍ଦ୍ଧିତ ଜନସଂଖ୍ୟାକୁ ଖାଦ୍ୟଶସ୍ୟ ଯୋଗାଇବା ଏକ ବଡ଼ ଚ୍ୟାଲେଞ୍ଜ ହୋଇଛି। ସଅଳ ଓ ଅଧିକ ଉତ୍ପାଦନକ୍ଷମ ବିହନ ଉପରେ ଚାଷୀମାନେ...

ଯୁକ୍ତ୩ ନାମଲେଖା ଶେଷ
ଭୁବନେଶ୍ୱର, ୨୯।୮(ଅସମାପିକା ସାହୁ):୨୦୨୩-୨୪ ଶିକ୍ଷାବର୍ଷ ନିମନ୍ତେ ସ୍ନାତକ(ୟୁଜି) ଚତୁର୍ଥ ପର୍ଯ୍ୟାୟ ନାମଲେଖା ସୋମବାର ଶେଷ ହୋଇଛି। ଏହି ପର୍ଯ୍ୟାୟରେ ମୋଟ ୩୦ହଜାରରୁ ଊର୍ଦ୍ଧ୍ୱ ଛାତ୍ରୀଛାତ୍ର ନାମ...